ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ସାଂସଦ ମାଳବିକା ଦେବୀ କଳାହାଣ୍ଡି-ନୂଆପଡ଼ା ର ବନ୍ୟା ପରିସ୍ଥିତି ଓ ବିକାଶ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା। ନୂଆପଡ଼ା - ୩୧/୦୭- କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ଜନ ସମସ୍ୟା, ବିକାଶମୂଳକ ପ୍ରକଳ୍ପ ଓ ଲୋକ ହିତ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦୀର୍ଘ ଆଲୋଚନା ହୋଇଛି। ସମ୍ପ୍ରତି ଲଗାଣ ବର୍ଷା ଯୋଗୁଁ ଉଭୟ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସଦୃଶ ପରିସ୍ଥିତି, ଲୋକଙ୍କର ଭଙ୍ଗାରୁଜା ଘର, ନଷ୍ଟ ହୋଇଥିବା ରାସ୍ତାଘାଟ ଏବଂ କୃଷିକ୍ଷେତ୍ର ର କ୍ଷୟକ୍ଷତି ସମ୍ପର୍କରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଭାବିତ ପରିବାରମାନଙ୍କ ପାଇଁ ତୁରନ୍ତ ରିଲିଫ୍ ସାମଗ୍ରୀ, ପୁନର୍ବାସ ଏବଂ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ସେ ଦାବି କରିଥିଲେ। ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ସୁଦୃଢ଼ୀକରଣ, ଜନହିତକାରୀ ପ୍ରକଳ୍ପର ତ୍ୱରାନ୍ୱିତ କାର୍ଯ୍ୟକାରିତା ଏବଂ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତାକୁ ନେଇ ସାଂସଦ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ୍ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା : ସାଂସଦଙ୍କ ଦ୍ୱାରା ଉପସ୍ଥାପିତ ପ୍ରତ୍ୟେକ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୃଢ଼ ଆଶ୍ୱାସନା ଦେଇଛନ୍ତି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ଦୁର୍ଯ୍ୟୋଗ ପରିଚାଳନା ଏବଂ ଲୋକଙ୍କ ସମସ୍ୟା ଦୂରୀକରଣ ଦିଗରେ ସାଂସଦ ମାଲବିକା ଦେବୀଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ଅଞ୍ଚଳବାସୀ ଅତ୍ୟନ୍ତ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି।

- ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I1
- କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ1
- ସାର ଅଭାବକୁ ନେଇ ଅଧଘଣ୍ଟା ଧରି ରାଜରାସ୍ତା ଅବରୋଧ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ଚାଷୀଙ୍କ ବିକ୍ଷୋଭରେ ଠପ୍ ହେଲା ଯାତାୟାତ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ1
- 🌹🌹🌹🌹🌹🌹🌹🌹🌹1
- ଅନ୍ତୋଦୟ ଗୃହ ଯୋଜନାରୁ ବାଦ୍ ପଡ଼ିଲେ ୯୦ ବର୍ଷରୁ ଊର୍ଦ୍ଧ୍ୱ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା ଭଙ୍ଗା ଘରେ ଅମାନବୀୟ ଜୀବନ; ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି ମ. ରାମପୁର, ୨୯/୦୭ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାର ଉଦ୍ଦେଶ୍ୟ ପ୍ରକୃତ ଘରବିହୀନ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କୁ ପକ୍କା ଘର ଯୋଗାଇବା। ହେଲେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକରେ ଘଟିଥିବା ଏକ ଘଟଣା ଏହି ଯୋଜନାର କାର୍ଯ୍ୟକାରିତା ଓ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ବ୍ଲକ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ବାସିନ୍ଦା ବାସନ୍ତୀ ଭୋଇ (୯୦ ବର୍ଷରୁ ଊର୍ଦ୍ଧ୍ୱ) ଜଣେ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଶାରୀରିକ ଅକ୍ଷମତା କାରଣରୁ ସେ ଘୂରୁଣ୍ଡି ଘୂରୁଣ୍ଡି ଯିବାକୁ ବାଧ୍ୟ ହେଉଥିବାବେଳେ ଏକ ଅତି ଜରାଜୀର୍ଣ୍ଣ ଓ ଭଙ୍ଗା ଘରେ ଅମାନବୀୟ ପରିସ୍ଥିତିରେ ଦିନ କାଟୁଛନ୍ତି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ହେଲେ ଘର ଭିତରକୁ ପାଣି ପଶିଯାଉଥିବାରୁ ବୃଦ୍ଧାଙ୍କ ଜୀବନ ଅଧିକ ଦୁର୍ବିଷହ ହୋଇପଡ଼ିଛି। ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ସରକାରୀ ଆବାସରୁ ବଞ୍ଚିତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ସହିତ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଘଟଣାର ନିରପେକ୍ଷ ଯାଞ୍ଚ କରିବା ସହ ବାସନ୍ତୀ ଭୋଇଙ୍କୁ ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରି ପକ୍କା ଘର ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ଏହି ଅସହାୟ ଭିନ୍ନକ୍ଷମ ବୃଦ୍ଧାଙ୍କୁ ଆବଶ୍ୟକ ସରକାରୀ ସହାୟତା ଓ ସୁରକ୍ଷିତ ବାସସ୍ଥାନ ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ସରକାରୀ ଯୋଜନାର ପ୍ରକୃତ ହକ୍ଦାର ମାନେ କେବେ ନ୍ୟାୟ ପାଇବେ ତାହା ବିଡ଼ିଓ ଶ୍ରୀ ଶରତ ଚନ୍ଦ୍ର ସେଠୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?3
- ବିଧାୟକ ଲକ୍ଷ୍ମଣ ବାଗ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି1
- ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଲାଠୋର ମୁଖ୍ୟ ରାସ୍ତା ରେ। ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଲାଠୋର ମୁଖ୍ୟ ରାସ୍ତା ରେ।1