ତାଳଚେର ର ସବୁଜ ମଣିଷ କ୍ଷିରୋଦ ସାହୁ : ପରିବେଶ ସୁରକ୍ଷାରେ ଏକ ଅନନ୍ୟ ଦୃଷ୍ଟାନ୍ତ ତାଳଚେର :- ତାଳଚେର ବ୍ଲକର ଘଣ୍ଟପଡ଼ା ଗ୍ରାମର ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ ପ୍ରକୃତି ବନ୍ଧୁ କ୍ଷିରୋଦ ସାହୁ ପରିବେଶ ସଂରକ୍ଷଣ ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ନିଜକୁ ସମର୍ପିତ କରିଛନ୍ତି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାକୁ ନିଜର କର୍ତ୍ତବ୍ୟ ମନେ କରି ସେ ଦୀର୍ଘ ବର୍ଷ ଧରି ପରିବେଶ ସୁରକ୍ଷାର ଦାୟିତ୍ୱ ନିର୍ବାହ କରୁଛନ୍ତି। ମାତ୍ର ୧୬ ବର୍ଷ ବୟସରେ, ୨୪ ଜୁଲାଇ ୧୯୯୪ ରେ ନିଜ ଗ୍ରାମର ସ୍କୁଲ ସାହିରେ ବର ଓ ଅଶ୍ୱତ୍ଥ ଦୁଇଟି ଚାରା ରୋପଣ କରି ସେ ତାଙ୍କର ପରିବେଶ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ସେହି ଦିନଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏକ ବିଶାଳ ସାମାଜିକ ଅଭିଯାନର ରୂପ ନେଇଛି। ଶ୍ରୀ ସାହୁ ତାଳଚେର ଉପଖଣ୍ଡର ବିଭିନ୍ନ ଗ୍ରାମକୁ ଯାଇ କ୍ଲବ ସଦସ୍ୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସାଧାରଣ ଲୋକଙ୍କୁ ଏକାଠି କରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରିଆସୁଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ସହ ଜଡିତ ହୋଇ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ସର୍ବଦା ମତ ପ୍ରକାଶ କରିଥାନ୍ତି। ବିଭିନ୍ନ ବିଦ୍ୟାଳୟର ଇକୋ କ୍ଲବ ମାଧ୍ୟମରେ ବିଦ୍ୟାଳୟ ପରିସର, ରାସ୍ତା କଡ଼, ମନ୍ଦିର ପରିସର ଓ ଅନ୍ୟାନ୍ୟ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇବା ସହ ବୃକ୍ଷ କଟାକୁ ନିରୁତ୍ସାହିତ କରିଥାନ୍ତି। ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ରୋକିବା ପାଇଁ ମଧ୍ୟ ସେ ସାଧାରଣ ଲୋକଙ୍କୁ ସଚେତନ କରିଆସୁଛନ୍ତି।ମହାବିଦ୍ୟାଳୟଗୁଡ଼ିକର ଜାତୀୟ ସେବା ଯୋଜନା (NSS) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ, ପ୍ରକୃତି ଓ ପରିବେଶ ସଂରକ୍ଷଣ ସମିତି ଗଠନ, ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଓ ପରିବେଶ ସୁରକ୍ଷା କାର୍ଯ୍ୟରେ ସାମିଲ କରାଇବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଓ ଏହା ସହ ଖାପ ଖୁଆଇ ଚାଲିବା ପାଇଁ ସେ ବିଭିନ୍ନ ସଭା ଓ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ପେଡ଼ ମାଆ କେ ନାମ” ଅଭିଯାନକୁ ଆଧାର କରି ଶ୍ରୀ ସାହୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ବିବାହ ବାର୍ଷିକୀ, ଏକୋଇଶିଆ, ପ୍ରଥମ ଜନ୍ମଦିନ, ସୁଧଘର ଓ ଅନ୍ୟାନ୍ୟ ସାମାଜିକ ଅବସରରେ ଗଛ ଉପହାର ଦେଇ ବୃକ୍ଷରୋପଣକୁ ଉତ୍ସାହିତ କରୁଛନ୍ତି। ଏହି ଅଭିଯାନ ମାଧ୍ୟମରେ ସେ ୮,୨୨୩ଟି ବୃକ୍ଷ ରୋପଣ କରିଛନ୍ତି। ଏହାଛଡ଼ା ତାଳଚେର ଅଞ୍ଚଳର ବିଭିନ୍ନ ଖୋଲା ସ୍ଥାନରେ ୩,୮୦୪ଟି ବୃକ୍ଷ ରୋପଣ କରିଥିବା ବେଳେ ସହିଦ, ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସ୍ମୃତିରେ ପରିବାର ସଦସ୍ୟଙ୍କୁ ୮୫୦ଟି ଗଛ ପ୍ରଦାନ କରି ରୋପଣ କରାଇଛନ୍ତି। ଏପର୍ଯ୍ୟନ୍ତ ସେ ମୋଟ ୧୨,୮୭୭ଟି ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ୨୦ ସେପ୍ଟେମ୍ବର ୨୦୨୪ ରେ କେଉଁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପ୍ରଶଂସା କରିଥିଲେ। ସେହିପରି ୨୦୧୭ ମସିହା ଓ ୫ ଜୁନ ୨୦୨୬ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ଥର ପାଇଁ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆଜି କ୍ଷିରୋଦ ସାହୁ କେବଳ ଜଣେ ପରିବେଶପ୍ରେମୀ ନୁହେଁ, ବରଂ ଅଞ୍ଚଳବାସୀଙ୍କ ନିକଟରେ “ସବୁଜ ମଣିଷ” ଭାବେ ପରିଚିତ। ତାଙ୍କର ନିଷ୍ଠା, ପରିଶ୍ରମ ଓ ସମାଜ ପ୍ରତି ଦାୟିତ୍ୱବୋଧ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।

- ଅଙ୍ଗାରବନ୍ଧ ବାବା ଚମ୍ପେଶ୍ୱର ପୀଠରେ ଶ୍ରାବଣ ଶେଷ ସୋମବାର: କାଉଡ଼ିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଅନୁଗୋଳ: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧସ୍ଥିତ ଚଣ୍ଡୀଖମଣ ବାବା ଚମ୍ପେଶ୍ୱର ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଭୋରୁ ଭୋରୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଲମ୍ବା ଧାଡ଼ି ଲାଗିଥିଲା। ବହୁ ପୁରାତନ ଏହି ଶୈବପୀଠକୁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ କାଉଡ଼ିଆ ଓ ଭକ୍ତମାନେ ଆସି ବାବା ଚମ୍ପେଶ୍ୱରଙ୍କ ଦର୍ଶନ କରିଥିଲେ। ମନ୍ଦିର ରାତି ପ୍ରାୟ ୩ଟାରେ ଖୋଲିବା ପୂର୍ବରୁ ହିଁ କାଉଡ଼ିଆମାନେ ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ସକାଳ ହେବା ସହିତ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ବଢ଼ିଥିଲା। ଭକ୍ତମାନେ ଯେପରି ସୁବ୍ୟବସ୍ଥିତ ଭାବେ ବାବାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା। ଏଥିସହ ବିଭିନ୍ନ ଯୁବ ସମାଜସେବୀ ସଂଗଠନ ପକ୍ଷରୁ ମଧ୍ୟ ଷ୍ଟଲ୍ ଖୋଲାଯାଇ ଭକ୍ତମାନଙ୍କୁ ବିଭିନ୍ନ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। ମନ୍ଦିର ପରିସର ଓ ଏହାର ଆଖପାଖରେ ବହୁ ସଂଖ୍ୟାରେ ଭୋଗ ସାମଗ୍ରୀ ଦୋକାନ ଖୋଲିଥିବାରୁ ପୂଜାର୍ଚ୍ଚନା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରାବଣ ଶେଷ ସୋମବାରରେ ବାବାଙ୍କ ଦର୍ଶନ ପାଇ ଭକ୍ତ ଓ କାଉଡ଼ିଆଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ଅଙ୍ଗାରବନ୍ଧ ବାବା ଚମ୍ପେଶ୍ୱର ପୀଠରେ ଶ୍ରାବଣ ଶେଷ ସୋମବାର: କାଉଡ଼ିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଅନୁଗୋଳ: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧସ୍ଥିତ ଚଣ୍ଡୀଖମଣ ବାବା ଚମ୍ପେଶ୍ୱର ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଭୋରୁ ଭୋରୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଲମ୍ବା ଧାଡ଼ି ଲାଗିଥିଲା। ବହୁ ପୁରାତନ ଏହି ଶୈବପୀଠକୁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ କାଉଡ଼ିଆ ଓ ଭକ୍ତମାନେ ଆସି ବାବା ଚମ୍ପେଶ୍ୱରଙ୍କ ଦର୍ଶନ କରିଥିଲେ। ମନ୍ଦିର ରାତି ପ୍ରାୟ ୩ଟାରେ ଖୋଲିବା ପୂର୍ବରୁ ହିଁ କାଉଡ଼ିଆମାନେ ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ସକାଳ ହେବା ସହିତ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ବଢ଼ିଥିଲା। ଭକ୍ତମାନେ ଯେପରି ସୁବ୍ୟବସ୍ଥିତ ଭାବେ ବାବାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା। ଏଥିସହ ବିଭିନ୍ନ ଯୁବ ସମାଜସେବୀ ସଂଗଠନ ପକ୍ଷରୁ ମଧ୍ୟ ଷ୍ଟଲ୍ ଖୋଲାଯାଇ ଭକ୍ତମାନଙ୍କୁ ବିଭିନ୍ନ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। ମନ୍ଦିର ପରିସର ଓ ଏହାର ଆଖପାଖରେ ବହୁ ସଂଖ୍ୟାରେ ଭୋଗ ସାମଗ୍ରୀ ଦୋକାନ ଖୋଲିଥିବାରୁ ପୂଜାର୍ଚ୍ଚନା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରାବଣ ଶେଷ ସୋମବାରରେ ବାବାଙ୍କ ଦର୍ଶନ ପାଇ ଭକ୍ତ ଓ କାଉଡ଼ିଆଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।3
- ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ଫରେଷ୍ଟ ଏବଂ ବିଦ୍ୟୁତ ପ୍ରହରୀ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖାଲିବିରେଇ ସେକ୍ସନ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଏବଂ ବିଦ୍ୟୁତ ପ୍ରହରୀ ଅରବିନ୍ଦ ନାୟକ ଆଜି ନିଲମ୍ବିତ. ଗତ ଏକ ସପ୍ତାହ ତଳେ ଈଶ୍ୱରାପାଳ ଶାଳ ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ଘଟିଥିଲା. କାର୍ଯ୍ୟରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଥିବାର ସୂଚନା.1
- Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews1
- ଢେଙ୍କାନାଳ ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ2
- ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha1
- ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ ଓଡ଼ିଶାର ସ୍ବାର୍ଥ ବିରୋଧୀ ଏମ ଏମ ଡି ଆର ବିଲ୍ କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରୋଧ କରାଯାଇଛି । ଏହି କଳା ଆଇନକୁ ରଦ୍ଦ କରାନଗଲେ ବିଭିନ୍ନ ରାଜନୈତିକ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଏହାର ପ୍ରମୁଖ ନେତା ପ୍ରକାଶ କରିଛନ୍ତି।1
- ଢେଙ୍କାନାଳ କ୍ଲବ ସ୍ତରୀୟ ଫୁଟବଲ ଟୁଣ୍ଠାମେଣ୍ଟ ରେ ଆଜି ଗୁଣ୍ଡିଚା ପଡା ସହିତ ମଣ୍ଠିଙ୍ଗ- ବ୍ଳବ ଭୋଟ1
- ଖମାର ମାର୍କେଟ ରେ ଟ୍ରକ୍ ଦୁର୍ଘଟଣା ରେ ଛାତ୍ର ମୃତ ............1