ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅଧୀନରେ ପରିଚାଳିତ ବିଭିନ୍ନ ରେଳ ବିଦ୍ୟାଳୟରେ ଶିକ୍ଷକ ଓ ପ୍ରଶିକ୍ଷକ ପଦବୀ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ୱାକ୍-ଇନ୍-ଇଣ୍ଟରଭ୍ୟୁ ଆୟୋଜନ କରାଯିବ। ଏହି ନିଯୁକ୍ତି ଶିକ୍ଷାବର୍ଷ ୨୦୨୬-୨୭ ପାଇଁ କରାଯିବ ବୋଲି ସୂଚନା ମିଳିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପିଜିଟି (ଓଡ଼ିଆ ମାଧ୍ୟମ) ପାଇଁ ୩ଟି, ଟିଜିଟି (ଓଡ଼ିଆ ମାଧ୍ୟମ) ପାଇଁ ୬ଟି, ଟିଜିଟି (ତେଲୁଗୁ ମାଧ୍ୟମ) ପାଇଁ ୮ଟି, ପିଇଟି ପାଇଁ ୧ଟି, ପିଏସଟି ପାଇଁ ୧ଟି, ବାଳବାଟିକା ଶିକ୍ଷକ ପାଇଁ ୧ଟି, କଳା ଓ ଶିଳ୍ପ ଶିକ୍ଷକ ପାଇଁ ୧ଟି ଏବଂ ଲାଇବ୍ରେରିଆନ୍ ପାଇଁ ୧ଟି ପଦ ଖାଲି ରହିଛି। ନିର୍ବାଚିତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଦ ଅନୁଯାୟୀ ମାସିକ ₹୨୧,୨୫୦ରୁ ₹୨୭,୫୦୦ ପର୍ଯ୍ୟନ୍ତ ପାରିଶ୍ରମିକ ପ୍ରଦାନ କରାଯିବ। ଏହି ସାକ୍ଷାତ୍କାର ଜୁନ୍ ୩, ୪ ଓ ୫ ତାରିଖରେ ସକାଳ ୮:୩୦ରୁ ଖୋର୍ଦ୍ଧା ରୋଡ୍ ସ୍ଥିତ ରେଳ ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନଙ୍କୁ ସମସ୍ତ ଆବଶ୍ୟକ ଶିକ୍ଷାଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସହ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ହେବାକୁ କୁହାଯାଇଛି। ରେଳ କର୍ତ୍ତୃପକ୍ଷଙ୍କ ମତାନୁସାରେ, ଏହି ନିଯୁକ୍ତି ମାଧ୍ୟମରେ ରେଳ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯିବା ସହ ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ସୁବିଧା ପାଇପାରିବେ।

- କେନ୍ଦୁଝର ଜିଲ୍ଲାର ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ନିକଟ ଅଞ୍ଚଳରେ ପୋଲିସ ଏକ ଅତର୍କିତ ଚଢ଼ାଉ କରି ଚୋରା ଲୁହାପଥର ଚାଲାଣ ଉଦ୍ୟମକୁ ପଣ୍ଡ କରିବାରେ ବଡ଼ ସଫଳତା ପାଇଛି। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଉନ୍ନତମାନର ଲୁହାପଥର ବୋଝେଇ ଏକ ଟ୍ରକ୍ ସହିତ ଚୋରା କାରବାରରେ ବ୍ୟବହୃତ ଏକ ଲୋଡର୍ ମେସିନକୁ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ନୟାଗଡ଼ ଅଞ୍ଚଳ ଦୀର୍ଘ ଦିନ ଧରି ଲୁହାପଥର ଚୋରା କାରବାରର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏଠାରେ ଗଚ୍ଛିତ ଲୁହାପଥର, ରେଳ ସାଇଡିଂ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ନିୟମିତ ଭାବେ ଲୁହାପଥର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆଜି ଚୋରା ଲୁହାପଥର ଏକ ଟ୍ରକ୍ରେ ଲୋଡ଼ିଂ ହେଉଥିବା ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଜବତ ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ ଏବଂ ଲୋଡର୍ ମେସିନ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ଏହି ଚୋରା କାରବାର ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି। ପୋଲିସର ଏହି ବଡ଼ ଚଢ଼ାଉ ପରେ ଚୋରା ଖଣିଜ କାରବାରରେ ଜଡ଼ିତ ଥିବା ମାଫିଆମାନଙ୍କ ମଧ୍ୟରେ ଛନକା ପସିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।1
- ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ କହିଛନ୍ତି ଯେ ସେ ବିଜେପି ସରକାରଙ୍କ ବ୍ୟବହାରକୁ ନେଇ ଗଭୀର ଆଶ୍ଚର୍ଯ୍ୟ ଓ ଦୁଃଖିତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କ୍ଷମତାକୁ ଆସିବାର ମାସକ ପୂର୍ବରୁ, ବିଜେପି ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ହସ୍ପିଟାଲ୍ ଏବଂ ନର୍ସିଂ ହୋମ୍ଗୁଡ଼ିକୁ ଧମକ ଦେଉଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କୁ ଭର୍ତ୍ତି ନ କରନ୍ତୁ, ଯେହେତୁ ସେମାନେ ତାଙ୍କର ଚିକିତ୍ସା ଚାହୁଁନାହାନ୍ତି। ଡାକ୍ତରମାନେ ଅଭିଷେକ ବାନାର୍ଜୀଙ୍କୁ ଯାଞ୍ଚ କରିବା ପରେ, ସେମାନଙ୍କ ପରାମର୍ଶକ୍ରମେ ରାତି ୮:୧୫ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ପରୀକ୍ଷା କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଗୁରୁତ୍ୱକୁ ରେକର୍ଡ କରାଯାଇଛି।1
- ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।2
- ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।1
- କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।1
- ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ପୋଲିସର ଏକ ବଡ଼ଧରଣର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଛି। ତାଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ନିଜ ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ପେଶାଲ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୋଲିସ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ପାଇଁ ଏବଂ ଅପରାଧୀକୁ କାବୁ କରିବାକୁ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏହି ଗୁଳି ବିନିମୟ ସମୟରେ ଏକ ଗୁଳି ଜୟ ଚୌହାନର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ଟଳି ପଡ଼ିଥିଲା। ଏହି ଏନକାଉଣ୍ଟର ବେଳେ ଜୟ ଚୌହାନର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ ଅଟେ। ତାଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଏବଂ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି।1