ବଲାଙ୍ଗୀର ରାଜପଥରେ ଦୁର୍ଘଟଣା ଗ୍ରାଫ୍ ଉପରମୁହାଁ, ୬ ବର୍ଷରେ ୧୦୩୮ଜଣଙ୍କ ମୃତ୍ୟୁ ଅସୁରକ୍ଷିତ ବଲାଙ୍ଗୀର ରାଜପଥ। ପ୍ରତିଦିନ ଘଟୁଛି ଦୁର୍ଘଟଣା। କେତେବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ବ୍ୟକ୍ତିଗତ ଓ ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ବଲାଙ୍ଗିର ଜିଲ୍ଲାର ବିଗତ ୬ବର୍ଷର ତଥ୍ୟକୁ ଦେଖିଲେ ଚଳିତ ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ଦୁର୍ଘଟଣା ଏବଂ ପ୍ରାଣହାନୀ ହୋଇଛି । ଏଥର ଜିଲ୍ଲାରେ ୩୬୨ଟି ମୃତ୍ୟୁ ଘଟିଥିବା ବେଳେ ୨୦୫ଜଣ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୋଟାମୋଟି ଭାବରେ ୬ବର୍ଷ ଭିତରେ ସମୁଦାୟ ୧୦୩୮ଜଣଙ୍କ ମୃତ୍ୟୁ ହୋଇଛି । ଏହି ପରିସଂଖ୍ୟନ ଏବେ ବଲାଙ୍ଗିରବାସୀଙ୍କୁ ଯେତେ ଚକିତ କରିଛି, ସେତେ ଚିନ୍ତା ମଧ୍ୟ ବଢ଼ାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହର ଦେଇ ଜାତୀୟ ରାଜପଥ-୨୬, ଜାତୀୟ ରାଜପଥ-୫୭ ଏବଂ ରାଜ୍ୟ ରାଜପଥ -୪୨ ଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟରେ ଜାତୀୟ ରାଜପଥ ୫୯ ଏବଂ ସିନେ୍ଧକେଲା ନିକଟରେ ରାଜ୍ୟ ରାଜପଥ-୧୬ ଯାଇଛି । ଏହାବାଦ୍ ବଲାଙ୍ଗିର ଦେଇ ବିଶାଖାପାଟଣାରୁ କଲିକତା ପର୍ଯ୍ୟନ୍ତ ପ୍ରତିଦିନି ଶହଶହ ମାଲବାହୀ ଟ୍ରକ ତଥା ପର୍ଯ୍ୟଟକ ଯିବାଆସିବା କରିଥାନ୍ତି । ତା'ରି ଭିତରେ କେଉଁଠି କେତେବେଳେ ଛୋଟମୋଟ ଦୁର୍ଘଟଣା ହେବା ସ୍ୱଭାବିକ । ହେଲେ ଗତ କିଛିବର୍ଷ ହେବ ଏହି ଦୁର୍ଘଟଣା ଏବଂ ତଦଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୨୦ ମସହିାରେ ଜିଲ୍ଲାରେ ୨୯୩ଟି ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୧୪୪ଜଣ ଡ୍ରାଇଭର ଏବଂ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୩ଶହରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୨କୁ ଖସିଥିଲା । ଏହାବାଦ୍ ୨୦୨୨ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୩୧୪ରେ ପହଞ୍ଚିଥିଲା । ସେହିବର୍ଷ ମୃତକ ସଂଖ୍ୟା ମଧ୍ୟ ୧୩୫ ପାର କରିଥିଲା । ଏହାବାଦ୍ ରେ ୨୦୨୩ ମସିହାରେ ୩୩୬ଟିରେ ଦୁର୍ଘଟଣା ଘଟିଥିବା ବେଳେ ୧୮୧ଜଣକ ମୃତ୍ୟୁ ହୋଇଥିବା ବେଳେ ୨୦୨୪ ମସିହାରେ ବାର୍ଷିକ ମୃତକ ସଂଖ୍ୟା ୨୦୧ରେ ପହଞ୍ଚିଥିଲା । କାରଣ ସେହିବର୍ଷ ଦୁର୍ଘଟଣା ମଧ୍ୟ ୩୬୩ରେ ରହିଥିଲା । ଶେଷରେ ଚଳିତବର୍ଷ ୩୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ୬ବର୍ଷ ଭିତରେ ୧ହଜାରରୁ ଉର୍ଦ୍ଧ୍ୱ ଜୀବନହାନୀ କିଛି ସହଜ କଥା ନୁହେଁ । ତେଣୁ ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ କେବଳ ସଚେତନତା ଉପରେ ନିର୍ଭର ନକରି ମାଲ ଓ ଯାତ୍ରୀ ପରିବହନ କିଭଳି ସନ୍ତୁଳିତ ଏବଂ ସୁରକ୍ଷିତ ହେବ, ରାଜରାସ୍ତା କିଭଳି ଦୁର୍ଘଟଣାମୁକ୍ତ ଏବଂ ଅବାଧ ହେବ ସେନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- ଅନ୍ନଦାତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାତ୍ସଲ୍ୟ ପ୍ରତିବାଦରେ ସୋନପୁରରେ କୃଷିମନ୍ତ୍ରୀଙ୍କୁ ବିରୋଧକଲେ ସୋନପୁରର ଚାଷୀ l ଗଣତନ୍ତ୍ରରେ ପ୍ରତିବାଦ ଏକ ସ୍ୱାଭାବିକ ପ୍ରକ୍ରିୟା ମାତ୍ର ଆନ୍ଦୋଳନ ରତ କୃଷକଙ୍କୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଆକ୍ରମଣ l ଏବଂ ପୁଲିସର ନୀରବତା କୁ ମୁଁ ଦୃଢ଼ ନିନ୍ଦା କରୁଛି l ଗଣତନ୍ତ୍ର ହତ୍ୟାକାରୀ ବିଜେପି ଦଳର ଏତାଦୃଶ କାର୍ଯ୍ୟର ଦୃଢ଼ ଯବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ.. ଏତେବଡ଼ ଘଟଣା ପରେବି ସମସ୍ତ ପ୍ରମୁଖ ଗଣମାଧ୍ୟମ ନୀରବ Naveen Patnaik Pradip Kumar Amat Debi Prasad Mishra Dr Arun Kumar Sahoo Abakash Sahoo CMO Odisha Biju Janata Dal Odisha BJP Odisha1
- #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।1
- #ଦିନେଦେଖେଇଦେଲୁରେ ratipunijn1
- ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l1
- ରାଉରକେଲାରେ ବିମାନ ଦୁର୍ଘଟଣା1