SCB Medicalରେ ବଡ଼ ଆର୍ଥିକ ହେରଫେର୍, ୧ କୋଟି ୪୦ ଲକ୍ଷ ଟଙ୍କା ଗାଏବ। SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବଡ଼ ଆର୍ଥିକ ହେରଫେର ଅଭିଯୋଗ । ୧୦ ବର୍ଷ ଭିତରେ କର୍ମଚାରୀଙ୍କ ପ୍ରାପ୍ୟ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍ ଏବଂ ମାଟର୍ନିଟି ଲିଭ୍ ବାବଦରେ ମିଳିବାକୁ ଥିବା ଟଙ୍କାରେ ହେରଫେର ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଏହି ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଯିବା ବଦଳରେ ଅନ୍ୟତ୍ର ହଡ଼ପ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଯେଉଁ କର୍ମଚାରୀଙ୍କ ଟଙ୍କା ହେରଫେର ହୋଇଛି, ସେମାନେ ମଧ୍ୟ ଦୀର୍ଘ ସମୟ ଧରି ଏହାର ଟେର୍ ପାଇନଥିଲେ । ତେବେ ଆକାଉଣ୍ଟାଣ୍ଟ ଜେନେରାଲ୍ଙ୍କ ଅଡିଟ୍ ସମୟରେ ଏହି ଆର୍ଥିକ ହେରଫେର ଧରାପଡ଼ିଥିବା ସୂଚନା ମିଳିଛି । ଏନେଇ ଗତ ସପ୍ତାହରେ SCB ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଏତେ ବଡ଼ ଅର୍ଥରାଶି କିପରି ହେରଫେର ହେଲା ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଏବେ ତଦନ୍ତର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସାଧାରଣତଃ SCB କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପ୍ରଦାନ ପାଇଁ ଏକାଧିକ ସ୍ତରରେ ଯାଞ୍ଚ ହୋଇଥାଏ । ପ୍ରଥମେ ଡାଟା ଏଣ୍ଟ୍ରି ଅପରେଟର ତଥ୍ୟ କମ୍ପ୍ୟୁଟରରେ ଏଣ୍ଟ୍ରି କରିଥାନ୍ତି । ଏହାପରେ ଡିଲିଂ ଆସିଷ୍ଟାଣ୍ଟ ତଥ୍ୟ ଯାଞ୍ଚ କରନ୍ତି । ପରେ ଆକାଉଣ୍ଟାଣ୍ଟ ଓ କ୍ୟାସିୟରଙ୍କ ମାଧ୍ୟମରେ ଏହା DDOଙ୍କ ନିକଟକୁ ଯାଇଥାଏ । DDOଙ୍କ ଅନୁମୋଦନ ପରେ ବିଲ୍ ଟ୍ରେଜେରିକୁ ଯାଇଥାଏ । ଟ୍ରେଜେରି ପକ୍ଷରୁ ଯାଞ୍ଚ ପରେ Public Financial Management System ବା PFMS ମାଧ୍ୟମରେ ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଦରମା ସହ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପଠାଯାଇଥାଏ । ତେବେ ଏତେଗୁଡ଼ିଏ ଯାଞ୍ଚ ବ୍ୟବସ୍ଥା ଥିବା ସତ୍ତ୍ୱେ ୧୦ ବର୍ଷ ଧରି ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର କିପରି ଚାଲିଥିଲା, ତାହା ଏବେ ବଡ଼ ପ୍ରଶ୍ନ । ଅଡିଟ୍ରେ ଧରାପଡ଼ିବା ପରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ, ତା’ଉପରେ ଏବେ ନଜର ।

- କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha1
- नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं। इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों1
- ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।4
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬1
- ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar1
- ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1
- #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ... ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ । ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ । ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ । ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ । ଅର୍ଥାତ୍, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର । #ଟେଣ୍ଡର_ବିବାଦ #ଠିକାଦାର_ସଂଘ #ଢେଙ୍କାନାଳ #ଠିକାଦାରଙ୍କ_ଅସନ୍ତୋଷ #ଟେଣ୍ଡର_ପ୍ରକ୍ରିୟା #ଠିକାଦାରଙ୍କ_ସମସ୍ୟା #ସରକାରୀ_କାମ #ଉନ୍ନୟନମୂଳକ_କାମ #DhenkanalNews #Dhenkanal #OdishaNews #OdishaNewsToday #BreakingNews #LatestNews #ContractorAssociation #TenderIssue1
- ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha1