logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ୩ ଗିରଫ କନ୍ଧମାଳ ଜିଲ୍ଲା , ତାରିଖ ୧୭/୦୯/୨୦୨୬ ( କୃତିଦିପାନ ଭୋଇ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା। ଏକ ଯାତ୍ରୀବାହୀ ବସ୍‌ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ OD-02AC-1151 ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ବେଲୁନ୍ ବସ୍‌ରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି। ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଓ ଗୋଟିଏ ସାମସଙ୍ଗ ଫୋନ୍‌ ସହ ୬ ହଜାର ୭୦୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ସୁଦର୍ଶନ ନାଏକ ବସ୍‌ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫ ରୁଜୁ ହୋଇଛି। ଏନ୍‌ଡିପିଏସ୍‌ ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଦର୍ଶାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେ. ନୂଆଗାଁ ଥାନାର IIC କେଲୁ ଚରଣ ଜେନା। ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି। ଗଞ୍ଜେଇ ଚାଲାଣ ରୋକିବା ଦିଗରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

1 hr ago
user_Krutidipan Bhoi
Krutidipan Bhoi
Phulabani, Kandhamal•
1 hr ago
6c51a8fd-8013-479e-ab0b-8523722aed84

କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ୩ ଗିରଫ କନ୍ଧମାଳ ଜିଲ୍ଲା , ତାରିଖ ୧୭/୦୯/୨୦୨୬ ( କୃତିଦିପାନ ଭୋଇ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା। ଏକ ଯାତ୍ରୀବାହୀ ବସ୍‌ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ OD-02AC-1151 ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ବେଲୁନ୍ ବସ୍‌ରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି। ଏହା ସହିତ ତିନୋଟି

81a1d60f-61fc-473d-9e51-3071e5cd5118

ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଓ ଗୋଟିଏ ସାମସଙ୍ଗ ଫୋନ୍‌ ସହ ୬ ହଜାର ୭୦୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ସୁଦର୍ଶନ ନାଏକ ବସ୍‌ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫ ରୁଜୁ ହୋଇଛି। ଏନ୍‌ଡିପିଏସ୍‌ ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଦର୍ଶାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେ. ନୂଆଗାଁ ଥାନାର IIC କେଲୁ ଚରଣ ଜେନା। ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି। ଗଞ୍ଜେଇ ଚାଲାଣ ରୋକିବା ଦିଗରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

More news from ଓଡ଼ିଶା and nearby areas
  • ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା । ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
    1
    ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା ।
ଆସୁଛି ଆଉ ଏକ ଲଘୁଚାପ !
ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
    user_Sudhira kumar maharana
    Sudhira kumar maharana
    Voluntary organisation ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
    4 hrs ago
  • ଖଟଖଟିଆ ବିଶ୍ୱକର୍ମା ଓଲଡିଂ ଗେରେଜ ରେ ବିଶ୍ୱକର୍ମା ପୂଜା ପାଳିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଖଟଖଟିଆ ଛକ ବିଶ୍ୱକର୍ମା ଓଲଡିଂ ଗେରେଜ ଠାରେ ପାଳିତ ହୋଇଯାଇଛି।ଗେରେଜ ର ମାଲିକ ବିନୋଦ ନାଏକ ଙ୍କ ଦ୍ୱାରା ଏହି ପୂଜାରେ ୫୦୦ ଜଣଙ୍କୁ ଅନ୍ନ ଦାନ ସହିତ ଅନ୍ଧ ମୁକ ବଧିର ମାନଙ୍କ ଦ୍ୱାରା ସୁର ସଂଗୀତ ଭୋଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ଦେଶ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଗେରେଜ ର କର୍ମ କର୍ତ୍ତା ମାନେ ୧୦୮ ଦୀପଦାନ ପ୍ରଜ୍ବଳନ କରାଯାଇଥିବା ସୂଚନା ଦେଇଛନ୍ତି ଗେରେଜ ର ଅନର ବିନୋଦ ନାଏକ।
    4
    ଖଟଖଟିଆ ବିଶ୍ୱକର୍ମା ଓଲଡିଂ ଗେରେଜ ରେ ବିଶ୍ୱକର୍ମା ପୂଜା ପାଳିତ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଖଟଖଟିଆ ଛକ ବିଶ୍ୱକର୍ମା ଓଲଡିଂ ଗେରେଜ ଠାରେ ପାଳିତ ହୋଇଯାଇଛି।ଗେରେଜ ର ମାଲିକ ବିନୋଦ ନାଏକ ଙ୍କ ଦ୍ୱାରା ଏହି ପୂଜାରେ ୫୦୦ ଜଣଙ୍କୁ ଅନ୍ନ ଦାନ ସହିତ ଅନ୍ଧ ମୁକ ବଧିର ମାନଙ୍କ ଦ୍ୱାରା ସୁର ସଂଗୀତ ଭୋଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ଦେଶ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଗେରେଜ ର କର୍ମ କର୍ତ୍ତା ମାନେ ୧୦୮ ଦୀପଦାନ ପ୍ରଜ୍ବଳନ କରାଯାଇଥିବା ସୂଚନା ଦେଇଛନ୍ତି ଗେରେଜ ର ଅନର ବିନୋଦ ନାଏକ।
    user_Brundaban Patra
    Brundaban Patra
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    24 min ago
  • ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।
    1
    ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।
    user_DEBASISH NEPAK
    DEBASISH NEPAK
    Social worker ବାଉଁସୁଣି, ବୌଦ୍ଧ, ଓଡ଼ିଶା•
    2 hrs ago
  • ଦପଲା ଜୁରାମୁଣ୍ଡା ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁରମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେରେ ଗୋବିନ୍ଦ ମହାକୁଡ଼ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇଥିଲେ | କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କୁନି କୁନି କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା |
    4
    ଦପଲା ଜୁରାମୁଣ୍ଡା ଠାରେ  ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ 
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁରମୁଣ୍ଡା ଗ୍ରାମରେ  ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେରେ ଗୋବିନ୍ଦ ମହାକୁଡ଼ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇଥିଲେ | କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କୁନି କୁନି କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା |
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    24 min ago
  • ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।
    2
    ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 hr ago
  • *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ ବୌଦ୍ଧ:ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ଗାଁରେ ଏବେ ବି ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ପାଇଁ ବର୍ଷ ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନର କାନରେ ପଡୁନାହିଁ। ଫଳରେ ବର୍ଷର ୮ ମାସ କୌଣସି ପ୍ରକାରେ ଚଳି ଯାଉଥିବା ବେଳେ ବର୍ଷାର ୪ ମାସ ଗ୍ରାମବାସୀଙ୍କ ପାଇଁ ନର୍କ ଯନ୍ତ୍ରଣା ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଏ। ଗାଁରୁ ମୁଖ୍ୟ ରାସ୍ତାକୁ ଯିବାକୁ ମଝିରେ ଏକ ପାହାଡିଆ ନାଳ ବାଧକ ସାଜିଛି। ବର୍ଷା ହେଲେ ନାଳରେ ପାଣି ବଢି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାରନ୍ତି ନାହିଁ, ଫଳରେ ୪ ମାସ ପାଠପଢା ବାଧାପ୍ରାପ୍ତ ହୁଏ। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗୁରୁତର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନା ନ ପହଞ୍ଚି ପାରି ମୃତ୍ୟୁ ବରଣ କରିବାର ନଜିର ମଧ୍ୟ ରହିଛି। ଗତ ରବିବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗାଁର ଭଗବାନ କହଁରଙ୍କ ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିନଥିଲା। ଶେଷରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଖଟିଆରେ ବୋହି କାଦୁଅ ଭରା ରାସ୍ତା ଓ ନାଳ ପାର ହୋଇ ପ୍ରାୟ ୨ ଘଣ୍ଟା ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଏକ ଘରୋଇ ଗାଡି ଭଡା କରି ଡାକ୍ତରଖାନା ନେଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଭଗବାନଙ୍କ ସ୍ତ୍ରୀ ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇ ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବରପଦରରୁ ଦମଣ୍ଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପାଖରେ ବାରମ୍ବାର ଦାବୀ କରିଆସୁଛନ୍ତି, ହେଲେ କିଛି ସୁଫଳ ମିଳୁନାହିଁ। ରାସ୍ତା ଦାବୀରେ ୨୦୨୨ ମସିହାରେ ଦମଣ୍ଡା ୧୩ ନମ୍ବର ୱାର୍ଡ ବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ଗ୍ରାମବାସୀ କହିଛନ୍ତି, ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଲେ ୫ ବର୍ଷ ଯାଏଁ ଦେଖା ମିଳେନାହିଁ। ଏମିତି ୧୫ଟି ନିର୍ବାଚନ ବିତିଲାଣି, ପ୍ରତିଶ୍ରୁତି ବଦଳରେ ମିଳିଛି କେବଳ ପ୍ରତାରଣା। ପୂର୍ବତନ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର ୨୦୨୨ ମାର୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପଞ୍ଚାୟତର ଅନେକ ଗାଁକୁ ରାସ୍ତା ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବରପଦର-ଦମଣ୍ଡା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
    1
    *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ*
ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ
*ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ*
ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ
ବୌଦ୍ଧ:ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ଗାଁରେ ଏବେ ବି ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ପାଇଁ ବର୍ଷ ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନର କାନରେ ପଡୁନାହିଁ। ଫଳରେ ବର୍ଷର ୮ ମାସ କୌଣସି ପ୍ରକାରେ ଚଳି ଯାଉଥିବା ବେଳେ ବର୍ଷାର ୪ ମାସ ଗ୍ରାମବାସୀଙ୍କ ପାଇଁ ନର୍କ ଯନ୍ତ୍ରଣା ପାଲଟିଛି।
ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଏ। ଗାଁରୁ ମୁଖ୍ୟ ରାସ୍ତାକୁ ଯିବାକୁ ମଝିରେ ଏକ ପାହାଡିଆ ନାଳ ବାଧକ ସାଜିଛି। ବର୍ଷା ହେଲେ ନାଳରେ ପାଣି ବଢି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାରନ୍ତି ନାହିଁ, ଫଳରେ ୪ ମାସ ପାଠପଢା ବାଧାପ୍ରାପ୍ତ ହୁଏ।
ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗୁରୁତର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନା ନ ପହଞ୍ଚି ପାରି ମୃତ୍ୟୁ ବରଣ କରିବାର ନଜିର ମଧ୍ୟ ରହିଛି।
ଗତ ରବିବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗାଁର ଭଗବାନ କହଁରଙ୍କ ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିନଥିଲା। ଶେଷରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଖଟିଆରେ ବୋହି କାଦୁଅ ଭରା ରାସ୍ତା ଓ ନାଳ ପାର ହୋଇ ପ୍ରାୟ ୨ ଘଣ୍ଟା ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଏକ ଘରୋଇ ଗାଡି ଭଡା କରି ଡାକ୍ତରଖାନା ନେଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଭଗବାନଙ୍କ ସ୍ତ୍ରୀ ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇ ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବରପଦରରୁ ଦମଣ୍ଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପାଖରେ ବାରମ୍ବାର ଦାବୀ କରିଆସୁଛନ୍ତି, ହେଲେ କିଛି ସୁଫଳ ମିଳୁନାହିଁ।
ରାସ୍ତା ଦାବୀରେ ୨୦୨୨ ମସିହାରେ ଦମଣ୍ଡା ୧୩ ନମ୍ବର ୱାର୍ଡ ବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ଗ୍ରାମବାସୀ କହିଛନ୍ତି, ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଲେ ୫ ବର୍ଷ ଯାଏଁ ଦେଖା ମିଳେନାହିଁ। ଏମିତି ୧୫ଟି ନିର୍ବାଚନ ବିତିଲାଣି, ପ୍ରତିଶ୍ରୁତି ବଦଳରେ ମିଳିଛି କେବଳ ପ୍ରତାରଣା।
ପୂର୍ବତନ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର ୨୦୨୨ ମାର୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପଞ୍ଚାୟତର ଅନେକ ଗାଁକୁ ରାସ୍ତା ନାହିଁ।
ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବରପଦର-ଦମଣ୍ଡା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    5 hrs ago
  • ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କଣ୍ଟାମାଳ:-୧୭/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ମହାକୁଡ଼, ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ଭରପୁର ମଜା ନେଇଥିଲେ ।
    3
    ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ
କଣ୍ଟାମାଳ:-୧୭/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ  ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ  ଗୋବିନ୍ଦ ମହାକୁଡ଼, ସମ୍ମାନୀୟ ଅତିଥି ଭାବରେ  ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ଭରପୁର ମଜା ନେଇଥିଲେ ।
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    10 hrs ago
  • କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍‌ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍‌, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍‌ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
    2
    କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ ।
କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । 
କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍‌ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍‌, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍‌ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି ।
ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
    user_Sudhira kumar maharana
    Sudhira kumar maharana
    Voluntary organisation ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.