ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା l ଆସିକା:(୧୦/୧/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ) ଧରାକୋଟ ବ୍ଲକର ଢଉଗାଁ ସ୍ଥିତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ତରଫରୁ ପାଣି ପଞ୍ଚାୟତ ରଥ କୁ ପୂଜାର୍ଚ୍ଚନା କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏହି ରଥ ପାଇଁ ଗାଁକୁ ଗାଁ ଯାଇ ଚାଷୀମାନଙ୍କୁ ସଚେତନତା କରିବ । ଢଉଗାଁ ଜଳସେଚନ ବିଭାଗ କାର୍ଯ୍ୟାଳୟ ରୁ ବାହାରି ଏହି ରଥ ଧରାକୋଟ ବଡ଼ଗଡ଼,ସୋରଡ଼ା ଦେଇ ହରଭଂଗି ଜଳସେଚନ କାର୍ଯ୍ୟଳୟ ଠାରେ ପହଞ୍ଚିବ । ସଂପୃକ୍ତ ରାସ୍ତା ଦେଇ ପାଣି ପଞ୍ଚାୟତ ରଥ ଯାଉଥିବା ସମୟରେ ବିଭିନ୍ନ ଅଞ୍ଚଳରେ ପାଣି ପଞ୍ଚାୟତ ର ସଭ୍ୟ ମାନେ ତାକୁ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ରଥ ପରିକ୍ରମା କରିବାର ମୂଳ ଲକ୍ଷ୍ୟ ହେଉଛି ପାଣି ପଞ୍ଚାୟତ ର ଉଦେଶ୍ୟ , ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଚାଷୀଙ୍କୁ ସଚେତନତା କରିବା। ଏହି ରଥର ପୂଜା କରିବା ଓ ସମ୍ବର୍ଦ୍ଧନା ସମୟରେ ଜଳସେଚନ ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ କେ.ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ , ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ , ଯୋଗେନ୍ଦ୍ର ସାସମଲ, ଢଉଗାଁ ସରପଞ୍ଚ ମନୁ ପାତ୍ର ,ପାଣି ପଞ୍ଚାୟତ ସଭାପତି ସଞ୍ଜୟ ପାତ୍ର ଙ୍କ ସମେତ ବହୁ ସଭ୍ୟ ଓ ଚାଷୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା l ଆସିକା:(୧୦/୧/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ) ଧରାକୋଟ ବ୍ଲକର ଢଉଗାଁ ସ୍ଥିତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ତରଫରୁ ପାଣି ପଞ୍ଚାୟତ ରଥ କୁ ପୂଜାର୍ଚ୍ଚନା କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପାଣି ପଞ୍ଚାୟତ ପକ୍ଷ
ପାଳନ ଅବସରରେ ଏହି ରଥ ପାଇଁ ଗାଁକୁ ଗାଁ ଯାଇ ଚାଷୀମାନଙ୍କୁ ସଚେତନତା କରିବ । ଢଉଗାଁ ଜଳସେଚନ ବିଭାଗ କାର୍ଯ୍ୟାଳୟ ରୁ ବାହାରି ଏହି ରଥ ଧରାକୋଟ ବଡ଼ଗଡ଼,ସୋରଡ଼ା ଦେଇ ହରଭଂଗି ଜଳସେଚନ କାର୍ଯ୍ୟଳୟ ଠାରେ ପହଞ୍ଚିବ । ସଂପୃକ୍ତ ରାସ୍ତା
ଦେଇ ପାଣି ପଞ୍ଚାୟତ ରଥ ଯାଉଥିବା ସମୟରେ ବିଭିନ୍ନ ଅଞ୍ଚଳରେ ପାଣି ପଞ୍ଚାୟତ ର ସଭ୍ୟ ମାନେ ତାକୁ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ରଥ ପରିକ୍ରମା କରିବାର ମୂଳ ଲକ୍ଷ୍ୟ ହେଉଛି ପାଣି ପଞ୍ଚାୟତ ର ଉଦେଶ୍ୟ
, ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଚାଷୀଙ୍କୁ ସଚେତନତା କରିବା। ଏହି ରଥର ପୂଜା କରିବା ଓ ସମ୍ବର୍ଦ୍ଧନା ସମୟରେ ଜଳସେଚନ ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ କେ.ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ ,
ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ , ଯୋଗେନ୍ଦ୍ର ସାସମଲ, ଢଉଗାଁ ସରପଞ୍ଚ ମନୁ ପାତ୍ର ,ପାଣି ପଞ୍ଚାୟତ ସଭାପତି ସଞ୍ଜୟ ପାତ୍ର ଙ୍କ ସମେତ ବହୁ ସଭ୍ୟ ଓ ଚାଷୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
- ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗୋଟିଏ କାରରେ ଆଗ ଓ ପଛରେ ଭିନ୍ନ ଭିନ୍ନ ଦୁଇଟି ନମ୍ବର ପ୍ଲେଟ... ଗଞ୍ଜାମ ଜିଲ୍ଲା ଆସିକା ସହରର ବିନାୟକ ବଜାର ସତ୍ୟନାରାୟଣ ମନ୍ଦିର ଛକ ନିକଟରେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଲା ଲାଲ ରଙ୍ଗର ହ୍ୟୁଣ୍ଡାଇ କାର। ସରକାରୀ ନିୟମ ଉଲଂଘନ ପାଇଁ ଗାଡି ମାଲିକଙ୍କ ଉପରେ ୩୦ ହଜାର ଟଙ୍କା ମୋଟା ଅଙ୍କର ଚାଲାଣ କଟିଲା। ଗାଡି ଯାଞ୍ଚ ସମୟରେ ଆସିକା ଥାନା ସବ୍ଇନ୍ସପେକ୍ଟର ହିମାଂଶୁ ଶେଖର ପତ୍ରଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ।3
- gahangu gaa kadli gacha holitipodichi🥺🥺❌🤣🤣🤣1
- Post by Chocolate boy Kumar1
- ପୋଲସରା ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଧାନ ପୋଲସରା (ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଖଳାରେ ଗଦା ହୋଇ ରହିଥିବା ଧାନ ଗଦାରେ ନିଆଁ ଲାଗିଯିବା ଫଳରେ ଚାଷୀଙ୍କ ବର୍ଷକର କଷ୍ଟ ଅର୍ଜିତ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାର ବିବରଣୀ: ନିଆଁର ପ୍ରକୋପ: ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା, ଯାହାଫଳରେ ପାଖାପାଖି ଥିବା ଅନ୍ୟ ଧାନ ଗଦାଗୁଡ଼ିକ ମଧ୍ୟ ନିଆଁ କବଳକୁ ଆସିଯାଇଥିଲା। କ୍ଷୟକ୍ଷତି: ଏହି ଅଗ୍ନିକାଣ୍ଡରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବା ଅନୁସାରେ, ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ହାନି ଘଟିଛି। ଉଦ୍ଧାର କାର୍ଯ୍ୟ: ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲସରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଅଧିକାଂଶ ଧାନ ପୋଡ଼ି ସାରିଥିଲା। ଅସନ୍ତୋଷ ଓ ଦାବି: ଧାନ ଅମଳ କରି ଘରକୁ ନେବା ପୂର୍ବରୁ ଏଭଳି ବିପତ୍ତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ, କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ନେଇ ସନ୍ଦେହ କରାଯାଉଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।1
- Post by Jay kala _ jay Kalinga1
- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।3
- #ଥରୁଛନ୍ତି_ହିନ୍ଦୁ_୨୦ଦିନରେ_ମଲେଣି_୭ଜଣ_ହିନ୍ଦୁ_ବାଂଲାଦେଶରେ ବାଂଲାଦେଶରେ ଥରୁଛନ୍ତି ହିନ୍ଦୁ ୨୦ ଦିନରେ ମଲେଣି ୭ ଜଣ ହିନ୍ଦୁ ଜାଣି ଜାଣି ପାଟିରେ ପୁରାଉଛନ୍ତି ପୋକ ମରା ଔଷଧ ଗଣେଶ ପାଣିଗ୍ରାହୀ ରିପୋର୍ଟ1