ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି। ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୨୨୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି। ଏହି ସମସ୍ତ ମାମଲା ଅବକାରୀ ବିଭାଗର ନିରୀକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ପ୍ରଥମ ମାମଲାରେ, ବୌଦ୍ଧ ଅବକାରୀ ବିଭାଗ (କେସ୍ ନଂ- ୧୭/୨୦୨୬-୨୭) ବୌଦ୍ଧ ଥାନା ଅଞ୍ଚଳରେ ଥିବା ବଏଲବେଡ଼ା ଗ୍ରାମ ନିକଟସ୍ଥ ଏକ ନାଳ କୂଳ ଜଙ୍ଗଲରୁ ୧୧୫ କିଲୋଗ୍ରାମ ଅସମର୍ଥିତ (unclaimed) ଗଞ୍ଜେଇ ଜବତ କରିଛି। ଏହି ମାମଲାରେ NDPS Actର ଧାରା 20(b)(C) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଧିକାରୀ ଦିଲ୍ଲୀପ କୁମାର ଶତପଥୀଙ୍କ ଦ୍ଵାରା ଜବତ ଗଞ୍ଜେଇକୁ କୋର୍ଟରେ ଦାଖଲ କରାଯାଇଛି। ସେହିପରି, ଦ୍ଵିତୀୟ ମାମଲାରେ ମୋବାଇଲ୍ ସ୍କ୍ଵାଡ୍ ର ମୋବାଇଲ୍ ୟୁନିଟ୍ (କେସ୍ ନଂ- ୬୨/୨୦୨୬-୨୭) ବାଉଁଶୁଣୀ ଥାନା ଅନ୍ତର୍ଗତ ଗୁନ୍ଦୁଲିଆ ଯୋର ଅଞ୍ଚଳରୁ ଅନ୍ୟ କେତେକ ଲାୱାରିସ୍ ଗଞ୍ଜେଇ ପ୍ୟାକେଟ୍ ଜବତ କରି ୧୦୫ କିଲୋଗ୍ରାମ ଗଞ୍ଜେଇ ଉଦ୍ଧାର କରିଛି। ଅବକାରୀ ଉପ-ନିରୀକ୍ଷକ (S.I.) ସତ୍ୟନାରାୟଣ ପ୍ରଧାନ ଏହି ମାମଲାର ତଦନ୍ତ କରୁଥିବା ବେଳେ ଏହି ଜବତ ସାମଗ୍ରୀକୁ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ଏହି ଦୁଇଟି ଚଢ଼ାଉ ମାଧ୍ୟମରେ ବୌଦ୍ଧ ଜିଲ୍ଲାରୁ ସର୍ବମୋଟ ୨୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ଅବକାରୀ ବିଭାଗ ସଫଳ ହୋଇଛି। ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜିଲ୍ଲାରେ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଆଗାମୀ ଦିନରେ ଏହିଭଳି ଚଢ଼ାଉ ଆହୁରି ଜୋରଦାର କରାଯିବ।

- ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଉପରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ପୋଲିସ ପ୍ରାୟ ୫୫୦ କେଜି ବେଆଇନ ଗଞ୍ଜେଇ ଜବତ କରିବା ସହ ବୌଦ୍ଧ ଜିଲ୍ଲା ବିରିଗଡ଼ ଗ୍ରାମର ଦିନେଶ କହଁର ନାମକ ଜଣେ ଅଭିଯୁକ୍ତ ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘଣ୍ଟାପଡ଼ା ଥାନା ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏସ.ଏଚ.-୪୧ ର ସିରମାଲ ଛକ ନିକଟରେ ନାକା ଚେକିଂ କରୁଥିବାବେଳେ କଣ୍ଟାମାଳ ପଟୁ ଏକ ଧଳା ରଙ୍ଗର ବୋଲେରୋ ପିକ୍ଅପ୍ ଗାଡ଼ି ଦ୍ରୁତ ଗତିରେ ଆସିଥିଲା। ପୋଲିସ ଗାଡ଼ିଟିକୁ ଅଟକାଇବାକୁ ସଙ୍କେତ ଦେଇଥିଲେ ମଧ୍ୟ ଚାଳକ ଜଣକ ଖସି ପଳାଇବା ଉଦ୍ଦେଶ୍ୟରେ ନିଜ ଗାଡ଼ିକୁ ପୋଲିସର ସ୍କର୍ପିଓ ଗାଡ଼ି ସହ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପୋଲିସ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ, ପୋଲିସ କର୍ମଚାରୀମାନେ କୌଣସି ଆଘାତପ୍ରାପ୍ତ ହୋଇନଥିଲେ। ପୋଲିସ କର୍ମଚାରୀମାନେ ତତ୍ପରତା ଦେଖାଇ ଘଟଣାସ୍ଥଳରୁ ହିଁ ଅଭିଯୁକ୍ତ ଚାଳକ ଦିନେଶ କହଁରକୁ କାବୁ କରିବାରେ ସଫଳ ହୋଇଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଗାଡ଼ିର ଯାଞ୍ଚ କରାଯିବା ପରେ, ସେଥିରୁ ୧୬ଟି ପ୍ଲାଷ୍ଟିକ ଜେରି ବ୍ୟାଗ୍ରେ ଲୋଡ୍ ହୋଇଥିବା ୫୫୦ କେଜି ବେଆଇନ ଗଞ୍ଜେଇ ମିଳିଥିଲା। ପୋଲିସ ଏହା ସହିତ ଗୋଟିଏ ବୋଲେରୋ ପିକ୍ଅପ୍ ଗାଡ଼ି ଏବଂ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଘଣ୍ଟାପଡ଼ା ଦେଇ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି SP ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।1
- ଜୁନ୍ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଆବଶ୍ୟକୀୟ ବର୍ଷା ହୋଇନାହିଁ। ଏହି କାରଣରୁ ଚଳିତ ବର୍ଷ ଚାଷକାମ ଆରମ୍ଭ ହୋଇପାରି ନାହିଁ। ବର୍ଷାର ଅଭାବ ଏବଂ ଚାଷକାମରେ ବିଳମ୍ବକୁ ନେଇ ପରିବେଶବିତ କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।1
- ସୋନପୁର ଜିଲ୍ଲାର ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଯୁବରାଜପୁର ଠାରେ ଏକ ଜନ ସମ୍ପର୍କ ଅଭିଯାନ ଆୟୋଜିତ ହୋଇଛି। ଏହି ଅଭିଯାନ ଭୀମ ଆର୍ମୀ ସୋନପୁରର ତତ୍ୱାବଧାନରେ ଏବଂ ବି ଆର୍ ଆମ୍ବେଦକର ସେବାସଂଘ ସୁବଳୟା ଓ ବୀରମହାରାଜପୁରର ମିଳିତ ଉଦ୍ୟମରେ କରାଯାଇଛି।2
- ସୁବର୍ଣ୍ଣପୁର ଜିଲ୍ଲାର ଉଲଣ୍ଡା ବ୍ଲକ ଅନ୍ତର୍ଗତ ଖେମାଲୋଇ ପଞ୍ଚାୟତ ଗ୍ରିଭେନ୍ସଠାରେ ନାରୀ ଶକ୍ତି ଓ ସୁରକ୍ଷା ବାହିନୀ ଏବଂ ମହିଳା ସଂଘ ପକ୍ଷରୁ ମଦ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମହିଳା ସଂଘ ପକ୍ଷରୁ ଏକ ଚେତାବନୀ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ୨୨.୦୬.୨୦୨୬ ତାରିଖରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଏହି ଶୁଣାଣିରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଗ୍ରହଣ କରାଯାଇଥିବା ୭୧ଟି ଦରଖାସ୍ତ ମଧ୍ୟରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପଠାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧମାନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଓ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏହା ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- ଆଜି ବୀରମହାରାଜପୁର ଅନ୍ତର୍ଗତ ରଥପୁରରେ ପ୍ରାୟ ଚାରି ଘଣ୍ଟା ଧରି ଝିପିଝିପି ବର୍ଷା ଲାଗିରହିଥିଲା। ବର୍ତ୍ତମାନ ମଧ୍ୟ ଆକାଶରେ ମେଘୁଆ ପାଗ ଲାଗିରହିଛି।1
- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୁବଶୀଘ୍ର ଆଉ ଏକ ନୂତନ ଷ୍ଟେସନ ଯୋଡ଼ି ହେବାକୁ ଯାଉଛି। ସମ୍ବଲପୁର DRM ସୁବାସ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ତେଇଶମାଇଲ ଷ୍ଟେସନକୁ ଅତି ଶୀଘ୍ର ରେଳ ଗଡ଼ିବ। ଏହି ବଡ଼ ସୂଚନା ସେ ପୁରୁଣାକଟକ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କଲାବେଳେ ଦେଇଛନ୍ତି। ରେଳଧାରଣା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ସହ ଦୁଇଟି ଭାୟାଡକ୍ଟ ଓ ୭ ନମ୍ବର ଟନେଲ ଦେଇ ରେଳ ଚଳାଚଳ କରିବ। ଏହି ପରିପ୍ରେକ୍ଷୀରେ, ସମ୍ବଲପୁର ଡିଭିଜନ DRM ସୁବାସ ଚୌଧୁରୀ ଏକ ସ୍ୱତନ୍ତ୍ର ସମୀକ୍ଷା ଟ୍ରେନରେ ଯାତ୍ରା କରି ମନମୁଣ୍ଡାଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଥିବା ସମସ୍ତ ରେଳ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କରିଛନ୍ତି। ଯାତ୍ରୀମାନେ ଯେପରି ଷ୍ଟେସନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସମସ୍ତ ଷ୍ଟେସନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସେ ରେଳ ବିଭାଗର କର୍ମଚାରୀ ଓ ଠିକାସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରେଳ ଚଳାଚଳ କରୁଥିବା ନବନିର୍ମିତ ପୁରୁଣାକଟକ ଷ୍ଟେସନରେ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରିବା ସହ ସେ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହି ସମୀକ୍ଷା ପରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ବିଧିବଦ୍ଧ ଭାବେ ତେଇଶମାଇଲ ଷ୍ଟେସନକୁ ରେଳ ଗଡ଼ିବ ବୋଲି DRM ପ୍ରକାଶ କରିଛନ୍ତି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି।1
- ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଗଞ୍ଜରେ ଏକ ବଡ଼ ଫାୟାର ଟ୍ରାଜେଡି ଘଟିଛି, ଯେଉଁଥିରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୧୫ ଜଣ ପିଲା ଜୀଅନ୍ତା ଜଳି ଯାଇଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡରେ ୫ରୁ ଅଧିକ ପିଲା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତିନି ମହଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ ହଠାତ୍ ନିଆଁ ଲାଗିଯିବା ପରେ ଭିତରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୀବନ ବଞ୍ଚାଇବା ପାଇଁ ପିଲାମାନେ ପ୍ରଥମ ମହଲାରୁ ତଳକୁ ଡେଇଁପଡ଼ିଥିଲେ। ନିଆଁ ଲିଭାଇବା ପାଇଁ ମୋଟ ୧୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ଏହି ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ଯୋଗୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ, ନିଆଁ କିପରି ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।1