*ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଓ ଶ୍ରୀ ରାମଦୂତ ହନୁମାନଙ୍କ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।।* 🔱🌺🙏🏻🪷🚩 🙌🏻ଜୟ ଜଗନ୍ନାଥ।।🙌🏻 *ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ହେଉଛି ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହି ଦିନଟି ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ପର୍ବ ବିଷୟରେ କିଛି ମୁଖ୍ୟ ତଥ୍ୟ ତଳେ ଦିଆଗଲା:* *୧. ଓଡ଼ିଆ ନବବର୍ଷର ଆରମ୍ଭ* ଏହି ଦିନଠାରୁ ଓଡ଼ିଆ ନୂତନ ବର୍ଷ ଓ ନୂଆ ପାଞ୍ଜିର ପ୍ରଚଳନ ଆରମ୍ଭ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦିନ ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ପ୍ରବେଶ କରନ୍ତି, ସେଥିପାଇଁ ଏହାକୁ ମେଷ ସଂକ୍ରାନ୍ତି ମଧ୍ୟ କୁହାଯାଏ। *୨. ପଣା ସଂକ୍ରାନ୍ତି* ଏହି ଦିନଟିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଏ। ଖରାଦିନର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ଦିନ ବିଭିନ୍ନ ଫଳ, କ୍ଷୀର, ଦହି ଓ ଛେନାକୁ ମିଶାଇ ପ୍ରସ୍ତୁତ "ପଣା" ଦେବଦେବୀଙ୍କୁ ଅର୍ପଣ କରାଯାଏ ଏବଂ ନିଜେ ସେବନ କରାଯାଏ। *୩. ବସୁଧା ପୂଜା ଓ ଚଉରା ମୂଳେ ପଣା ଝରା* ଏହି ଦିନ ଓଡ଼ିଆ ଘରର ଚଉରା ମୂଳେ ଏକ ଛୋଟ ମାଟି କଳସ (ବସୁଧା ପୂଜା) ବନ୍ଧାଯାଏ। ଏହି କଳସର ତଳେ ଏକ ସୂକ୍ଷ୍ମ କଣା କରାଯାଇ ସେଥିରେ ଏକ କୁଶ ରଖାଯାଏ, ଯାହାଦ୍ୱାରା ତୁଳସୀ ଗଛ ଉପରେ ଟୋପା ଟୋପା ହୋଇ ପାଣି ପଡ଼େ। ଏହା ଆଗାମୀ ଗ୍ରୀଷ୍ମ ଋତୁରେ ଗଛଲତାଙ୍କୁ ଜଳଦାନ କରିବାର ଏକ ପ୍ରତୀକ। *୪. ହନୁମାନ ଜୟନ୍ତୀ* ମହାବିଷୁବ ସଂକ୍ରାନ୍ତି ଦିନକୁ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଭାବେ ମଧ୍ୟ ପାଳନ କରାଯାଏ। ଓଡ଼ିଶାର ବିଭିନ୍ନ ହନୁମାନ ମନ୍ଦିରରେ ଏହି ଦିନ ବିଶେଷ ପୂଜାର୍ଚ୍ଚନା ଓ ହନୁମାନ ଚାଳିଶା ପାଠ କରାଯାଏ। *୫. ଦଣ୍ଡ ନାଚର ଉଦଯାପନ* ଓଡ଼ିଶାର ଅନେକ ଅଞ୍ଚଳରେ, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଚାଲୁଥିବା ପ୍ରସିଦ୍ଧ "ଦଣ୍ଡ ନାଚ" ଏହି ଦିନ ଶେଷ ହୋଇଥାଏ। ଭକ୍ତମାନେ କଠିନ ବ୍ରତ ପାଳନ କରି ଏହି ଦିନ "ମେରୁ ଯାତ୍ରା" ସହ ବ୍ରତ ଉଦଯାପନ କରନ୍ତି। *୬. ବୈଜ୍ଞାନିକ ମହତ୍ତ୍ୱ* ଭୂଗୋଳ ଅନୁସାରେ, ଏହି ସମୟରେ ଦିନ ଓ ରାତି ପ୍ରାୟ ସମାନ ହୋଇଥାଏ। ସୂର୍ଯ୍ୟ ବିଷୁବ ରେଖା ଉପରେ ରହୁଥିବାରୁ ଏହାକୁ "ମହାବିଷୁବ ସଂକ୍ରାନ୍ତି" କୁହାଯାଏ। ଏହି ଦିନଠାରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଏ। ଏହି ପର୍ବ ଆମକୁ ପରିବେଶ ସୁରକ୍ଷା (ଗଛରେ ପାଣି ଦେବା) ଏବଂ ଶୃଙ୍ଖଳିତ ଜୀବନ ଶୈଳୀର ଶିକ୍ଷା ଦିଏ। *ଆପଣଙ୍କୁ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା!* 🙏🏼 *📜 ୧୪ ଏପ୍ରିଲ 📜* ⚫❗⚫ -: *ହନୁମାନ ଜୟନ୍ତୀ* :- ମହାବିଷୁବ ସଂକ୍ରାନ୍ତି ରେ ହନୁମନ ଭଗବାନଙ୍କର ଜନ୍ମ କୁହାଯାଏ ହନୁମାନ ହେଉଛନ୍ତି ଶାକ୍ଷାତ ଶିବ l ତାଙ୍କ ଲାଞ୍ଜ ଟି ହେଉଛିନ୍ତି ପାର୍ବତୀ l ପାର୍ବତୀ ଲାଞ୍ଜ ହେଇକି ଯାଇଥିଲେ ରାମଙ୍କର କାର୍ଯ୍ୟ କରିବା ପାଇଁ l ତେଣୁ ଯେତେବେଳେ ଲାଞ୍ଜ ରେ ନିଆଁ ଲାଗିଲା ଲାଞ୍ଜ ସବୁତକ ଜାଳିଦେଲା ହେଲେ ନିଜେ ଜଳିଲାନି l କାହିଁକି ନା ପାର୍ବତୀ ଶାକ୍ଷାତ ନିଆଁ l ହନୁମାନ ଭଗବାନ ଏକ ଅଦଭୁତ ତତ୍ୟା ୩ ଟି ତତ୍ୟ ତାଙ୍କ ଦେହରେ ଅଛି l ସେ ପବନ ନନ୍ଦନ ତାଙ୍କୁ ପବନ ପୁତ୍ର କୁହାଜାଏ ସିନା ହେଲେ ବାସ୍ତବିକ ସେ ପବନ ସୂତ୍ର l ଯିଏ ପବନ କୁ ଧରିଥିଲେ l ପବନ ର ମରଣ ନାହିଁ ତାଙ୍କ ର ମରଣ ଆସିବ କେଉଁଠୁ l ପବନ ଅମର ତାଙ୍କ ପୁଅ ମଧ୍ୟ ଅମର l ହନୁମାନ ଆଜନ୍ମ ବ୍ରହ୍ମଚାରି ଆଜିର ତିଥି ରେ ଜନ୍ମ ହେଇଥିଲେ l ଭଗବାନ ହନୁମାନ ଅଞ୍ଜାନେରୀ ପର୍ବତରେ ଜନ୍ମଗ୍ରହଣ କରିଥିଲେ l ତାଙ୍କ ମାତା ଅଞ୍ଜନା ଜଣେ ଅପ୍ସରା ଯିଏ ଅଭିଶାପ ହେତୁ ପୃଥିବୀରେ ଜନ୍ମ ହୋଇଥିଲେ l ଏକ ପୁତ୍ର ସନ୍ତାନ ଜନ୍ମ ଦେବାପରେ ସେ ଏହି ଅଭିଶାପରୁ ମୁକ୍ତି ପାଇଲେ l ବାଲ୍ମିକୀ ରାମାୟଣରେ କହିଛନ୍ତି l ଯେ ତାଙ୍କ ପିତା କେଶରୀ ବୃହସ୍ପତିଙ୍କ ପୁତ୍ର l ସେ ସୁମେରୁ ନାମକ ଏକ ସ୍ଥାନର ରାଜା ଥିଲେ l ଅଞ୍ଜନା ଏକ ସନ୍ତାନ ପାଇବା ପାଇଁ ରୁଦ୍ରଙ୍କୁ ଦୀର୍ଘ ୧୨ ବର୍ଷ ଧରି ପ୍ରବଳ ପ୍ରାର୍ଥନା କରିଥିଲେ l ସେମାନଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ରୁଦ୍ର ସେମାନଙ୍କୁ ଖୋଜୁଥିବା ପୁଅକୁ ଦେଲେ l ଅନ୍ୟ ଏକ ବ୍ୟାଖ୍ୟାରେ ହନୁମାନ ହେଉଛି ରୁଦ୍ରଙ୍କ ଅବତାର ବା ପ୍ରତିଫଳନ l ହନୁମାନଙ୍କ ଜନ୍ମ :- ପାହାନ୍ତି ସମୟ ବ୍ରହ୍ମ ମୁହୂର୍ତ୍ତ ରାତି ପାହିନାହିଁ ସକାଳ ହେଇନାହିଁ ଏହି ସମୟରେ ଜନ୍ମ ନେଇଥିଲେ ହନୁମାନ l ଜନ୍ମ ହେଉ ହେଉ ମା କୁ ମାଗିଥିଲେ ମା ଲୋ ମତେ ଖାଇବାକୁ ଦେ l ଅଞ୍ଜନା ଅଚେତ ଅବସ୍ତାରେ ଥାଇ ମଧ୍ୟ କହିଲେ ମୋ ପୁଅ କଣ ଚ଼ାହୁଁଛି ମୋ ପୁଅ ମୋ ପେଟ ଭିତରେ ଥିବା ବେଳେ ସବୁ ତ ଖାଇଚି ! ସେତିକି ବେଳେ ଅଞ୍ଜନା ଦେଖିଦେଲେ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟ ହେଉଛନ୍ତି l ଲାଲ ଟକ ଟକ ହେଇ ବାହାରୁ ଛନ୍ତି କହିଲେ ସୂର୍ଯ୍ୟ ହେଉଛନ୍ତି ଗୁରୁ ସାର ଜଗତର ଗୁରୁ l ଆରୋଗ୍ୟ ଦେବତା ତେଜୀୟାନ ଦେବତା ମୋ ପୁଅ ଭିତରେ ତେଜ ଭର୍ତ୍ତୀ କରିବେ l କହିଲେ ଧନରେ ଲାଲ ଟକ ଟକ ଫଳ ପାଚିଜାଇଛି ଏଫଳ ପୂର୍ବାକାଶ କୁ ଗଛ ଜ୍ଞାନ କରିବୁ l ଫଳକୁ ଧରି ପକାଇବୁ ଗିଳିଦେବୁ l ନା ମା ମୁ କଣ ଗିଳିପାରିବି ! ନା ଅବଶ୍ୟ ପାରିବୁ l ମାର ବଳ ନେଇକି ହନୁମାନ ଗଲେ ସୂର୍ଯ୍ୟ ଙ୍କୁ ଟାଣି ଆଣିଲେ l ଗିଳିଦେଲେ ଅନ୍ଧାର ହେଇଗଲା ଚ଼ାରିଆଡ l ଦେବତା ମାନେ ଅନ୍ଧାର ରେ ରହିଲେ ସବୁ ଦେବତା ଙ୍କ ଭିତରେ ହାହା କାର ଖେଳିଗଲା l କିଏ ସୂର୍ଯ୍ୟ ଙ୍କୁ ଗିଳିଲା ବୋଲି l ସେତିକି ବେଳେ ଜଣେ ଦେବତା କହିଲେ ଗୋଟେ ପିଲାଟି ଜନ୍ମ ହେଲା ସିଏ ଅଞ୍ଜନା ର ପୁଅ ଏବଂ ସେ ମର୍କଟ ଆସିଲା ଉପରକୁ ଆଜି ହେଉଛି ଗ୍ରହଣ ଆଜି ରାହୁ ଗ୍ରାସ କରିଥାଆନ୍ତ କିନ୍ତୁ ତା ପୂର୍ବରୁ ସେ ପିଲା ଗିଳିଦେଲା ସୂର୍ଯ୍ୟଙ୍କୁ l କରିବା କଣ ଏବେ ସମସ୍ତେ କହିଲେ ଆଜି ସୂର୍ଯ୍ୟ ଙ୍କୁ ଗିଳିଲାନି କାଲି ଇନ୍ଦ୍ର ଙ୍କୁ ଗିଳିବ l ଚ଼ାଲ ସମସ୍ତେ ମିଶିକି ସେ ମର୍କଟ କୁ ଆମେ ମାରିଦେବାl ସବୁଦେବତା ବାଣ ପ୍ରୟୋଗ କଲେ ମଲାନି ସେ ପିଲା l ଶେଷରେ ଦେବରାଜ ଇନ୍ଦ୍ର ବଜ୍ର ପ୍ରହାର କରି ତାର ଅଧହନୁ ଭାଙ୍ଗିଦେଲେ l ପବନ ଦେବ ଯେତେବେଳ ଜଣିଲେ ମୋ ପୁଅର ଦେବତା ମାନେ ଏଅବସ୍ତା କରିଛନ୍ତି ତେଣୁ ସେ ପବନ ବନ୍ଦ କରିଦେଲେ l ଦେବତା ମାନେ ଆକୁ ଆକୁ ହେଲେ ସବୁ ଦେବତା ମାନେ ପବନ ପାଉନଥାନ୍ତି l କିନ୍ତୁ ନାରଦ କେଉଁଠୁ ପବନ ପାଉଛନ୍ତି l ପଚାରିବାରୁ ନାରଦ କହିଲେ ବିଷ୍ଣୁ ଙ୍କ ବଇକୁଣ୍ଠ ରୁ l ସବୁ ଦେବତା ଚାଲିଲେ ବଇକୁଣ୍ଠ କୁ l ସମସ୍ତ ଙ୍କୁ ଦେଖି ବିଷ୍ଣୁ ଓ ମା ଲକ୍ଷ୍ମୀ ପଚାରିଲେ କଣ ହେଲା ନା ପବନ ଦେବ ପବନ ବନ୍ଦ କରିଦେଇଛନ୍ତି l ଆମେ ଜାଣିନୁ ତା ପୁଅ ନା ହେଲା ମାରୁତି ଆମେ ତାର ଅଧ ହନୁ ଭାଙ୍ଗି ଦେଲୁ l ମା ଲକ୍ଷ୍ମୀ କହିଲେ ପିଲା ଉପରେ କିଏ ବାଣ ମାରେ l ଛୋଟ ପିଲାଟିକୁ ମାରନି ଉଦ୍ଧାର କର l ସବୁଦେବତା ମାନେ ବଳଦେଲେ ପିଲା ଟି ୧୮ ପାହୁଣ୍ଡ ହେଲା ଅଧ ହନୁ ଭାଙ୍ଗିଥିବାରୁ ସେଦିନ ଠୁ ତାଙ୍କ ନାମ ହେଲା ହନୁମାନ l ଦିନେ ଦଣ୍ଡକାରଣ୍ୟରେ ରେ ବୁଲୁଛନ୍ତି ମୁନି ଋଷି ମାନଙ୍କ କେଶ ଦେଖି ସେଥିରେ ଖେଳିବାକୁ ତାଙ୍କ ର ଇଛା ହେଲା l ଆଉ ସେମାନଙ୍କ କେଶ ରେ ଖେଳିବାକୁ ଲାଗିଲେ l ଡରରେ ସବୁ ଋଷି ମାନେ ବ୍ୟତି ବ୍ୟସ୍ତ ହେଇଗଲେ ସାନ୍ଧ୍ୟା ହେବାରୁ ହନୁମାନ ପଳେଇ ଆସିଲେ ଆଉ କହିଲେ ମୁ କାଲି ଆସିବି ପୁଣି ତମ କେଶ ସହ ଖେଳିବି l ସେ ଦିନ ରାତିରେ ସବୁ ମୁନି ମାନେ ସେଠାରୁ ପଳାଇଲେ କିନ୍ତୁ ଜଣେ ଛୋଟା ବାବାଜୀ ଥିଲେ ତାଙ୍କ ନା ହେଲା ଚୌକି ମହାମୁନି l ସିଏ ଯାଇପାରିଲେନି କୁଆଡେ l ତା ପରଦିନ ସକାଳୁ ସକାଳୁ ହନୁମାନ ପହଞ୍ଚିଗଲେ ଦଣ୍ଡକାରଣ୍ୟରେ l ଚୌକି ମହାମୁନି କହିଲେ ସେଇଠି ରହିଯା କାଲି ରାତି ସାରା ତପସ୍ୟା କରି ଗୋଟିଏ ଫରୁଆ ବାହାର କରିଛି ତୋ ବଳ କୁ ଏ ଫରୁଆ ରେ ରଖିଲି ତୋପେଟ ଭିତରେ ଛାଡିଲି ଆମର ଏବେ ତୁ ଆଉ କିଛି କରିପାରିବୁନି l ହନୁମାନ ସେଇଠି ବଳ ଶୂନ୍ୟ ହେଇପଡି ଗଲେ ଆଉ ଫେରିଲେନି l ମା ପାଖକୁ ଖବର ଗଲା l ମା ଆସି ଦେଖିଲେ ପିଲା ବଳ ଶୂନ୍ୟ ହେଇକି ପଡିଛି ସେ ମୁନି ଙ୍କୁ ପଚାରିଲେ ମୋ ପିଲା ଏମିତି କଣ କରିଦେଲା ଯେ ତା ବଳତକ ନେଇଗଲେ l ନା ପିଲା ର ବଳ ଭଲ କାର୍ଯ୍ୟ ରେ ଲାଗିବ ଅଭଲ କାର୍ଯ୍ଯ ରେ ଲାଗିବନି , "ରାମ କାର୍ଯ୍ୟ ପାଇଁ ତଵ ଅବତାର" ଜେତେବେଳେ ସୁଷ୍ଟି ର ମହତ କାର୍ଜ୍ୟ ଆସିବ ସେତେବେଳେ ତୁ ବଳ ପାଇବୁ l ସେହିଦିନ ଠୁ ହନୁମାନ ଙ୍କ ବଳ ତାଙ୍କ ପେଟ ଭିତରେ ରହିଗଲା l ତେଣୁ ତାଙ୍କୁ ପ୍ରଥମ ଥର ତାଙ୍କ ବଳ ଟା ମନେପଡେନି l ଦ୍ୱିତୀୟ ଥର କିଏ ମନେପକାଇଲେ ଦୁନିଆ ଗିଳିଦେବେ l ମନ୍ଦ ବିରୁଦ୍ଧରେ ବିଜୟ ହାସଲ କରିବା ଏବଂ ସୁରକ୍ଷା ଦେବାର କ୍ଷମତା ସହିତ ହନୁମାନଙ୍କୁ ଦେବତା ଭାବରେ ପୂଜା କରାଯାଏ l ହନୁମାନଙ୍କ ଉତ୍ପତ୍ତିର ଆଉ ଏକ କାହାଣୀ :- ବିଷ୍ଣୁ ପୁରାଣ ଏବଂ ନାରଦେବ ପୁରାଣରୁ ଉତ୍ପନ୍ନ l ନାରଦ, ଜଣେ ରାଜକୁମାରୀଙ୍କ ପ୍ରତି ଭରପୂର ହୋଇ, ତାଙ୍କ ବିଷ୍ଣୁଙ୍କ ପରି ଦେଖାଯିବା ପାଇଁ ତାଙ୍କ ପ୍ରଭୁ ବିଷ୍ଣୁଙ୍କ ନିକଟକୁ ଗଲେ l ଯାହାଫଳରେ ରାଜକୁମାରୀ ତାଙ୍କୁ ସ୍ୱୟମ୍ବର (ସ୍ୱାମୀ ଚୟନ ସମାରୋହ)ରେ ବିବାହ କରିବେ l ସେ ହରି ମୁଖ ମାଗିଲେ l ବିଷ୍ଣୁ ଏହା ବଦଳରେ ତାଙ୍କୁ ଏକ ବାନର ମୁହଁ ଦେଇଥିଲେ l ଏହା ନଜାଣି ନାରଦ ରାଜକୁମାରୀଙ୍କ ନିକଟକୁ ଗଲେ ଯିଏ କି ସମସ୍ତ ରାଜାଙ୍କ ପାରିଷଦ ସମ୍ମୁଖରେ ତାଙ୍କ ଏପରି ଚେହେରା ଦେଖି ହସିବାକୁ ଲାଗିଲା l ଅପମାନ ସହିନପାରି ନାରଦ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ ଯେ l ବିଷ୍ଣୁ ଦିନେ ବାନର ଉପରେ ନିର୍ଭରଶୀଳ ହେବେ l ବିଷ୍ଣୁ ଉତ୍ତର ଦେଇଛନ୍ତି ଯେ, ସେ ଯାହା କରିଛନ୍ତି ତାହା ନାରଦଙ୍କ ସ୍ୱାର୍ଥ ପାଇଁ l କାରଣ ଯଦି ସେ ବିବାହରେ ପ୍ରବେଶ କରନ୍ତି ତେବେ ସେ ନିଜର କ୍ଷମତାକୁ କ୍ଷୁର୍ଣ୍ଣ କରିଥାନ୍ତେl ବିଷ୍ଣୁ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ହରିଙ୍କର ବାନର ଦ୍ୱେତ ସଂସ୍କୃତ ଅର୍ଥ ଅଛି l ଏହା ଶୁଣି ନାରଦ ବିଷ୍ଣୁଙ୍କୁ ଅଭିଶାପ ଦେଇ ଅନୁତାପ କଲେ l କିନ୍ତୁ ବିଷ୍ଣୁ ତାଙ୍କୁ ଅନୁତାପ ନକରିବାକୁ କହିଥିଲେ କାରଣ ଅଭିଶାପ ଏକ ଫଳ ସ୍ୱରୂପ କାର୍ଯ୍ୟ କରିବl କାରଣ ଏହା ରୁଦ୍ରର ଅବତାର ହନୁମାନଙ୍କ ଜନ୍ମ ହେବ l ଯାହା ବିନା ରାମ (ବିଷ୍ଣୁଙ୍କ ଅବତାର) ରାବଣକୁ ହତ୍ୟା କରିପାରିବେ ନାହିଁ l ହନୁମାନ ରାମଙ୍କର ଜଣେ ଭକ୍ତ ଏବଂ ରାମଙ୍କ ପ୍ରତି ତାଙ୍କର ଅବିସ୍ମରଣୀୟ ଭକ୍ତି ପାଇଁ ବେଶ୍ ଜଣାଶୁଣା l ହିନ୍ଦୁ ପୁରାଣ ମତେ ହନୁମାନ ଶକ୍ତିର ପ୍ରତୀକ l ହିନ୍ଦୁ ଧର୍ମ ଅନୁସାରେ ସେ ଇଚ୍ଛା ଯେକୌଣସି ରୂପକୁ ଧାରଣ କରିପାରିବା ସହ ଗଦା ତଥା ଅନ୍ୟାନ୍ୟ ସ୍ବର୍ଗୀୟ ଅସ୍ତ୍ରଶସ୍ତ୍ର ଧାରଣ କରିବା, ପର୍ବତ ଘୁଞ୍ଚାଇ ପାରିବା, ପବନରେ ଉଡ଼ିପାରିବା, ମେଘ ଘୋଡ଼ାଇ ପାରିବାତି, ଏବଂ ଗରୁଡ଼ଙ୍କ ଭଳି ଉଡ଼ି ମଧ୍ୟ ପାରିବା ଆଦି ଶକ୍ତିର ଅଧିକାରୀ l ତେଣୁ ଆଜିର ଦିନରେ ୧୦୮ ହନୁମାନ ଚ଼ାଳିଶା ପଢିଲେ ଭଲ ସୁନ୍ଦରା କାଣ୍ଡ ପାଠ କଲେ ଭଲ ॥ଶ୍ରୀହନୁମାନ ନମଃ॥ ଶ୍ରୀହନୁମାନ ଚାଳିଶା ଦୋହା ଶ୍ରୀଗୁରୁ ଚରନ ସରୋଜ ରଜ, ନିଜ ମନୁ ମୁକୁରୁ ସୁଧାରି । । ବରନଉଁ ରଘୁବର ବିମଲ ଜସୁ ଜୋ ଦାୟକୁ ଫଲ ଚାରି ॥ ବୁଦ୍ଧିହୀନ ତନୁ ଜନିକେ, ସୁମିରୌ ପାୱନ-କୁମାର । ବଲ ବୁଧି ବିଦ୍ୟା ଦେହୁ ମୋହି, ହରହୁ କଲେସ ବିକାର ॥ ଚୌପାଇ ଜୟ ହନୁମାନ ଜ୍ଞାନ ଗୁନ ସାଗର । ଜୟ କପୀସ ତିହୁଁ ଲୋକ ଉଜାଗର ॥ ରାମ ଦୂତ ଅତୁଲିତ ବଲ ଧାମା । ଆଞ୍ଜନି-ପୁତ୍ର ପବନ ସୂତ ନାମା ॥ ମାହାବୀର ବିକ୍ରମ ବଜରଂଗି । କୁମତି ନିୱାର ସୁମତି କେ ସଂଗି ॥ କଂଚନ ବରନ ବିରାଜ ସୁବେସା ।କାନନ କୁଂଡଲ କୁଂଚିତ କେସା।। ହାଥ ବଜ୍ର ଔ ଧ୍ୱଜା ବିରଜୈ । କାଁଧେ ମୂଁଜ ଜନେଉ ସାଜୈ।। ସଂକର ସୁୱନ କେସରିନଂଦନ। ତେଜ ପ୍ରତାପ ମହା ଜଗ ବନ୍ଦନ।। ବିଦ୍ୟାବାନ ଗୁନୀ ଅତି ଚାତୁର। ରାମ କାଜ କରିବେ କୋ ଆତୁର॥ ପ୍ରଭୁ ଚରିତ୍ର ଶୁଣିବେ କୋ ରସିୟା । ରାମ ଲଖନ ସୀତା ମନ ବସିୟା ॥ ସୁକ୍ଷ୍ମ ରୂପ ଧରି ସୀୟହିଁ ଦିଖାୱା। ବିକଟ ରୂପ ଧରି ଲଂକ ଜରାୱା॥ ଭୀମ ରୂପ ଧରି ଅସୁର ସଁହାରେ । ରାମଚନ୍ଦ୍ର କେ କାଜ ସଁୱରେ ॥ ଲାୟ ସଂଜୀବନ ଲଖନ ଜିୟାୟେ । ଶ୍ରୀ ରଘୁବୀର ହରଷି ଉର ଲାୟେ॥ ରଘୁପତି କିନହୀ ବହୁତ ବଡାଇ। ତୁମ ମମ ପ୍ରିୟ ଭରତହି ସମ ଭାଇ ॥ ସହସ ବଦନ ତୁମହାରୋ ଜସ ଗାୱୌ । ଅସ କହି ଶ୍ରୀପତି କଣ୍ଠ ଲଗାୱୌ ॥ ସନକାଦିକ ବ୍ରହ୍ମାଦି ମୁନୀସା । ନାରଦ ସାରଦ ସହିତ ଅହୀସା ॥ ଜମ କୁବେର ଦିଗପାଲ ଜାହାଁ ତେ । କବି କୋବିଦ କହି ସକେ କହାଁ ତେ ॥ ତୁମ ଉପକାର ସୁଗ୍ରୀୱହିଁ କୀନହା । ରାମ ମିଲାୟ ରାଜ ପଦ ଦୀନହା ॥ ତୁମହରୋ ମଂତ୍ର ବିଭୀଷନ ମାନା । ଲଂକେସ୍ୱର ଭଏ ସବ ଜଗ ଜାନା ॥ ଜୁଗ ସହସ୍ର ଯୋଜନ ପର ଭାନୂ । ଲିଲ୍ୟୋ ତାହି ମଧୁର ଫଲ ଜାନୂ॥ ପ୍ରଭୁ ମୁଦ୍ରିକା ମେଲି ମୁଖ ମାହାଁ । ଜଲଧି ଲାଂଘି ଗୟେ ଅଚରଜ ନାହାଁ ॥ ଦୁର୍ଗମ କାଜ ଜଗତ କେ ଜେତେ । ସୁଗମ ଅନୁଗ୍ରହ ତୁମହରେ ତେତେ ॥ ରାମ ଦୁଆରେ ତୁମ ରଖୱାରେ । ହୋତ ନା ଆଜ୍ଞା ବିନୁ ପୈସାରେ ॥ ସବ ସୁଖ ଲହୈ ତୁମହାରୀ ସରନା । ତୁମ ରଛକ କାହୂ କୋ ଡରନା ॥ ଆପନ ତେଜ ସମହ।ରୋ ଆପୈ । ତୀନୈ ଲୋକ ହାଁକ ତେ କାପୈ ॥ ଭୁତ ପିସାଚ ନିକଟ ନାହିଁ ଆୱା । ମାହାବୀର ଜବ ନାମ ସୁନାୱା॥ ନାସୌ ରୋଗ ହରୌ ସବ ପୀର। ଜପତ ନିରଂତର ହନୁମତ ବୀରା ॥ ସଂକଟ ତେ ହନୁମାନ ଛୁଡାୱା। ମନ କ୍ରମ ବଚନ ଧ୍ୟାନ ଜୋ ଲାୱା ॥ ସବ ପର ରାମ ତପସ୍ୱୀ ରାଜା । ତିନ କେ କାଜ ସକଲ ତୁମ ସାଜା ॥ ଔର ମନୋରଥ ଜୋ କେଇ ଲାୱା। ସୋଇ ଅମିତ ଜୀୱନ ଫଲ ପାୱା ॥ ଚାରୌ ଜୁଗ ପରତାପ ତୁମ୍ ହାରା । ହୈ ପରସିଦ୍ଧ ଜଗତ ଉଜିୟାରା ॥ ସାଧୁ ସଂତ କେ ତୁମ ରଖୱାରେ । ଅସୁର ନିକଂଦନ ରାମ ଦୁଲାରେ ॥ ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା। ଅସ ବର ଦୀନ ଜାନକୀ ମାତା ॥ ରାମ ରସାୟନ ତୁମ୍ ହାରେ ପାସା । ସଦା ରହୋ ରଘୁପତି କେ ଦାସା ॥ ତୁମ୍ ହରେ ଭଜନ ରାମ କୋ ପାୱ। ଜନମ ଜନମ କେ ଦୁଃଖ ବିସରାୱ। । ଅଂତ କାଲ ରଘୁବର ପୁର ଜାଇ । ଜହାଁ ଜନ୍ମ ହରି-ଭକ୍ତ କରଇ ॥ ଔର ଦେୱତା ଚିତ୍ତ ନ ଧରଇ । ହନୁମତ ସେଇ ସର୍ବ ସୁଖ କରଇ ॥ ସଂକଟ କଟୈ ମିଟୈ ସବ ପୀରା । ଜୋ ସୁମିରୋୖ ହନୁମତ ବଲବୀରା ॥ ଜୈ ଜୈ ଜୈ ହନୁମାନ ଗୋସାଈଁ । କୃପା କରହୁ ଗୁରୁ ଦେୱ କୀ ନାଈଁ ॥ ଜୋ ସତ ବାର ପାଠ କର କୋଈ । ଛୁଟହି ବଂଦି ମହା ସୁଖ ହୋଇ ॥ ଜୋ ୟହ ପଢୈ ହନୁମାନ ଚାଲୀସା । ହୋୟ ସିଦ୍ଧି ସାଖୀ ଗୌରୀସା ॥ ତୁଳସୀ ଦାସ ସଦା ହରି ଚେରା । କୀଜୈ ନାଥ ହୃଦୟ ମହଁ ଡେରା ॥ ଦୋହା ପୱନତନୟ ସଂକଟ ହରନ, ମଂଗଲ ମୂରତି ରୂପ। ରାମ ଲଖନ ସୀତା ସହିତ, ହୃଦୟ ବସହୁ ସୁର ଭୂପ।। 🍃🍂🍃🍂🍃🍂🍃🍂🍃🍂🍃🍂🍃🍂 *ଡଃ. ଭୀମରାଓ ଆମ୍ବେଦକର ଜୟନ୍ତୀ* *ଜନ୍ମ: ୧୪ ଏପ୍ରିଲ ୧୮୯୧* *ମୃତ୍ୟୁ: ୦୬ ଡିସେମ୍ବର ୧୯୫୬* *ଜୀବନୀ ଓ ବ୍ୟକ୍ତିତ୍ୱ* ଡଃ. ଭୀମରାଓ ଆମ୍ବେଦକର ୧୪ ଏପ୍ରିଲ ୧୮୯୧ ମସିହାରେ ମହୁ (Madhya Pradesh) ଠାରେ ସୁବେଦାର ରାମଜୀ ଶକପାଲ ଏବଂ ଭୀମାବାଇଙ୍କ ଚତୁର୍ଦ୍ଦଶ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବ୍ୟକ୍ତିତ୍ୱରେ ପ୍ରଖର ସ୍ମୃତିଶକ୍ତି, ବୁଦ୍ଧିମତା, ଦୃଢ଼ତା, ସଚ୍ଚୋଟତା, ସତ୍ୟବାଦିତା ଏବଂ ନିୟମିତତାର ଏକ ଅପୂର୍ବ ସମନ୍ୱୟ ଥିଲା। ତାଙ୍କର ଏହି ଅଦ୍ୱିତୀୟ ପ୍ରତିଭା ସମସ୍ତଙ୍କ ପାଇଁ ଅନୁକରଣୀୟ। ସେ ଏକାଧାରରେ ଜଣେ ମନୀଷୀ, ଯୋଦ୍ଧା, ନାୟକ, ବିଦ୍ୱାନ, ଦାର୍ଶନିକ, ବୈଜ୍ଞାନିକ, ସମାଜସେବୀ ଏବଂ ଧୈର୍ଯ୍ୟବାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ସେ ଜଣେ ଅନନ୍ୟ କୋଟିର ନେତା ଥିଲେ, ଯିଏ ନିଜର ସମଗ୍ର ଜୀବନ ଭାରତର କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଥିଲେ। ଭାରତର ଦଳିତମାନଙ୍କୁ ସାମାଜିକ ଓ ଆର୍ଥିକ ଅଭିଶାପରୁ ମୁକ୍ତି ଦେବା ହିଁ ତାଙ୍କ ଜୀବନର ମୁଖ୍ୟ ସଙ୍କଳ୍ପ ଥିଲା। *ଶିକ୍ଷା ଓ ସଂଘର୍ଷ* ସଂଯୋଗବଶତଃ, ସାତାରା ଗ୍ରାମର ଜଣେ ବ୍ରାହ୍ମଣ ଶିକ୍ଷକ ଭୀମରାଓଙ୍କୁ ବହୁତ ଭଲ ପାଉଥିଲେ। ସେ ଅତ୍ୟାଚାର ଓ ଲାଞ୍ଛନାର ଖରାରେ ଭୀମଙ୍କ ପାଇଁ ଶୀତଳ ଛାୟା ସଦୃଶ ଥିଲେ। ବାବାସାହେବ କହିଥିଲେ - "ଶ୍ରେଣୀହୀନ ସମାଜ ଗଠନ କରିବା ପୂର୍ବରୁ ସମାଜକୁ ଜାତିହୀନ କରିବାକୁ ହେବ।" ସମାଜବାଦ ବିନା ଦଳିତ ଓ ଶ୍ରମିକ ଶ୍ରେଣୀର ଆର୍ଥିକ ମୁକ୍ତି ସମ୍ଭବ ନୁହେଁ। ବରୋଦାର ମହାରାଜା ସୟାଜୀରାଓ ଗାୟକୱାଡ଼, ଭୀମରାଓଙ୍କ ମେଧାଶକ୍ତିକୁ ଦେଖି ତାଙ୍କୁ ବୃତ୍ତି ପ୍ରଦାନ କରି ୧୯୧୩ ମସିହାରେ ଉଚ୍ଚଶିକ୍ଷା ପାଇଁ ବିଦେଶ ପଠାଇଥିଲେ। ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ସେ ରାଜନୀତି ବିଜ୍ଞାନ, ସମାଜଶାସ୍ତ୍ର, ମାନବ ବିଜ୍ଞାନ, ଦର୍ଶନ ଏବଂ ଅର୍ଥନୀତିର ଗଭୀର ଅଧ୍ୟୟନ କରିଥିଲେ। *ସମ୍ବିଧାନ ପ୍ରଣୟନ ଓ ସାମାଜିକ ନ୍ୟାୟ* ଡଃ. ଆମ୍ବେଦକରଙ୍କୁ ସର୍ବସମ୍ମତି କ୍ରମେ ସମ୍ବିଧାନ ସଭାର ଚିଠା କମିଟି (Drafting Committee) ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ୨୬ ନଭେମ୍ବର ୧୯୪୯ରେ ତାଙ୍କ ଦ୍ୱାରା ରଚିତ ସମ୍ବିଧାନ ପାରିତ ହୋଇଥିଲା। ତାଙ୍କର ଲକ୍ଷ୍ୟ ଥିଲା ସାମାଜିକ ଅସମାନତା ଦୂର କରି ଦଳିତମାନଙ୍କୁ ମାନବାଧିକାର ପ୍ରଦାନ କରିବା। ସେ ସତର୍କ କରାଇ ଦେଇଥିଲେ ଯେ, ଆମ ରାଜନୈତିକ କ୍ଷେତ୍ରରେ ସମାନତା ରହିବ କିନ୍ତୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅସମାନତା ରହିବ; ଆମକୁ ଏହି ବିରୋଧାଭାସକୁ ଦୂର କରିବାକୁ ହେବ। *ରାଷ୍ଟ୍ରଭକ୍ତି ଓ ଗଣତନ୍ତ୍ର* ଗଣତନ୍ତ୍ର ବାବାସାହେବଙ୍କ ସ୍ୱଭାବରେ ରହିଥିଲା। ସେ କହୁଥିଲେ ଯେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ବାହାରୁ ଆସିନାହିଁ; ସଂସଦୀୟ ବ୍ୟବସ୍ଥା ଭାରତ ପାଇଁ ନୂଆ ନୁହେଁ। ସେ ସମ୍ବିଧାନ ସଭାରେ ଏକ ଭାବପୂର୍ଣ୍ଣ ଅପିଲ କରିଥିଲେ ଯେ- "ଅନେକ ସଂଘର୍ଷ ପରେ ମିଳିଥିବା ସ୍ୱାଧୀନତାକୁ ଆମକୁ ରକ୍ତର ଶେଷ ବିନ୍ଦୁ ଦେଇ ରକ୍ଷା କରିବାକୁ ହେବ।" ସେ ସବୁବେଳେ କହୁଥିଲେ ଯେ ଆମେ ଭାରତୀୟମାନେ ଭିନ୍ନ ଭିନ୍ନ ପୃଷ୍ଠଭୂମିର ହୋଇଥିଲେ ମଧ୍ୟ ସବୁକିଛି ଉପରେ ଦେଶହିତକୁ ରଖିବା ଉଚିତ। *ମୃତ୍ୟୁ ଓ ସମ୍ମାନ* ଡଃ. ଆମ୍ବେଦକର ମଧୁମେହ ରୋଗରେ ପୀଡ଼ିତ ଥିଲେ। ୬ ଡିସେମ୍ବର ୧୯୫୬ରେ ଦିଲ୍ଲୀସ୍ଥିତ ବାସଭବନରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ *'ଭାରତ ରତ୍ନ'* ରେ ସମ୍ମାନିତ କରାଯାଇଥିଲା। ସଂଗୃହୀତ

- ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ ବାରିପଦା ତା 14/4 (ପି.ଏନ.ଏସ.) ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା, ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ, ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.1
- ବିକାଶ'ର ଆଇନା ଦେଖାଇଲେ ଯୋଗୀ: ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।1
- Post by Jitendra raj1
- ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ Pani chatra Bhadrak chatabar /chakadala bottom chatu company1
- 14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ1
- #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।1
- ବଲାଙ୍ଗିର ଜିଲ୍ଲା ଶି୍ଧେକେଲା ଥାନା ଆନ୍ତରଗତ ସୁଧୀମୁଣ୍ଡା ଗଁl ନିକଟରେ ସରଶାରକିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା କାର1
- Post by Jitendra raj1