Shuru
Apke Nagar Ki App…
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଚଚରଗୁଡା ଗ୍ରାମର ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ସମୟରେ, ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏହି ସୂଚନା ଅରୋକ୍ଷ ଅଧିକ୍ଷକ ଏକ ପ୍ରେସମିଟରେ ଦେଇଛନ୍ତି। କୋଡ଼ିଙ୍ଗା ପୋଲିସ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉତ୍କଳ ସମାଜ
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଚଚରଗୁଡା ଗ୍ରାମର ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ସମୟରେ, ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏହି ସୂଚନା ଅରୋକ୍ଷ ଅଧିକ୍ଷକ ଏକ ପ୍ରେସମିଟରେ ଦେଇଛନ୍ତି। କୋଡ଼ିଙ୍ଗା ପୋଲିସ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
More news from ଓଡ଼ିଶା and nearby areas
- ପକ୍ଷାଘାତରେ ପୀଡ଼ିତ ହେବା ପରେ ବନମାଳୀ ନିଆଲ ଏକ ଅସହାୟ ଜୀବନ ବିତାଉଛନ୍ତି। ଏଭଳି ଦୁଃଖଦ ପରିସ୍ଥିତିରେ ତାଙ୍କର ଦିନ ମନ୍ଦିର ମଣ୍ଡପରେ କଟୁଛି, ଯାହା ସମାଜରେ ମାନବିକତାର ସହାୟତା ପାଇଁ ଏକ ଜରୁରୀ ଆହ୍ୱାନ ସୃଷ୍ଟି କରିଛି। ଏପରି ଜଣେ ଷ୍ଟ୍ରୋକ୍ ପୀଡ଼ିତଙ୍କୁ ସହାୟତା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଉଛି, ଯେଉଁଥିରେ ତାଙ୍କର ଚିକିତ୍ସା, ବାସସ୍ଥାନ ଏବଂ ଖାଦ୍ୟର ଆବଶ୍ୟକତା ପୂରଣ ହୋଇପାରିବ।1
- ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରୁ ଓପିଏସସିରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଜଣ ଓପିଏସସି ଉତ୍ତୀର୍ଣ୍ଣଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ଓ ସମ୍ପାଦକ ଅକ୍ଷୟ କୁମାର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଓପିଏସସିରେ ୪ର୍ଥ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା କନକ ଜୈନ ଏବଂ ୧୧୩ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସଂଗୀତା ସେଠୀଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କେସିଙ୍ଗା ବିଡିଓ ଉଭୟଙ୍କୁ ଆଗାମୀ ଦିନରେ ଭଲ ଭାବରେ କାମ କରିବା ସହ ଗରିବଙ୍କ ପ୍ରତି ଦୟାନୁଭାବ ରଖି ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ଗରିବଙ୍କ ସମସ୍ୟା ଦୂର କରିବାକୁ ଉଦ୍ବୋଧନ ଦେଇଥିଲେ। ପ୍ରତିକ୍ରିୟାରେ, କନକ ଜୈନ ଓ ସଂଗୀତା ସେଠୀ ଉପସ୍ଥିତ ଅନୁଷ୍ଠାନର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ଜୁହାର କରି ନିଜସ୍ୱ ମତ ବ୍ୟକ୍ତ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ପଠାଯାଉଥିବା ସତ୍ତ୍ୱେ ଏହି ଅଞ୍ଚଳର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।1
- ବର୍ତ୍ତମାନ ଗୋଟିକ ପରେ ଗୋଟିଏ ବିଜେପି ବିଧାୟକଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫାଙ୍କା ଗୁଳିଚାଳନା କରି ଚର୍ଚ୍ଚାକୁ ଆସି ଅଡୁଆରେ ପଡ଼ିଥିବା ବେଳେ, ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ଆଦିବାସୀମାନଙ୍କୁ 'ଦୂଷିତ' ବୋଲି କହିଥିଲେ, ଯାହାକୁ ନେଇ ସଂଘ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ଥାନା ସମ୍ମୁଖରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ ଯଦି ତାଙ୍କୁ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଏକ ଭୟଙ୍କର ଆନ୍ଦୋଳନ କରାଯିବ। ଏହି ମାମଲା ରୁଜୁ କରିବା ଏବଂ ବିରୋଧ ପ୍ରଦର୍ଶନ ସମୟରେ ଟିଟିଲାଗଡ଼ ବ୍ଲକ୍ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଉପଦେଷ୍ଟା ଦେବ ସିଂ ମାଝୀ, ଉପସଭାପତି ଶତ୍ରୁଘ୍ନ ମାଝୀ ଓ ନିତ୍ୟାନନ୍ଦ ମାଝୀ, ସମ୍ପାଦକ ସୁନୀଲ ମାଝୀ, ପୃଥ୍ୱୀରାଜ ମାଝୀ, ଜଗଦିଶ ମାଝୀ, ଶଙ୍କର ମାଝୀ, ଭୁବନେଶ୍ୱର ପାତ୍ରଙ୍କ ସମେତ ଆଦିବାସୀ କଲ୍ୟାଣ ସଂଘର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।3
- ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।1
- ନୂଆପଡା ଜିଲ୍ଲାର ସିନାପାଲି ବ୍ଳକ ଅଞ୍ଚଳରେ ଏକ ପାଞ୍ଚ ବର୍ଷର ସମ୍ପର୍କକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଘଟଣାରେ ପ୍ରେମ, ପ୍ରତିଶ୍ରୁତି ଏବଂ ପ୍ରତାରଣା ଭଳି ସଙ୍ଗୀନ ଅଭିଯୋଗ ଉଠିଛି।1
- ମାଲକାନଗିରିର କ୍ୟାନାଲ୍ ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣାରୁ ତିନି ବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଠାରେ ଏକ ହାଇୱା ସିଧାସଳଖ ସେମାନଙ୍କ ସାଇକେଲ୍ ଉପରେ ଚଢ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ, ଏହି ତିନି ବାଳକ ସୁରକ୍ଷିତ ଭାବରେ ବର୍ତ୍ତିଯାଇଛନ୍ତି।3