ଅନୁଗୋଳ ଜିଲ୍ଲାରେ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସମସ୍ତେ ଦୃଢ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ସଂସଦ ଓ ବିଧାନସଭାରେ ୩୩% ଆସନ ସଂରକ୍ଷଣ: ଐତିହାସିକ ପଦକ୍ଷେପ ମହିଳା ନେତୃତ୍ୱାଧୀନ ବିକାଶ ଆମର ଲକ୍ଷ୍ୟ, ନାରୀ ଶକ୍ତି ବନ୍ଦନକୁ ବିରୋଧ ଅର୍ଥ ନାରୀ ସଶକ୍ତିକରଣର ବିରୋଧ, ନାରୀ ସମାଜ କେବେ କ୍ଷମା ଦେବ ନାହିଁ ସୁଭଦ୍ରା, ଲକ୍ଷପତି ଦିଦି, କନ୍ୟା ବିବାହ ଯୋଜନା ଗୁଡିକ ହେଉଛି ମହିଳା ସଶକ୍ତିକରଣର ଗୋଟିଏ ଗୋଟିଏ ସୁଦୃଢ଼ ସ୍ତମ୍ଭ ମହିଳାଙ୍କ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ନାରୀଙ୍କ ସମ୍ମାନ ହେଉଛି ସମାଜର ଉନ୍ନତିର ଆଧାର – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ନାରୀ କେବଳ ପରିବାରର ନୁହେଁ, ସମାଜ ଓ ଜାତିର ମୂଳ ଶକ୍ତି ଭାବେ ପରିଚିତ। ନାରୀଶକ୍ତିର ବିଶାଳ ସମାଗମ ଭବିଷ୍ୟତ ଓଡ଼ିଶାର ଉନ୍ନତି ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଅନୁଗୋଳରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ନେତୃତ୍ୱ ନେବାକୁ ଆହ୍ୱାନ କରି କହିଥିଲେ ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ । ସେ କହିଥିଲେ ଯେ ନାରୀଙ୍କ ଉନ୍ନତି ବିନା ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ ଓ ନାରୀ ସଶକ୍ତିକରଣ ହେଉଛି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ମୂଳ ଆଧାର। ନାରୀ ଶକ୍ତି ବନ୍ଦନ ବିଲ୍ କୁ ବିରୋଧ ଅର୍ଥ ନାରୀ ଶକ୍ତିର ଅସମ୍ମାନ। ଏହାର ବିରୋଧ ହେଉଛି ନାରୀ ସଶକ୍ତିକରଣର ବିରୋଧ। ଏହାକୁ ନାରୀ ସମାଜ କେବେ କ୍ଷମା ଦେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଭାରତୀୟ ସଂସ୍କୃତିରେ ନାରୀଙ୍କ ସମ୍ମାନ ଓ ପୂଜାର ପରମ୍ପରାକୁ ଉଲ୍ଲେଖ କରି କହିଥିଲେ ଯେ “ୟତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ” ବାକ୍ୟ ଆମ ସମାଜର ମୂଲ୍ୟବୋଧକୁ ପ୍ରକାଶ କରେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ‘ମହିଳାଙ୍କ ନେତୃତ୍ୱରେ ବିକାଶ’ ଆଜି ଦେଶର ମହିଳାମାନଙ୍କୁ ନୂଆ ଦିଗ ଦେଉଛି। ମହିଳାମାନେ ଆଜି ଶିକ୍ଷା, ସୁରକ୍ଷା, ବିଜ୍ଞାନ, କ୍ରୀଡ଼ା ଓ ପ୍ରଶାସନ ସମେତ ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ ପ୍ରମାଣ କରୁଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ନାରୀଶକ୍ତିର ପ୍ରେରଣାଦାୟୀ ପ୍ରତୀକ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକ ପାତ କରି କହିଥିଲେ ଯେ “ସୁଭଦ୍ରା” ଯୋଜନା ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସ୍ୱାଧୀନତା ଦେବା, “ଲକ୍ଷପତି ଦିଦି” ପରି ଉଦ୍ୟମ ମାଧ୍ୟମରେ ଆତ୍ମନିର୍ଭରତା ବୃଦ୍ଧି କରିବା ଓ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ମାଧ୍ୟମରେ ଅଭାବୀ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ସୁଭଦ୍ରା ହିତାଧିକାରୀ ବଅଁରପାଳ ବ୍ଳକ୍ ର ଅଧିବାସୀ ତିଳୋତ୍ତମା ସାମନ୍ତ ଙ୍କ ସହ ବାର୍ତ୍ତାଳାପ କରି ସୁଭଦ୍ରା ଯୋଜନା ରୁ ଗୋପାଳନ କରି କିପରି ଆତ୍ମନିର୍ଭର ହୋଇପାରିଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅନୁଗୋଳ ଜିଲ୍ଲାରେ ୯୦ ହଜାରରୁ ଅଧିକ ଲକ୍ଷପତି ଦିଦି ଥିବାବେଳେ ସମଗ୍ର ରାଜ୍ୟରେ ୧୭ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଏହାଛଡ଼ା “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ରେ ୩୮୮ ଜଣ କନ୍ୟାଙ୍କ ବିବାହ ପାଇଁ ୧.୭୧ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି ଏବଂ ଆଗାମୀ ବର୍ଷ ପାଇଁ ୧୧.୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ଚଳିତ ବଜେଟରେ ମହିଳାଙ୍କ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଓ ଗତ ବର୍ଷ ତୁଳନାରେ ଜେଣ୍ଡର ବଜେଟିଂରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ମହିଳାଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତାକୁ ଆହୁରି ଶକ୍ତିଶାଳୀ କରିବ। ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜୋନ ୨୮ ଜିଲ୍ଲା ପରିଷଦ ମୀରା ଗଡ଼ନାୟକ, ଏନଏସି ଭାଇସ୍ ଚେୟାରମ୍ୟାନ୍ ଅନୁପମା ସାହୁ, ଅନୁଗୋଳ ଜିଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ପ୍ରମୁଖ ଉପସ୍ଥିତ ଥିଲେ।

- Post by NEWS MANORANJAN1
- Post by Gagan Bhoi2
- Post by Darbar Tv1
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। #ପ୍ରବାଦ_ପୁରୁଷ_ଦିବସ #PrabadPrushaDibasa #17April #BijuBabu1
- Post by Rakesh Behera2
- 33 % reservation bill to empower status of living and living stutas upliftment.1
- ଜଗତସିଂହପୁର ୧୭/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଆନନ୍ଦ ମଣ୍ଡପ ପରିସରରେ ଝଡର ଇଗଲ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ବ୍ଲକ ଅଧକ୍ଷ ମନୋଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ, ଜ଼ିଲ୍ଲା ବରିଷ୍ଠ ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ଜ଼ିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜ଼ିଲ୍ଲା ବିଜେଡି ମହିଳା ସଭାପତି ଲୋରା ମହାପାତ୍ର, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର ରାୟ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସାମ୍ବାଦିକ ଅମର ଜ୍ୟୋତି ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼. ରମାକାନ୍ତ ଭୋଇଙ୍କ ଉପରେ ବିଷାଦଗାର କରିଥିଲେ l ଏହି ତିରୋଧାନ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ମହାନ୍ତି, ଗଗନ ଖଣ୍ଡୁଆଳ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ରମେଶ ଚନ୍ଦ୍ର କୁଅଁର, ଅଭିରାମ ଦାସ, ବିରଞ୍ଚି ନାରାୟଣ ମଲ୍ଲିକ, ସାରଦା ଚରଣ ପୃଷ୍ଟି, ଅମୁଲ୍ୟ ମହାପାତ୍ର, ମୃଣ୍ମୟ ସ୍ୱାଇଁ, ବିଜୟ ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶୋକ ଦାସ, କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ନିପ୍ରଭ ବେହେରା, ପ୍ରଶାନ୍ତ ମଲ୍ଲିକ, ବିଚିତ୍ର ସାହୁ, ସେକ୍ ସମସୁଦ୍ଦିନ, ସେକ୍ ସିକନ୍ଦର ବାଦସାହ, ଅରୂପ ନାରାୟଣ ଓଝା, ପଦ୍ମ ଚରଣ ବାରିକ, ସୁଶାନ୍ତ କୁମାର ପରିଡା, ଉମେlଶ ଚନ୍ଦ୍ର ବାରିକ, ବିଜୟାନନ୍ଦ ନାଥ, ସୁଦର୍ଶନ ପଣ୍ଡା, ଅକ୍ଷୟ ଦାସ, ହିମାଂଶୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟା ମମତା ଦାଶ, ସମିତି ସଭ୍ୟା ସୁଭଦ୍ରା ଦାସ, ରୋଜାଲିନି ସ୍ୱାଇଁଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ତଥା ବିଜୁ ପ୍ରେମୀ ଯୋଗଦେଇ ବିଜୁବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ତିରୋଧାନ ଦିବସ ପାଳନ ଅବସରରେ ତିର୍ତ୍ତୋଲ ବିଜୁ ଜନତା ଦଳର କେତକ ଛାମୁଆ ନେତା ଓ କର୍ମୀଙ୍କ ଅନୁପସ୍ଥିତ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିବା ଶୁଣିବାକୁ ମିଳିଥିଲା l4
- Post by NEWS MANORANJAN1