ଯୋରନ୍ଦା ମାଘ ପୂର୍ଣ୍ଣିମା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜିଲ୍ଲା -ଢେଙ୍କାନାଳ ରିପୋର୍ଟ -ତାପସଦାସ,ଆଜି ପୂର୍ବାହ୍ନରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ଫେବୃଆରୀ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏହି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହେବ । ବୈଠକରେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକି କରଣ, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟମିତ ବିଦ୍ୟୁତ୍ ଯୋଗାଣ,ନିୟନ୍ତ୍ରଣ କକ୍ଷ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଯାତ୍ରା ପଡ଼ିଆ ସଂପ୍ରସାରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଭଜନ ସମାରୋହ, ମନ୍ଦିର ପାର୍ଶ୍ଵରେ ବ୍ୟାରିକେଟ୍ ନିର୍ମାଣ ଯାତ୍ରା ପଡ଼ିଆରେ ଜଳ ସିଞ୍ଚନ, ମହିମା ମହୋତ୍ସବ ଆୟୋଜନରେ ଆଦି ସଂପର୍କରେ ଆଲୋଚ଼ନା ହୋଇଥିଲା ।

- ଗୁଣ୍ଡା ବାହାରିଲା ଘୋଡ଼ା ସହିତ | ଭୁବନ ଗୁରୁଙ୍କ ନୂଆ ନାଟକ 2025 ର ଫୁଲଭଟା ଗ୍ରାମ ସିନ୍ଦୂର ମୋ ପାଇଁ କୋଳଙ୍କ ଟିକା1
- ଭୁବନ ଆରାଧ୍ୟ ଦେବ ବାବା ବୁଦ୍ଧେଶ୍ୱରଙ୍କ ପୀଠରେ ସଂଧ୍ୟା ଆଳତୀ ଦର୍ଶନ1
- Gotie chaule gadha dhenkanal #odiareels #odishablogger #odiatiktok #1
- Full support kara e pila k famous heba pare e 😂🕺🕺🕺 S U M I T1
- Sambalpuri power 💃🕺1