logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢ଼େଙ୍କାନାଳ ବରା ଓ ପାଳ ବାଇଗଣ ଜି.ଆଇ. ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରସ୍ତୁତି ବୈଠକ ଢ଼େଙ୍କାନାଳ ବରା ଓ ପାଳ ବାଇଗଣ ଜି.ଆଇ. ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରସ୍ତୁତି ବୈଠକ। ଢ଼େଙ୍କାନାଳ ସଦର : ଢ଼େଙ୍କାନାଳର ପ୍ରସିଦ୍ଧ ବରା ଓ ପାଳ ବାଇଗଣର ଜି.ଆଇ.(ଭୌଗଳିକ ସଂକେତ ) ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଜି ପୂର୍ବାହ୍ନରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଇ.ଏ.ସ. ପ୍ରୋବେସନ ସୁଶ୍ରୀ ଭଗତ ସାମଲ କଲ୍ୟାଣ ରାଓ ଯୋଗ ଦେଇ,ଢେଙ୍କାନାଳ ଜିଲ୍ଲାର ବରା ଓ ପାଳ ବାଇଗଣ ସ୍ୱତନ୍ତ୍ର ଏବଂ ଖୁବ୍ ସ୍ୱାଦିଷ୍ଟ ମଧ୍ୟ ବୋଲି ପ୍ରକାଶ କରିଥିଲେ। ଏହା ଜ଼ି.ଆଇ. ମାନ୍ୟତା ପାଇବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥି ପାଇଁ ସମସ୍ତ ବ୍ୟବସାୟୀ ବନ୍ଧୁ,ଚାଷୀଭାଇ,ଗଣ ମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ ବିଜ୍ଞାନିକ ବିମଳେନ୍ଦୁ ମହାନ୍ତି ସମସ୍ତ ପ୍ରକାରର ତଥ୍ୟ ସଂଗ୍ରହ କରାଯାଇ ଜି.ଆଇ.ମାନ୍ୟତା ପ୍ରାପ୍ତି ନିମନ୍ତେ ଆସନ୍ତା ଜାନୁଆରୀ ମାସ ୧୫ ତାରିଖ ମଧ୍ୟରେ ଆବେଦନ କରାଯିବ ଏବଂ ପାଳ ବାଇଗଣ ସଂପର୍କରେ ସମସ୍ତ ପ୍ରକାରର ତଥ୍ଯ ଏକ କମିଟି ମାଧ୍ୟମରେ ସଂଗ୍ରହ କରାଯିବ,ବରାର ପ୍ରାମାଣିକ ତଥ୍ୟ ଆଦି ସଂଗ୍ରହ ଓ କୃଷି ବିଜ୍ଞାନ କେନ୍ଦ୍ର ଦ୍ଵାରା ଏହି ପାଳ ବାଇଗଣ ଓ ବରାର ସ୍ୱତନ୍ତ୍ରତା ପରୀକ୍ଷା କରାଯାଇ ଜି.ଆଇ.ମାନ୍ୟତା ପ୍ରାପ୍ତି ନିମନ୍ତେ ଆବେଦନ କରାଯିବ ବୋଲି ସେ କହିଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ,ଡି.ପି.ସି.,ମିଶନଶକ୍ତି,ଡ଼େପୁଟୀ ସି.ଇ.ଓ.,ଓରମାସ,ସ୍ୱିଟ୍ ଆସୋସିଏସନ୍ ର ସଭାପତି ଏବଂ ସଂପାଦକ,କପିଳେଶ୍ୱର ମହାଦେବ ଫାର୍ମର ପ୍ରଡ୍ୟୁସର୍ କୋ-ଅପରେଟିଭ ସୋସାଇଟିର କର୍ମକର୍ତ୍ତା ଓ ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ ଢ଼େଙ୍କାନାଳ ବରା ଓ ପାଳ ବାଇଗଣର ଜି.ଆଇ. ମାନ୍ୟତା ପ୍ରାପ୍ତି ସଂପର୍କରେ ଆଲୋଚନା କରିଥିଲେ। ଡ଼ା.ଦେବୀ ପ୍ରସାଦ ମିଶ୍ର ଢେଙ୍କାନାଳ ଜିଲ୍ଲାର ମଗଜି ଲଡ଼ୁର ଜିଆଇ ଟ୍ୟାଗ୍ ସଫଳ ମାନ୍ୟତା ପ୍ରାପ୍ତି ପରେ ଢ଼େଙ୍କାନାଳ ବରା ଓ ପାଳ ବାଇଗଣ ଜି.ଆଇ.ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବାରୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣ ଏକ ମନ ଏକ ପ୍ରାଣରେ ଆଗେଇ ଆସି ଢେଙ୍କାନାଳ ଜିଲ୍ଲା ପାଇଁ ପୁନର୍ବାର ଆଉ ଏକ ଗର୍ବ ଓ ଗୌରବ ହାସଲ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ପାଇଁ ଦୃଢ଼ ଆହ୍ବାନ ଜଣାଇଛନ୍ତି।

3 hrs ago
user_Tapasdas
Tapasdas
Journalist Dhenkanal•
3 hrs ago
979d327c-2a67-4fce-90a7-5b194ba12a61

ଢ଼େଙ୍କାନାଳ ବରା ଓ ପାଳ ବାଇଗଣ ଜି.ଆଇ. ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରସ୍ତୁତି ବୈଠକ ଢ଼େଙ୍କାନାଳ ବରା ଓ ପାଳ ବାଇଗଣ ଜି.ଆଇ. ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରସ୍ତୁତି ବୈଠକ। ଢ଼େଙ୍କାନାଳ ସଦର : ଢ଼େଙ୍କାନାଳର ପ୍ରସିଦ୍ଧ ବରା ଓ ପାଳ ବାଇଗଣର ଜି.ଆଇ.(ଭୌଗଳିକ ସଂକେତ ) ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଜି ପୂର୍ବାହ୍ନରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଇ.ଏ.ସ. ପ୍ରୋବେସନ ସୁଶ୍ରୀ ଭଗତ ସାମଲ କଲ୍ୟାଣ ରାଓ ଯୋଗ ଦେଇ,ଢେଙ୍କାନାଳ ଜିଲ୍ଲାର ବରା ଓ ପାଳ ବାଇଗଣ ସ୍ୱତନ୍ତ୍ର ଏବଂ ଖୁବ୍ ସ୍ୱାଦିଷ୍ଟ ମଧ୍ୟ ବୋଲି ପ୍ରକାଶ କରିଥିଲେ। ଏହା ଜ଼ି.ଆଇ. ମାନ୍ୟତା ପାଇବାର ଆବଶ୍ୟକତା ରହିଛି

43071173-5fca-4519-b6d5-cba3b62c4586

ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥି ପାଇଁ ସମସ୍ତ ବ୍ୟବସାୟୀ ବନ୍ଧୁ,ଚାଷୀଭାଇ,ଗଣ ମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ ବିଜ୍ଞାନିକ ବିମଳେନ୍ଦୁ ମହାନ୍ତି ସମସ୍ତ ପ୍ରକାରର ତଥ୍ୟ ସଂଗ୍ରହ କରାଯାଇ ଜି.ଆଇ.ମାନ୍ୟତା ପ୍ରାପ୍ତି ନିମନ୍ତେ ଆସନ୍ତା ଜାନୁଆରୀ ମାସ ୧୫ ତାରିଖ ମଧ୍ୟରେ ଆବେଦନ କରାଯିବ ଏବଂ ପାଳ ବାଇଗଣ ସଂପର୍କରେ ସମସ୍ତ ପ୍ରକାରର ତଥ୍ଯ ଏକ କମିଟି ମାଧ୍ୟମରେ ସଂଗ୍ରହ କରାଯିବ,ବରାର ପ୍ରାମାଣିକ ତଥ୍ୟ ଆଦି ସଂଗ୍ରହ ଓ କୃଷି ବିଜ୍ଞାନ କେନ୍ଦ୍ର ଦ୍ଵାରା ଏହି ପାଳ ବାଇଗଣ ଓ ବରାର ସ୍ୱତନ୍ତ୍ରତା ପରୀକ୍ଷା କରାଯାଇ ଜି.ଆଇ.ମାନ୍ୟତା ପ୍ରାପ୍ତି ନିମନ୍ତେ ଆବେଦନ କରାଯିବ ବୋଲି ସେ କହିଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ,ଡି.ପି.ସି.,ମିଶନଶକ୍ତି,ଡ଼େପୁଟୀ

b795f10f-a32b-4d73-825c-84df6486e9f9

ସି.ଇ.ଓ.,ଓରମାସ,ସ୍ୱିଟ୍ ଆସୋସିଏସନ୍ ର ସଭାପତି ଏବଂ ସଂପାଦକ,କପିଳେଶ୍ୱର ମହାଦେବ ଫାର୍ମର ପ୍ରଡ୍ୟୁସର୍ କୋ-ଅପରେଟିଭ ସୋସାଇଟିର କର୍ମକର୍ତ୍ତା ଓ ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ ଢ଼େଙ୍କାନାଳ ବରା ଓ ପାଳ ବାଇଗଣର ଜି.ଆଇ. ମାନ୍ୟତା ପ୍ରାପ୍ତି ସଂପର୍କରେ ଆଲୋଚନା କରିଥିଲେ। ଡ଼ା.ଦେବୀ ପ୍ରସାଦ ମିଶ୍ର ଢେଙ୍କାନାଳ ଜିଲ୍ଲାର ମଗଜି ଲଡ଼ୁର ଜିଆଇ ଟ୍ୟାଗ୍ ସଫଳ ମାନ୍ୟତା ପ୍ରାପ୍ତି ପରେ ଢ଼େଙ୍କାନାଳ ବରା ଓ ପାଳ ବାଇଗଣ ଜି.ଆଇ.ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବାରୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣ ଏକ ମନ ଏକ ପ୍ରାଣରେ ଆଗେଇ ଆସି ଢେଙ୍କାନାଳ ଜିଲ୍ଲା ପାଇଁ ପୁନର୍ବାର ଆଉ ଏକ ଗର୍ବ ଓ ଗୌରବ ହାସଲ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ପାଇଁ ଦୃଢ଼ ଆହ୍ବାନ ଜଣାଇଛନ୍ତି।

More news from Dhenkanal and nearby areas
  • Post by Tapasdas
    1
    Post by Tapasdas
    user_Tapasdas
    Tapasdas
    Journalist Dhenkanal•
    3 hrs ago
  • ଟାଙ୍ଗି ଭଗତପୁରୁ ର ହାଟ
    1
    ଟାଙ୍ଗି ଭଗତପୁରୁ ର  ହାଟ
    user_Rajendra kumar sahoo
    Rajendra kumar sahoo
    Grain Trader Cuttack•
    21 hrs ago
  • proud moment for all indian
    1
    proud moment for all indian
    user_Thabira Majhi
    Thabira Majhi
    Khordha•
    2 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    4 hrs ago
  • ଦେଖ ଭାଇ ମାନେ ଦେଖ
    1
    ଦେଖ ଭାଇ ମାନେ ଦେଖ
    user_Anwar ali khan
    Anwar ali khan
    Video Creator Cuttack•
    16 hrs ago
  • ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    1
    ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    user_Tulla tulsi
    Tulla tulsi
    Doctor Anugul•
    6 hrs ago
  • Orissa Subha sakal good morning
    1
    Orissa Subha sakal good morning
    user_Mangu Mallik
    Mangu Mallik
    Jajpur•
    4 hrs ago
  • Army lover | ଆଦିବାସୀ ଛାତ୍ର ହେଲେ ଭାରତର ଯୱାନ
    1
    Army lover | ଆଦିବାସୀ ଛାତ୍ର ହେଲେ ଭାରତର ଯୱାନ
    user_Thabira Majhi
    Thabira Majhi
    Khordha•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.