ରାଜ୍ୟରେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା LAccMI ବସ୍ ସେବା ଏବଂ ଆମ ବସଷ୍ଟାଣ୍ଡ ଯୋଜନାରେ ହୋଇଥିବା ଅନିୟମିତତାର ଖୋଳତାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ ଯୋଜନାରେ ଟଙ୍କା ଖର୍ଚ୍ଚ, ୟୁସି ଦାଖଲ ଏବଂ ପରାମର୍ଶଦାତା ନିଯୁକ୍ତିକୁ ନେଇ AG ବିଭିନ୍ନ ବିଭାଗକୁ ଚିଠି ଲେଖିବା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏଥିପ୍ରତି ତତ୍ପରତା ପ୍ରକାଶ କରିଛି। AGଙ୍କ ଏହି ଚିଠି ପରେ ରାଜନୀତି ଜୋର୍ ଧରିଛି। AG ଉଭୟ ଯୋଜନାରେ ପ୍ରଦତ୍ତ ପାଣ୍ଠି, ୟୁଟିଲାଇଜେସନ୍ ସାର୍ଟିଫିକେଟ୍, ଅବ୍ୟବହୃତ ଟଙ୍କା, ପରାମର୍ଶଦାତା ନିଯୁକ୍ତି ଏବଂ ମାଗଣା ବସ୍ ଯାତ୍ରା ପରି ବିଷୟରେ ବିଭାଗଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ LAccMI ବସ୍ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ପାଇଁ ମୋଟ୍ ୨ ହଜାର ୮୦୬ କୋଟି ଟଙ୍କାର ଅନୁଦାନ ରାଶିର ଏକ ବଡ଼ ଅଂଶ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ହୋଇନଥିଲେ ମଧ୍ୟ ପୁଣିଥରେ ଅର୍ଥ ଅନୁଦାନ ଦିଆଯିବା ଉପରେ ଅଡିଟ୍ ପ୍ରଶ୍ନ ଉଠାଇଛି। ୨୦୨୩-୨୪ରେ ୧୫୩ କୋଟି ୫୬ ଲକ୍ଷ, ୨୦୨୪-୨୫ରେ ୩୬୯ କୋଟି ୧୮ ଲକ୍ଷ ଏବଂ ୨୦୨୫-୨୬ରେ ୪୭୮ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିନଥିଲା। ଏତେ ଟଙ୍କା କାହିଁକି ଖର୍ଚ୍ଚ ହୋଇପାରିଲା ନାହିଁ ଏବଂ ତାହା ସତ୍ତ୍ୱେ ପୁଣି କିପରି ବିଭାଗ ପକ୍ଷରୁ ଅଧିକ ଅର୍ଥ ଦିଆଯାଇଥିଲା ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି। ଏହା ସହିତ OSRTC ଦ୍ୱାରା ଏକ୍ସପେଣ୍ଡିଚର୍ ଷ୍ଟେଟମେଣ୍ଟ ଓ ୟୁସି ଦାଖଲ କରାନଯିବା, ବିଶେଷକରି ୨୦୨୪-୨୫ ତୃତୀୟ କ୍ୱାର୍ଟର ପରଠାରୁ ଏକ୍ସପେଣ୍ଡିଚର୍ ଷ୍ଟେଟମେଣ୍ଟ ପ୍ରଦାନ କରାନଯିବା ନେଇ ଅଡିଟ୍ ଆପତ୍ତି ଜଣାଇଛନ୍ତି। ସେହିଭଳି LAccMI ଯୋଜନା ପାଇଁ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍ ମଲ୍ଟିମୋଡାଲ୍ ଟ୍ରାନ୍ଜିଟ୍ ସିଷ୍ଟମ୍ (DIMTS)କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେବା ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। ୨୦୨୩ ଅକ୍ଟୋବରରେ ୬ ମାସ ପାଇଁ ପ୍ରତିମାସ ୨ କୋଟି ୧୪ ଲକ୍ଷ ଟଙ୍କା ଫି'ରେ DIMTSକୁ ନିଯୁକ୍ତ କରାଯାଇଥିଲା, ଯାହା ପରେ ଆଉ ୬ ମାସ ପାଇଁ ବଢ଼ାଯାଇଥିଲା। ଅନ୍ୟପକ୍ଷରେ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କହିଛନ୍ତି ଯେ ସରକାର ଅର୍ଥକୁ ସଠିକ୍ ଢଙ୍ଗରେ ବ୍ୟବହାର କରିଛନ୍ତି ଏବଂ AGଙ୍କ ରିପୋର୍ଟକୁ ତର୍ଜମା କରି ଖୁବଶୀଘ୍ର ପଦକ୍ଷେପ ନିଆଯିବ।

- କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ମହାକାଳପଡ଼ାଠାରେ ଅତନୁ ସବ୍ୟସାଚୀ ନାୟକ ହଜାର ହଜାର ମହିଳାଙ୍କୁ ଏକତ୍ରିତ କରି ଏକ ପ୍ରତିବାଦ ସଭା ଆୟୋଜନ କରିଛନ୍ତି।1
- ଗତ ୨୮ ତାରିଖରେ ହୋଇଥିବା କାଳବୈଶାଖୀ ତାଣ୍ଡବ ଯୋଗୁଁ ସୋନପୁର ସହରରେ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ଏହି ଝଡ଼ ପରେ, ରାସ୍ତା ଘାଟରେ ବହୁ ବଡ଼ ବଡ଼ ଗଛ ଉପୁଡି ପଡିବାରୁ ବିଦ୍ୟୁତ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।1
- Post by Ram Shankar Bhoi1
- ଏକ ପୋଷ୍ଟରେ ଏହି ପ୍ରଶ୍ନ ଉଠାଯାଇଛି ଯେ ମୋଦି ସୁନା କିଣିବା ଏବଂ ବିଦେଶ ଯାତ୍ରା କରିବାକୁ କାହିଁକି ମନା କରୁଛନ୍ତି। ଏହି ପ୍ରମୁଖ ବିଷୟ ଉପରେ ଅଧିକ ଜାଣିବାକୁ ପୋଷ୍ଟରେ ଆହ୍ୱାନ କରାଯାଇଛି।1
- ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ଲୁଟି ନେଇଛନ୍ତି। ଟଙ୍କା ଲୁଟ କରିବା ସହିତ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କୁ ଆକ୍ରମଣ ମଧ୍ୟ କରି ଫେରାର ହୋଇଯାଇଛନ୍ତି।1