ଶିକ୍ଷା ଅଧିକାରୀଙ୍କ ସୁରକ୍ଷା ନିୟମକୁ ଅଙ୍ଗୁଳି ଦେଖା: ସ୍କୁଲ ଗେଟ୍ ଖୋଲା, ରାସ୍ତାରେ ଭାସୁଛନ୍ତି ଭବିଷ୍ୟତ; ଘୁଘୁଡ଼ି ମାରି ଶୋଇଛି ଶିକ୍ଷା ବିଭାଗ ଶିକ୍ଷା ଅଧିକାରୀଙ୍କ ସୁରକ୍ଷା ନିୟମକୁ ଅଙ୍ଗୁଳି ଦେଖା: ସ୍କୁଲ ଗେଟ୍ ଖୋଲା, ରାସ୍ତାରେ ଭାସୁଛନ୍ତି ଭବିଷ୍ୟତ; ଘୁଘୁଡ଼ି ମାରି ଶୋଇଛି ଶିକ୍ଷା ବିଭାଗ - ସରକାରୀ ବିଦ୍ୟାଳୟଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିୟମାବଳୀ ଜାରି କରାଯାଇଛି। କିନ୍ତୁ ମୟୁରଭଞ୍ଜ ଜିଲ୍ଲା ସାରସକଣା ଶିକ୍ଷାମଣ୍ଡଳ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଏହି ସୁରକ୍ଷା ନିୟମାବଳୀ ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇପଡ଼ିଛି। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଘୋର ଅବହେଳା ଓ ଶିକ୍ଷା ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଆଜି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଅସୁରକ୍ଷିତ ହୋଇପଡ଼ିଛି।ସରକାରୀ ନିୟମାନୁସାରେ, ସାଧାରଣ ଦିନଗୁଡ଼ିକରେ ବିଦ୍ୟାଳୟ ସମୟ ସକାଳ ୧୦:୦୦ ରୁ ଅପରାହ୍ନ ୪:୦୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରାର୍ଥନା ପୂର୍ବରୁ ଅର୍ଥାତ୍ ସକାଳ ୯:୩୦ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବା ଏବଂ ବିଦ୍ୟାଳୟ ଶେଷ ହେବା ପରେ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ରହି ଖାତା ଦେଖା ଓ ପାଠପଢ଼ା ପ୍ରସ୍ତୁତି କରିବା ବାଧ୍ୟତାମୂଳକ। ଛାତ୍ରଛାତ୍ରୀମାନେ ୯:୪୫ ସୁଦ୍ଧା ପହଞ୍ଚି ୧୦:୦୦ ରେ ପ୍ରାର୍ଥନା ସଭାରେ ଯୋଗ ଦେବାର ନିୟମ ରହିଛି। ସେହିପରି ଅପରାହ୍ନ ୧:୩୦ ରୁ ୨:୦୦ ମଧ୍ୟରେ ମଧ୍ୟାହ୍ନ ଭୋଜନ ସମୟରେ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ବନ୍ଦ ରହିବା କଥା। ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ଉପସ୍ଥିତିରେ ଖାଦ୍ୟର ଗୁଣବତ୍ତା ସହିତ ପିଲାମାନେ ଯେପରି ବିଦ୍ୟାଳୟ ପରିସର ବାହାରକୁ ନ ଯାଆନ୍ତି, ତାହା ପ୍ରଧାନଶିକ୍ଷକ ଓ ନୋଡାଲ ଶିକ୍ଷକ ନିଶ୍ଚିତ କରିବା କଥା। କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସାରସକଣା ଶିକ୍ଷାମଣ୍ଡଳର ଏକାଧିକ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ/ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ଗେଟ୍ ଖୋଲା ରହୁଛି। ଛାତ୍ରଛାତ୍ରୀମାନେ ଖାଇସାରିବା ପରେ ବିପଜ୍ଜନକ ଭାବେ ବାହାରେ ରାସ୍ତା କଡ଼ରେ ବୁଲାବୁଲି କରୁଛନ୍ତି। ଫଳରେ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟି ଜୀବନହାନି ହେବାର ଆଶଙ୍କା ରହିଛି। ଏହା କେବଳ ସୁରକ୍ଷା ନିୟମର ଖୋଲାଖୋଲି ଉଲ୍ଲଂଘନ ନୁହେଁ, ବରଂ ଦାୟିତ୍ୱହୀନତାର ଚରମ ସୀମା। ଏ ସମ୍ପର୍କରେ ପୂର୍ବରୁ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ସାରସକଣା ଶିକ୍ଷା ବିଭାଗ ଶୋଇରହିବା ଅତ୍ୟନ୍ତ ଦୁଃଖଦାୟକ। ଶିକ୍ଷାଧିକାରୀଙ୍କ ଏପରି ନିଷ୍କ୍ରିୟତା ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅବହେଳା କରୁଥିବା ଶିକ୍ଷକ ଓ ଶିକ୍ଷାଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

- ବାରିପଦା ରେ ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ ବାରିପଦା, ତା ୨୫.୮.୨୬.... ରାଜ୍ୟର ଖଣି ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ବ୍ୟବସ୍ଥାର ଅଧିକାରକୁ କବର ଦେଇ, ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ( ଏମ୍ ଏମ୍ ଡ ଆର୍) ସଂଶୋଧନ ଆଇନ୍ -୨୦୨୬ ପ୍ରଣୟନ କରି ସ୍ଵର୍ଣ୍ଣ ପ୍ରସୂ ଓଡ଼ିଶା ଗର୍ଭକୁ ଚିରି ଖଣିଜ ସମ୍ପଦର ମାଲିକାନା ଛଡାଇ ନେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ଵାଧୀନ ବିଜେପି ସରକାର । ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା କରାଗଲା। ରାଜ୍ୟ ସ୍ବାର୍ଥ ରକ୍ଷା ପାଇଁ ବିଲ୍ ବିରୋଧରେ ମୁହଁ ଖୋଲିବା ପରିବର୍ତ୍ତେ ଓଡ଼ିଶାରୁ ସଂସଦକୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟ ସ୍ବାର୍ଥ ବିରୋଧୀ ବିଜେପି ସାଂସଦମାନେ ଖଣି ଲୁଣ୍ଠନ ର ଭାଗିଦାରୀ ହୋଇଛନ୍ତି। ବିଶ୍ୱାସଘାତକ ଜନପ୍ରତିନିଧି ମାନଂକୁ ରାଜ୍ୟବାସୀ କ୍ଷମା କରିବେ ନାହିଁ। ଏହାକୁ ନେଇ ରାଜ୍ୟବ୍ୟାପୀ ଆଜି ପ୍ରତିରୋଧ ଦିବସ ପାଳନର ଅଂଶବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡି ବ୍ଲକ୍ କଂଗ୍ରେସ, ସିପିଆଇ ଓ ସିପିଏମ ପକ୍ଷରୁ ପ୍ରତିରୋଧ ବିକ୍ଷୋଭ କଂଗ୍ରେସ (ପୂର୍ବ) ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳଂକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଏମ୍ ଏମ୍ ଡି ଆର୍ ଆଇନ୍ ସମ୍ପର୍କରେ ଆଲୋଚନା ପାଇଁ ତୁରନ୍ତ ସ୍ଵତନ୍ତ୍ର ବିଧାନସଭା ଅଧିବେଶନ ଡକାଇବା ପାଇଁ ଦୃଢ ଦାବି କରାଯାଇଛି। ପ୍ରତିରୋଧ ସଭାରେ କଂଗ୍ରେସ ( ପଶ୍ଚିମ ) ସଭାପତି ଶ୍ରୀ ଭୁବନବିହାରୀ ସାହୁ, ଜ୍ୟୋତି ପ୍ରକାଶ ରଥ, ନାରାୟଣ ପଟ୍ଟନାୟକ, ଚୈତନ୍ୟ ହାଁସଦା, ସବିତା ସୋରେନ୍, ସୁନିତା ନାଏକ, ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ପରମେଶ୍ବର ମହାନ୍ତ, ସିପିଏମ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ମୃତ୍ୟୁଞ୍ଜୟ ବେହେରା, ରବି ଗୋସ୍ୱାମୀ,ଅମଲ ଦେ କଳା ଆଇନ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କଂଗ୍ରେସର ଶ୍ରୀ ଶାନ୍ତନୁ ପାଲ୍ ସଭା ପରିଚାଳନା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ସମେତ ରାଜ୍ୟ ସ୍ବାର୍ଥ ବିରୋଧୀ ୨୦ ସାଂସଦ ଓ ଶ୍ରୀ ମୋହନ ଚରଣ ମାଝି, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଶେଷରେ ସୁସ୍ମିତା ଘୋଷାଲ ଧନ୍ୟବାଦ ଦେଇଥିଲେ। ଆଜିର ପ୍ରତିରୋଧ ସଭାରେ କଂଗ୍ରେସ ତରଫରୁ ମାଧବୀ ସେନାପତି, ଗୌରୀ ନାୟକ, ଭୁବନେଶ୍ୱରୀ ଜେନା, ଜ୍ୟୋତି ରଞ୍ଜନ ଦାସ, ଅସିତ ଦାସ, ସେକ ରଖିମ, ସେକ ଏକବାଲ, ପ୍ରଫୁଲ୍ଲ ଦାସ, ଦୁଃଖୀ ଶ୍ୟାମ ମୁର୍ମୁ, ନିହାର ରଞ୍ଜନ ମଢୁଆଳ, ଠାକୁର ସୋରେନ, ଦିଲ୍ଲୀପ ନାୟକ, ଜବା ମଣି ଟୁଡୁ, ସ୍ୱରୂପ ମିଶ୍ର, ପ୍ରଦୀପ ମିଶ୍ର, ରବୀନ୍ଦ୍ର ଗିରି,ପ୍ରଫୁଲ୍ଲ ନାୟକ, ପ୍ରଦୀପ ଦାସ, ସେକ କାଲୁମୁଦ୍ଦିନ, ଭବାନୀ ଶଙ୍କର ସାହୁ, ଜୀବନ ବାରିକ, ମାଣିକ, ସତ୍ୟକାମ ରଣା, ବିଜୟ ସିଂହ, ଉତ୍ତମ ବେହେରା, କହେଁଇ ମହାନ୍ତ, ବିକାଶ ମହାଭୋଇ, ଭାରତୀ ପାତ୍ର,ସିପିଆଇ ପକ୍ଷରୁ ସାଥୀ ଶ୍ରୀକାନ୍ତ ସାମଲ, ନାରାୟଣ ଟୁଡୁ, କାହ୍ନୁଚରଣ ବେହେରା,ପାରାଉ ହାଁସଦା, ଦୁର୍ଗା ମାରାଣ୍ଡି, ମହେଶ୍ୱର ବେହେରା, ଶତୃଘ୍ନ ନାଏକ,ରୁପାଇ ମାଝି, ସିପିଏମ ପକ୍ଷରୁ ହରିଶ ଚନ୍ଦ୍ର ସିଂ, ବିକର୍ତ୍ତନ କବି, ମାଧବ ସିଂ, ବନମାଳୀ ପ୍ରଧାନ, ମଙ୍ଗଳ ମାର୍ଣ୍ଡି, ରଘୁନାଥ ପଣ୍ଡା, କ୍ଷିତୀଶ ଚନ୍ଦ୍ର ସାସମଲ, ଏସ କେ ରିଜୱାନ, ମନ୍ଦର ପରିଡା, ଅଶୋକ ଭଞ୍ଜଦେଓ, ସୁବାସ ତ୍ରିପାଠୀ, ରବି ବେହେରା, ପ୍ରସାଦ କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ।2
- ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି.. .......................1
- ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।2
- କାର କାଚ ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ। ଖୋର୍ଦ୍ଧା କୋର୍ଟ ସମ୍ମୁଖ ରାସ୍ତାରେ ଘଟିଛି ଘଟଣା। ସନ୍ଧ୍ୟା ସମୟ ରେ ଜନ ଗହଳି ବେଳେ ଦୁର୍ବୃତ୍ତଙ୍କ ଆତଙ୍କ।1
- ସିମୁଳିଆ ବ୍ଲକ ସମ୍ମିଳନୀ କକ୍ଷରେ ଜରୁରୀ କାଳୀନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ l ସିମୁଳିଆ ଜରୁରୀ କାଳୀନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ l ସିମୁଳିଆ1
- ବାଲେଶ୍ଵର Dist. ସିମୁଳିଆ Block Sabang ଗ୍ରାମ ପଞ୍ଚାୟତ ବସ ଦୁର୍ଗଟଣା ହେହିଛି 🙏 ରାସ୍ତା ରୁ ବିଲ ବିତରକୁ କଶୀ ଛି ବସ ବାଲେଶ୍ଵର Dist. ସିମୁଳିଆ Block Sabang ଗ୍ରାମ ପଞ୍ଚାୟତ ବସ ଦୁର୍ଗଟଣା ହେହିଛି 🙏 ରାସ୍ତା ରୁ ବିଲ ବିତରକୁ କଶୀ ଛି ବସ1
- ଆମେ କଣ ସରକାରୀ ସ୍କୁଲରେ ପାଠ ପଢ଼ୁଛୁ ବୋଲି ମୂର୍ଖ ହେବୁ ! ଆମକୁ ଶିକ୍ଷକ ଦିଅ l1
- ଉଦଳା ନାଗପାଳ ୨ ନମ୍ବର ୱାର୍ଡ ରୁ ଜଣଙ୍କ ଘର ବାଥ ରୁମ ରୁ ଏକ ବିରଳ ବିଷଧର ବାରହା ଚିତିସାପ କୁ ଉଦ୍ଧାର କଲା ବନବଭାଗ......2