ପାଇଖାନା ଟାଙ୍କି ସେଣ୍ଟରିଙ୍ଗ ଖୋଲିବା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର ବାମରା, ୩୧/୩ (ଜନମୁଖ): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ମହୁଲପାଲି ଥାନା କେଶେଇବାହାଲ ଗ୍ରାମରେ ଆଜି ଏକ ଶୋଚନୀୟ ଘଟଣା ଘଟିଯାଇଛି। ନୂତନ ଭାବେ ନିର୍ମାଣ ହେଉଥିବା ଏକ ପାଇଖାନା ଟାଙ୍କିର ସେଣ୍ଟରିଙ୍ଗ ଖୋଲିବା ସମୟରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। କେମିତି ଘଟିଲା ଦୁର୍ଘଟଣା? ସୂଚନା ଅନୁସାରେ, ବାହାଦୂର ପଡ଼ାର ହେମନ୍ତ ବେହେରାଙ୍କ ଘରେ ପ୍ରାୟ ୧୦-୧୨ ଫୁଟ ଗଭୀରର ଏକ ପାଇଖାନା ଟାଙ୍କି ନିର୍ମାଣ ଚାଲିଥିଲା। ପ୍ରାୟ ୨୦ ଦିନ ପରେ ଆଜି ସକାଳେ ଏହାର ସେଣ୍ଟରିଙ୍ଗ ଖୋଲିବା ପାଇଁ ଶ୍ରମିକ ସୁଶିଲ ନାଏକ (୩୫) ସିଡି ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ। ମାତ୍ର ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସେ ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ। ସୁଶିଲଙ୍କ କୌଣସି ସଡ଼ାଶବ୍ଦ ନପାଇ ଉପରେ ଥିବା ଅନ୍ୟ ଜଣେ ଶ୍ରମିକ ଆନନ୍ଦ ମାଝୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ଅଚେତ ହୋଇପଡ଼ିଥିଲେ। ଏହାପରେ ଭିକାରୀ ଚନ୍ଦ୍ର ବେହେରା ଓ ପରେ ଘର ମାଲିକ ହେମନ୍ତ ବେହେରା ମଧ୍ୟ ଜଣକ ପରେ ଜଣେ ଟାଙ୍କି ଭିତରକୁ ଯାଇ ଶ୍ୱାସରୁଦ୍ଧ ହୋଇ ସେଠାରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା: ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଏକ ଜେସିବି ମେସିନ ମଗାଯାଇଥିଲା ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଶିଲ ନାଏକ ଓ ଭିକାରୀ ଚନ୍ଦ୍ର ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ, ହେମନ୍ତ ବେହେରା ଓ ଆନନ୍ଦ ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। (ଫଟୋ AI ପ୍ରସ୍ତୁତି)
ପାଇଖାନା ଟାଙ୍କି ସେଣ୍ଟରିଙ୍ଗ ଖୋଲିବା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର ବାମରା, ୩୧/୩ (ଜନମୁଖ): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ମହୁଲପାଲି ଥାନା କେଶେଇବାହାଲ ଗ୍ରାମରେ ଆଜି ଏକ ଶୋଚନୀୟ ଘଟଣା ଘଟିଯାଇଛି। ନୂତନ ଭାବେ ନିର୍ମାଣ ହେଉଥିବା ଏକ ପାଇଖାନା ଟାଙ୍କିର ସେଣ୍ଟରିଙ୍ଗ ଖୋଲିବା ସମୟରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। କେମିତି ଘଟିଲା ଦୁର୍ଘଟଣା? ସୂଚନା ଅନୁସାରେ, ବାହାଦୂର ପଡ଼ାର ହେମନ୍ତ ବେହେରାଙ୍କ ଘରେ ପ୍ରାୟ ୧୦-୧୨ ଫୁଟ ଗଭୀରର ଏକ ପାଇଖାନା ଟାଙ୍କି ନିର୍ମାଣ ଚାଲିଥିଲା। ପ୍ରାୟ ୨୦ ଦିନ ପରେ ଆଜି ସକାଳେ ଏହାର ସେଣ୍ଟରିଙ୍ଗ ଖୋଲିବା ପାଇଁ ଶ୍ରମିକ ସୁଶିଲ ନାଏକ (୩୫) ସିଡି ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ। ମାତ୍ର ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସେ ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ। ସୁଶିଲଙ୍କ କୌଣସି ସଡ଼ାଶବ୍ଦ
ନପାଇ ଉପରେ ଥିବା ଅନ୍ୟ ଜଣେ ଶ୍ରମିକ ଆନନ୍ଦ ମାଝୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ଅଚେତ ହୋଇପଡ଼ିଥିଲେ। ଏହାପରେ ଭିକାରୀ ଚନ୍ଦ୍ର ବେହେରା ଓ ପରେ ଘର ମାଲିକ ହେମନ୍ତ ବେହେରା ମଧ୍ୟ ଜଣକ ପରେ ଜଣେ ଟାଙ୍କି ଭିତରକୁ ଯାଇ ଶ୍ୱାସରୁଦ୍ଧ ହୋଇ ସେଠାରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା: ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଏକ ଜେସିବି ମେସିନ ମଗାଯାଇଥିଲା ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଶିଲ ନାଏକ ଓ ଭିକାରୀ ଚନ୍ଦ୍ର ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ, ହେମନ୍ତ ବେହେରା ଓ ଆନନ୍ଦ ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। (ଫଟୋ AI ପ୍ରସ୍ତୁତି)
- Post by ସୋନୁ ଟାଇଗର1
- ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।1
- କୁଟି ସେ ଆ ନା ଜାନା1
- #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- Post by ସୋନୁ ଟାଇଗର1