Shuru
Apke Nagar Ki App…
Daspalla nayagarh news uptodate
Suryakanta Mahapatra
Daspalla nayagarh news uptodate
More news from ଓଡ଼ିଶା and nearby areas
- "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ। ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ର ସମଗ୍ର ଜିଲ୍ଲାରେ ପ୍ରଚାର ଓ ପ୍ରସାର ପାଇଁ 'ମହିମା' ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ । ଏହି ଅବସରରେ ସୁବର୍ଣ୍ଣପୁର,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ରାଜେନ୍ଦ୍ର ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ ପ୍ରମୁଖ ରଥର ଉଦଘାଟଣ ସମୟରେ ଉପସ୍ଥିତ ଥିଲେ । "ମହିମା" ରଥ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ, ସୋନପୁର ମ୍ୟୁନିସିପାଲଟି ଓ ସମସ୍ତ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ମହୋତ୍ସବ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର କରିବ ଏବଂ ଆସନ୍ତା 'ମହିମା' ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା- ୨୦୨୬ ଯାହା ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ରାମେଶ୍ୱର ଷ୍ଟାଡିୟମ ରେ ଜାନୁଆରୀ ୭-୧୧ ଯାଏ ଆୟୋଜିତ ହେବ, ସେ ବିଷୟରେ ଜିଲ୍ଲାବାସୀଙ୍କୁ ଅବଗତ କରିବ । ଏହି "ମହିମା" ରଥ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି, ଯେ ଆସନ୍ତା ୫ ଦିନିଆ ଜିଲ୍ଲା ମହୋତ୍ସବ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଂସ୍କୃତିକ ଦଳ ମାନଙ୍କର ଲୋକ ସଂସ୍କୃତି, ଲୋକକଳା ଓ ଲୋକ ନୃତ୍ୟ ପରିବେଷଣ କୁ ଉପଭୋଗ କରିବା ହେବେ ଏବଂ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମାନଙ୍କର କ୍ରୟ ବିକ୍ରୟରେ ସାମିଲ ହେବା ପାଇଁ ଅନୁରୋଧ କରିଛି । ଏହି ରଥ ଜିଲ୍ଲାର କୋଣ ଅନୁକୋଣରେ ବୁଲିବ ଆସନ୍ତା 'ମହିମା' ମହୋତ୍ସବର ଶୁଭାରମ୍ଭ ହେବା ଦିନ ପର୍ଯ୍ୟନ୍ତ । ଏହି "ମହିମା" ରଥ ଉଦଘାଟନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସୋନପୁର ଶ୍ରୀ ପ୍ରତୀକ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାସ ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖଳିଆପାଲି ସ୍ଥିତ ଭୀମଭୋଇ ମହିମା ମଠ ଆଶ୍ରମର ମହିମା ଧର୍ମର ସାଧୁ, ସନ୍ୟାସିନୀ, ମହିମା ଧର୍ମାବଲମ୍ବୀ ବହୁତ ଭକ୍ତ ବୃନ୍ଦ ଓ ଜନସାଧାରଣଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।2
- word number 4 nupatana road kama vhala karunantu4
- *କୁକୁଡ଼ାଖଣ୍ତି ଠାରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ* #live_odisha_news_update #published_from #Brahamapur #kukudakhandi1
- #ଯାତ୍ରୀଙ୍କ_ସତର୍କତା_ଯୋଗୁଁ_ଅଳ୍ପକେ_ଟଳିଲା_ଦୁର୍ଘଟଣା ଏକ ଦ୍ରୁତଗାମୀ ଟ୍ରେନ୍ ମାଡ଼ି ଆସୁଥିବା ବେଳେ କିଛି ରେଳ କର୍ମଚାରୀ ଧାରଣା ଉପରେ ମରାମତି କାର୍ଯ୍ୟ କରୁଥିଲେ। ସେମାନେ ଟ୍ରେନ୍ ଆସିବା ବିଷୟରେ ଜାଣିପାରି ନଥିଲେ। ଏହି ସମୟରେ ନିକଟସ୍ଥ ଅନ୍ୟ ଏକ ଟ୍ରେନରେ ଥିବା ଯାତ୍ରୀମାନେ ବିପଦକୁ ଦେଖି ଚିତ୍କାର କରିଥିଲେ ଏବଂ ଟ୍ରେନ୍ ଆସୁଥିବା ସୂଚନା ଦେଇଥିଲେ। ଯାତ୍ରୀଙ୍କ ଚିତ୍କାର ଶୁଣି ଶ୍ରମିକମାନେ ତୁରନ୍ତ ଧାରଣା ଉପରୁ ଦୂରକୁ ଚାଲିଯାଇଥିଲେ ଏବଂ ଟ୍ରେନ୍ଟି ସେଠାରୁ ଦ୍ରୁତଗତିରେ ଚାଲିଯାଇଥିଲା। ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । #viralvideo #train #indianrailways #viralnews #share #accidentnews1
- ଜିଲ୍ଲା ଓକିଲ ସଙ୍ଘ ଓ ବିଚାର ବିଭାଗ ମଧ୍ଯରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଛି ।।1
- Jay Jagannath 🙏1
- ଅଞ୍ଚଳ ପାଇଁ ଗୌରବ ଆଣିଥିବା ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ସୂନ୍ଦର ମାଧବ ପାଢ଼ୀ ଭାରତୀୟ ପ୍ରଶାସନିକ ଅଧିକାରୀ (IAS) ଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।1
- ଫାଦ୍ରିପଲ୍ଲୀ ଗ୍ରାମରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳନ ହେଉଛି କ୍ରିଷ୍ଟମାସ1
- ଚୁପ : ଡିଉଟି ଚାଲିଛି ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ ହେଲେ ଅସୁବିଧା କାହାର ??1