ନାରୀଶକ୍ତି ବନ୍ଦନ' ପଦଯାତ୍ରା* ଭାଗିଦାରୀ ନୁହେଁ, ପ୍ରତିନିଧିତ୍ୱ ଦରକାର ଜଗତସିଂହପୁର ୧୬/୪- ଭାଗିଦାରୀ ନୁହେଁ, ପ୍ରତିନିଧିତ୍ୱ ଦରକାର । ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ଦ୍ଵାରା ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣର ଅଧିକାର ମିଳିବାକୁ ଯାଉଛି। ଏହା ଭରତୀୟ ସଂସଦ ର ଏକ ଐତିହାସିକ ଅଧ୍ୟାୟ ଯାହା ୧୯ ସେପ୍ଟେମ୍ବର ୨୦୨୩ ସ୍ବତନ୍ତ୍ର ଅଧିବେଶନ ରେ ଆଗତ ହୋଇ ପରେ ରାଷ୍ଟ୍ରପତି ଙ୍କ ସ୍ବୀକୃତି ଲାଭ କରିଥିଲା।ଏହି ଅଧିନିୟମ କୁ ସମର୍ଥନ ଜଣାଇବା ପାଇଁ ମହିଳାଙ୍କ ସଶକ୍ତିକରଣ ଓ ସମ୍ମାନର ଅନନ୍ୟ ଉତ୍ସବ ଭାବେ ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ବିଶାଳ 'ନାରୀଶକ୍ତି ବନ୍ଦନ' ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏକ ବିଶାଳ ଜନଜାଗରଣ ଅଭିଯାନ ମହିଳା ସଶକ୍ତିକରଣକୁ ନେଇ “ନାରୀ ଶକ୍ତି ବନ୍ଦନ ପଦଯାତ୍ରା” ଆଜି ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀରୁ ଆରମ୍ଭ ହୋଇ କଲେକ୍ଟରେଟ୍ ଗ୍ରାଉଣ୍ଡ ପର୍ଯ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଙ୍କ ଦ୍ୱାରା ଉଦ୍ଘାଟିତ ଏହି ପଦଯାତ୍ରା ରେ ପ୍ରାୟ ୨୦୦୦ରୁ ଅଧିକ ମହିଳା WSHG ସଦସ୍ୟ, ଜିଲ୍ଲା ସ୍ତରୀୟ ଫେଡେରେସନ୍ ପ୍ରତିନିଧିମାନେ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଓ ଆଙ୍ଗନବାଡ଼ି କର୍ମୀମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହି ବିଶାଳ ସଂଖ୍ୟାର ଉପସ୍ଥିତି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲା। ଏହି ପଦଯାତ୍ରା ଆୟୋଜିତ ଅଭିଭାଷଣ କାର୍ଯ୍ୟକ୍ରମ ସହ ଶେଷ ହୋଇଥିଲା। ଏହି ରାଲି ଲିଙ୍ଗ ସମାନତା, ମହିଳାଙ୍କ ଅଧିକାର ଓ ସମାଜର ସମସ୍ତ ସ୍ତରରେ ମହିଳା ସଶକ୍ତିକରଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା।
ନାରୀଶକ୍ତି ବନ୍ଦନ' ପଦଯାତ୍ରା* ଭାଗିଦାରୀ ନୁହେଁ, ପ୍ରତିନିଧିତ୍ୱ ଦରକାର ଜଗତସିଂହପୁର ୧୬/୪- ଭାଗିଦାରୀ ନୁହେଁ, ପ୍ରତିନିଧିତ୍ୱ ଦରକାର । ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ଦ୍ଵାରା ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣର ଅଧିକାର ମିଳିବାକୁ ଯାଉଛି। ଏହା ଭରତୀୟ ସଂସଦ ର ଏକ ଐତିହାସିକ ଅଧ୍ୟାୟ ଯାହା ୧୯ ସେପ୍ଟେମ୍ବର ୨୦୨୩ ସ୍ବତନ୍ତ୍ର ଅଧିବେଶନ ରେ ଆଗତ ହୋଇ ପରେ ରାଷ୍ଟ୍ରପତି
ଙ୍କ ସ୍ବୀକୃତି ଲାଭ କରିଥିଲା।ଏହି ଅଧିନିୟମ କୁ ସମର୍ଥନ ଜଣାଇବା ପାଇଁ ମହିଳାଙ୍କ ସଶକ୍ତିକରଣ ଓ ସମ୍ମାନର ଅନନ୍ୟ ଉତ୍ସବ ଭାବେ ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ବିଶାଳ 'ନାରୀଶକ୍ତି ବନ୍ଦନ' ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏକ ବିଶାଳ ଜନଜାଗରଣ ଅଭିଯାନ ମହିଳା ସଶକ୍ତିକରଣକୁ ନେଇ “ନାରୀ ଶକ୍ତି ବନ୍ଦନ ପଦଯାତ୍ରା” ଆଜି
ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀରୁ ଆରମ୍ଭ ହୋଇ କଲେକ୍ଟରେଟ୍ ଗ୍ରାଉଣ୍ଡ ପର୍ଯ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଙ୍କ ଦ୍ୱାରା ଉଦ୍ଘାଟିତ ଏହି ପଦଯାତ୍ରା ରେ ପ୍ରାୟ ୨୦୦୦ରୁ ଅଧିକ ମହିଳା WSHG ସଦସ୍ୟ, ଜିଲ୍ଲା ସ୍ତରୀୟ ଫେଡେରେସନ୍ ପ୍ରତିନିଧିମାନେ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଓ ଆଙ୍ଗନବାଡ଼ି କର୍ମୀମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ଏହି ବିଶାଳ ସଂଖ୍ୟାର ଉପସ୍ଥିତି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲା। ଏହି ପଦଯାତ୍ରା ଆୟୋଜିତ ଅଭିଭାଷଣ କାର୍ଯ୍ୟକ୍ରମ ସହ ଶେଷ ହୋଇଥିଲା। ଏହି ରାଲି ଲିଙ୍ଗ ସମାନତା, ମହିଳାଙ୍କ ଅଧିକାର ଓ ସମାଜର ସମସ୍ତ ସ୍ତରରେ ମହିଳା ସଶକ୍ତିକରଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା।
- Post by ନିଷ୍ଠୁର ଦୁନିଆ Live1
- Post by NEWS MANORANJAN1
- Post by Darbar Tv1
- ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l1
- ଦୁର୍ଘଟଣା ପରେ ଆହାତ ଟ୍ରକ ଡ଼୍ରାଇଭରକୁ କିଭଳି ଭାବରେ ମାଡ଼ ମାରି ଲୁଟି ନେଲେ ଶୁଣନ୍ତୁ1
- Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...2
- Post by Ranjan Khuntia1
- Post by ନିଷ୍ଠୁର ଦୁନିଆ Live1
- Post by NEWS MANORANJAN1