ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ରିଆ ଗ୍ରାମରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଏବଂ ନଗଦ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କ ପରିବାର ଲୋକ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଆଲମୀରା ଭାଙ୍ଗି ଚାରୋଟି ସୁନା ଚେନ୍, ଆଠଟି ମୁଦି, ଦୁଇ ହଳ କାନ ଫୁଲ, ଗୋଟିଏ ଲକେଟ୍ ସହ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ସିମୁଳିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହ ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। କେବଳ ଶିକ୍ଷୟିତ୍ରୀଙ୍କ ଘରୁ ନୁହେଁ, ଚୋରମାନେ ପଡ଼ୋଶୀଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଠାରେ ଏକ ଅଭିଭାଷଣ ପ୍ରଦାନ କରିଛନ୍ତି।1
- ଆଗାମୀ ମୋହରମ ପର୍ବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ଭାଇଚାରାର ପରିବେଶରେ ପାଳନ କରିବା ଲକ୍ଷ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନେ ଯୋଗଦେଇଥିଲେ। ବୈଠକରେ ମୋହରମ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଆରକ୍ଷୀ ଅଧ୍ୟକ୍ଷ ପ୍ରତ୍ୟୁଷ ଦିବାକର ଏବଂ ଉପଜିଲ୍ଲାପାଳ ଶିବ ମାଲଭଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଆଲୋଚନାରେ ପର୍ବ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା, ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ କରିବା ଏବଂ ମୋହରମ ଶୋଭାଯାତ୍ରାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ ଓ ପାରସ୍ପରିକ ସଦ୍ଭାବ ମାଧ୍ୟମରେ ମୋହରମ ପର୍ବକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ଭାବେ ପାଳନ କରିବାକୁ ଆହ୍ୱାନ କରାଯାଇଛି।1
- ରାୟଗଡ଼ା ଲଜ୍ଜା ସମଗ୍ର ଦେଶରେ ଶାନ୍ତିପ୍ରିୟ ଓଡ଼ିଶାର ନାଁକୁ ତଳକୁ କରିଦେଇଛି। ଇନ୍ତାଲିଗୁଡ଼ାରେ ଜଣେ ଫେଲୋସିପ୍ ଯୁବତୀ ଏବଂ ତାଙ୍କ ସହଯୋଗୀଙ୍କୁ କିଛି ହିଂସ୍ର ବ୍ୟକ୍ତିମାନେ ଆକ୍ରମଣ କରିଥିଲେ। ଏହି ଘଟଣା ସୋସିଆଲ୍ ମିଡ଼ିଆରୁ ମେନଷ୍ଟ୍ରିମ୍ ମିଡ଼ିଆ ପର୍ଯ୍ୟନ୍ତ ଓଡ଼ିଆ ଲୋକଙ୍କ ଚିତ୍ର ଓ ଚରିତ୍ରକୁ ବଦନାମ୍ କରିଛି। ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫଦାରୀ ଭୟରେ କଲ୍ୟାଣସିଂହପୁର ଇନ୍ତାଲିଗୁଡ଼ା ଗାଁ ଆଜି ପୁରୁଷ ଶୂନ୍ୟ ହୋଇଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ଜୋର ଧରିଛି।2
- କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟର ଉଦଘାଟନ କରିବାର ସମ୍ପୂର୍ଣ୍ଣ ଅଧିକାର ଭଦ୍ରକ ମୁନିସିପାଲିଟିର ରହିଛି ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।1
- ଜଣେ ବିଧାୟକ ନିଜେ ବଞ୍ଚିବା ପାଇଁ ବାୟା ବାତୁଳା ଭଳି ବ୍ୟବହାର କରୁଛନ୍ତି।1
- ଭଦ୍ରକ କଂଗ୍ରେସର ଯୁବନେତା ରାଜେନ୍ଦ୍ର ପ୍ରସାଦ ଜେନା, ଉଦଘାଟନ ପରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ତାଲା ପକାଇବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷାଙ୍କ ଉଦଘାଟନ କାର୍ଯ୍ୟକୁ ସ୍ୱାଗତ ମଧ୍ୟ କରିଛନ୍ତି। ରାଜେନ୍ଦ୍ର ପ୍ରସାଦ ଜେନା ପ୍ରଶ୍ନ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଅଟଳମାର୍ଗ ରାସ୍ତାର ଶୁଭ ଦିଆଗଲା, କିନ୍ତୁ ପୌରାଧ୍ୟକ୍ଷାଙ୍କୁ କାହିଁକି ଡକାଗଲା ନାହିଁ। ସେ ଅଭିଯୋଗ କରିଛନ୍ତି ଯେ, ଭଦ୍ରକ ପୌରପାଳିକାର ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜେପି ନେତାମାନଙ୍କୁ ଖୁସି କରିବା ପାଇଁ ଉଦଘାଟନରେ ଭଦ୍ରକ ପୌରାଧ୍ୟକ୍ଷାଙ୍କୁ ଡାକି ନାହାନ୍ତି।1
- ବାଲେଶ୍ୱର ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ଦୋକାନ ଘରର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନିଆଯାଇଛି।1
- ବାଲେଶ୍ୱର ଜିଲ୍ଲା ସୋରର ବଡ଼ଖୁଆ ଛକ ନିକଟରେ ନୂତନ ଭାବେ ପିଏମ୍ ମୋଟର୍ସର ମି ବାଇକ୍ ଇଭି ସୋରୁମ୍ ଉଦ୍ଘାଟିତ ହୋଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଖୋଲିଥିଲେ। ଏହି ଅବସରରେ ବିଧାୟକ ମାଧବ ଧଡ଼ା ପ୍ରଦୂଷଣ ଓ ପେଟ୍ରୋଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଇଭି ଗାଡ଼ିର ବହୁଳ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଆଗାମୀ ଭବିଷ୍ୟତରେ ଶକ୍ତି ସଙ୍କଟ ଦେଖାଯିବାର ସମ୍ଭାବନା ଥିବାରୁ ସମସ୍ତେ ଇଭି ଗାଡ଼ି ବ୍ୟବହାର କରିବା ଆବଶ୍ୟକ। ଏଭଳି ଏକ ପଦକ୍ଷେପ ନେଇଥିବାରୁ ବିଧାୟକ ଶୋ'ରୁମ୍ ମାଲିକ ତଥା ଯୁବ ଉଦ୍ୟୋଗୀ ମନୋଜ କୁମାର ନାୟକ ଓ ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ। କମ୍ପାନୀର ଆରଏସ୍ଏମ୍ ମନୋଜ କୁମାର ପାଣି ସୂଚନା ଦେଇଛନ୍ତି ଯେ ଏହି ଶୋ'ରୁମରେ ୪୮ ହଜାର ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍ ଓ ଅଧିକ ଦାମର ଗାଡ଼ି ଉପଲବ୍ଧ ରହିଛି। ଗ୍ରାହକଙ୍କ ପାଇଁ ନଗଦ ରିହାତି (କ୍ୟାସ୍ ଡିସକାଉଣ୍ଟ) ଓ ଇଏମ୍ଆଇ ମାଧ୍ୟମରେ ଗାଡ଼ି କିଣିବାର ସୁବିଧା ରହିଛି। ଏହା ସହିତ ଅନ୍-ରୋଡ୍ ସର୍ଭିସ୍ ଏବଂ ବ୍ୟାଟେରୀ ଉପରେ ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି। ଏହି ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ଏବଂ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।1
- ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଜନ୍ମଦିନ ପାଳିତ ହେଉଛି। ଏହି ଅବସରରେ ସେ ରାଇରଙ୍ଗପୁର ସ୍ଥିତ ନିଜ ଘରୁ ବାହାରିବା ସମୟରେ, ସେଠାରେ ଉପସ୍ଥିତ ଛୋଟ ପିଲା ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ 'ହାପି ବାର୍ଥ ଡେ' ଦିଦି' କହି ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ପିଲାମାନଙ୍କ ଏହି ସ୍ନେହଭରା ଶୁଭେଚ୍ଛା ପାଇ ରାଷ୍ଟ୍ରପତି ମଧ୍ୟ ସେମାନଙ୍କ ନିକଟକୁ ଆସି ଖୁସିରେ ଚକୋଲେଟ୍ ବାଣ୍ଟିଥିଲେ।1