ନୟାଗଡ଼ ଜିଲ୍ଲା ଫତେଗଡ ପୋଲିସକୁ ବଡ଼ ସଫଳତା। ଫତେଗଡ ପଞ୍ଚାୟତ ମଣିପୁର ଗ୍ରାମର ରୁପେଇ ଖଟେଇ ୧୩ କିଲୋ ଶହେ ଗ୍ରାମ ଗଞ୍ଜେଇ ଚାଲାଣ ବେଳେ ଗିରଫ। ଗଞ୍ଜେଇ ଚାଲାଣ କାରୀଙ୍କ ବୃଦ୍ଧି ମାନିବାକୁ ପଡିବ। ରାସ୍ତା ଘାଟରେ ପୋଲିସ କଡାକଡି ଭାବରେ ଗାଡ଼ି ଯାଞ୍ଚ କରୁଥିବାରୁ ଗଞ୍ଜେଇ ଚାଲାଣ କାରୀଙ୍କ ଅଭିନବ ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଗଞ୍ଜେଇ ଚାଲାଣ କାରୀ ଫୁଲବାଣୀ ଅଞ୍ଚଳରୁ ଦାମୀ ଗାଡ଼ିରେ ଗଞ୍ଜେଇ ନଆଣି ଲୁନା, ସ୍କୁଟିରେ ଅଳ୍ପ ଅଳ୍ପ ଆଣି ଗାଁ ଗହଳି ସମେତ ନୟାଗଡ଼ ଓ ଆଖପାଖ ପଡୋଶୀ ଜିଲ୍ଲାରେ ବିକ୍ରୀ କରିଥାନ୍ତି। ଗଞ୍ଜେଇ ଚାଲାଣକାରୀ ସବୁ ବେଳେ ଗଞ୍ଜେଇ ଚାଲାଣ କରିବା ପାଇଁ ଅଭିନବ ଉପାୟ ଆପଣେଇଥାନ୍ତି। କେତେବେଳେ ପରିବା ବୋଝେଇ ଗାଡି ତ କେତେବେଳେ ଆମ୍ବୁଲାନ୍ସ। ଏହିପରି ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଏଥର ମଧ୍ୟ ଫତେଗଡ ଥାନା ଅଞ୍ଚଳରେ ଏକ ଭିନ୍ନ ଉପାୟ ଆପଣେଇ ଥିଲେ ଗଞ୍ଜେଇ ଚାଲାଣକାରୀ। ମଣିପୁର ଗ୍ରାମର ରୁପେଇ ଖଟେଇ ଏକ ଲୁନା ଗାଡ଼ିରେ ଗାଁ ଗହଳିରେ ବୁଲି ପୁରୁଣା ଲୁହା, ପ୍ଲାଷ୍ଟିକ ଡବା, ଖାତା ବହି କବାଡିଆ ବେପାର କରନ୍ତି। ଅଖା ଭିତରେ ଗଞ୍ଜେଇ ଚାଲାଣ କରି ବିକ୍ରୀ କରିଥାନ୍ତି। ଶନିବାର ସକାଳୁ କୈାଣସି ସୂତ୍ରରୁ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡ଼ା ସୂଚନା ପାଇଁ ଏଏସଆଇ ଭାବଗ୍ରାହୀ ମଲ୍ଲିକ ଓ ପୋଲିସ କର୍ମଚାରୀ କଳାପଥର ଠାରୁ କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥ ରାସ୍ତା ମଣିପୁର ଛକରେ ଛକି ରହିଥିଲେ। ରୁପେଇ ଖଟେଇ ଏକ ଲୁନା ଗାଡ଼ିରେ ଭଙ୍ଗା ଟିଣ ଓ ଖାତା ବହି, ପ୍ଲାଷ୍ଟିକ ଡବା , ବୋତଲ ନେଇ ଯାଉଥିବା ବେଳେ ଅଟକ ରଖି ଅଖା ଭିତର ଯାଞ୍ଚ କରିଥିଲେ।। ସେଥରେ ଗଞ୍ଜେଇ ଥିବା ଜଣା ପଡିଥିଲା। ମୋଟ ୧୩ କିଲୋ ଶହେ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା।। ଏଥିସହ ପୋଲିସ ଲୁନାଗାଡି ସହ ଗଞ୍ଜେଇ ଜବତ କରିବା ସହ ରୁପେଇଙ୍କୁ ଅଟକ ରଖି ଅଧିକ ତଦନ୍ତ ଚାଲୁ ରଖିଛନ୍ତି। ରବିବାର କୋର୍ଟ ଚାଲାଣ କରାଯାଇଥିଲା ଥାନାଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି।କେସର ତଦନ୍ତ କରୁଛନ୍ତି ସବ୍ ଇନ୍ସପେକ୍ଟର ଅରୂପା ନନ୍ଦ ନାୟକ।

- ବେଗୁନିଆ ABCD group Dance super Hite molody last pajant Dekhantu like comment share please dia 🙏😀❤️1
- Maa Khilamunda Ranpur Nayagarh || ମା ଖିଲାମୁଣ୍ଡା ମନ୍ଦିର ରଣପୁର ନୟାଗଡ1
- ରାମ ଜନ୍ମ / ଅଭିଶପ୍ତ ଦଶରଥ ବହି ପୂଜା ।ଯାତ୍ରା ମଣିନାଗ ରଣପୁର।। ନୟାଗଡ଼।।1
- Mini Ramojifilmcity#kotagada Park# ବହୁତ୍ ସୁନ୍ଦର#RanpurRoad# ରଣପୁର ରୋଡ1
- ତିଗିରିଆ ଥାନା ଅଞ୍ଚଳରେ ଦାଦାବଟି ର ମାଷ୍ଟର ମାଇଣ୍ଡ ଅରୁଣ ନାୟକ ଗିରଫ ||1
- ତିଗିରିଆ ଥାନା ଅଞ୍ଚଳରେ ଦାଦାବଟି ର ମାଷ୍ଟର ମାଇଣ୍ଡ ଅରୁଣ ନାୟକ ଗିରଫ1
- ତିଗିରିଆ ବ୍ଲକ୍ ରେ କଟକ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ।।1
- Dj Blue Virus V3 New Setup // Day Marriage Program // ତିଗିରିଆ ରୁ ବାହାଘର ଗଲା ସୋମପଡା ଗାଁ //1