ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ବେଲପାହାଡ଼ସ୍ଥିତ ମିରର୍ ଥିଏଟର୍ ପକ୍ଷରୁ ଏକ ସ୍ୱତନ୍ତ୍ର ସଙ୍ଗୀତ ଅଧିବେଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ପ୍ରତିବର୍ଷ ଏହି ଦିବସକୁ ସଙ୍ଗୀତ ମାଧ୍ୟମରେ ମାନବ ସମାଜକୁ ଏକତ୍ର କରିବା ଓ ଜୀବନରେ ଖୁସି ଆଣିବା ମୂଳ ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଅବସରରେ ମିରର୍ ଥିଏଟର୍ର ସଙ୍ଗୀତ ନିର୍ଦ୍ଦେଶକ ଗୌରୀଶଙ୍କର କୁମ୍ଭାରଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଦ୍ୱାରା ରଚିତ ବିଭିନ୍ନ ନାଟକର ଗୀତ ପରିବେଷଣ ହୋଇଥିଲା, ବିଶେଷ କରି ମିରର୍ ଥିଏଟର୍ର ବହୁ ଚର୍ଚ୍ଚିତ ନାଟକ 'ଲାଲ୍ ପାଏନ୍’ ର ଗୀତ ସହ ଅନ୍ୟାନ୍ୟ ନାଟ୍ୟ ସଙ୍ଗୀତ ଉପସ୍ଥିତ ଦର୍ଶକ ଓ କଳାପ୍ରେମୀଙ୍କ ମନ ଜିତିଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ଶରତ ଚନ୍ଦ୍ର ସାହୁ ଏବଂ ଜେନାମଣି ସେଠ ଯୋଗଦେଇ ସଙ୍ଗୀତ ଓ ନାଟ୍ୟକଳାର ଅବିଚ୍ଛିନ୍ନ ସମ୍ପର୍କ ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ। ମିରର୍ ଥିଏଟର୍ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନ ବିଶ୍ୱ ସଙ୍ଗୀତ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସଙ୍ଗୀତ ମାଧ୍ୟମରେ ସମାଜରେ ସୃଜନଶୀଳତା ଓ ସାମ୍ପ୍ରଦାୟିକ ସମ୍ପ୍ରୀତି ବୃଦ୍ଧି ପାଏ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ସା, ସରୋଜ ମିର୍ଦ୍ଧା, ସରସ୍ୱତୀ ପ୍ରଧାନ, ସନ୍ତୋଷ ସାହୁ, ଡା. ଶ୍ୟାମସୁନ୍ଦର ପାଣ୍ଡେ, ସୌଭାଗ୍ୟ ରଞ୍ଜନ ସାହୁ, ଲବ ପ୍ରଧାନ, ଅର୍ବାଜ ଖାନ, ବିନୟ ପ୍ରଧାନ, ଅନୀଲ ରଣା, ପ୍ରତୀକ ଜେନା, ଅଭିଜିତ ବାଘ, ସାହିଲ ସୁନା, ଆୟୁଷୀ ପଟ୍ଟନାୟକ, ବର୍ଷାରାଣୀ ଧଳ, ଜ୍ୟୋସ୍ନା କାଲୋ, ଖୁସି ଜେନା, ସାନିଆ ବେହେରା, ଖୁସି ଗୌର, ଭବେଶ ପ୍ରଧାନ, ସଞ୍ଜନା ମେହେର, ତନୁଜା ମେହେରଙ୍କ ସମେତ ବହୁ କଳାକାର ଓ ସଦସ୍ୟ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତ କଳାକାରଙ୍କ ସମବେତ ସଙ୍ଗୀତ ପରିବେଷଣ ଓ ଶୁଭେଚ୍ଛା ବିନିମୟ ମାଧ୍ୟମରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ବିଶ୍ୱ ସଙ୍ଗୀତ ଦିବସ ଅବସରରେ ମିରର୍ ଥିଏଟର୍ର ଏହି ଆୟୋଜନ ସ୍ଥାନୀୟ କଳାକାର ଓ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟିଛି।
ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ବେଲପାହାଡ଼ସ୍ଥିତ ମିରର୍ ଥିଏଟର୍ ପକ୍ଷରୁ ଏକ ସ୍ୱତନ୍ତ୍ର ସଙ୍ଗୀତ ଅଧିବେଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ପ୍ରତିବର୍ଷ ଏହି ଦିବସକୁ ସଙ୍ଗୀତ ମାଧ୍ୟମରେ ମାନବ ସମାଜକୁ ଏକତ୍ର କରିବା ଓ ଜୀବନରେ ଖୁସି ଆଣିବା ମୂଳ ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଅବସରରେ ମିରର୍ ଥିଏଟର୍ର ସଙ୍ଗୀତ ନିର୍ଦ୍ଦେଶକ ଗୌରୀଶଙ୍କର କୁମ୍ଭାରଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ତାଙ୍କ ଦ୍ୱାରା ରଚିତ ବିଭିନ୍ନ ନାଟକର ଗୀତ ପରିବେଷଣ ହୋଇଥିଲା, ବିଶେଷ କରି ମିରର୍ ଥିଏଟର୍ର ବହୁ ଚର୍ଚ୍ଚିତ ନାଟକ 'ଲାଲ୍ ପାଏନ୍’ ର ଗୀତ ସହ ଅନ୍ୟାନ୍ୟ ନାଟ୍ୟ ସଙ୍ଗୀତ ଉପସ୍ଥିତ ଦର୍ଶକ ଓ କଳାପ୍ରେମୀଙ୍କ ମନ ଜିତିଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ଶରତ ଚନ୍ଦ୍ର ସାହୁ ଏବଂ ଜେନାମଣି ସେଠ ଯୋଗଦେଇ ସଙ୍ଗୀତ ଓ ନାଟ୍ୟକଳାର ଅବିଚ୍ଛିନ୍ନ ସମ୍ପର୍କ ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ। ମିରର୍ ଥିଏଟର୍ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଡ. ସୁବାସ
ଚନ୍ଦ୍ର ପ୍ରଧାନ ବିଶ୍ୱ ସଙ୍ଗୀତ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସଙ୍ଗୀତ ମାଧ୍ୟମରେ ସମାଜରେ ସୃଜନଶୀଳତା ଓ ସାମ୍ପ୍ରଦାୟିକ ସମ୍ପ୍ରୀତି ବୃଦ୍ଧି ପାଏ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ସା, ସରୋଜ ମିର୍ଦ୍ଧା, ସରସ୍ୱତୀ ପ୍ରଧାନ, ସନ୍ତୋଷ ସାହୁ, ଡା. ଶ୍ୟାମସୁନ୍ଦର ପାଣ୍ଡେ, ସୌଭାଗ୍ୟ ରଞ୍ଜନ ସାହୁ, ଲବ ପ୍ରଧାନ, ଅର୍ବାଜ ଖାନ, ବିନୟ ପ୍ରଧାନ, ଅନୀଲ ରଣା, ପ୍ରତୀକ ଜେନା, ଅଭିଜିତ ବାଘ, ସାହିଲ ସୁନା, ଆୟୁଷୀ ପଟ୍ଟନାୟକ,
ବର୍ଷାରାଣୀ ଧଳ, ଜ୍ୟୋସ୍ନା କାଲୋ, ଖୁସି ଜେନା, ସାନିଆ ବେହେରା, ଖୁସି ଗୌର, ଭବେଶ ପ୍ରଧାନ, ସଞ୍ଜନା ମେହେର, ତନୁଜା ମେହେରଙ୍କ ସମେତ ବହୁ କଳାକାର ଓ ସଦସ୍ୟ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତ କଳାକାରଙ୍କ ସମବେତ ସଙ୍ଗୀତ ପରିବେଷଣ ଓ ଶୁଭେଚ୍ଛା ବିନିମୟ ମାଧ୍ୟମରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ବିଶ୍ୱ ସଙ୍ଗୀତ ଦିବସ ଅବସରରେ ମିରର୍ ଥିଏଟର୍ର ଏହି ଆୟୋଜନ ସ୍ଥାନୀୟ କଳାକାର ଓ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟିଛି।
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।3
- ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ଗ୍ରାମପଞ୍ଚାୟତର ବିଜାଗୁଡ଼ା ଠାରେ ସୁମି ବାଗଙ୍କ ପକ୍ଷରୁ ଏକ ବଏଠିକି କୀର୍ତନ ଆୟୋଜିତ ହୋଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାସିରା ଅଞ୍ଚଳରେ ପ୍ରବଳ ବର୍ଷା ସହ ଘିଡ଼ି ଘିଡ଼ି ଅନୁଭୂତ ହୋଇଛି।1
- ସୋନପୁର ଜିଲ୍ଲା ଅନ୍ତର୍ଗତ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି।1
- ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ, ୧୦୮ ଭରି ସୁନାରେ ତିଆରି ସୁବର୍ଣ୍ଣନାଗ ଏବଂ ବାବା ଚନ୍ଦ୍ରଶେଖର ମଧ୍ୟ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଭବ୍ୟ ଦର୍ଶନକୁ ନେଇ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।1
- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କୁଶ୍ରାଲୋଇ ପଞ୍ଚାୟତରେ ଏକ କୋଲ ଗ୍ୟାସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (BCGCL) ପକ୍ଷରୁ ୨୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, BCGCL ର ଚେୟାରମ୍ୟାନ ଆସିଷ କୁମାର, MCL ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଝାରସୁଗୁଡ଼ା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ଏହା ଦ୍ୱାରା ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ଊର୍ଜା ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ, ଯାହା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ BCGCL ଦ୍ୱାରା ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଗତ ଏପ୍ରିଲ୍ ମାସରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL) ଓ BCGCL ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ, ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ିଲେ ଆମ ଦେଶ ପ୍ରାକୃତିକ ଗ୍ୟାସ୍, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକରେ ଆତ୍ମନିର୍ଭର ହୋଇପାରିବ।।1
- ବ୍ରହ୍ମପୁର ଟାଉନ୍ ପୋଲିସ୍ ଗୋଲନ୍ଥରା ପୋଲିସ୍ ଷ୍ଟେସନ୍ ପଞ୍ଚମା ଅଞ୍ଚଳର ଜଗନ୍ନାଥ ମଣ୍ଡଳଙ୍କୁ ଗିରଫ କରିଛି। ଜଗନ୍ନାଥ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ପିଏ (ବ୍ୟକ୍ତିଗତ ସହାୟକ) ଭାବେ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି।1
- ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଏବଂ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବହୁଗୁଣୀ ପ୍ରତିଭାର ଅଧିକାରୀ ଦୟାନିଧି ମିଶ୍ରଙ୍କ ସ୍ମୃତିରେ ବରଗଡ଼ ଓଡ଼ିଶା ସାହିତ୍ୟ ଏକାଡେମୀ, ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଏବଂ ବରପାଲି ମହାବିଦ୍ୟାଳୟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଜୟନ୍ତୀ ଦାଶ ଉଦଘାଟନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକ ରବୀନ୍ଦ୍ର କୁମାର ଗଡ଼ତିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର IQAC ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ ଏବଂ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ସଂଯୋଜକ ଦାୟିତ୍ୱ ତୁଲାଇଥିଲେ। ଅଧ୍ୟାପକ ଡ. ବିଶ୍ୱନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଡ. ସମ୍ବିତା ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଦୟାନିଧି ସାହିତ୍ୟ ଆଲୋଚନା ସମ୍ପର୍କୀୟ ଦ୍ୱିତୀୟ ଅଧିବେଶନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଗୋପୀନାଥ ବାଗ ସଭାମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ତିନିଜଣ ବିଶିଷ୍ଟ ଆଲୋଚକ ଭାବରେ ବିଜେପୁର ମହାବିଦ୍ୟାଳୟର ଅଧ୍ୟାପକ ଡ. ଶେଷ ମେହେର, ଅତାବିରା ମହାବିଦ୍ୟାଳୟର ଅଧ୍ୟାପିକା ଡ. ରିଙ୍କି ପଧାନ ଏବଂ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ଜଗନ୍ନାଥ ସାହୁ ଯୋଗଦେଇଥିଲେ। ସେମାନେ ଯଥାକ୍ରମେ ଦୟାନିଧି ମିଶ୍ରଙ୍କ ଗଳ୍ପ, ଉପନ୍ୟାସ ଓ କବିତା ସମ୍ପର୍କରେ ଭାବଗର୍ଭକ ଓ ତଥ୍ୟାତ୍ମକ ଆଲୋଚନା କରିଥିଲେ। ଦୟାନିଧି ମିଶ୍ର ସ୍ମୃତି କମିଟିର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସାହୁ ଏହାର ସଂଯୋଜନା କରିଥିବାବେଳେ ଅଧ୍ୟାପକ ଅରୁଣ କୁମାର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଦୟାନିଧି ସାହିତ୍ୟ ସମୁଦ୍ରରେ ଅବଗାହନ କରି ନିଜକୁ ତଲ୍ଲିନ କରିବାର ସୁଯୋଗ ପାଇଥିଲେ। ବକ୍ତାମାନେ ଏହି ଅବସରରେ ଦୟାନିଧି ସାହିତ୍ୟର ଅନେକ ଅନାଲୋଚିତ ଦିଗକୁ ଆଲୋଚନା ପରିସରକୁ ଆଣିଥିଲେ।4
- ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାରେ ଏକ ମଦ ଦୋକାନରେ ମହିଳାମାନେ ବ୍ୟାପକ ହଙ୍ଗାମା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳାମାନେ ଦୋକାନ ଭିତରେ ପଶି ଭଙ୍ଗାରୁଜା ମଧ୍ୟ କରିଛନ୍ତି।1