ବିଜେଡି ଛାଡି ବିଜେପିରେ ମିଶିଲେ ତାଳଚେର ଅଂଚଳର ବହୁ ଯୁବକ ତାଳଚେର:-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପି ଯୁବନେତା ସ୍ୱାଧୀନ ଥମ୍ବଙ୍କ ନେତୃତ୍ୱରେ ଆଜି ଦେଉଳବେଡା ସ୍ଥିତ କାର୍ଯ୍ୟାଳୟ ଠାରେ ବିଜେପି ଦଳରେ ମିଶିଲେ ତାଳଚେର ଅଂଚଳର ବହୁ ଯୁବକ । ବିଜେପି ଦଳରେ ମିଶିଥିବା ସମସ୍ତ ନୂତନ ସଦସ୍ୟ ମାନଙ୍କୁ ଶ୍ରୀ ଥମ୍ବ ପୁଷ୍ପଗୁଚ୍ଛ ଓ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ସେମାନେ ପୂର୍ବରୁ ବିଜେଡି ଦଳର ସକ୍ରୀୟ କର୍ମି ଭାବେ କାର୍ଯ୍ୟ କରୁଥିଲେ । ଦଳର ଅଣଦେଖା ଯୋଗୁଁ ସେମାନେ ବିଜେପିରେ ମିଶିଥିବା ଜଣାପଡିଛି । ଆଗାମୀ ଦିନରେ ଦଳର ସଂଗଠନକୁ ମଜବୁତ୍ କରିବା ପାଇଁ ସେମାନେ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ବିଜେପି ଦଳରେ ମିଶିଥିବା ନୂତନ ସଦସ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ସାହୁ, ସୋମବାରୀ ଭୁତିଆ, ଶ୍ରୀକାନ୍ତ କୁମାର ଆଚାର୍ଯ୍ୟ, ସତ୍ୟ ଚରଣ ପଟ୍ଟନାୟକ, ଚକ୍ରଧର ସାହୁ, ମକରଧ୍ୱଜ ସାହୁ, ପ୍ରତାପ ସାହୁ, ଭୂବନ ସାହୁ, ଅନାଦି ପ୍ରାଧନ, ପ୍ରକାଶ ସିଂଙ୍କ ସମେତ ବହୁ ଯୁବକ ।

- ଆସନ୍ତା ୨୨ତମ ତାଳଚେର ପୁସ୍ତକ ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ତାଳଚେର:- ଆସନ୍ତା ୨୨ତମ ତାଳଚେର ପୁସ୍ତକ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ତାଳଚେର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ପୁସ୍ତକମେଳା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା (ଆଇଏଏସ) ସଭାପତିତ୍ବ କରି ଆଗାମୀ ପୁସ୍ତକ ମେଳାକୁ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ l ଆଗାମୀ ୨୨ତମ ତାଳଚେର ପୁସ୍ତକ ମେଳା ପ୍ରତ୍ୟେକ ବର୍ଷ ପରି ୨୦୨୫ ମସିହା ଜାନୟାରୀ ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ନିଷ୍ପତି ହୋଇଛି l ଉପ ସଭାପତି ତଥା ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ଯୋଗଦେଇ ଆସନ୍ତା ପୁସ୍ତକ ମେଳାରେ କିପରି ଅଧିକରୁ ଅଧିକ ପ୍ରକାଶକ ଆସିବେ ସେ ନେଇ ଗୁରୁତ୍ଵ ଦେବାକୁ କହିଥିବାବେଳେ ନୂତନ ଢଙ୍ଗରେ ମେଲାକୁ କିପରି ସରସ ସୁନ୍ଦର କରାଯାଇପାରିବ ସେନେଇ ସୁଚିନ୍ତିତ ମତାମତ ଦେଇଥିଲେ l ଅନ୍ୟତମ ଉପସଭାପତି ଡ଼. ରଶ୍ମୀ ରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଯୁଗ୍ମ ସମ୍ପାଦକ ବିରଜା ଶଙ୍କର ମିଶ୍ର ୨୦୨୪ ବର୍ଷର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ରମେଶ ବେହେରାଙ୍କ ସମେତ ଗିରିଜା ଶଙ୍କର ମିଶ୍ର, ଦୀପକ ପ୍ରଧାନ, ରଞ୍ଜିତ ମହାପାତ୍ର, ଜ୍ୟୋତି ରଞ୍ଜନ ଦାସ, ସୌଭାଗ୍ୟ ମହାରଣା, ତପନ ମହାରଣା, ଭାଗ୍ୟରଥୀ ମହାପାତ୍ର, ବାଉରୀବନ୍ଧୁ ବେଜ, କରୁଣାକର ବାଇ, କ୍ଷୀରୋଦ ସାହୁ, ପ୍ରିୟ ମାଧବ ଦାସ, ଶୋଭାଗିନୀ ଦାସ, ବିଜୟ ଦେବତା, ପ୍ରିୟଦର୍ଶୀ ଋଷିକେଶ ସାହୁ, ଜିତେନ୍ଦ୍ର ମହାପାତ୍ର, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ l1
- ଅନୁଗୁଳ ର ସବୁଠୁ ଭଲ ବିରିୟାନୀ 🤤🤤1
- Sailo 👻 Follow On:- kanha_editz__071
- ଅନୁଗୁଳ Tasty ଦହିବରା✨️ pranatiexpress1
- it's v3 power1
- ଅପରାଧିଙ୍କ କାଳ ଅନୁଗୁଳ ପୋଲିସ୍ | Dumani TV1
- ଅନୁଗୁଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା ବନ୍ଧୁକ ଗୁଳି ଖଣ୍ଡା ଟାଙ୍ଗିଆ କଟୁରି ଜବତ || Anudhyan Tv1
- Police Uncovers Robbery From Accident Victim House In Angul | 9 Arrested1