ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଉଛି ସମସ୍ତ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା, ନକଲି, ସ୍ଥାନାନ୍ତରିତ ଏବଂ ଅଯୋଗ୍ୟ ନାମଗୁଡ଼ିକୁ ଅପସାରଣ କରିବା, ମତଦାତାଙ୍କ ତଥ୍ୟରେ ଆବଶ୍ୟକ ସଂଶୋଧନ ଓ ଅଦ୍ୟତନ କରିବା ଏବଂ ଏକ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସାଧାରଣ ଜନତାଙ୍କ ସହଯୋଗ ଓ ସମର୍ଥନ ଲୋଡ଼ିଛି। ନାଗରିକମାନଙ୍କୁ BLO ମାନଙ୍କ ସହ ସକ୍ରିୟ ଭାବେ ସହଯୋଗ କରି ଘରେ ଘରେ ଯାଞ୍ଚ କାର୍ଯ୍ୟ କରୁଥିବା BLO ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସାଧାରଣ ଜନତାଙ୍କ ସୁବିଧା ପାଇଁ କଲେକ୍ଟର କାର୍ଯ୍ୟାଳୟ ଏବଂ ସମସ୍ତ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ହେଲ୍ପଡେସ୍କ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ, ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରାଯାଇପାରିବ। ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୨ଟି ବିଧାନସଭା ମଣ୍ଡଳୀ ରହିଛି, ଯଥା — ସୋନପୁର ଓ ବୀରମହାରାଜପୁର। ଜିଲ୍ଲାରେ ମୋଟ ୫୮୬ଟି ବୁଥ୍ ପାଇଁ ପ୍ରତ୍ୟେକ ବୁଥ୍ ପାଇଁ ଜଣେ BLO ନିଯୁକ୍ତ ଅଛନ୍ତି ଏବଂ ପ୍ରତ୍ୟେକ ୧୦ଟି ବୁଥ୍ ପାଇଁ ଜଣେ BLO ସୁପରଭାଇଜର ନିଯୁକ୍ତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବୁଥ୍ ପାଇଁ ସ୍ୱେଚ୍ଛାସେବୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହା ସହିତ, ରାଜନୈତିକ ଦଳମାନଙ୍କ ପକ୍ଷରୁ Booth Level Agent (BLA) ମାନେ ମଧ୍ୟ ନିଯୁକ୍ତ ହୋଇ ସମଗ୍ର ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଂଶଗ୍ରହଣମୂଳକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରତିବଦ୍ଧ।

- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ହିଙ୍ଗମା ଗ୍ରାମରେ ବୃଦ୍ଧ ଏବଂ ବିଧବା ଭତ୍ତା ହିତାଧିକାରୀମାନେ ଦୀର୍ଘ ଦୁଇ ମାସ ଧରି ସେମାନଙ୍କର ଭତ୍ତା ରାଶି ପାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।1
- Post by BAHUJAN ADHIKAR1
- ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ଦ୍ୱାରା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବା ଯୋଗୁଁ, ଏହି ବୃଦ୍ଧବୃଦ୍ଧାମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।1
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ବୃଦ୍ଧ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି।1
- ଗତକାଲି ଗୁରୁବାର ରାତି ପ୍ରାୟ ୮.୧୫ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ଏକ ପ୍ରବଳ କାଳବୈଶାଖୀ ଝଡ଼, ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି। ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସମେତ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ରହିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେତୁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି। ଏହା ବ୍ୟତୀତ, ଗଛ ପଡ଼ି ଅନେକ ଘର ଓ ରାସ୍ତାକଡରେ ଥିବା କାର୍, ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ମଧ୍ୟ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ଘଟଣା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ୍ରାଫ ଟିମ୍ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମଧ୍ୟ ପୌର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋନପୁର ଜିଲ୍ଲାବାସୀ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଥିବା ବେଳେ କେବେ ବିଦ୍ୟୁତ୍ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ବୁଦ୍ଧିଜୀବିମାନେ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ୍ ବିଭାଗର ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହାସହ, କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବୀ ହେଉଛି।1