Shuru
Apke Nagar Ki App…
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୋଲିସ ଏକ ମିନି ଟ୍ରକରୁ ବିପୁଳ ପରିମାଣର ଖଇର କାଠ ଜବତ କରିଛି। ଏହି ଘଟଣାରେ ପୋଲିସ ପ୍ରକାଶ ପୁଟେଳ, ସରଜୁ ମେହେର, ରମେଶ ମେହେର, ଚିନ୍ତାମଣି ଭାଟି ଏବଂ ଭକ୍ତ ବନ୍ଧୁ ଭାଟି ନାମକ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଉକ୍ତ ମିନି ଟ୍ରକଟି ବଲାଙ୍ଗୀର ପଟୁ ପାଟଣାଗଡ଼ ଅଭିମୁଖେ ଆସୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୋଲିସ ସରମୁହାଣ ଗ୍ରାମ ନିକଟରେ ଛକି ବସି ଗାଡ଼ିଟିକୁ ଅଟକାଇଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରୁ ବହୁ ପରିମାଣର ଖଇର କାଠ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ କାଠ ବୋଝେଇ ଗାଡ଼ି ଓ ୫ ଜଣଙ୍କୁ ଥାନାକୁ ଆଣିଥିଲା। ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ସଚ୍ଚିଦାନନ୍ଦ ମହାକୁର
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୋଲିସ ଏକ ମିନି ଟ୍ରକରୁ ବିପୁଳ ପରିମାଣର ଖଇର କାଠ ଜବତ କରିଛି। ଏହି ଘଟଣାରେ ପୋଲିସ ପ୍ରକାଶ ପୁଟେଳ, ସରଜୁ ମେହେର, ରମେଶ ମେହେର, ଚିନ୍ତାମଣି ଭାଟି ଏବଂ ଭକ୍ତ ବନ୍ଧୁ ଭାଟି ନାମକ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଉକ୍ତ ମିନି ଟ୍ରକଟି ବଲାଙ୍ଗୀର ପଟୁ ପାଟଣାଗଡ଼ ଅଭିମୁଖେ ଆସୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୋଲିସ ସରମୁହାଣ ଗ୍ରାମ ନିକଟରେ ଛକି ବସି ଗାଡ଼ିଟିକୁ ଅଟକାଇଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରୁ ବହୁ ପରିମାଣର ଖଇର କାଠ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ କାଠ ବୋଝେଇ ଗାଡ଼ି ଓ ୫ ଜଣଙ୍କୁ ଥାନାକୁ ଆଣିଥିଲା। ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
More news from ଓଡ଼ିଶା and nearby areas
- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫୁଡୁକୁପଡା ଓ ଦନ୍ଦ୍ରାବାହାଲ ରାସ୍ତା ମଝିରେ ଥିବା ଏକ ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲଟି ଦୈନନ୍ଦିନ ଯାତାୟାତ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପଞ୍ଚାୟତ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ। ପୋଲଟିର ମରାମତି କରିବାକୁ ପ୍ରଶାସନ ଆଦୌ ଆଗ୍ରହୀ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।1
- ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ୨୦୨୬ ଜୁଲାଇ ୧୧ ତାରିଖରେ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।1
- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ତୁରେକେଲା ବ୍ଲକ ହଳନଭଟା ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଗାଁର ଦୁଇ ଭାଇ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରୁ ସେମାନେ ପଙ୍ଗୁ ହୋଇ ଫେରିଛନ୍ତି। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ପଙ୍ଗୁ ହୋଇ ଫେରିଥିବା ଏହି ଦୁଇ ଭାଇ ଏବେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।1
- ଏଗ୍ରିଷ୍ଟାକ୍ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କର ତଥ୍ୟକୁ ସରକାର କିଭଳି ଭାବରେ ବ୍ୟବହାର କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha), କନକ ବର୍ଦ୍ଧନ ସିଂହ ଦେଓ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଉଦ୍ଦେଶ୍ୟ କରି ଏହି ଆକ୍ଷେପ କରାଯାଇଛି।1
- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଆଜି ସନ୍ଧ୍ୟା ୬ ଟା ସମୟରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଖଡ଼ିଆଳ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।1
- କଳାହାଣ୍ଡି ଜିଲ୍ଲାର ହାତୀ ନଦୀରେ ମାଛ ମାରୁଥିବା ସମୟରେ ଜାଲରେ ଏକ କୁମ୍ଭୀର ପଡ଼ିଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ଛାନିଆ ହୋଇପଡ଼ିଛନ୍ତି। ଏହି ଘଟଣା ପରେ ସେହି ଅଞ୍ଚଳରେ ଚାରିଆଡ଼େ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି।4
- ଓଡ଼ିଶାର ପୁରୀ ସହର ଓ ସଦର ଅଞ୍ଚଳର ବାସିନ୍ଦାଙ୍କ ପାଇଁ ପୂର୍ବପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା କ୍ରମାଗତ ୧୦୨ତମ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଏହା ପ୍ରତିଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛି। ଏହି ଯାତ୍ରା ଏବେ ଭକ୍ତଙ୍କ ଆସ୍ଥା, ଅଧିକାର ଓ ଆତ୍ମସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମୂଳରେ ଗୋଟିଏ ପ୍ରଶ୍ନ ରହିଛି— “ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ ଭେଦଭାବ କାହିଁକି?” ପଦଯାତ୍ରାକାରୀଙ୍କ କହିବା ଅନୁଯାୟୀ, ଜଗନ୍ନାଥ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ବାର୍ତ୍ତା ବହନ କରେ, ଯେଉଁଠାରେ ମହାପ୍ରସାଦ ସମସ୍ତଙ୍କୁ ସମାନ କରିଥାଏ। ସେଭଳି ସ୍ଥଳେ ଦର୍ଶନ ବ୍ୟବସ୍ଥାରେ ଭେଦଭାବର ଅନୁଭୂତି ଭକ୍ତମାନଙ୍କୁ ମର୍ମାହତ କରୁଛି। ଏହି ଅଭିଯାନ କୌଣସି ବିଶେଷ ସୁବିଧା ଦାବି କରୁନାହିଁ, ବରଂ କେବଳ ସ୍ଥାନୀୟ ଲୋକଙ୍କ ପୂର୍ବଭଳି ଦର୍ଶନ ଅଧିକାର ଫେରାଇ ଆଣିବାକୁ ଚାହୁଁଛି। ଆଜିର ଏହି ନୀରବ ଅଭିଯାନରେ ବିଶ୍ୱନାଥ ମିଶ୍ର, ହରିଶଙ୍କର ମିଶ୍ର, ଜଗନ୍ନାଥ ମହାନ୍ତି, ସରସ୍ୱତୀ ପାତ୍ର, ମନୋରଞ୍ଜନ ରଣସିଂହ, ମମତା ସ୍ବାଇଁ, ରାଜା ମହାନ୍ତି, ଶିଶିରକାନ୍ତ ଶତପଥୀ, ରଞ୍ଜିତ ବେହେରା, ଅରୁଣା ପଟ୍ଟନାୟକ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, ପ୍ରଣତୀ ରାୟ, ଅଭିମନ୍ୟୁ ପ୍ରଧାନ, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମିନାକ୍ଷୀ ଦାସ, ସୁବାଷ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ମାନସ ପଟ୍ଟନାୟକ, ନୃସିଂହନାଥ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ସରୋଜ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ସାହୁ, ମମତା ଦାସ ଏବଂ ସନ୍ଧ୍ୟାରଣୀ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ। ଏହି ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ। ପଦଯାତ୍ରୀମାନେ ଶେଷରେ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଗନ୍ନାଥ ସତରେ ସମଗ୍ର ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ? କାରଣ ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ, ଭକ୍ତିରେ କୌଣସି ଭିଆଇପି ନାହାନ୍ତି ଏବଂ ଆସ୍ଥାରେ କୌଣସି ପ୍ରୋଟୋକଲ ନଥାଏ।1
- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଜଣେ ଡାକ୍ତରଙ୍କ ଘରେ ଦୁର୍ବୃତ୍ତମାନେ ପଶି କଳାକନା ବୁଲାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏହି ସାଂଘାତିକ ଲୁଟ୍ପାଟ୍ ଘଟଣା ସିଧାସଳଖ ଭାବେ ପୋଲିସର ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଡାକ୍ତରଙ୍କ ସୁରକ୍ଷିତ ବାସଭବନରେ ପଶି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।1