Shuru
Apke Nagar Ki App…
#ଶ୍ରୀକ୍ଷେତ୍ର_ପୁରୀକୁ_ଯିବ_ପାତାଳୀ_କ୍ଷେତ୍ରରୁ_କାଠଗଣ୍ଡି #ସୁବର୍ଣ୍ଣପୁର_ଜିଲ୍ଲା_ପାଇଁ_ପ୍ରଥମ_ଘଟଣା ସୁବର୍ଣ୍ଣପୁର ଜିଲ୍ଲା ମଲିକମୁଣ୍ଡା ଗ୍ରାମର ଆଦିତେଶ୍ୱର ମିଶ୍ରଙ୍କ ବାଡ଼ିରେ ଥିବା ପାଞ୍ଚଟି ଗଛ ରଥ ନିର୍ମାଣ ପାଇଁ ପୁରୀ ଯିବ। ପୂଜାର୍ଚ୍ଚନା ପରେ ବୃକ୍ଷ କଟା ଯାଇଛି।
Ram Shankar Bhoi
#ଶ୍ରୀକ୍ଷେତ୍ର_ପୁରୀକୁ_ଯିବ_ପାତାଳୀ_କ୍ଷେତ୍ରରୁ_କାଠଗଣ୍ଡି #ସୁବର୍ଣ୍ଣପୁର_ଜିଲ୍ଲା_ପାଇଁ_ପ୍ରଥମ_ଘଟଣା ସୁବର୍ଣ୍ଣପୁର ଜିଲ୍ଲା ମଲିକମୁଣ୍ଡା ଗ୍ରାମର ଆଦିତେଶ୍ୱର ମିଶ୍ରଙ୍କ ବାଡ଼ିରେ ଥିବା ପାଞ୍ଚଟି ଗଛ ରଥ ନିର୍ମାଣ ପାଇଁ ପୁରୀ ଯିବ। ପୂଜାର୍ଚ୍ଚନା ପରେ ବୃକ୍ଷ କଟା ଯାଇଛି।
More news from ଓଡ଼ିଶା and nearby areas
- ଖଡିଛୁଆଁ ପର୍ବ ପ୍ରହସନ ପାଲଟିଛି; ବିଭାଗୀୟ କାର୍ଯ୍ୟରେ ମନ ନାହିଁ ଅଧିକାରିଣୀଙ୍କ ସୁବର୍ଣ୍ଣପୁର: ସୁନ୍ଦର କୋଠା ଘର ସାଙ୍ଗକୁ ଚକାଚକ ତୋରଣ। ସ୍କୁଲ ଫାଟକରେ ମୁରୁଜରେ ଅଙ୍କାଯାଇଛି ସ୍ୱାଗତଂ। କଳସ, ଦୀପ ପ୍ରଜ୍ୱଳିତ କରି ପାଳିତ ହେଉଛି ଜିଲ୍ଲା ସ୍ତରୀୟ ଖଡିଛୁଆଁ ପର୍ବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍କୁଲ ବ୍ୟାଗ, ଟି-ସାର୍ଟ ତିଆରି କରାଯାଇଥିବା ବେଳେ ଖଡି ଛୁଇଁବାକୁ ପିଲାଙ୍କ ଦେଖାନାହିଁ। ପାଞ୍ଚ ଘଣ୍ଟାର ଅପେକ୍ଷା ପରେ ମାତ୍ର ୯ଜଣ ପିଲା ଆସିଲେ ଦିନ ୧୧ଟାରେ। କାହିଁକି ନାଁ ଏନେଇ କାହାରିକୁ ଖବର ଦିଆଯାଇ ନଥିବା ବେଳେ ନାମକୁ ମାତ୍ର ଖଡିଛୁଆଁ ପର୍ବ ପାଳନ କରି ଚଳୁକରିଦେଲେ ହଜରା ହଜାର ଟଙ୍କା। କେତେବେଳେ ଖଡିଛୁଆଁ ହେବ ? କେତେ ପିଲାଙ୍କର ଖଡିଛୁଆଁଇବେ ?ପିଲାଙ୍କପାଇଁ କଣସବୁ ବ୍ୟବସ୍ଥା କରାଯାଇଛି? ସ୍କୁଲରେ କେତେ ପିଲା ପାଠ ପଢୁଛନ୍ତି ଏସବୁର ସୁଚନା କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସୁଚନା ନାହିଁ। ମନ ଦେଉ ନାହାଁନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣି ବୋଲି ଚର୍ଚ୍ଚା ଯୋର ଧରିଛି। ଏନେଇ ଗଣ ମାଧ୍ୟମର ପ୍ରତିନିଧି ପଚାରିବାରୁ ସେମିତି କିଛି ନାଇଁ ଆସୁଛନ୍ତି କହି ଏଡାଇ ଚାଲିଗଲେ। ପ୍ରହସନ ପାଲଟିଛି ଖଡିଛୁଆଁ ପର୍ବ। ସ୍ଥାନୀୟ ପ୍ରଶାସନ ଥାଇବି ନିରବଦ୍ରଷ୍ଟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମଝିପଡାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଲକ୍ଷ୍ୟ ସମସ୍ତେ ସ୍କୁଲକୁ ଯିବା। ସମସ୍ତେ ପଢିବା ଆଉ ସମସ୍ତେ ବଢିବା। ହେଲେ କେତେକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ସେସବୁ ଯୋଜନା ବାଟବଣା ହୋଇଛି। ଯାହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଝୀପଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଉପସ୍ଥିତ ରହି ଜିଲ୍ଲା ଶିକ୍ଷା ଅଧୀକାରୀ ସବୁ ଜାଣିଶୁଣି ନଜାଣିଲା ଭଳି ଚୁପ ରହି ଏଡାଇଯିବା ସାଧାରଣରେ ବେଶ ଚର୍ଚ୍ଚା ଯୋରଧରିଥିବା ବେଳେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ଜିଲ୍ଲା ଶିକ୍ଷା ଅଧିକାରୀ।1
- ଚାଷୀ ନେତା ପ୍ରଦ୍ୟୁମ୍ନ କୁମାର ପାଢୀ ଜେଲରୁ ବାହାରିଲା ପରେ ପ୍ରତିକ୍ରିୟା ଦେଲେ ନବ ନିର୍ମାଣ କୃଷକ ସଂଗଠନ ର ନେତ୍ରୀ ସୋନାଲି ବିଶି1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ବେଲ ରେ ଜେଲ୍ ରୁ ଆସିବା ପରେ ନିଜ ଗାଁ କୋଟସମଲାଏ ରେ ଭବ୍ୟ ସ୍ଵାଗତ1
- ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ "ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ" ଏବଂ "ଶିକ୍ଷା ସଚେତନତା ରଥ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ହାଡିବନ୍ଧୁ ବେହେରା,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସି ଡି ପି ଓ ଦୀପ୍ତି ମୟୀ ପାତ୍ର ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ, ଧଳପୁର ର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋୖଲସ୍ତି ଭୋକ୍ତା ମଂଚାସୀନ ରହିଥିଲେ l ପ୍ରଥମେ ମଂଚାସୀନ ଅତିଥି ଗଣ ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଖୁଆଁ ଉତ୍ସବ ଉପରେ ନିଜ ନିଜ ମତ ରଖିଥିଲେ l ୨୦୨୬-୨୭ ଶିକ୍ଷା ବର୍ଷ ଆରମ୍ଭ କୁ ନେଇ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ପୂର୍ବରୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ବଣ୍ଟନ କରାଯାଇଥିଲା । ଏବଂ ଆଜି ଏପ୍ରିଲ ୪ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ରେ ଜିଲ୍ଲା ସ୍ତରୀୟ ୪ ହଜାର ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ମଞ୍ଚ ରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ କୀଟ ଓ ୱା ସି ଡି ଏ ବାଉଶୁନି ର ପୋଗ୍ରାମ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଙ୍କ ପକ୍ଷରୁ ମଧ୍ୟ କୀଟ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୋହିତ ର ମନ୍ତ୍ର ପାଠ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ଵ ହସ୍ତରେ ଖଡ଼ି ଛୁଆଁଇଁ ଥିଲେ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଳପୁର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଲୁମ୍ବିନୀ ଉଦ୍ୟାନ, ବ୍ୟାସ ଦେବ କୁଟୀର,ଯୋମେଟ୍ରିକଲ ଉଦ୍ୟାନ କୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଶୁଭ ଉଦଘାଟନ କରିଥିବା ସହିତ ଉତ୍ସବ ରେ ଶିଶୁ ଙ୍କ ସହଜ ପାଠ ପଢା ପାଇଁ ଗପ ରାଇଜ, ରଙ୍ଗ ଦୁନିଆ, ଖେଳ ମାଧ୍ୟମ ରେ ଶିକ୍ଷ। ପାଇଁ ତିନି ଗୋଟି ଶିକ୍ଷଣ କୋଣ ଷ୍ଟଲ କୁ ପରିଦର୍ଶନ କରିଥିଲେ l ପରେ ତିନ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କୁ ତିନି ଗୋଟି ସଚେତନତା ରଥ କୁ ଅତିଥି ଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମଞ୍ଚ କାର୍ଯ୍ୟକ୍ରମ କୁ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଜିଲ୍ଲା ସ୍ତରୀୟକାର୍ଯ୍ୟକ୍ରମ ରେ ପିପଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାମଗଡ ଉଚ୍ଚ ପ୍ରାଥମିକ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସଚେତନତା ଭିତିକ ନୃତ୍ୟ ଅତି ଚିତାକର୍ଷକ ଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ କରିଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଅଭିଭାବକ,ତଥା ବହୁସଂଖ୍ୟକ ମହିଳା ଅଭିଵାବିକା ,ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.। ଶିକ୍ଷକ ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଉପରେ ଦାସକାଠିଆ ପରିବେଷଣ କରାଯାଇଥିଲା ।1
- ଜଙ୍ଗଲ ଜଳୁଛି ଜୀବଜନ୍ତୁ ଜଳୁଛନ୍ତି ପକ୍ଷୀ ହାହାକାର ଛାଡୁଛନ୍ତି। ସୁବର୍ଣ୍ଣପୁର: ଜିଲ୍ଲାର ଅର୍ଜୁନପୁର-ବୁର୍ଡା ରାସ୍ତାରେ ଥିବା ବାରପାହାଡ଼ ଜଙ୍ଗଲ ନିକଟସ୍ଥ ଗୁରୁପାଲି ଏକେନିଆ ଡୁଙ୍ଗୁରିରେ ଲାଗିଛି ନିଆଁ। ବନ୍ୟଜନ୍ତୁ ସହିତ ପକ୍ଷୀ ଏବଂ ମୂଲ୍ୟବାନ ଔଷଧୀୟ ବୃକ୍ଷ, ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି। ଶୁଖିଲା କାରଣରୁ ନିଆଁ ଶୀଘ୍ର ବ୍ୟାପୁଛି। ପରିବେଶ ପ୍ରଦୂଷଣ ସହ ଆଖପାଖ ଗାଁ'ରେ ସମସ୍ୟା ସୃଷ୍ଟି କରୁଛି। ତିଲେଇମାଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଏହି ବାରପାହାଡ଼ ଜଙ୍ଗଲ ନିଆଁ କୁ ବନବିଭାଗ ତୁରନ୍ତ ଆୟତ୍ତ କରିବାକୁ ପରିବେଶବିଦଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବୀ କରୁଛନ୍ତି।1
- ଜେଲ ରୁ ବାହାରିଲା ପରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ପ୍ରଦ୍ୟୁମ୍ନ କୁମାର ପାଢୀ1
- Post by Sonepur news khulasa1