logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନ୍ୟୁଜ୍ ପ୍ରଭାବ: ଜଗନ୍ନାଥ ନଗରରେ ପହଞ୍ଚିଲା ଜନ ସ୍ୱାସ୍ଥ୍ୟ ବିଭାଗ, ଆଜିଠାରୁ ଆରମ୍ଭ ହେବ ମରାମତି କାର୍ଯ୍ୟ। ​ଗୁଣପୁର, ୨୧/୦୪ : ଗୁଣପୁର ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଜଗନ୍ନାଥ ନଗରର ବିପର୍ଯ୍ୟସ୍ତ ରାସ୍ତା ସମ୍ପର୍କିତ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଗଣମାଧ୍ୟମରେ ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସିବା ପରେ ଶେଷରେ ନିଦ ଭାଙ୍ଗିଛି ବିଭାଗୀୟ ଅଧିକାରୀଙ୍କ। ମଙ୍ଗଳବାର ଜନ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀମାନେ ଜଗନ୍ନାଥ ନଗର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ବିଶେଷ କରି ପାଇପ୍ ଲାଇନ୍ ମରାମତି ଓ ରାସ୍ତା ସମତୁଲ କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ​ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ସମ୍ପୃକ୍ତ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ। ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ପୌରପରିଷଦ ପକ୍ଷରୁ ମଧ୍ୟ ଖୁବଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବ ବୋଲି ମତ ପ୍ରକାଶ ପାଇଛି। ଖବର ପ୍ରସାରଣର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଜଗନ୍ନାଥ ନଗର ବାସିନ୍ଦା ସନ୍ତୋଷ ବ୍ୟକ୍ତ କରିବା ସହ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଶାସନର ଏହି ସକରାତ୍ମକ ପଦକ୍ଷେପ ଯୋଗୁଁ ଦୀର୍ଘ ଦିନର କାଦୁଅ ପଚପଚ ରାସ୍ତାରୁ ସ୍ଥାନୀୟ ଲୋକେ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।

2 hrs ago
user_Gunupur Updates
Gunupur Updates
Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
2 hrs ago
dab8ebaf-cc63-4366-a8b3-a0e4b67dd2fb

ନ୍ୟୁଜ୍ ପ୍ରଭାବ: ଜଗନ୍ନାଥ ନଗରରେ ପହଞ୍ଚିଲା ଜନ ସ୍ୱାସ୍ଥ୍ୟ ବିଭାଗ, ଆଜିଠାରୁ ଆରମ୍ଭ ହେବ ମରାମତି କାର୍ଯ୍ୟ। ​ଗୁଣପୁର, ୨୧/୦୪ : ଗୁଣପୁର ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଜଗନ୍ନାଥ ନଗରର ବିପର୍ଯ୍ୟସ୍ତ ରାସ୍ତା ସମ୍ପର୍କିତ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଗଣମାଧ୍ୟମରେ ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସିବା ପରେ ଶେଷରେ ନିଦ ଭାଙ୍ଗିଛି ବିଭାଗୀୟ ଅଧିକାରୀଙ୍କ। ମଙ୍ଗଳବାର ଜନ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀମାନେ ଜଗନ୍ନାଥ ନଗର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ବିଶେଷ କରି ପାଇପ୍ ଲାଇନ୍ ମରାମତି ଓ ରାସ୍ତା ସମତୁଲ କରିବା ପାଇଁ ବିଭାଗ ପକ୍ଷରୁ

46a099ac-5589-4a8a-8a8d-04a6763a60c5

ଯୋଜନା ପ୍ରସ୍ତୁତ କରାଯାଇଛି। ​ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ସମ୍ପୃକ୍ତ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ। ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ପୌରପରିଷଦ ପକ୍ଷରୁ ମଧ୍ୟ ଖୁବଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବ ବୋଲି ମତ ପ୍ରକାଶ ପାଇଛି। ଖବର ପ୍ରସାରଣର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଜଗନ୍ନାଥ ନଗର ବାସିନ୍ଦା ସନ୍ତୋଷ ବ୍ୟକ୍ତ କରିବା ସହ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଶାସନର ଏହି ସକରାତ୍ମକ ପଦକ୍ଷେପ ଯୋଗୁଁ ଦୀର୍ଘ ଦିନର କାଦୁଅ ପଚପଚ ରାସ୍ତାରୁ ସ୍ଥାନୀୟ ଲୋକେ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।

More news from ଓଡ଼ିଶା and nearby areas
  • ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...
    1
    ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    14 hrs ago
  • ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍‌କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।
    3
    ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l
ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍‌କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ  କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ  ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।
    user_Susanta kumar panda
    Susanta kumar panda
    ପଦ୍ମପୁର, ରାୟଗଡା, ଓଡ଼ିଶା•
    18 hrs ago
  • ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।
    1
    ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    17 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    2 hrs ago
  • ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ
    1
    ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    5 hrs ago
  • ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    1
    ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି  ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ  ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି।
କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    15 hrs ago
  • ଗୀତ ଶୁଣନ୍ତୁ 🙏🙏🙏
    1
    ଗୀତ ଶୁଣନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    1
    ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.