ସାଇବର ସୁରକ୍ଷା ଓ ନିଶାମୁକ୍ତ ଅଭିଯାନ ନେଇ ସଚେତନତା। (ଡ଼ଃ ମନୋଜ କୁମାର ବଳିଆରସିଂ) ପୁରୀ ପିକେଆରଆଇଟି କଲୋନୀ ଛକରେ ସତ୍ୟନାରାୟଣ ଦେବ କମିଟି ଓ ପିକେଆରଆଇଟି କଲୋନୀ ଛକର ସମସ୍ତ ସଦସ୍ୟଙ୍କ ସହଯୋଗରେ ‘ଆମ ପୋଲିସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପିକେଆରଆଇଟି କଲୋନୀ ଓ ତାଳବଣିଆ ଅଞ୍ଚଳର ପ୍ରାୟ ୫୦୦ ଲୋକ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ତାଳବଣିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଅଭିନବ ମିଶ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ‘ଆମ ପୋଲିସ’ର ଉଦ୍ଦେଶ୍ୟ, ସାଇବର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ଉପରେ ପୋଲିସ ଅଧିକାରୀମାନେ ଲୋକଙ୍କୁ ସଚେତନ କରିଥିଲେ। ବିଶେଷକରି ସାଇବର ଠକେଇରୁ ସୁରକ୍ଷିତ ରହିବା ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ନେଇ ଆଲୋଚନା କରାଯାଇଥିଲା। ସତ୍ୟନାରାୟଣ ଦେବ କମିଟିର ସଭାପତି ପ୍ରସନ୍ନ ବେହେରା, ସମ୍ପାଦକ ଅରବିନ୍ଦ ଦାସ, ଉପସଭାପତି ସଦାଶିବ ରାଉତ ଓ ସହସମ୍ପାଦକ ମୁନା ସ୍ୱାଇଁଙ୍କ ସମେତ ଅମୟ ପ୍ରସାଦ ନାୟକ, କପିଳ ମହାପାତ୍ର, ସୋମନାଥ ଦାସ, ରାମଚନ୍ଦ୍ର ଦଳାଇ, ସୁଦୀପ୍ତ ମହାନ୍ତି, ଶରତ ଚନ୍ଦ୍ର ସ୍ୱାଇଁ, ଅମୀୟ ପ୍ରସାଦ ନାଗ, ଚିନ୍ମୟ କୁମାର ରାୟ, ଦିଲ୍ଲୀପ ସାହୁ, ଆମୟ ମିଶ୍ର ଓ ତୋଫାନ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମୁଖ୍ୟ ଉପଦେଷ୍ଟା ବୀରେନ୍ଦ୍ର କୁମାର ମହାନ୍ତି ସଭା ପରିଚାଳନା କରିଥିଲେ।
ସାଇବର ସୁରକ୍ଷା ଓ ନିଶାମୁକ୍ତ ଅଭିଯାନ ନେଇ ସଚେତନତା। (ଡ଼ଃ ମନୋଜ କୁମାର ବଳିଆରସିଂ) ପୁରୀ ପିକେଆରଆଇଟି କଲୋନୀ ଛକରେ ସତ୍ୟନାରାୟଣ ଦେବ କମିଟି ଓ ପିକେଆରଆଇଟି କଲୋନୀ ଛକର ସମସ୍ତ ସଦସ୍ୟଙ୍କ ସହଯୋଗରେ ‘ଆମ ପୋଲିସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପିକେଆରଆଇଟି କଲୋନୀ ଓ ତାଳବଣିଆ ଅଞ୍ଚଳର ପ୍ରାୟ
୫୦୦ ଲୋକ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ତାଳବଣିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଅଭିନବ ମିଶ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ‘ଆମ ପୋଲିସ’ର ଉଦ୍ଦେଶ୍ୟ, ସାଇବର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ଉପରେ ପୋଲିସ ଅଧିକାରୀମାନେ ଲୋକଙ୍କୁ
ସଚେତନ କରିଥିଲେ। ବିଶେଷକରି ସାଇବର ଠକେଇରୁ ସୁରକ୍ଷିତ ରହିବା ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ନେଇ ଆଲୋଚନା କରାଯାଇଥିଲା। ସତ୍ୟନାରାୟଣ ଦେବ କମିଟିର ସଭାପତି ପ୍ରସନ୍ନ ବେହେରା, ସମ୍ପାଦକ ଅରବିନ୍ଦ ଦାସ, ଉପସଭାପତି ସଦାଶିବ ରାଉତ ଓ ସହସମ୍ପାଦକ ମୁନା ସ୍ୱାଇଁଙ୍କ ସମେତ ଅମୟ ପ୍ରସାଦ ନାୟକ, କପିଳ
ମହାପାତ୍ର, ସୋମନାଥ ଦାସ, ରାମଚନ୍ଦ୍ର ଦଳାଇ, ସୁଦୀପ୍ତ ମହାନ୍ତି, ଶରତ ଚନ୍ଦ୍ର ସ୍ୱାଇଁ, ଅମୀୟ ପ୍ରସାଦ ନାଗ, ଚିନ୍ମୟ କୁମାର ରାୟ, ଦିଲ୍ଲୀପ ସାହୁ, ଆମୟ ମିଶ୍ର ଓ ତୋଫାନ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମୁଖ୍ୟ ଉପଦେଷ୍ଟା ବୀରେନ୍ଦ୍ର କୁମାର ମହାନ୍ତି ସଭା ପରିଚାଳନା କରିଥିଲେ।
- ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଉତ୍ତରଣା ଗ୍ରାମରେ ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ଏହି ଆକ୍ରମଣରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ପରିଡା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୫ ଅଗଷ୍ଟ ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ଅଭିମନ୍ୟୁ ପରିଡା ଗ୍ରାମର କେତେକ ଯୁବକଙ୍କ ସହ ଗ୍ରାମ ପୋଖରୀକୁ ଦଳ କାଢ଼ିବା ପାଇଁ ଯାଉଥିଲେ। ରାସ୍ତାରେ ଗ୍ରାମର ସେଠୀ ସାହିର କେତେକ ଲୋକ ସଂଘବଦ୍ଧ ଭାବେ ହାତାହାତି ଓ ଟେକାପଥର ମାଡ଼ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ପରିବାରର ବୁଦ୍ଧି ପରିଡା ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୁକାନ୍ତି ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ତାଙ୍କ ପାଖରେ ରହିବାକୁ ପଡ଼ିଥିବାରୁ ତୁରନ୍ତ ଥାନାରେ ଅଭିଯୋଗ କରିପାରିନଥିବା ସେ କହିଛନ୍ତି। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ କରି ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସୁକାନ୍ତି ପରିଡା ନିବେଦନ କରିଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- କାଳିଆ ସାଆନ୍ତେ ହୋ ତୁମ ବଡ଼ଦାଣ୍ଡ କୁ ମତେ ଟିକେ ଟାଣି ଟାଣି ନିଅ ହେ ସାଆନ୍ତେ ⭕❗⭕🙏1
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା? କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- ନିରାକାରାପୁର ଜଗନ୍ନାଥ ମନ୍ଦିର ତୃତୀୟ ଦିବସ ଝୁଲଣ ଉତ୍ସବରେ ବହୁ ଭକଙ୍କ ସମାଗମ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଝୁଲଣ ଉତ୍ସବ ଜାରୀ ରହିଛି ।ତୃତୀୟ ଦିବସ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଝୁଲଣ ଉତ୍ସବ ରେ ଠାକୁର ଙ୍କୁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସୁସଜିତ ପଲଙ୍କରେ ବିଭିନ୍ନ ପ୍ରକାରର ସୁବାସିତ ପୁଷ୍ପ ମାଲ୍ୟ ଓ ଅଙ୍ଗ ବତ୍ସ ପରିଧାନ କରି ମଣ୍ଡପ ରେ ଆସିନ ହୋଇଥିଲେ l ହରିବୋଲ ହୁଳହୁଳି ଘଣ୍ଟ କିର୍ତ୍ତନ ରେ କମ୍ପିଥିଲା ମନ୍ଦିର ପରିସର । ଏହି ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଟ୍ରଷ୍ଟ ପକ୍ଷରୁ ଠାକୁର ଙ୍କ ସମସ୍ତ ନିତି ନିୟମ କାର୍ଯ୍ୟକୁ ଵିଧି ଅନୁପାଳନ କରି ତୃତୀୟ ଦିବସ ରେ ପହଞ୍ଚିଛି। ପରିଶେଷରେ ସମସ୍ତ ଭକ୍ତଙ୍କୁ ଠାକୁର ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ କୁ ସହଯୋଗ କରିଥିଲେ।1
- ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡିବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।3
- ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି1
- 'ଖଣିଜ ସମ୍ପଦ ଓଡ଼ିଶାବାସୀଙ୍କ ଅଧିକାର’—ପୁରୀରେ ଗର୍ଜିଲେ ବିରୋଧୀ ଖଣି ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ପୁରୀରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଓ ସର୍ବଦଳୀୟ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ଅବସରରେ ଡବଲ୍ ଇଞ୍ଜିନ୍ ସରକାର ବିରୋଧରେ ନାରାବାଜି ସହ ଆଇନ ପ୍ରତ୍ୟାହାର ପାଇଁ ଦାବି ଉଠିଛି। ପୁରୀରେ ଦେଖିବାକୁ ମିଳିଛି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକର ଶକ୍ତି ପ୍ରଦର୍ଶନ। ଖଣି ଏବଂ ଖଣିଜ ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ଆୟୋଜିତ ହୋଇଥିଲା ବିଶାଳ ମଶାଲ ଶୋଭାଯାତ୍ରା। ପରେ ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ପ୍ରତିବାଦ ସଭା। ସଭାରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶାର ଅମୂଲ୍ୟ ଖଣିଜ ସମ୍ପଦ କୌଣସି ସରକାର କିମ୍ବା କର୍ପୋରେଟ୍ ସ୍ୱାର୍ଥର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାବାସୀଙ୍କ ଅଧିକାର ଓ ଭବିଷ୍ୟତର ସମ୍ପଦ ବୋଲି ମତ ପ୍ରକାଶ ପାଇଛି। ଜନସ୍ୱାର୍ଥକୁ ପଛରେ ପକାଇ କୌଣସି ଜନବିରୋଧୀ ନୀତି ଗ୍ରହଣ କରାଗଲେ ଏହାକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଦିଆଯାଇଛି ଚେତାବନୀ। ଗାଁରୁ ସହର ଏବଂ ରାସ୍ତାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଇଣ୍ଡିଆ ମେଣ୍ଟର ନେତାମାନେ ଘୋଷଣା କରିଛନ୍ତି। ରିପୋର୍ଟ: ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ।4