ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଓ ମୁଖ୍ୟମନ୍ତ୍ରୀ ସି ଏମ କିଷାନ ରାଶି ପ୍ରଦାନ ଜଗତସିଂହପୁର, ତା ୨୦/୪: ଜିଲ୍ଲା କୃଷି ବିଭାଗ ତରଫରୁ ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ପଂଚାୟତ ଅଧିନସ୍ଥ ଇନ୍ଦରପା କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶାର ଚାଷୀଭାଇଙ୍କର ପର୍ବ ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଥିଲା। ଏଥିସହିତ ସି ଏମ୍ କିଷାନ୍ ସହାୟତା ଯୋଜନା ରେ ଜିଲ୍ଲା ର ୧୩୯୩୧୪ ଜଣ ଚାଷୀଙ୍କୁ କିସ୍ତି ପ୍ରଦାନ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ସମ୍ମାନନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ପ୍ରଦୀପ୍ତ ମାଝୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ କୃଷି ଅଧିକାରୀ, ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଓ ସମସ୍ତ କ୍ଷେତ୍ର କର୍ମଚାରୀ ଆଦି ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ସର୍ବ ପ୍ରଥମେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ଓଡ଼ିଆ ପରମ୍ପରା ଅନୁଯାଇ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷୀ ମୁଠି ଅନୁକୂଳ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ (SHC) ର ବ୍ୟବହାର, ସମନ୍ଵିତ ଖାଦ୍ୟସାର ପରିଚାଳନା (INM), ସବୁଜ ଖତ ଚାଷ(GM), ପ୍ରାକୃତିକ କୃଷି(NF), ଜୈବିକ ସାର ପରିଚାଳନା,ଏହି ବର୍ଷର ଖରିଫ ଋତୁର ଫସଲ ଏବଂ ଧରିତ୍ରୀ ମାତା ବଚାଓ ନିଗରାଣୀ ସମିତି ଅଭିଯାନ ଉପରେ ଆଲୋକପାତ କରାଯାଇ ଥିଲା । ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ସି.ଏମ୍ କିଷାନ ସହାୟତା କିସ୍ତି ପ୍ରଦାନ କାର୍ଯ୍ୟକ୍ରମ କୁ ପ୍ରଦର୍ଶିତ କରାଯିବାସହିତ କୃଷକ ସଚେତନତା ରଥ କୁ ଅତିଥି ମାନେ ଉଦଘାଟନ କରିଥିଲେ।
ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଓ ମୁଖ୍ୟମନ୍ତ୍ରୀ ସି ଏମ କିଷାନ ରାଶି ପ୍ରଦାନ ଜଗତସିଂହପୁର, ତା ୨୦/୪: ଜିଲ୍ଲା କୃଷି ବିଭାଗ ତରଫରୁ ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ପଂଚାୟତ ଅଧିନସ୍ଥ ଇନ୍ଦରପା କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶାର ଚାଷୀଭାଇଙ୍କର ପର୍ବ ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଥିଲା। ଏଥିସହିତ ସି ଏମ୍ କିଷାନ୍ ସହାୟତା ଯୋଜନା ରେ ଜିଲ୍ଲା ର ୧୩୯୩୧୪ ଜଣ ଚାଷୀଙ୍କୁ କିସ୍ତି ପ୍ରଦାନ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା
ପରିଷଦ ସଭାପତି ମନୋଜ କୁମାର ଭୋଇ, ସମ୍ମାନନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ପ୍ରଦୀପ୍ତ ମାଝୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ କୃଷି ଅଧିକାରୀ, ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଓ ସମସ୍ତ କ୍ଷେତ୍ର କର୍ମଚାରୀ ଆଦି ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ସର୍ବ ପ୍ରଥମେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ଓଡ଼ିଆ
ପରମ୍ପରା ଅନୁଯାଇ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷୀ ମୁଠି ଅନୁକୂଳ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ (SHC) ର ବ୍ୟବହାର, ସମନ୍ଵିତ ଖାଦ୍ୟସାର ପରିଚାଳନା (INM), ସବୁଜ ଖତ ଚାଷ(GM), ପ୍ରାକୃତିକ କୃଷି(NF), ଜୈବିକ ସାର ପରିଚାଳନା,ଏହି ବର୍ଷର ଖରିଫ ଋତୁର ଫସଲ ଏବଂ ଧରିତ୍ରୀ ମାତା ବଚାଓ ନିଗରାଣୀ ସମିତି ଅଭିଯାନ ଉପରେ ଆଲୋକପାତ କରାଯାଇ ଥିଲା । ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ସି.ଏମ୍ କିଷାନ ସହାୟତା କିସ୍ତି ପ୍ରଦାନ କାର୍ଯ୍ୟକ୍ରମ କୁ ପ୍ରଦର୍ଶିତ କରାଯିବାସହିତ କୃଷକ ସଚେତନତା ରଥ କୁ ଅତିଥି ମାନେ ଉଦଘାଟନ କରିଥିଲେ।
- ଜଗତସିଂହପୁର ୨୧/୪- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୫୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୩ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୫ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ଯୋଜନା ସମ୍ପର୍କୀୟ ୭ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୮ ଟି, ଭତ୍ତା ପାଇବା ପାଇଁ ୪ ଟି, ପୋଲିସ ସହାୟତା ପାଇବା ପାଇଁ ୪ ଟି ଏବଂ ଅନ୍ୟାନ୍ୟ ୨୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୪ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅକ୍ଷୟ କୁମାର ପିଲ୍ଲେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାଶ,ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବ୍ଲକ୍ ଉନ୍ନୟନ ଅଧିକାରୀ, ଜଗତସିଂହପୁର, ଆଶୁତୋଷ ମିଶ୍ର, ତହସିଲଦାର,ଜଗତସିଂହପୁର, ଅଜୟ କୁମାର ମହାନ୍ତି,ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ପୌର ପରିଷଦ, ଜଗତସିଂହପୁର, ସନ୍ଦିପ ସିଂ,କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ ।1
- Post by ମନୋଜ କୁମାର ପୁଣ୍ଟିଆ1
- କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା1
- Post by Prabhati Sahoo1
- ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,1
- Post by NEWS MANORANJAN1
- Post by KSHIROD CHANDRA PANDA1
- Post by ମନୋଜ କୁମାର ପୁଣ୍ଟିଆ1