logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଣାଇଁରେ ଭାଲୁଡୁଙ୍ଗୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ସାହୁ ଏବଂ ଦହିଚୋର ମିଶନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମିହିର କୁମାର ଦାସଙ୍କୁ ଏକ ଭାବବିହ୍ୱଳ ପରିବେଶରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସରକାରୀ ଚାକିରୀରେ ଅବସର ଗ୍ରହଣ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିବା ବେଳେ ନିଜର ଦାୟିତ୍ୱ, ନିଷ୍ଠା ଓ ସାଧୁତା ସହ କାର୍ଯ୍ୟ କରିଥିବା ଏହି ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ସାଧାରଣ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ବିଦାୟ ସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କୁ ଶିକ୍ଷା, ଶୃଙ୍ଖଳା ଓ ମାନବିକତାର ପ୍ରତୀକ ଭାବେ ଅଭିହିତ କରିଛନ୍ତି। ଏହି ସେବାନିବୃତ କାର୍ଯ୍ୟକ୍ରମରେ ଗୁରୁଣ୍ଡିଆ ଏବିଇଓ ବାଇଧର ବାରିକ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଭିକାରୀ ପାତ୍ର, ସିଆରସିସି ଶିବି ନାରାୟଣ ଦଣ୍ଡିଆ ଏବଂ ଭାଲୁଡୁଙ୍ଗୁରୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଅତିଥିମାନେ ବିଦାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ବିତାଇଥିବା ସମୟର ସ୍ମୃତିଚାରଣ କରିବା ସହିତ ସେମାନଙ୍କର ଅବସର ଜୀବନ ସୁଖଶାନ୍ତିରେ ଅତିବାହିତ ହେବା ପାଇଁ ଭଗବାନଙ୍କ ଆଶୀର୍ବାଦ କାମନା କରିଥିଲେ। ଭୁଲୁଡୁଙ୍ଗୁରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ କୁମାର କିସାନ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।

1 hr ago
user_ସନ୍ତୋଷ କୁମାର ଅଟୀ
ସନ୍ତୋଷ କୁମାର ଅଟୀ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
1 hr ago
fe3f0b10-f53e-4e16-a155-cb9f54e7ccd3

ବଣାଇଁରେ ଭାଲୁଡୁଙ୍ଗୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ସାହୁ ଏବଂ ଦହିଚୋର ମିଶନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମିହିର କୁମାର ଦାସଙ୍କୁ ଏକ ଭାବବିହ୍ୱଳ ପରିବେଶରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସରକାରୀ ଚାକିରୀରେ ଅବସର ଗ୍ରହଣ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିବା ବେଳେ ନିଜର ଦାୟିତ୍ୱ, ନିଷ୍ଠା ଓ ସାଧୁତା ସହ କାର୍ଯ୍ୟ କରିଥିବା ଏହି ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ସାଧାରଣ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ବିଦାୟ ସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କୁ ଶିକ୍ଷା, ଶୃଙ୍ଖଳା ଓ ମାନବିକତାର ପ୍ରତୀକ ଭାବେ ଅଭିହିତ କରିଛନ୍ତି। ଏହି ସେବାନିବୃତ କାର୍ଯ୍ୟକ୍ରମରେ ଗୁରୁଣ୍ଡିଆ ଏବିଇଓ ବାଇଧର ବାରିକ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଭିକାରୀ ପାତ୍ର, ସିଆରସିସି ଶିବି ନାରାୟଣ ଦଣ୍ଡିଆ ଏବଂ ଭାଲୁଡୁଙ୍ଗୁରୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଅତିଥିମାନେ ବିଦାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ବିତାଇଥିବା ସମୟର ସ୍ମୃତିଚାରଣ କରିବା ସହିତ ସେମାନଙ୍କର ଅବସର ଜୀବନ ସୁଖଶାନ୍ତିରେ ଅତିବାହିତ ହେବା ପାଇଁ ଭଗବାନଙ୍କ ଆଶୀର୍ବାଦ କାମନା କରିଥିଲେ। ଭୁଲୁଡୁଙ୍ଗୁରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ କୁମାର କିସାନ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।

More news from ଓଡ଼ିଶା and nearby areas
  • ସୁନ୍ଦରଗଡ଼ର ବ୍ଲୁ ବେଲ୍ସ ସ୍କୁଲର ଛାତ୍ର ତନ୍ମୟ କୁମାର ସେଠି ବିଜ୍ଞାନ ମେଳାରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହି ବିଜ୍ଞାନ ମେଳା ପ୍ରଦର୍ଶନୀ ଅବସରରେ ଛାତ୍ରଙ୍କର ଏଭଳି ସୁନ୍ଦର ପ୍ରଦର୍ଶନ ସମସ୍ତଙ୍କ ସାମ୍ନାକୁ ଆସିଛି।
    1
    ସୁନ୍ଦରଗଡ଼ର ବ୍ଲୁ ବେଲ୍ସ ସ୍କୁଲର ଛାତ୍ର ତନ୍ମୟ କୁମାର ସେଠି ବିଜ୍ଞାନ ମେଳାରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହି ବିଜ୍ଞାନ ମେଳା ପ୍ରଦର୍ଶନୀ ଅବସରରେ ଛାତ୍ରଙ୍କର ଏଭଳି ସୁନ୍ଦର ପ୍ରଦର୍ଶନ ସମସ୍ତଙ୍କ ସାମ୍ନାକୁ ଆସିଛି।
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    14 min ago
  • ବେଲପାହାଡ଼ ସ୍ଥିତ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟରେ ସିଆଇଏସସିଇ ଜୋନାଲ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜୋନର ୮ଟି ଆଇସିଏସସିଇ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବର୍ଗର ଉଭୟ ବାଳକ ଓ ବାଳିକା କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶନିବାର ସକାଳେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ମନୋଜ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ ଅମ୍ବରିଶ ପୋଷ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ତଥେ କୋଡିନେଟର ହମିଦ କୁମାର ମହାପାତ୍ର ପ୍ରତିଯୋଗୀତା ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ବିଜୟ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ବେଲପାହାଡ଼ ଏଜୁକେଶନ ସୋସାଇଟି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମେଡେଲ ପ୍ରଦାନ କରି ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଅମ୍ବରିଶ ଘୋଷ ଏବଂ ବ୍ରଜରାଜନଗର ଡାନିଏଲ ଗ୍ରୁପ୍ସ ଅପ୍ ବିଦ୍ୟାଳୟର ଡାଇରେକ୍ଟର ଡ. ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷକ ପ୍ରତୀକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଜୋନାଲ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ସେଣ୍ଟ ଟେରେସା ବିଦ୍ୟାଳୟ, ସମ୍ବଲପୁରର ସେଣ୍ଟ ଜୋସେଫ, ଝାରସୁଗୁଡାର ସେଣ୍ଟ ମେରି, ସେଣ୍ଟ ଥୋମାସ, ଏସେମ୍ଲି ଅଫ ଗଡ଼, ବ୍ରଜରାଜନଗରର ଶିକ୍ଷା ନିକେତନ, ଡାନିଏଲ ପବ୍ଲିକ ସ୍କୁଲ ଏବଂ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ କ୍ରୀଡ଼ାରେ ଶ୍ରୀ ସୋନମ ଶଡ଼ଙ୍ଗୀ, ଜୟ କିଶନ ନାୟକ, ତନିଶ ସୋରେନ, ଅଭିଶେକ ୟାଦବ, ସମିକ୍ଷା ପାଣିଗ୍ରାହୀ, ଆୟୁଷ୍ମାନ ପ୍ରଧାନ ଏବଂ ରିତୁ ୟାଦବ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏହି ସମସ୍ତ କୃତୀ ଖେଳାଳୀ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ (ରିଜିଓନାଲ) ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ହମିଦ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ଏହି ପ୍ରତିଯୋଗିତାକୁ ମାନସ ଆଚାର୍ଯ୍ୟ, ଦେବେନ୍ଦ୍ର ବେହେରା, ପଞ୍ଚାନନ ପାଣିଗ୍ରାହୀ, ଅଭିଲାଶ ସାହୁ, ଶାନ୍ତି ନାୟକ, ଅକ୍ଷୟ ନାୟକ, ସଞ୍ଚୟ କୁମାର ପାଢୀ, ଅନିଲ ଦାସ ଓ ଜୟନ୍ତ ଲାକ୍ରା ଅଫିସିଆଲ ଭାବେ ପରିଚାଳନା କରିଥିଲେ। ଏହି ସଫଳ ଆୟୋଜନରେ ବିଇଏମ ବିଦ୍ୟାଳୟର ସୁନନ୍ତ କୁମାର ପଣ୍ଡା, ଅଶୋକ ଧିର ସାମନ୍ତ, ମନୋଜ ବିନ୍ଧାଣୀ, ଧର୍ମେନ୍ଦ୍ର ବିଶ୍ଵକର୍ମା, ସିମରନ ସିଂ, ରମଣୀ ରଞ୍ଜନ ଡିଲା, ପ୍ରତୀକ ମହାନ୍ତି ଏବଂ ଏମଡି ସାହିଦ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
    4
    ବେଲପାହାଡ଼ ସ୍ଥିତ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟରେ ସିଆଇଏସସିଇ ଜୋନାଲ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜୋନର ୮ଟି ଆଇସିଏସସିଇ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବର୍ଗର ଉଭୟ ବାଳକ ଓ ବାଳିକା କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଶନିବାର ସକାଳେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ମନୋଜ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ ଅମ୍ବରିଶ ପୋଷ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ତଥେ କୋଡିନେଟର ହମିଦ କୁମାର ମହାପାତ୍ର ପ୍ରତିଯୋଗୀତା ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ବିଜୟ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ବେଲପାହାଡ଼ ଏଜୁକେଶନ ସୋସାଇଟି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମେଡେଲ ପ୍ରଦାନ କରି ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଅମ୍ବରିଶ ଘୋଷ ଏବଂ ବ୍ରଜରାଜନଗର ଡାନିଏଲ ଗ୍ରୁପ୍ସ ଅପ୍ ବିଦ୍ୟାଳୟର ଡାଇରେକ୍ଟର ଡ. ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷକ ପ୍ରତୀକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

ଏହି ଜୋନାଲ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ସେଣ୍ଟ ଟେରେସା ବିଦ୍ୟାଳୟ, ସମ୍ବଲପୁରର ସେଣ୍ଟ ଜୋସେଫ, ଝାରସୁଗୁଡାର ସେଣ୍ଟ ମେରି, ସେଣ୍ଟ ଥୋମାସ, ଏସେମ୍ଲି ଅଫ ଗଡ଼, ବ୍ରଜରାଜନଗରର ଶିକ୍ଷା ନିକେତନ, ଡାନିଏଲ ପବ୍ଲିକ ସ୍କୁଲ ଏବଂ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ କ୍ରୀଡ଼ାରେ ଶ୍ରୀ ସୋନମ ଶଡ଼ଙ୍ଗୀ, ଜୟ କିଶନ ନାୟକ, ତନିଶ ସୋରେନ, ଅଭିଶେକ ୟାଦବ, ସମିକ୍ଷା ପାଣିଗ୍ରାହୀ, ଆୟୁଷ୍ମାନ ପ୍ରଧାନ ଏବଂ ରିତୁ ୟାଦବ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏହି ସମସ୍ତ କୃତୀ ଖେଳାଳୀ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ (ରିଜିଓନାଲ) ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ହମିଦ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ଏହି ପ୍ରତିଯୋଗିତାକୁ ମାନସ ଆଚାର୍ଯ୍ୟ, ଦେବେନ୍ଦ୍ର ବେହେରା, ପଞ୍ଚାନନ ପାଣିଗ୍ରାହୀ, ଅଭିଲାଶ ସାହୁ, ଶାନ୍ତି ନାୟକ, ଅକ୍ଷୟ ନାୟକ, ସଞ୍ଚୟ କୁମାର ପାଢୀ, ଅନିଲ ଦାସ ଓ ଜୟନ୍ତ ଲାକ୍ରା ଅଫିସିଆଲ ଭାବେ ପରିଚାଳନା କରିଥିଲେ। ଏହି ସଫଳ ଆୟୋଜନରେ ବିଇଏମ ବିଦ୍ୟାଳୟର ସୁନନ୍ତ କୁମାର ପଣ୍ଡା, ଅଶୋକ ଧିର ସାମନ୍ତ, ମନୋଜ ବିନ୍ଧାଣୀ, ଧର୍ମେନ୍ଦ୍ର ବିଶ୍ଵକର୍ମା, ସିମରନ ସିଂ, ରମଣୀ ରଞ୍ଜନ ଡିଲା, ପ୍ରତୀକ ମହାନ୍ତି ଏବଂ ଏମଡି ସାହିଦ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    17 hrs ago
  • କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍‌ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।
    1
    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍‌ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।
    user_Mamur Ali Khan
    Mamur Ali Khan
    Video Creator Champua, Kendujhar•
    23 hrs ago
  • ଝାରସୁଗୁଡ଼ାରେ ସନ୍ଥ ରାମପାଲ ଜୀ ମହାରାଜଙ୍କ ଦ୍ୱାରା 'କୃଷକ ଶ୍ରମିକ ବଚାଓ ଅଭିଯାନ' ଚଲାଯାଉଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ 'SA NEWS' ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିବାକୁ ଅନୁରୋଧ କରାଯାଇଛି।
    1
    ଝାରସୁଗୁଡ଼ାରେ ସନ୍ଥ ରାମପାଲ ଜୀ ମହାରାଜଙ୍କ ଦ୍ୱାରା 'କୃଷକ ଶ୍ରମିକ ବଚାଓ ଅଭିଯାନ' ଚଲାଯାଉଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ 'SA NEWS' ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିବାକୁ ଅନୁରୋଧ କରାଯାଇଛି।
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    7 hrs ago
  • ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଭିଯୋଗ କରିଛନ୍ତି ଯେ ଇସ୍କନ ରଥଯାତ୍ରା ବିଷୟରେ ମିଥ୍ୟା ପ୍ରଚାର କରୁଛି ଏବଂ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏଥିସହିତ, ଗଜପତି ମହାରାଜା ସେମାନଙ୍କର 'ଅଦିନିଆ' ରଥଯାତ୍ରାକୁ ପ୍ରଶଂସା କରିଥିବା ନେଇ ଇସ୍କନ ଯେଉଁ ଦାବି କରିଥିଲା, ତାହାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସ୍ପଷ୍ଟ କରିଛନ୍ତି।
    1
    ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଭିଯୋଗ କରିଛନ୍ତି ଯେ ଇସ୍କନ ରଥଯାତ୍ରା ବିଷୟରେ ମିଥ୍ୟା ପ୍ରଚାର କରୁଛି ଏବଂ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏଥିସହିତ, ଗଜପତି ମହାରାଜା ସେମାନଙ୍କର 'ଅଦିନିଆ' ରଥଯାତ୍ରାକୁ ପ୍ରଶଂସା କରିଥିବା ନେଇ ଇସ୍କନ ଯେଉଁ ଦାବି କରିଥିଲା, ତାହାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସ୍ପଷ୍ଟ କରିଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    8 min ago
  • ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ସ୍ଥିତ ଟିସିଆଇ ରେଳ ଓଭରବ୍ରିଜ୍ ହାଇୱେର ଆଜିର ଦୃଶ୍ୟ ସାମ୍ନାକୁ ଆସିଛି।
    1
    ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ସ୍ଥିତ ଟିସିଆଇ ରେଳ ଓଭରବ୍ରିଜ୍ ହାଇୱେର ଆଜିର ଦୃଶ୍ୟ ସାମ୍ନାକୁ ଆସିଛି।
    user_Rabindra Nayak
    Rabindra Nayak
    Court reporter ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    21 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.