ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ସମ୍ବାଦ’। କ୍ରୀଡ଼ାମୁଖୀ ଯୁବସମାଜ ଗଠନ ସହ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରତିଭା ଚିହ୍ନଟ ଉପରେ ଗୁରୁତ୍ୱ। ନୂଆପଡ଼ା - ୨୭/୮- ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ ଦେଶର ଯୁବଶକ୍ତିଙ୍କ ସହ ଯୋଡ଼ି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଏବଂ ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ହକିର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରାଯାଇଥିଲା। ଯୁବପିଢ଼ି କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ନିଶାମୁକ୍ତ, ସୁସ୍ଥ ଓ ସଶକ୍ତ ଯୁବ ସମାଜ ଗଠନ ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଆଲୋଚନା ସମୟରେ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣ ଓ ପଦକ ସଂଖ୍ୟା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ୨୦୩୬ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ଯୁବ ଖେଳାଳିଙ୍କୁ ପ୍ରସ୍ତୁତ କରିବା, ଲୁକାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ଉପଯୁକ୍ତ ତାଲିମ ଓ ସୁଯୋଗ ପ୍ରଦାନ କରିବା ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କ୍ରୀଡାବିତ୍ ସରୋଜ କୁମାର ସାହୁ, କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ, ଜିଲ୍ଲା ଯୁବା ଅଧିକାରୀ ଅଙ୍କିତ ଶର୍ମା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜାତୀୟ କବାଡ଼ି ଖେଳାଳି ହରିଶ କୁମାର ଅହିର, ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ୍ ସା ଏବଂ କ୍ରୀଡ଼ା ଅଧ୍ୟାପକ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବାକୁ ସୋସିଆଲ ମିଡିଆର ସହଯୋଗ। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା, ଫିଟନେସ୍ ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ବଢ଼ାଇବା ଲକ୍ଷ୍ୟରେ ପ୍ରମୁଖ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର କୌଶଳ ଚନ୍ଦ୍ରାକର, ଉର୍ବଶୀ ମାନଡେ, ରୋଶନୀ ଯାଦବ ଓ ଲୋକେଶ ସାହୁ ଯୋଗଦେଇ ନିଜ ଅନୁଭବ ଓ ବାର୍ତ୍ତା ରଖିଥିଲେ। ଏହି ଅବସରରେ କଲେଜ ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ କରାଇଥିଲେ। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇ ‘ଖେଲୋ ଇଣ୍ଡିଆ’ର କ୍ରୀଡ଼ାମୁଖୀ ବାର୍ତ୍ତାକୁ ଆଗେଇ ନେବାର ସଂକଳ୍ପ ନେଇଥିଲେ।
ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ସମ୍ବାଦ’। କ୍ରୀଡ଼ାମୁଖୀ ଯୁବସମାଜ ଗଠନ ସହ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରତିଭା ଚିହ୍ନଟ ଉପରେ ଗୁରୁତ୍ୱ। ନୂଆପଡ଼ା - ୨୭/୮- ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ ଦେଶର ଯୁବଶକ୍ତିଙ୍କ ସହ ଯୋଡ଼ି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଏବଂ ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ହକିର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରାଯାଇଥିଲା। ଯୁବପିଢ଼ି କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ନିଶାମୁକ୍ତ, ସୁସ୍ଥ ଓ ସଶକ୍ତ ଯୁବ ସମାଜ ଗଠନ
ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଆଲୋଚନା ସମୟରେ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣ ଓ ପଦକ ସଂଖ୍ୟା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ୨୦୩୬ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ଯୁବ ଖେଳାଳିଙ୍କୁ ପ୍ରସ୍ତୁତ କରିବା, ଲୁକାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ଉପଯୁକ୍ତ ତାଲିମ ଓ ସୁଯୋଗ ପ୍ରଦାନ କରିବା ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କ୍ରୀଡାବିତ୍ ସରୋଜ କୁମାର ସାହୁ, କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ, ଜିଲ୍ଲା ଯୁବା ଅଧିକାରୀ ଅଙ୍କିତ ଶର୍ମା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜାତୀୟ କବାଡ଼ି ଖେଳାଳି ହରିଶ କୁମାର ଅହିର, ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ୍ ସା ଏବଂ କ୍ରୀଡ଼ା
ଅଧ୍ୟାପକ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବାକୁ ସୋସିଆଲ ମିଡିଆର ସହଯୋଗ। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା, ଫିଟନେସ୍ ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ବଢ଼ାଇବା ଲକ୍ଷ୍ୟରେ ପ୍ରମୁଖ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର କୌଶଳ ଚନ୍ଦ୍ରାକର, ଉର୍ବଶୀ ମାନଡେ, ରୋଶନୀ ଯାଦବ ଓ ଲୋକେଶ ସାହୁ ଯୋଗଦେଇ ନିଜ ଅନୁଭବ ଓ ବାର୍ତ୍ତା ରଖିଥିଲେ। ଏହି ଅବସରରେ କଲେଜ ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ କରାଇଥିଲେ। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇ ‘ଖେଲୋ ଇଣ୍ଡିଆ’ର କ୍ରୀଡ଼ାମୁଖୀ ବାର୍ତ୍ତାକୁ ଆଗେଇ ନେବାର ସଂକଳ୍ପ ନେଇଥିଲେ।
- orissa cinderella con news belangerful school dhanyavad1
- କଣ୍ଟାବାଞ୍ଜି ପୋଲିସ ଓ ଡାକ୍ତର ର ପରିଚୟ ଦେଇ ସ୍ବାମୀ ସ୍ତ୍ରୀ ଙ୍କ ଠାରୁ ୮୭ ହଜାର ଟଙ୍କା ଲୁଟି ନେଲେ ସାଇବର ଲୁଟେରା1
- ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।2
- ରାକ୍ଷୀ ପୂର୍ଣ୍ଣିମାରେ ବି ଥମିଲା ନାହିଁ ପୁରୀବାସୀଙ୍କ ପଦଯାତ୍ରା, ୧୪୯ ଦିନରେ ପହଞ୍ଚିଲା ସଚେତନତା ସତ୍ୟାଗ୍ରହ* *ରାକ୍ଷୀ ପୂର୍ଣ୍ଣିମାରେ ବି ଥମିଲା ନାହିଁ ପୁରୀବାସୀଙ୍କ ପଦଯାତ୍ରା, ୧୪୯ ଦିନରେ ପହଞ୍ଚିଲା ସଚେତନତା ସତ୍ୟାଗ୍ରହ* *ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଖିରେ ଅପେକ୍ଷା, ହୃଦୟରେ ଆସ୍ଥା ଓ ପାଦରେ ସଂଘର୍ଷ — ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଚାଲିବ ଅହିଂସାର ଏହି ଯାତ୍ରା* ପୁରୀ, ୨୭/୮ : ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଦିନରେ ମଧ୍ୟ ଥମିନି ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା ଆଜି ୧୪୯ତମ ଦିନରେ ପହଞ୍ଚିଛି। ଗତ ଉତ୍କଳ ଦିବସ, ୧ ଏପ୍ରିଲରୁ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପ୍ରତିଦିନ ଜାରି ରହିଥିବା ଏହି ପଦଯାତ୍ରା ଏବେ ପୁରୀବାସୀଙ୍କ ଆସ୍ଥା, ଅଧିକାର ଓ ଦୃଢ଼ ସଂକଳ୍ପର ପ୍ରତୀକ ପାଲଟିଛି। ୧୪୯ ଦିନ ଧରି ଖରା, ବର୍ଷା, ପର୍ବପର୍ବାଣୀ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସତ୍ୟାଗ୍ରହୀମାନଙ୍କ ପାଦ ଅଟକିନାହିଁ କି ସଂକଳ୍ପ ଦୁର୍ବଳ ହୋଇନାହିଁ। ନୀରବତାକୁ ପ୍ରତିବାଦର ଭାଷା କରି, ହାତରେ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ସତ୍ୟାଗ୍ରହୀମାନେ ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରୁଛନ୍ତି। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପତିତପାବନଙ୍କ ଦର୍ଶନ କରାଯାଇଥିଲା। ଏହାସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ପାଇଁ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରାର୍ଥନା କରାଯାଇଥିଲା। ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୯ ଦିନ ଧରି ଆମର ନୀରବ ପଦଯାତ୍ରା ଅବିରତ ଭାବେ ଜାରି ରହିଛି। ଆମର ପାଦ ଅଧିକାର ପାଇଁ ଚାଲୁଛି, ଆମର ନୀରବତା ନ୍ୟାୟର କଥା କହୁଛି ଏବଂ ଆମର ହୃଦୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛି। ଏହା କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ; ଏହା ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ସଂଘର୍ଷ।” ସେ ଆହୁରି କହିଛନ୍ତି, “ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଥମିବ ନାହିଁ। ଆମର ସଂକଳ୍ପ ନଇଁବ ନାହିଁ।” ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀଙ୍କ ସ୍ନେହ ଓ ସୁରକ୍ଷାର ପବିତ୍ର ବାର୍ତ୍ତା ବହନ କରୁଥିବା ବେଳେ, ଏହି ପବିତ୍ର ଦିନରେ ପୁରୀବାସୀଙ୍କ ସତ୍ୟାଗ୍ରହ ମଧ୍ୟ ନିଜ ଆସ୍ଥା ଓ ଅଧିକାରର ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିବାଦର ସନ୍ଦେଶ ଦେଇଛି। ନୀରବତାରେ ଚାଲୁଥିବା ଏହି ପଦଯାତ୍ରାର ପ୍ରତ୍ୟେକ ପାଦଚିହ୍ନ ଯେପରି ପ୍ରଶ୍ନ କରୁଛି—ମହାପ୍ରଭୁଙ୍କ ସହରର ଲୋକେ ନିଜ ଆସ୍ଥାର ଅଧିକାର ପାଇଁ ଆଉ କେତେ ଦିନ ଅପେକ୍ଷା କରିବେ ? ୧୪୯ ଦିନର ଏହି ଯାତ୍ରା ପ୍ରମାଣ କରିଛି ଯେ ସତ୍ୟ ଓ ଅହିଂସାର ପଥ ଦୀର୍ଘ ହୋଇପାରେ, କିନ୍ତୁ ଦୃଢ଼ ସଂକଳ୍ପର ପାଦ କେବେ ଅଟକି ରହେ ନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରତ ପୁରୀବାସୀଙ୍କ ଏହି ନୀରବ ସ୍ୱର ଦିନେ ନା ଦିନେ ନ୍ୟାୟର ଦ୍ୱାର ଖୋଲିବ—ଏହି ଆଶା ଓ ଆସ୍ଥା ସହ ସତ୍ୟାଗ୍ରହୀ ପଦଯାତ୍ରୀମାନେ ଆଜି ମଧ୍ୟ ଆଗକୁ ବଢ଼ିଛନ୍ତି। ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ମନୀଷା ପାତ୍ର, ସାଲିନୀ ପ୍ରଧାନ, ରୁବି ମଲ୍ଲିକ, ମମତା ସ୍ବାଇଁ, କିଶୋର ଚନ୍ଦ୍ର ଦାସ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ଲିଙ୍ଗରାଜ ସାହୁ, ଅଭିମନ୍ୟୁ ରାୟଗୁରୁ, ସୁବାଷ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ। ଜୟ ଶ୍ରୀଜଗନ୍ନାଥ।1
- ଆଜି ଗଙ୍ଗା ଧର ମେହେର ଙ୍କ ୧୬୪ ତମ ଜୟନ୍ତୀ ପାଳନ ଉପଲକ୍ଷେ କବି ମାନଙ୍କ କବିତା ପଠନ।1
- Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ4
- 🙂🥺🥺🙄🙄😄🤭1
- କପିଲାଭଟା ରେ ଦିନ କୁ ଦିନ କୁକୁର ମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି1