ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ ୨୧ ରେ ବଣାଇଁ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଯୋଗ ଦିବସକୁ ବେଶ୍ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଛି। ବଣାଇଁ ପ୍ରଶାସନ ପକ୍ଷରୁ ପିଏଆଇଟିଡିଏ ସମ୍ମିଳନୀ ସଭାଗୃହ ସମ୍ମୁଖସ୍ଥ ହକି ପ୍ରଶିକ୍ଷଣ କେନ୍ଦ୍ର ପଡ଼ିଆରେ ଏକ ବୃହତ୍ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସ କରିବା ସହ ଉପସ୍ଥିତ ଲୋକଙ୍କୁ ଯୋଗର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ବାର୍ତ୍ତାରେ କହିଥିଲେ ଯେ ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଭାରତର ପ୍ରାଚୀନ ଜୀବନଦର୍ଶନ। ସେ ଦର୍ଶାଇଥିଲେ ଯେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ସୁସ୍ଥ, ମନ ପ୍ରଫୁଲ୍ଲ ଓ ଚିନ୍ତାଧାରା ସକାରାତ୍ମକ ହୋଇଥାଏ। ବର୍ତ୍ତମାନର ବ୍ୟସ୍ତ ଜୀବନରେ ଯୋଗକୁ ମାନବଜାତି ପାଇଁ ଏକ ଅମୂଲ୍ୟ ଉପହାର ବୋଲି ବର୍ଣ୍ଣନା କରି ସେ ସୁସ୍ଥ ବ୍ୟକ୍ତି, ସୁସ୍ଥ ପରିବାର ଏବଂ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କୁ ଯୋଗକୁ ନିଜ ଜୀବନର ଅଂଶ କରିବାକୁ ଆହ୍ୱାନ କରିଥିଲେ। ଏଥିସହ ଯୋଗ ଶାରୀରିକ ଓ ମାନସିକ ସନ୍ତୁଳନ ରକ୍ଷା କରିବା ସହ ମଣିଷଙ୍କୁ ଶୃଙ୍ଖଳିତ ଓ ଆତ୍ମବିଶ୍ୱାସୀ କରିଥାଏ ବୋଲି ମତ ଦେଇଥିଲେ। ବିଶ୍ୱସ୍ତରରେ ଯୋଗର ଲୋକପ୍ରିୟତା ଭାରତୀୟ ସଂସ୍କୃତିର ଗୌରବକୁ ଆହୁରି ବଢ଼ାଇଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ ଶିକ୍ଷକ ଲିତୁ ପଣ୍ଡା ବିଭିନ୍ନ ଯୋଗାସନର ଶୈଳୀ ଓ ଅଙ୍ଗଭଙ୍ଗୀ ଉପରେ ପ୍ରାଞ୍ଜଳ ଭାବେ କହିଥିବା ବେଳେ ସଶ୍ମିତା ମହାନ୍ତ ଓ ତୁଷାର କାନ୍ତ ମହାପାତ୍ର ଯୋଗାସନ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବଣାଇଁ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ବଣାଇଁ ଡି. ଏଫ୍. ଓ ଯଶବନ୍ତ ସେଠୀ, ପିଏ. ଆଇ. ଟି. ଡି. ଏ ସ୍ବଦୀପ ଟପ୍ପୋ, ବଣାଇଁ ବି. ଡି. ଓ ଦିବ୍ୟ ଶଙ୍କର ଜୟପୁରିଆ, ସହକାରୀ ଜିଲ୍ଲାପାଳ କୁଳମଣି ଧଳ, ଏ.ସି. ଏଫ ଦୁର୍ଯ୍ୟୋଧନ ଜରାଇ, ସିଡିପିଓ ବୀଣାପାଣି ନାଏକ, ବଣାଇଗଡ ମହା ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଭାରତୀୟ ଜନତା ଦଳର ନେତୃବର୍ଗ ତଥା କର୍ମୀ ଏବଂ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ତପନ କୁମାର ଦଣ୍ଡିଆ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ ୨୧ ରେ ବଣାଇଁ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଯୋଗ ଦିବସକୁ ବେଶ୍ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଛି। ବଣାଇଁ ପ୍ରଶାସନ ପକ୍ଷରୁ ପିଏଆଇଟିଡିଏ ସମ୍ମିଳନୀ ସଭାଗୃହ ସମ୍ମୁଖସ୍ଥ ହକି ପ୍ରଶିକ୍ଷଣ କେନ୍ଦ୍ର ପଡ଼ିଆରେ ଏକ ବୃହତ୍ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସ କରିବା ସହ ଉପସ୍ଥିତ ଲୋକଙ୍କୁ ଯୋଗର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ବାର୍ତ୍ତାରେ କହିଥିଲେ ଯେ ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଭାରତର ପ୍ରାଚୀନ ଜୀବନଦର୍ଶନ। ସେ ଦର୍ଶାଇଥିଲେ ଯେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ସୁସ୍ଥ,
ମନ ପ୍ରଫୁଲ୍ଲ ଓ ଚିନ୍ତାଧାରା ସକାରାତ୍ମକ ହୋଇଥାଏ। ବର୍ତ୍ତମାନର ବ୍ୟସ୍ତ ଜୀବନରେ ଯୋଗକୁ ମାନବଜାତି ପାଇଁ ଏକ ଅମୂଲ୍ୟ ଉପହାର ବୋଲି ବର୍ଣ୍ଣନା କରି ସେ ସୁସ୍ଥ ବ୍ୟକ୍ତି, ସୁସ୍ଥ ପରିବାର ଏବଂ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କୁ ଯୋଗକୁ ନିଜ ଜୀବନର ଅଂଶ କରିବାକୁ ଆହ୍ୱାନ କରିଥିଲେ। ଏଥିସହ ଯୋଗ ଶାରୀରିକ ଓ ମାନସିକ ସନ୍ତୁଳନ ରକ୍ଷା କରିବା ସହ ମଣିଷଙ୍କୁ ଶୃଙ୍ଖଳିତ ଓ ଆତ୍ମବିଶ୍ୱାସୀ କରିଥାଏ ବୋଲି ମତ ଦେଇଥିଲେ। ବିଶ୍ୱସ୍ତରରେ ଯୋଗର ଲୋକପ୍ରିୟତା ଭାରତୀୟ ସଂସ୍କୃତିର ଗୌରବକୁ ଆହୁରି ବଢ଼ାଇଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ ଶିକ୍ଷକ ଲିତୁ ପଣ୍ଡା ବିଭିନ୍ନ ଯୋଗାସନର ଶୈଳୀ ଓ ଅଙ୍ଗଭଙ୍ଗୀ ଉପରେ ପ୍ରାଞ୍ଜଳ ଭାବେ କହିଥିବା ବେଳେ ସଶ୍ମିତା ମହାନ୍ତ
ଓ ତୁଷାର କାନ୍ତ ମହାପାତ୍ର ଯୋଗାସନ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବଣାଇଁ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ବଣାଇଁ ଡି. ଏଫ୍. ଓ ଯଶବନ୍ତ ସେଠୀ, ପିଏ. ଆଇ. ଟି. ଡି. ଏ ସ୍ବଦୀପ ଟପ୍ପୋ, ବଣାଇଁ ବି. ଡି. ଓ ଦିବ୍ୟ ଶଙ୍କର ଜୟପୁରିଆ, ସହକାରୀ ଜିଲ୍ଲାପାଳ କୁଳମଣି ଧଳ, ଏ.ସି. ଏଫ ଦୁର୍ଯ୍ୟୋଧନ ଜରାଇ, ସିଡିପିଓ ବୀଣାପାଣି ନାଏକ, ବଣାଇଗଡ ମହା ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଭାରତୀୟ ଜନତା ଦଳର ନେତୃବର୍ଗ ତଥା କର୍ମୀ ଏବଂ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ତପନ କୁମାର ଦଣ୍ଡିଆ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
- ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମନ୍ତ୍ରୀ, ବିଧାୟକ ତଥା ସାଂସଦମାନେ ମିଳିତ ଭାବେ ଯୋଗାଭ୍ୟାସ କରିଥିଲେ।1
- ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଗମଲେଇ ଗ୍ରାମରେ ଭାସ୍କର ଷ୍ଟିଲ ଫେରୋ ଏଲୟ ପ୍ଲାଣ୍ଟ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।1
- ଫୋନପେ କମ୍ପାନୀ ତାର ୱାଲେଟ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ନିୟମ ଘୋଷଣା କରିଛି, ଯାହା ୟୁଜରମାନଙ୍କୁ ବଡ଼ ଝଟକା ଦେଇଛି। ଏହି ନୂଆ ନିୟମ ଅନୁଯାୟୀ, ଯଦି କୌଣସି ୱାଲେଟ୍ରେ ୩୬୫ ଦିନ ଧରି କୌଣସି ନେଣଦେଣ ନ ହୁଏ, ତେବେ ଗ୍ରାହକଙ୍କଠାରୁ ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ 'ଇନଆକ୍ଟିଭିଟି ଫି' ଆଦାୟ କରାଯାଇପାରେ। କମ୍ପାନୀର ଏହି ନୂତନ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ବ୍ୟବହାରକାରୀ ଅସନ୍ତୋଷ ଏବଂ ଚିନ୍ତା ପ୍ରକାଶ କରିଛନ୍ତି।1
- ଗ୍ରାମବାସୀଙ୍କ ପକ୍ଷରୁ ନିଜ ଗାଁର ପହଞ୍ଚ ରାସ୍ତାର ମରାମତି ପାଇଁ ଅନୁରୋଧ କରାଯାଇଛି।1
- ଦେବଗଡ଼ ଜିଲ୍ଲାର ବାଳିଘାଟା, ସିଙ୍ଗାସାଳ ଏବଂ ମଦାର ଅଞ୍ଚଳରେ ଏକ ଅତ୍ୟନ୍ତ ଦୁଃଖଦ ଓ ଶୋକାକୂଳ ବାତାବରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ କଷ୍ଟ ବ୍ୟାପିଥିବା ସୂଚନା ମିଳିଛି, ଯାହା ଏକ ହୃଦୟ ବିଦାରକ ପରିସ୍ଥିତିକୁ ପ୍ରତିଫଳିତ କରୁଛି।1
- ଦେବଗଡ଼ ଜିଲ୍ଲାର ତିଳେଇବଣୀ ବ୍ଲକ ଅନ୍ତର୍ଗତ ଝରାଗୁଗୁଆ ପଞ୍ଚାୟତର ପୋଲପଥର ଗ୍ରାମରେ ଘାଗି ଖୋଲ, ଯାହା କଣ୍ଡୁରୁ ଖୋଲ ନାମରେ ମଧ୍ୟ ଜଣାଶୁଣା, ଅବସ୍ଥିତ। ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସରକାରୀ ସହାୟତା ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ କହିବାନୁଯାୟୀ, ଯଦି ସରକାରଙ୍କ ଠାରୁ କିଛି ସହାୟତା ମିଳେ, ତେବେ ଏହି ପର୍ଯ୍ୟଟନ ସ୍ଥାନଟି ପ୍ରବଳ ଭିଡ଼ରେ ଗଢ଼ି ଉଠିବ।1
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାରେ ମୋଟ ୩୨ଟି ହାତୀ ଏକାଠି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ଚମ୍ପୁଆ ରେଞ୍ଜରେ ୭ଟି ହାତୀ ରହିଥିବା ବେଳେ, ଦୁଇ ଦିନ ତଳେ ମୟୂରଭଞ୍ଜରୁ ୨୫ଟି ହାତୀ ଚମ୍ପୁଆକୁ ଫେରିଆସିଥିଲେ। ବର୍ତ୍ତମାନ ଏହି ସମସ୍ତ ୩୨ଟି ହାତୀ କେଶରୀ ଗାଁର ଏକ ରବର ବଗିଚାରେ ଏକାଠି ହୋଇ ରହିଛନ୍ତି।1
- ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ବାଲି ମଧ୍ୟରେ ପୋତି ଦେଇଥିବା ଅଭିଯୋଗ ହୋଇଛି, ଯାହାକୁ ବାଲି ମାଫିଆଙ୍କ କାର୍ଯ୍ୟ ଭାବରେ ଦେଖାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପ୍ରବଳ ଉତ୍ୟକ୍ତ ହୋଇ ଦ୍ୱିତୀୟ ଥର ପାଇଁ ସିଙ୍ଗଶାଳ ଛକରେ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ, ବାହାଡାପୋଷିରୁ ରାଉରକେଲାକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୂଚନା ଅନୁସାରେ, ସିଙ୍ଗଶାଳ ଗ୍ରାମର ଇନ୍ଦ୍ର ମୁଣ୍ଡା ବାଲିଘାଟରେ କାମ କରୁଥିଲେ। ଗତ ୧୯ ତାରିଖ ରାତିରେ ସେ ବାଲିଘାଟକୁ ଯାଇ ଆଉ ଫେରିନଥିଲେ। ବିଭିନ୍ନ ଆଶଙ୍କା କରି ତାଙ୍କ ପରିବାର ଲୋକେ ବାରକୋଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଗତକାଲି ସନ୍ଧ୍ୟାରେ ଚଟିଆପାଲି ବାଲିଘାଟରୁ ଯୁବକଙ୍କ ମୃତଦେହ ଠାବ କରିଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ବାଲିଘାଟ ମାଲିକ, ଏସ୍କାଭେଟର ଅପରେଟର ଏବଂ ହାଇୱା ଡ୍ରାଇଭରଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର ହୋଇନଥିବା ବେଳେ ପୋଲିସ କାହାକୁ ଗିରଫ କରିନଥିବାରୁ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ, ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଏବଂ ବେଆଇନ ବାଲି ଖନନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି। ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି।1