Shuru
Apke Nagar Ki App…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ବାରିପଦା ଛଉ ପଡିଆରେ 41 ଯୋଡି ବର କନ୍ୟାଙ୍କ ବିବାହ ସମାପନ କେମିତି ହେଲା ?
MN.NEWS ODIA
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ବାରିପଦା ଛଉ ପଡିଆରେ 41 ଯୋଡି ବର କନ୍ୟାଙ୍କ ବିବାହ ସମାପନ କେମିତି ହେଲା ?
More news from ଓଡ଼ିଶା and nearby areas
- #ଗତକାଲି_ଡମ୍ଫର_କୁ_ପଛପଟୁ_ଧକ୍କାରେ_ଯୁବକ_ମୃତ_ଘଟଣାରେ ! #ଦାବି_ଶୁଣିଲେ_ପ୍ରଶାସନ । #ପ୍ରଶାସନ_ପ୍ରତିଶୃତି_ପରେ_ହଟିଲା_ରାସ୍ତାରୋକ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ବଜାରରେ ଗତକାଲି ଡମ୍ଫର କୁ ପଛପଟୁ ଧକ୍କା ଦେଇଥିଲା ବାଇକ ଆରୋହୀ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ଘଟଣା ରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ ।1
- ସିମୁଳିଆ,ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ବିବାହ କାର୍ଯ୍ୟ ସାରି ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥ ମାଟିଆପଡା ଛକ ନିକଟରେ ଗାଡି ଚାଳକର ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ଗଛକୁ ପିଟି ହୋଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଶୋଏବ ଅନସାରୀ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସିମୁଳିଆ ଅଧିକ ଗୁରୁତର ହେବାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।3
- ଜୀବନ ର ମୂଲ୍ୟ କିଛି ନୂହୋ,,,1
- ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ। ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ। “ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି। ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।1
- ଦୁର୍ଘଟଣାରେ ଗାଡି ଚାଳକ ସମେତ ୩ ଯାତ୍ରୀ ଆହତ l ସୂଚନାଯୋଗ୍ୟ, ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଗଳା ପୋଲ ଉପରେ ପୁରୀ ଟାଟା ଶାନ୍ତିଲତା ଯାତ୍ରିବାହୀ ବସ ଦ୍ରୁତଗତିରେ ଅତିକ୍ରମ କରୁଥିବା ସମୟରେ ଏକ ମାଛ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ଗାଡି ଚାଳକ ଅଜଗର ଆଲାମ (୪୮)ବର୍ଷ ସମେତ ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ l ସେଥି ମଧ୍ୟରୁ ଚାରି ଜଣ ଗୁରୁତରଙ୍କୁ ସ୍ଥାନୀୟ ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ଓ ଟିକୁ ବାରିକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l ତେବେ ଏହି ବସରେ ୪୨ଜଣ ଯାତ୍ରୀଙ୍କୁ ପୁରୀରୁ ଟାଟା ଅଭିମୁଖେ ଯାଉଥିବା ଜଣାଯାଇଛି l2
- ପୁଣି ଫେରିଛି ପିଠା,ଓଡ଼ିଆ ପକ୍ଷରେ ପିଠା ପ୍ରଦର୍ଶନୀ ଫାଷ୍ଟ ଫୁଡ୍ କୁ ବର୍ଜନ କରି ମା ମାନେ ପିଠା ତିଆରି କରନ୍ତୁ।1
- ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ପଞ୍ଚୁକୁଣ୍ଡିଅ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ ମହାଯଜ୍ଞରେ ସୁଶାନ୍ତ ପଣ୍ଡା ଓ ଲୋପାମୁଦ୍ରା ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସ୍ଥାନୀୟ ରେବ ନଦୀରୁ କଳସ ଶୋଭା ଯାତ୍ରାରେ ବାହାରି ଯଜ୍ଞ ସ୍ଥଳକୁ ଆଣିଥିଲେ। ପରେ ବିଧି ଅନୁସାରେ ମହାଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ପୂଜକ ପଣ୍ଡିତ ନିରଞ୍ଜନ ପଣ୍ଡା ,ପଣ୍ଡିତ ଦୟାନିଧି ପତ୍ରି,ଜନ୍ମେଜୟ ଦାଶ,ରାମ ମିଶ୍ରଙ୍କ ସମେତ ୧୫ରୁ ଅଧିକ ପଣ୍ଡିତ ଉପସ୍ଥିତ ରହି ମହାଯଜ୍ଞ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ଏହି ମହାଯଜ୍ଞ କରିବା ଦ୍ୱାରା ଗ୍ରାମ ତଥା ଗ୍ରାମବାସୀଙ୍କ ସୁରକ୍ଷା ଏବଂ ସମାଜର କଲ୍ୟାଣ ନିମନ୍ତେ ଏହି ଯଜ୍ଞ ୧୨ବର୍ଷ ଧରି କରିଆସୁଛନ୍ତି। ଏଥିରେ ମୁଖ୍ୟ ଉଦ୍ୟକ୍ତା ରବୀନ୍ଦ୍ର ଭଞ୍ଜ, ବାସୁଦେବ ଦଳେଇ, ବାବୁ ମାଝୀ,, ବିଷୁରାମ ମାଝୀ, ନିରଞ୍ଜନ ବରାଳ, ଗୋବିନ୍ଦ ମାଝୀ, ଧ୍ରୁବ ମାଝୀ, ଉପେନ୍ଦ୍ର ଭଞ୍ଜ, ଅମୂଲ୍ୟ ଜେନା, ବିଷ୍ଣୁ ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହାଯଜ୍ଞକୁ ସଫଳ କରାଇ ଥିଲେ। ଏଥିରେ ୫ରୁ ଅଧିକ ଗ୍ରାମର ଶତାଧିକ ଲୋକଙ୍କ ନିମନ୍ତେ ପ୍ରସାଦ ସେବନ କରିବା ବ୍ୟବସ୍ଥା କରାଯାଇଥିଲା।4
- 14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ1
- ବଲାଙ୍ଗିର ଜିଲ୍ଲା ଶି୍ଧେକେଲା ଥାନା ଆନ୍ତରଗତ ସୁଧୀମୁଣ୍ଡା ଗଁl ନିକଟରେ ସରଶାରକିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା କାର1