logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁରରେ ଚାଂଚଲ୍ୟ : ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟସ୍ଥ ଏକ ମୋବାଇଲ ଦୋକାନରେ ଘଟିଥିବା ଚୋରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ବୀରମହାରାଜପୁରର “ଶିବା ମୋବାଇଲ” ଦୋକାନରୁ ଚୋରମାନେ ରାତିର ଅନ୍ଧାରରେ ଦୋକାନର ପଛପଟ କାନ୍ଥ କଣା କରି ଚୋରୀ କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଚୋରମାନେ ଦୋକାନ ଭିତରକୁ ପ୍ରବେଶ କରି ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ୪୭ଟି ମୋବାଇଲ ଫୋନ ସହ ପ୍ରାୟ ୧୫ ହଜାର ଟଙ୍କା ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ପ୍ରଥମେ ୭୦ ଲକ୍ଷ ଟଙ୍କାର ଚୋରୀ ହୋଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ଦୋକାନ ମାଲିକଙ୍କ କହିବା ଅନୁସାରେ ଚୋରୀ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ।ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋର ମୁହଁରେ ମାସ୍କ ପିନ୍ଧିଥିବା ବେଳେ ନିଜ ପରିଚୟ ଲୁଚାଇବା ପାଇଁ ଛତା ବ୍ୟବହାର କରିଥିଲା। ଏହି କାରଣରୁ ଚୋରର ସ୍ପଷ୍ଟ ପରିଚୟ ମିଳିପାରିନାହିଁ। ରାତି ପ୍ରାୟ ୧ଟା ସମୟର ଏହି ଫୁଟେଜ ବୋଲି ଜଣାପଡ଼ିଛି।ସକାଳେ ଦୋକାନ ଖୋଲିବା ପରେ ଚୋରୀ ଘଟଣା ସମ୍ପର୍କରେ ଦୋକାନ ମାଲିକ ଜାଣିବାକୁ ପାଇଥିଲେ। ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସ୍ଥାନୀୟ ଅଞ୍ଚଳରେ ଏପରି ବଡ଼ ଧରଣର ଚୋରୀ ଘଟଣା ଭୟ ଓ ଆତଙ୍କ ସୃଷ୍ଟି କରିଥିବା ବେଳେ, ବର୍ତ୍ତମାନ ପୋଲିସ ତଦନ୍ତରେ କେତେଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

2 hrs ago
user_ଯୁଧିଷ୍ଠିର ଖମାରୀ
ଯୁଧିଷ୍ଠିର ଖମାରୀ
ବୀରମହାରାଜପୁର, ସୋନପୁର, ଓଡ଼ିଶା•
2 hrs ago
7c604531-6a9c-421d-bf4a-121c0a43c830

ବୀରମହାରାଜପୁରରେ ଚାଂଚଲ୍ୟ : ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟସ୍ଥ ଏକ ମୋବାଇଲ ଦୋକାନରେ ଘଟିଥିବା ଚୋରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ବୀରମହାରାଜପୁରର “ଶିବା ମୋବାଇଲ” ଦୋକାନରୁ ଚୋରମାନେ ରାତିର ଅନ୍ଧାରରେ ଦୋକାନର ପଛପଟ କାନ୍ଥ କଣା କରି ଚୋରୀ କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଚୋରମାନେ

337f9747-7101-4b69-b159-3f94e07f1275

ଦୋକାନ ଭିତରକୁ ପ୍ରବେଶ କରି ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ୪୭ଟି ମୋବାଇଲ ଫୋନ ସହ ପ୍ରାୟ ୧୫ ହଜାର ଟଙ୍କା ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ପ୍ରଥମେ ୭୦ ଲକ୍ଷ ଟଙ୍କାର ଚୋରୀ ହୋଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ଦୋକାନ ମାଲିକଙ୍କ କହିବା ଅନୁସାରେ ଚୋରୀ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା

2b4d5d19-f4bb-4c8d-9513-07fc0c0a7c3f

ହେବ।ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋର ମୁହଁରେ ମାସ୍କ ପିନ୍ଧିଥିବା ବେଳେ ନିଜ ପରିଚୟ ଲୁଚାଇବା ପାଇଁ ଛତା ବ୍ୟବହାର କରିଥିଲା। ଏହି କାରଣରୁ ଚୋରର ସ୍ପଷ୍ଟ ପରିଚୟ ମିଳିପାରିନାହିଁ। ରାତି ପ୍ରାୟ ୧ଟା ସମୟର ଏହି ଫୁଟେଜ ବୋଲି ଜଣାପଡ଼ିଛି।ସକାଳେ ଦୋକାନ ଖୋଲିବା ପରେ ଚୋରୀ ଘଟଣା ସମ୍ପର୍କରେ

0613c092-e82c-44dd-801f-aed691a23bd5

ଦୋକାନ ମାଲିକ ଜାଣିବାକୁ ପାଇଥିଲେ। ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସ୍ଥାନୀୟ ଅଞ୍ଚଳରେ ଏପରି ବଡ଼ ଧରଣର ଚୋରୀ ଘଟଣା ଭୟ ଓ ଆତଙ୍କ ସୃଷ୍ଟି କରିଥିବା ବେଳେ, ବର୍ତ୍ତମାନ ପୋଲିସ ତଦନ୍ତରେ କେତେଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ବଡ଼ ଚୋରୀ 📱 ଶିବା ମୋବାଇଲ ଦୋକାନରୁ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଚୋରୀ ଅଭିଯୋଗ l ଦୋକାନର ପଛ ପଟ କାନ୍ଥ କଣା କରି ଚୋରୀ କରିଥିବା ସୂଚନା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ l
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ବଡ଼ ଚୋରୀ
📱 ଶିବା ମୋବାଇଲ ଦୋକାନରୁ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଚୋରୀ ଅଭିଯୋଗ l ଦୋକାନର ପଛ ପଟ କାନ୍ଥ କଣା କରି ଚୋରୀ କରିଥିବା ସୂଚନା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ l
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ବୀରମହାରାଜପୁର ବସ ଷ୍ଟାଣ୍ଡ ଶିବା ମୋବାଇଲ ଦୋକାନରୁ ଚୋରୀ l ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ
    1
    ବୀରମହାରାଜପୁର ବସ ଷ୍ଟାଣ୍ଡ ଶିବା ମୋବାଇଲ ଦୋକାନରୁ ଚୋରୀ l ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।
    1
    ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    7 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।
    4
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆମାନେ ଦିନଦ୍ୱିପହରେ ଖୋଲାଖୋଲି ଭାବେ ବାଲି ଲୁଟ୍ କରୁଛନ୍ତି। ଏନେଇ ପ୍ରଶାସନ ଓ ରାଜସ୍ୱ ବିଭାଗ ନିଦରେ ଥିବା ଅଭିଯୋଗ ହେଉଛି। ଏପରି ବେଆଇନ କାର୍ଯ୍ୟକଳାପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆମାନେ ଦିନଦ୍ୱିପହରେ ଖୋଲାଖୋଲି ଭାବେ ବାଲି ଲୁଟ୍ କରୁଛନ୍ତି। ଏନେଇ ପ୍ରଶାସନ ଓ ରାଜସ୍ୱ ବିଭାଗ ନିଦରେ ଥିବା ଅଭିଯୋଗ ହେଉଛି। ଏପରି ବେଆଇନ କାର୍ଯ୍ୟକଳାପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନା ପରିସରରେ କିଶୋର କିଶୋରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଚେତନ କରାଯାଇଛି।
    1
    ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନା ପରିସରରେ କିଶୋର କିଶୋରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଚେତନ କରାଯାଇଛି।
    user_Rajes Argus news
    Rajes Argus news
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    23 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବରଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶରୀର ଉଦ୍ଧାର କରାଯାଇଛି। ପାରିବାରିକ ସ୍ୱୀକୃତି ନମିଳିବାରୁ ପ୍ରେମୀଯୁଗଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି।
    1
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବରଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶରୀର ଉଦ୍ଧାର କରାଯାଇଛି। ପାରିବାରିକ ସ୍ୱୀକୃତି ନମିଳିବାରୁ ପ୍ରେମୀଯୁଗଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    1 day ago
  • ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.