ଅକ୍ଷୟ ତୃତୀୟାରେ କୃଷି କାର୍ଯ୍ୟର ଶୁଭାରମ୍ଭ : କେଭିକେ ସୋନପୁରରେ ଅକ୍ଷୟ ତୃତୀୟା ପାଳିତ ଅକ୍ଷୟ ତୃତୀୟା ୨୦୨୬ ଅବସରରେ ଆଜି ସକାଳ ୭ଟାରେ ସୋନପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଅକ୍ଷୟ ତୃତୀୟା ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନୀ ଓ ମୁଖ୍ୟ ଶ୍ରୀ ବିଶ୍ୱରଞ୍ଜନ ପଟ୍ଟନାୟକ, ସୁବର୍ଣ୍ଣପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ ଏବଂ ଏଡିଓ ମନୋରଞ୍ଜନ ସେଠୀ, ସମାଜସେବୀ ବେଣୁଧର ଦାସ ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ପାରମ୍ପରିକ ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା, ‘ଅଖି ମୁଠି ଅନୁକୂଳ’ କାର୍ଯକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଓ ସମାଜସେବୀଙ୍କ ସହ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ ବ୍ୟକ୍ତିମାନେ ଏହି ଚାଷ କାମରେ ଅଂଶଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର କଳାକାରମାନଙ୍କ ଦ୍ୱାରା ଚାଷ କାମ ସମୟରେ ପାରମ୍ପରିକ ହଳ ଗୀତ ପରିବେଷଣ କରାଯାଇଥିଲା। ପରେ ପୂଜା ଓ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା, ଯେଉଁଥିରେ ଏଡିଏମ, ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଓ ସମାଜସେବୀମାନେ ଉପସ୍ଥିତ ଥିଲେ। ଏହା ସହିତ ରାଜ୍ୟସ୍ତରୀୟ କୃଷି ଦିବସ ଓ ସିଏମ କିସାନ ଯୋଜନର ଲାଭ ବିତରଣ କାର୍ଯ୍ୟକ୍ରମର ଲାଇବ୍ ଷ୍ଟ୍ରିମିଙ୍ଗ କରାଯାଇଥିଲା। ଅନ୍ୟ ଉପସ୍ଥିତ ଅଧିକାରୀମାନଙ୍କ ମଧ୍ୟରେ ଯୋଜନା ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ,ଅତିରିକ୍ତ କୃଷି ଅଧିକାରୀ, ବିଭୂତି ଭୂଷଣ ସେଠୀ, ଯୋଜନା ଅଧିକାରୀ ସ୍ୱାସ୍ତିକ କୁମାର ହୋତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସୁପ୍ରଭା ସେଠୀ ।
ଅକ୍ଷୟ ତୃତୀୟାରେ କୃଷି କାର୍ଯ୍ୟର ଶୁଭାରମ୍ଭ : କେଭିକେ ସୋନପୁରରେ ଅକ୍ଷୟ ତୃତୀୟା ପାଳିତ ଅକ୍ଷୟ ତୃତୀୟା ୨୦୨୬ ଅବସରରେ ଆଜି ସକାଳ ୭ଟାରେ ସୋନପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଅକ୍ଷୟ ତୃତୀୟା ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନୀ ଓ ମୁଖ୍ୟ ଶ୍ରୀ ବିଶ୍ୱରଞ୍ଜନ ପଟ୍ଟନାୟକ, ସୁବର୍ଣ୍ଣପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ ଏବଂ ଏଡିଓ ମନୋରଞ୍ଜନ ସେଠୀ, ସମାଜସେବୀ ବେଣୁଧର ଦାସ ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ପାରମ୍ପରିକ ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା, ‘ଅଖି ମୁଠି ଅନୁକୂଳ’ କାର୍ଯକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ
ଅତିଥି ଅତିରିକ୍ତ ଜିଲ୍ଲାପାଳ ଓ ସମାଜସେବୀଙ୍କ ସହ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ ବ୍ୟକ୍ତିମାନେ ଏହି ଚାଷ କାମରେ ଅଂଶଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର କଳାକାରମାନଙ୍କ ଦ୍ୱାରା ଚାଷ କାମ ସମୟରେ ପାରମ୍ପରିକ ହଳ ଗୀତ ପରିବେଷଣ କରାଯାଇଥିଲା। ପରେ ପୂଜା ଓ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା, ଯେଉଁଥିରେ ଏଡିଏମ, ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଓ ସମାଜସେବୀମାନେ ଉପସ୍ଥିତ ଥିଲେ। ଏହା ସହିତ ରାଜ୍ୟସ୍ତରୀୟ କୃଷି ଦିବସ ଓ ସିଏମ କିସାନ ଯୋଜନର ଲାଭ ବିତରଣ କାର୍ଯ୍ୟକ୍ରମର ଲାଇବ୍ ଷ୍ଟ୍ରିମିଙ୍ଗ କରାଯାଇଥିଲା। ଅନ୍ୟ ଉପସ୍ଥିତ ଅଧିକାରୀମାନଙ୍କ ମଧ୍ୟରେ ଯୋଜନା ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ,ଅତିରିକ୍ତ କୃଷି ଅଧିକାରୀ, ବିଭୂତି ଭୂଷଣ ସେଠୀ, ଯୋଜନା ଅଧିକାରୀ ସ୍ୱାସ୍ତିକ କୁମାର ହୋତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସୁପ୍ରଭା ସେଠୀ ।
- Post by BAHUJAN ADHIKAR1
- ସୁବର୍ଣ୍ଣପୁର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୦/୦୪/୨୦୨୬ ସୋମଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by SONEPUR NEWS1
- ଦାଦନ ଗଡ଼ରେ ମନରେଗାର ହରିଲୁଟ ତୁରକେଲା ବଡ଼ଡକଲା ଗୁର୍ଲଗୁଡା..... ରୁ ଏହି ରିପୋଟ2
- ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)1
- ସନାତନୀ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଜନ୍ମ ମହୋତ୍ସବ ପାଳନ ବରଗଡ଼/ବରପାଲି: ୧୯/୦୪ - ବରପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନାତନୀ ବ୍ରାହ୍ମଣ ସମାଜ ତରଫରୁ ଭଗବାନ ପର୍ଶୁରାମଙ୍କ ଜନ୍ମ ମହୋତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହୋଇଥିଲା। ଏହି ପରିକ୍ରମାରେ ବରପାଲି ବ୍ଲକ ସହିତ ଆଖପାଖ ଗାଁମାନଙ୍କର ପୂଜ୍ୟ ବ୍ରାହ୍ମଣ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ପରିକ୍ରମା ପରେ ମନ୍ଦିର ପରିସରରେ ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଭଗବାନ ପର୍ଶୁରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୀତି, ଶୃଙ୍ଖଳା ଓ ଏକତା ବଢ଼ାଇବାକୁ ବକ୍ତାମାନେ ଆହ୍ୱାନ କରିଥିଲେ।ବିଜେପୁର ବିଧାୟକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ବିଷୟରେ ମଧ୍ୟ ସଭାରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଦ୍ବ୍ୟବହାର ନେଇ ମତବିନିମୟ ହୋଇଥିଲା।ଏହି ସଭାରେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ହୋତା, ସଂପାଦକ ଅରୁଣ ପଣ୍ଡା ଓ ପିନାକି ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ଶେଷରେ ଉପ-ସଭାପତି ବିଭୂତି ମିଶ୍ର ଧନ୍ୟବାଦ ଜଣାଇଥିଲେ ।1
- ସୁବର୍ଣ୍ଣପୁର: ସଂସଦରେ ମହିଳା ସଂରକ୍ଷଣ ବିଲ୍ ଉପରେ ଜିଲ୍ଲା କଂଗ୍ରେସ କମିଟି ସୁବର୍ଣ୍ଣପୁର ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା1