ଉତ୍ସବମୁଖର ପରିବେଶରେ ପାଳିତ ହେଲା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ । କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ପୋଷ୍ଟ ଅଫିସ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମଟି ସମ୍ପାଦକ ହନକ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡ଼. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଜୀବନ ଓ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଡ଼. ଆମ୍ବେଦକରଙ୍କ ଜୀବନୀ ଓ ସମାଜ ସୁଧାର ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରା ସମାଜରେ ସମାନତା, ନ୍ୟାୟ ଓ ଶିକ୍ଷାର ମହତ୍ତ୍ୱ କୁ ପ୍ରକାଶ କରେ। ସେହିପରି ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼. ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଅବଦାନ ଓ ସମାଜର ପଛୁଆ ବର୍ଗଙ୍କ ଅଧିକାର ପାଇଁ ତାଙ୍କର ଅବିରତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଇକଲା ସରପଞ୍ଚ ସୁରେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ପ୍ରଧାନ, ଟାର୍ଜନ ସାହୁ ସହ ଅନେକ ସ୍ଥାନୀୟ ବ୍ୟକ୍ତି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଗ୍ରେସିଙ୍ଗିଆ ଛକ ଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଡ଼. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଏମ୍.ଏମ୍.ସି. ମେଡିକାଲ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଫରେଷ୍ଟର ଶାନ୍ତନୁ ପ୍ରଧାନ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଅଜୟ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ରାମକୃଷ୍ଣ ଚୌଧୁରୀ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ନେତ୍ରୀ ସସ୍ମିତା ମଲ୍ଲିକ ସମେତ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହା ସହ ଏମ୍.ଏମ୍.ସି. ମେଡିକାଲ ତାଲିମପ୍ରାପ୍ତ ଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମୀ ଫିରୋଜ୍ ଦିଗାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ଆମନ ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତେ ଡ଼. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାନତା, ନ୍ୟାୟ ଓ ଶିକ୍ଷାର ପ୍ରଚାର ପାଇଁ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।

- Post by BAHUJAN ADHIKAR1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- Post by SONEPUR NEWS1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।1
- ସୁବର୍ଣ୍ଣପୁର: ବିପୁଳ ପରିମାଣର ଗଞ୍ଜେଇ ଜବତ ପୁଲିସ ବିଭାଗର ବଡ ବଡ ଅଧିକାରୀଙ୍କ ଗେହ୍ଲାପୁଅ ସାଜିଥିବା ଫାର୍ମ ହାଉସ ମାଲିକ ଚକ୍ର ପାତ୍ରଙ୍କ ଗଞ୍ଜେଇ ଡିପୋ ଉପରେ ଆଜି ପୁଲିସ ରେଡ୍ କରିଛି।1