ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ ଓ ଉତ୍କଳରେ ନଗର ଭ୍ରମଣ #ଖଣ୍ଡପଡାଵାର୍ତ୍ତା# #LikeFollowShare# ଏଇ କଳୀ ଯୁଗରୁ ମୁକ୍ତି ପାଇବାକୁ ହେଲେ କେବଳ ଭାଗବତ ଗୀତା ପାଠ, ନାମ ସଂକୀର୍ତ୍ତନ ଓ ମହାପ୍ରଭୁଙ୍କ ମହାମନ୍ତ୍ର ଵା ବୀଜ ମନ୍ତ୍ର "ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ" ଏହି ମନ୍ତ୍ରକୁ ଜପ କରିବାକୁ ହେବ। କାରଣ ସୁଖ, ଶାନ୍ତି, ଆନନ୍ଦ ଓ ମୋକ୍ଷ ମିଳିଥାଏ। ଏହି ଦୁନିଆରେ ସବୁ ଅସାର, ହରିନାମ ହିଁ କେବଳ ସାର। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରେ। ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ବିଗ୍ରହ ଓ କୃଷ୍ଣ ବଳରାମ ଙ୍କ ପ୍ରତିମୂର୍ତ୍ତି କୁ ଏକ ସୁସଜ୍ଜିତ ରଥରେ ସ୍ଥାପନ କରି ଅର୍ନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ପ୍ରତିଷ୍ଠାତା, ଆଚାର୍ଯ୍ୟ ତଥା କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରିଲ ଅଭୟ ଚରନାରବିନ୍ଦ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦ ଙ୍କୁ ରଥାରୂଢ଼ କରାଯାଇଥିଲା। ଦୁଇ ଗୋଟି ଗୁଜୁରାଟୀ ଗଉରା ଓ କାଳିଆ ନାମ ଧାରି ବଳଦଙ୍କ ଦ୍ଵାରା ଭିଡ଼ାଯାଇ ପଶ୍ଚିମବଙ୍ଗର ନଦୀଆ ନବଦୀପ ଶ୍ରିଧାମ୍ ମାୟାପୁର ରୁ ବାହାରି ଶ୍ରୀକ୍ଷେତ୍ର ପୁରିଧାମ୍ ଅଭିମୁଖେ ନାମ ସଙ୍କୀର୍ତ୍ତନ ପଦଯାତ୍ରା ସାରା ଉତ୍କଳର ନଗର, ଗ୍ରାମ, ପୁରପଲ୍ଲୀ ଦେଇ ଶୁକ୍ରବାର ଅପରାହ୍ନରେ ଢୋଲମରା ଗ୍ରାମରେ ପହଞ୍ଚିଥିଲା। ବକ୍ତା ପ୍ରବର ଧୀର ନାୟକ ଦାସ ଜି, ବାୟକ୍ ଗଙ୍ଗାଧର ପାଣି ଦାସ ଜି, ଶ୍ରିବାବୁ ଗୌରାଙ୍ଗ ଦାସ ଜି, ଚୈତନ୍ୟ ପରିକର, ପରମହଂସ ପ୍ରାନ ଦାସ, ଅନେକ ସାଧୁସନ୍ଥ, ବ୍ରହ୍ମଚାରୀ ଓ ଭକ୍ତ ଏଥିରେ ସାମିଲ ହୋଇଥିଲେ। ଉକ୍ତ ଗ୍ରାମର ସରପଞ୍ଚ ମୁକୁତା ପରିଡ଼ା ଓ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଗ୍ରାମରେ ଗୀତା ଭାଗବତ ଓ ହରିନାମ ସଙ୍କୀର୍ତ୍ତନ ପ୍ରେମରେ ଭାବ ବିହ୍ୱଳ ହୋଇ ଭକ୍ତମାନେ ମର୍ଜି ଯାଇଥିଲେ । ସେଠାରେ ହରିବୋଲ, ହୁଳହୁଳି ସତ୍ ନାମ ଧ୍ବନିରେ ଏକ ଭାବାବେଗ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ପ୍ରକାର ଭକ୍ତିରସ ପୁସ୍ତକ, ଗ୍ରନ୍ଥ ପାଠକରିବା ପାଇଁ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଆଳତି ପରେ ସମସ୍ତଙ୍କୁ ଠାକୁରଙ୍କ ପ୍ରସାଦ ଦିଆଯାଇଥିଲା। ଏହି ନାମ ସଙ୍କୀର୍ତ୍ତନ ପଦଯାତ୍ରାର ମୁଖ୍ୟ ଲକ୍ଷ ଥିଲା ସାରା ବିଶ୍ବରେ ହିନ୍ଦୁ ଧର୍ମଶାସ୍ତ୍ର ଓ ସନାତନ ଧର୍ମର ପ୍ରଚାର ପ୍ରସାର କରି ଲୋକମାନଙ୍କ ପାଖରେ ପହଞ୍ଚି ଗୀତା,ଭାଗବତ, ନାମ ସଙ୍କୀର୍ତ୍ତନ ପ୍ରତି ଉତ୍ସାହ ପ୍ରଦାନ କରିବା। ଆଗନ୍ତୁକ ବ୍ରହ୍ମଚାରୀ ମାନେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରାତ୍ରୀଯାପନ କରିବା ସହିତ ପରଦିନ ଶନିବାର ପୂର୍ବାହ୍ନରେ କିଆଝର ଗ୍ରାମକୁ ଯାତ୍ରା କରିବେ ବୋଲି ମୁଖ୍ୟ ବ୍ରହ୍ମଚାରୀ ସୂଚନା ଦେଇଥିଲେ।

- Satkosia Gorge: A breathtaking canyon where the Mahanadi river carves through the lush Eastern Ghats, blending serenity and wildernesscreating a breathtaking sanctuary for the endangered gharial crocodiles Located just 60 km from Nayagarh and 150 km from Bhubaneswar, it’s a haven of serenity and wildlife in perfect harmony reels #reelsinstagram #reelkarofeelkaro #trendingreels #trending #viral #viralvideos #viralreels #instagood #instadaily #instalike #instatravel #travel #travelgram #traveling #odisha #odishagram #odishaclicks #odishatourism #satakosia #satakosiawildlifesanctuary #sanctuary #crocodile #bhubaneswar #nayagarh #nayagarhtoka #wildlife #explore #explorepage #soumyashreesubham Have you ever been to this beautiful place ?1
- ନୟାଗଡ ଜିଲ୍ଲା ଶରଣକୁଳର ଭଣ୍ଡାର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୪-୨୫ ଉଦଯାପିତ ।1
- କୋଟଗଡ଼ ପାର୍କ ନୟାଗଡ, ସୁନାଖଳା ଆସନ୍ତୁ 🙏1
- ନୟାଗଡ ଜିଲ୍ଲା ରାମ ମନ୍ଦିର ବୁଲା ବୁଲି।1
- #aure ki to sath#nayagarh##support me##loveislove #nayagarhplace #nayagarha ##please follow me1
- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଜାମୁକଣ ଠାରେ ଜଗତ ଜନନୀ ମା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସୂଚନା।1
- Kotagarh Hill Side Park, Nayagarh, Rajsunakhala, Nayagarh | Jagannath sir1
- ନୟାଗଡ ରାମ ମନ୍ଦିର1