logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶହୀଦ ଦିବସରେ ନିମାପଡ଼ା ର ଶହୀଦ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଭାରତଛାଡ଼ ଆନ୍ଦୋଳନରେ ନିମାପଡ଼ା ର ଅବଦାନ ସ୍ମରଣ ନିମାପଡ଼ା, ୧୬/୯ (ବିଭୂତି ଟିଭି): ନିମାପଡ଼ା ଥାନା ଶହିଦୀପଡ଼ିଆସ୍ଥିତ ଶହୀଦ ସ୍ତମ୍ଭ ନିକଟରେ ଆଜି ଶହୀଦ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଶହୀଦ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମାପଡ଼ାର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ସ୍ମରଣ କରାଯାଇଥିଲା। ପୁରୀ ଜିଲ୍ଲା ପକ୍ଷରୁ ସ୍ୱତନ୍ତ୍ର ବାହିନୀର ଯବାନମାନେ ଶହୀଦ ଉଛବ ମଲ୍ଲିକ ଙ୍କ ସ୍ମୃତିରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ସମାଜ ନିର୍ମାତା ତଥା ପୂର୍ବତନ ରାଜ୍ୟ ସୂଚନା ଆୟୋଗ ସଦସ୍ୟ ଶ୍ରୀ ଜଗଦାନନ୍ଦ ଯୋଗଦେଇ ନିମାପଡ଼ାର ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରୁ ହଜାର ହଜାର ଚାଷୀ, ମୂଲିଆ, ଶ୍ରମିକ, ଛାତ୍ର ଓ ବୁଦ୍ଧିଜୀବୀ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ନିମାପଡ଼ା ଥାନା ଦଖଲ ଉଦ୍ଦେଶ୍ୟରେ ଯାଇଥିବା ସମୟରେ ୨୦ ଜଣ ସଂଗ୍ରାମୀ ପୋଲିସ ଗୁଳିର ଶିକାର ହୋଇଥିବା ବେଳେ ସଂଗ୍ରାମୀ ଉତ୍ସବ ମଲ୍ଲିକ ଶହୀଦ ହୋଇଥିଲେ। ଏହି ଆନ୍ଦୋଳନ ସମୟରେ ପ୍ରାୟ ୩୬ ଜଣ ସଂଗ୍ରାମୀଙ୍କୁ ପୋଲିସ ଗିରଫ କରି ପୁରୀ ଜେଲ୍‌ରେ ରଖିଥିଲା ବୋଲି ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଐତିହାସିକ ତଥା ଶିକ୍ଷାବିତ୍ ଶ୍ରୀ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ଯୋଗଦେଇ ନିମାପଡ଼ାର ସ୍ୱାଧୀନତା ଆନ୍ଦୋଳନର ଅବଦାନ ବିଷୟରେ ଆଲୋଚନା କରିଥିଲେ। ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେବା ସହିତ ନିମାପଡ଼ାରେ ଆନ୍ଦୋଳନ ତୀବ୍ର ହୋଇଥିଲା। ସଂଗ୍ରାମୀ ନେତା ମୋହନ ଦାସ ଆନ୍ଦୋଳନ ପୂର୍ବରୁ ବନ୍ଦୀ ହୋଇଯିବା ପରେ ପଦ୍ମଚରଣ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆନ୍ଦୋଳନ ଆଗକୁ ବଢ଼ିଥିଲା ବୋଲି ସେ କହିଥିଲେ। ଶହୀଦ ସ୍ମୃତି ସଂସଦର ସଭାପତି  ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ଡ. ବେଣୁଧର ସେନାପତି ଓ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଶହୀଦ ଦିବସ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୂନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୮ଟାରେ ନିମାପଡା ର ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅପରାହ୍ନ ୨ଟାରେ ଶହୀଦ ଗ୍ରାମ କେଉଟତୋଟାରୁ ମଶାଲ ଶୋଭାଯାତ୍ରା ବାହାରି ଗଡ଼ଅଣ୍ଡିଆସ୍ଥିତ ଗାନ୍ଧୀ ପୀଠରେ ପହଞ୍ଚିଥିଲା। ସେଠାରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

20 hrs ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
20 hrs ago
903d2abb-0d74-4be1-9d1b-d2e9a35fffdd

ଶହୀଦ ଦିବସରେ ନିମାପଡ଼ା ର ଶହୀଦ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଭାରତଛାଡ଼ ଆନ୍ଦୋଳନରେ ନିମାପଡ଼ା ର ଅବଦାନ ସ୍ମରଣ ନିମାପଡ଼ା, ୧୬/୯ (ବିଭୂତି ଟିଭି): ନିମାପଡ଼ା ଥାନା ଶହିଦୀପଡ଼ିଆସ୍ଥିତ ଶହୀଦ ସ୍ତମ୍ଭ ନିକଟରେ ଆଜି ଶହୀଦ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଶହୀଦ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମାପଡ଼ାର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ସ୍ମରଣ କରାଯାଇଥିଲା। ପୁରୀ ଜିଲ୍ଲା ପକ୍ଷରୁ ସ୍ୱତନ୍ତ୍ର ବାହିନୀର ଯବାନମାନେ ଶହୀଦ ଉଛବ ମଲ୍ଲିକ ଙ୍କ ସ୍ମୃତିରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ସମାଜ ନିର୍ମାତା ତଥା ପୂର୍ବତନ ରାଜ୍ୟ ସୂଚନା ଆୟୋଗ

96a06e75-6529-4bcc-bda4-cca3a221774b

ସଦସ୍ୟ ଶ୍ରୀ ଜଗଦାନନ୍ଦ ଯୋଗଦେଇ ନିମାପଡ଼ାର ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରୁ ହଜାର ହଜାର ଚାଷୀ, ମୂଲିଆ, ଶ୍ରମିକ, ଛାତ୍ର ଓ ବୁଦ୍ଧିଜୀବୀ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ନିମାପଡ଼ା ଥାନା ଦଖଲ ଉଦ୍ଦେଶ୍ୟରେ ଯାଇଥିବା ସମୟରେ ୨୦ ଜଣ ସଂଗ୍ରାମୀ ପୋଲିସ ଗୁଳିର ଶିକାର ହୋଇଥିବା ବେଳେ ସଂଗ୍ରାମୀ ଉତ୍ସବ ମଲ୍ଲିକ ଶହୀଦ ହୋଇଥିଲେ। ଏହି ଆନ୍ଦୋଳନ ସମୟରେ ପ୍ରାୟ ୩୬ ଜଣ ସଂଗ୍ରାମୀଙ୍କୁ ପୋଲିସ ଗିରଫ କରି ପୁରୀ ଜେଲ୍‌ରେ ରଖିଥିଲା ବୋଲି ସେ

2dc0c6e4-8dae-4679-a759-98d04ee1dcf9

ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଐତିହାସିକ ତଥା ଶିକ୍ଷାବିତ୍ ଶ୍ରୀ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ଯୋଗଦେଇ ନିମାପଡ଼ାର ସ୍ୱାଧୀନତା ଆନ୍ଦୋଳନର ଅବଦାନ ବିଷୟରେ ଆଲୋଚନା କରିଥିଲେ। ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେବା ସହିତ ନିମାପଡ଼ାରେ ଆନ୍ଦୋଳନ ତୀବ୍ର ହୋଇଥିଲା। ସଂଗ୍ରାମୀ ନେତା ମୋହନ ଦାସ ଆନ୍ଦୋଳନ ପୂର୍ବରୁ ବନ୍ଦୀ ହୋଇଯିବା ପରେ ପଦ୍ମଚରଣ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆନ୍ଦୋଳନ ଆଗକୁ ବଢ଼ିଥିଲା ବୋଲି ସେ କହିଥିଲେ। ଶହୀଦ ସ୍ମୃତି ସଂସଦର ସଭାପତି  ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ଡ. ବେଣୁଧର ସେନାପତି ଓ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଦାଶ

7dc3d64e-0a8c-4715-b47c-e82f70918394

ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଶହୀଦ ଦିବସ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୂନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୮ଟାରେ ନିମାପଡା ର ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅପରାହ୍ନ ୨ଟାରେ ଶହୀଦ ଗ୍ରାମ କେଉଟତୋଟାରୁ ମଶାଲ ଶୋଭାଯାତ୍ରା ବାହାରି ଗଡ଼ଅଣ୍ଡିଆସ୍ଥିତ ଗାନ୍ଧୀ ପୀଠରେ ପହଞ୍ଚିଥିଲା। ସେଠାରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

More news from ଓଡ଼ିଶା and nearby areas
  • ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ଟି କମ ଦାସ ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡା ମୋଦି ସରକାରଙ୍କ ପ୍ରଭୁଜଗନ୍ନାଥ ମଙ୍ଗଳ କରନ୍ତୁ ତା୧୬ /୯/୨୦୨୬
    1
    ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର  ଟି କମ ଦାସ ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡା  ମୋଦି ସରକାରଙ୍କ ପ୍ରଭୁଜଗନ୍ନାଥ ମଙ୍ଗଳ କରନ୍ତୁ ତା୧୬ /୯/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    11 min ago
  • ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l
    1
    ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ
    1
    ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ
ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉତ୍ସବରେ News Manoranjan ତରଫରୁ ହାର୍ଦିକ ଶୁଭେଚ୍ଛା
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ  ଉତ୍ସବରେ News Manoranjan ତରଫରୁ ହାର୍ଦିକ ଶୁଭେଚ୍ଛା
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ପୁରୀ ସହରରେ ଖଜା ଗୋଦାମଗୁଡ଼ିକରେ ପୋଲିସ ପକ୍ଷରୁ ଚଢ଼ଉ! ପୁରୀରେ ଖଜା ପ୍ରସ୍ତୁତି ଏବଂ ଗୋଦାମ ଗୁଡ଼ିକ ଉପରେ ପ୍ରଶାସନର କଡ଼ା ନଜର। ଆଜି ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଗୋଦାମ ଗୁଡ଼ିକରେ ଅତର୍କିତ ଚଢ଼ଉ କରାଯାଇଛି। ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଚଢ଼ଉ ଜାରି ରହିଛି। ​ଖଜା ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ସୁଧତା ଭାବେ ତିଆରି କରାଯାଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଚଢ଼ଉ ଫଳରେ ସହରର ବେଆଇନ କାର୍ବାର କରୁଥିବା ଖଜା ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପ୍ରଶାସନର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
    4
    ପୁରୀ ସହରରେ  ଖଜା ଗୋଦାମଗୁଡ଼ିକରେ ପୋଲିସ ପକ୍ଷରୁ  ଚଢ଼ଉ!

ପୁରୀରେ ଖଜା ପ୍ରସ୍ତୁତି ଏବଂ ଗୋଦାମ ଗୁଡ଼ିକ ଉପରେ ପ୍ରଶାସନର କଡ଼ା ନଜର। ଆଜି ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଗୋଦାମ ଗୁଡ଼ିକରେ ଅତର୍କିତ ଚଢ଼ଉ କରାଯାଇଛି। ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଚଢ଼ଉ ଜାରି ରହିଛି।
​ଖଜା ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ସୁଧତା ଭାବେ ତିଆରି କରାଯାଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଚଢ଼ଉ ଫଳରେ ସହରର ବେଆଇନ କାର୍ବାର କରୁଥିବା ଖଜା ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପ୍ରଶାସନର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ
    1
    ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ
ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
  • କେନ୍ଦ୍ରରେ 12 ବର୍ଷ ହେବ ଗୋଟିଏ ଅସୁଲ ସରକାର ଓଡ଼ିଶାରେ ଚାଲୁଛି , UPI ରୁ ଟ୍ରାଜାକସନ କଲେ ପଇସା ନେବା ଗରିବ ମଜୁରିଆମାନଙ୍କ ତଣ୍ଟି ଚିପିଲା ଭଳିଆ :କଂଗ୍ରେସ
    1
    କେନ୍ଦ୍ରରେ 12 ବର୍ଷ ହେବ ଗୋଟିଏ ଅସୁଲ ସରକାର ଓଡ଼ିଶାରେ ଚାଲୁଛି , UPI ରୁ ଟ୍ରାଜାକସନ କଲେ  ପଇସା ନେବା ଗରିବ ମଜୁରିଆମାନଙ୍କ ତଣ୍ଟି ଚିପିଲା ଭଳିଆ :କଂଗ୍ରେସ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • 2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll 2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll
    1
    2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll 
2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.