୧୨ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ କଟକର ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ଯୋଗଦେଇଛନ୍ତି। ଚଳିତ ବର୍ଷ ଯୋଗ ଦିବସର ଶୀର୍ଷକ "ସୁସ୍ଥମୟ ଜୀବନ ପାଇଁ ଯୋଗ" ଉପରେ ଗୁରୁତ୍ୱାରୋପ କରି ଶ୍ରୀ ସାମଲ କହିଥିଲେ ଯେ, ଆଜିର ବ୍ୟସ୍ତବହୁଳ ଜୀବନରେ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଏକ ବ୍ୟାୟାମ ନୁହେଁ, ଶରୀର ଓ ମନ ଭିତରେ ସମନ୍ୱୟ ସ୍ଥାପନ କରିବାର ମାଧ୍ୟମ ହୋଇଥିବାରୁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଯୋଗ କରିବା ଜରୁରୀ। ଯୋଗ ମହୋତ୍ସବ ସଂସ୍ଥାର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି ଯେ, ପ୍ରାଚୀନ ଭାରତୀୟ ପରମ୍ପରାର ଅମୂଲ୍ୟ ଉପହାର ଯୋଗକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁଁ ସାରା ବିଶ୍ୱରେ ସ୍ୱୀକୃତି ମିଳିଛି। ସେ ସୂଚନା ଦେଇଛନ୍ତି ଯେ, ୨୦୧୪ ଡିସେମ୍ବର ୧୧ ତାରିଖ ଦିନ ମିଳିତ ଜାତିସଂଘ 'ଯୋଗ'କୁ ମାନ୍ୟତା ଦେବା ସହ ଜୁନ୍ ୨୧କୁ "ଆନ୍ତର୍ଜାତିକ ଯୋଗ ଦିବସ" ଭାବରେ ଘୋଷଣା କରିଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉଦ୍ୟମ ଯୋଗୁଁ ଏବେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି ଏବଂ ଯୋଗ ଦ୍ୱାରା ବ୍ୟକ୍ତି କର୍ମଚଂଚଳ ହେବା ସହ ପ୍ରଫୁଲ୍ଲଚିତ ଅନୁଭବ କରେ ଓ ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳେ। ଯୋଗକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ରାଜ୍ୟରେ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି। ଏହି ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶ୍ରୀ ସାମଲ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରି ଏକ ସୁସ୍ଥ, ସଂଯମୀ ଓ ଆନନ୍ଦମୟୀ ଜୀବନଯାପନ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ନେତୃବୃନ୍ଦ, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛନ୍ତି।

- ଆଜି ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ନରେନ୍ଦ୍ର ମୋଦୀ କୋଲକାତାର ରେଡ୍ ରୋଡ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସର ଯୋଗର ଗୁରୁତ୍ୱ ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ଏହାର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲା।1
- ଆଜି, ଜୁନ ୨୧ ତାରିଖରେ ଢେଙ୍କାନାଳରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ପ୍ରାତଃ ୬ଟାରେ ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୋଗପ୍ରେମୀ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଏବଂ ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଯୋଗ ଆମକୁ ସୁସ୍ଥ, ସୁଖୀ ଏବଂ ମାନସିକ ଭାବେ ସଶକ୍ତ ରଖିଥାଏ, ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଉଚିତ। ପରବର୍ତ୍ତୀ ସମୟରେ ଯୋଗ ମହୋତ୍ସବ ସମିତି, ଢେଙ୍କାନାଳର ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଏକ ସାମୂହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ଅତିଥିଙ୍କ ସମେତ ଢେଙ୍କାନାଳ ସହରର ଯୋଗପ୍ରେମୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲେଖନ ଓ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମ ଢେଙ୍କାନାଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା।2
- ଜଣେ ଭକ୍ତ ମହାବାହୁଙ୍କ ନାମ ଗାଇ ଗାଇ ଏହି ମାଟି ଦେହରୁ ଜୀବନ ତ୍ୟାଗ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। ଏହି ଭାବପୂର୍ଣ୍ଣ ଆବେଦନ ମହାବାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ନିରନ୍ତର ଭକ୍ତିକୁ ପ୍ରକାଶ କରୁଛି, ଯେଉଁଥିରେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାଙ୍କ ନାମ ସ୍ମରଣରେ ରହିବାକୁ ଇଚ୍ଛା ପ୍ରକାଶ କରାଯାଇଛି।1
- ୨୧ ଜୁନ୍, ୨୦୨୬ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀର ପିକେଆରଆଇଟି କଲୋନୀସ୍ଥିତ କଲ୍ୟାଣି ମଣ୍ଡପଠାରେ ଭାରତୀୟ ଯୋଗ ସଂସ୍ଥାନର ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଉତ୍ସବରେ ଜିଲ୍ଲା ପ୍ରଧାନ ଶ୍ରୀ ମନମୋହନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ, ଜିଲ୍ଲା ମନ୍ତ୍ରୀ ଶ୍ରୀ ସଦାଶିବ ଦାସ ମଞ୍ଚ ସଞ୍ଚାଳନ କରିଥିଲେ। ଶ୍ରୀ ଏନ୍. କିରଣ ରେଡିଙ୍କ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବଳରାମ ରେଡି ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ମାନସ ଲେଙ୍କା ଯୋଗ ଦେଇ ଯୋଗର ଆବଶ୍ୟକତା ଉପରେ ନିଜ ମତ ରଖିଥିଲେ। କ୍ଷେତ୍ର ପ୍ରଧାନ ଅନନ୍ତ ଚରଣ ମଲିକ, ମନ୍ତ୍ରୀ ଦେବଦତ୍ତ ଷଡଙ୍ଗୀ, ଓ ଶିକ୍ଷାବିତ ବିରେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସାଧକମାନଙ୍କୁ ଉତ୍ସାହିତ କରିଥିଲେ। ଭୋଳାନାଥ ବିଦ୍ୟାପୀଠ, ମଙ୍ଗଳା ମନ୍ଦିର, ପେଣ୍ଠକଟା, ଓ ଆଖଣ୍ଡଳମଣି ପାର୍କ କେନ୍ଦ୍ର ସମେତ ମୋଟ ୫ଟି କେନ୍ଦ୍ରରୁ ୧୧୦ରୁ ଅଧିକ ସାଧକ ଓ ସାଧିକା ଏହି ସାମୂହିକ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଚିନ୍ମୟ ରାୟ, କେଦାର ପାତ୍ର, ସୁରଭି ସାହୁ, ସଂଯୁକ୍ତା ମହାନ୍ତି, ନିରୂପମା ଜେନା, ଗୀତାଞ୍ଜଳି, ରଶ୍ମିତା, ଜତାରାଣୀ, ଓ ଲିଲିମା ଭୂୟାଁଙ୍କ ଭଳି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ସାଧକ ସାଧିକାମାନଙ୍କୁ ବିଭିନ୍ନ ଆସନ ଓ ପ୍ରାଣାୟମର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଧାନ ଶ୍ରୀ ମନମୋହନ ମହାପାତ୍ର ନିଜ ଅଭିଭାଷଣରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ।4
- ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରେ ଗତ ୧୬ ତାରିଖରେ ଘଟିଥିବା ଚର୍ଚ୍ଚିତ ଭିଡ଼ ହିଂସା ଘଟଣାକୁ ନେଇ ଆଜି ରାୟଗଡା ଏସପି ଏକ ପ୍ରେସମିଟ୍ କରି ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏସପି ସ୍ପଷ୍ଟ କରିଛନ୍ତି ଯେ, ଆଇନକୁ ହାତକୁ ନେଇ ଭିଡ଼ ହିଂସାରେ ସାମିଲ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଛାଡ଼ ଦିଆଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି, ଘଟଣା ସମୟରେ ଜଣେ ଯୁବତୀଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ନେଇଛି, କାରଣ ଏହା ସମାଜରେ ଅଶାନ୍ତି ସୃଷ୍ଟି କରିବା ସହ ପୀଡ଼ିତଙ୍କ ଗୋପନୀୟତା ଉଲ୍ଲଂଘନ କରୁଛି। ଏହି ପରିପ୍ରେକ୍ଷୀରେ, ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଗୁଜବ ପ୍ରଚାର ନ କରିବା ଏବଂ କୌଣସି ଅପ୍ରମାଣିତ ଭିଡିଓ କିମ୍ବା ସୂଚନା ସେୟାର ନ କରିବାକୁ ଅନୁରୋଧ କରାଯାଇଛି।1
- ଖାଇବା ତେଲ କମ୍ପାନୀମାନେ ଗ୍ରାହକମାନଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି, ଯେଉଁମାନେ ଟଙ୍କା ନେଇ ଓଜନରେ ଠକୁଛନ୍ତି। ଫଳରେ, ଗ୍ରାହକମାନେ ଟଙ୍କା ଦେଇ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ଏକ ନୂଆ ନିୟମ କରିଛନ୍ତି, ଯାହା ଅନୁଯାୟୀ ଖାଇବା ତେଲ ପ୍ୟାକେଟରେ ଓଜନ ଗଡ଼ବଡ଼ ଆଉ ହେବ ନାହିଁ। ଏହି ନୂଆ ନିୟମ ଖାଉଟିଙ୍କ ପାଇଁ ଏକ ବଡ଼ ଖବର।1
- ଢ଼େଙ୍କାନାଳ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁନଃ ନିଟ୍ ପରୀକ୍ଷା ଆରମ୍ଭ ହୋଇଛି। ମୋଟ ୧୧୪୭ ଜଣ ପରୀକ୍ଷାର୍ଥୀ ପି ଏମ ଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟ, ସରକାରୀ ପଲିଟେକନିକ୍ ମହିଷାପାଟ ଏବଂ ଢେଙ୍କାନାଳ ସ୍ୱୟଂସାସିତ ମହାବିଦ୍ୟାଳୟ ଭଳି ତିନୋଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକ୍ ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସୁବିଧା କରାଯାଇଥିଲା। ଏହା ବ୍ୟତୀତ, ଢ଼େଙ୍କାନାଳରେ ପରୀକ୍ଷା ଦେବାକୁ ଆସୁଥିବା ବାହାର ପିଲାମାନଙ୍କ ପାଇଁ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ କଲେଜ ବାଇପାସ୍ରୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଥିଲା। ଏହି ପରୀକ୍ଷା ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି।1
- ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରୀ ପଞ୍ଚାୟତର ସରପଞ୍ଚ କୁମାରୀ ଚାମେଲୀ ଓଝାଙ୍କୁ ପୁରୀଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାରଣା ସମ୍ପ୍ରଦାୟର ହୋଇଥିବାରୁ ସମିତି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୁରୀର ଗୋଏଙ୍କା ଧର୍ମଶାଳାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସମିତିର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଏବଂ ରାଜ୍ୟ ସମ୍ପାଦକ ମନୋରଞ୍ଜନ ମହାରଣା ଉପସ୍ଥିତ ରହି ଚାମେଲୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ସମିତି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ଯଦି ସରପଞ୍ଚ ଚାମେଲୀ ଓଝାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ, ତେବେ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଆଗାମୀ ଦିନରେ ରାଜ୍ୟର ୨୦ ଲକ୍ଷରୁ ଉର୍ଦ୍ଧ୍ୱ ବିଶ୍ୱକର୍ମା ପରିବାର ଏକଜୁଟ ହୋଇ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ସଭାରେ ମତ ପ୍ରକାଶ ପାଇଛି। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ଧିରେନ ମହାରଣା, କଟକ ଜିଲ୍ଲା ସଭାପତି ଯୁଧିଷ୍ଠିର ମହାରଣା, ଢେଙ୍କାନାଳ ଜିଲ୍ଲା ସଭାପତି ଭୋଳେଶ୍ୱର ମହାରଣା, କଟକ ନଗର ସମ୍ପାଦକ ସୁଶାନ୍ତ ମହାରଣା, ପୁରୀ ନଗର ସଭାପତି ହୃଷିକେଶ ମହାରଣା, ରମେଶ ମହାରଣା, ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, କୋଷାଧ୍ୟକ୍ଷ ଗୁରୁ ସୁତାର, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା ଏବଂ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ମହାରଣା, ଗଙ୍ଗାଧର ମହାରଣା, ସୁଦର୍ଶନ ମହାରଣାଙ୍କ ସମେତ ୩୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।4
- ଆଜି ସାରା ଦେଶ ଯୋଗମୁଦ୍ରାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି। ଏହି ଅବସରରେ ଭୁବନେଶ୍ୱରରୁ କୋଲକାତା ପର୍ଯ୍ୟନ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଯୋଗାଭ୍ୟାସରେ ସାମିଲ ହୋଇଥିଲେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗର ମହତ୍ତ୍ୱ ବୁଝାଇ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ଏହାକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି।1