ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା। ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି। ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ। ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।

- ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ1
- ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।1
- ବରପାହାଡ଼ ଖୋଲ ଚେକ ଡେମ ନିର୍ମାଣ ରେ ହୋଇଥିବା ନିମ୍ନମାନର କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ #rishitv #checkdam #ranger #forestdeparment #subarnapur #sonepur #cmoodisha #village #menda #highlight #trendingpost ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହମଣୀପାଲି ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...1
- କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା1
- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।1
- ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା1
- ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା1
- କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ1
- *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍କସ୍ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍ପ୍ରୀତ୍। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। ଗତବର୍ଷ ଏଇ ସମୟରେ ସ୍କୁଲ ବ୍ୟାଗ୍ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= ବନ୍ଦେ ଉତ୍କଳ ଜନନୀ1