ଝାରସୁଗୁଡ଼ା ଜିଲ୍ଲାସ୍ଥିତ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଶ୍ରୀ ପଣ୍ଡା ଏହି ପବିତ୍ର ମାଟିରେ ଜନ୍ମଗ୍ରହଣ କରି ଭାରତ ମାତାର ଜଣେ ଯୋଗ୍ୟ ସନ୍ତାନ ଭାବେ ନିଜ ଜୀବନକାଳରେ ଲୋକଙ୍କ ସେବା କରି ଅମର ହୋଇ ରହିଯାଇଛନ୍ତି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରୀ, ତ୍ୟାଗୀ, ଦରଦୀ ବନ୍ଧୁ ତଥା ଜନନାୟକ ଭାବେ ଅଞ୍ଚଳର ହଜାର ହଜାର ଲୋକଙ୍କ ପ୍ରିୟପାତ୍ର ଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମିହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ସଂଘର୍ଷ ଜାରି ରଖିଥିଲେ। ମିରର ଥିଏଟର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ, ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ ଏବଂ ସମାଜସେବାକୁ ଅନୁସରଣ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏଥିରେ ପୌର କାଉନସିଲର କହ୍ନେଇ ଚରଣ ସେଠ, ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବର୍ଷିୟାନ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ, ଦେବୀପ୍ରସାଦ ମିଶ୍ର, ଡା. ଦିଲୀପ ନାଏକ, ବୁଦ୍ଧିଜୀବୀ ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ, ବିନୟ ପ୍ରଧାନ ଏବଂ ଭାବେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

- ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଫର୍ମେସନ ଟେକ୍ନୋଲୋଜି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ମୋବାଇଲ ସେବାକୁ ମଜବୁତ କରିବା ପାଇଁ ୭୦୭ଟି BSNL ମୋବାଇଲ ଟାୱାର ଲଗାଯିବ।1
- ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗାଠାରେ ଥିବା ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ଏହାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।1
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଲୱେ ଫାଟକ ନିକଟ ଚକଠାରେ ସାଇ ହେଲଥ କେୟାର ଏକ ନୂତନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଆରମ୍ଭ କରିଛି। ଏହି ପ୍ରତିଷ୍ଠାନ ଉତ୍ତମ ମାନର ସେବା କମ୍ ଦାମ୍ରେ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି, ଏଠାରେ ରୋଗ ନିରୂପଣ ସେବା ୨୪ ଘଣ୍ଟା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର ଅନ୍ତର୍ଗତ ପଟାଭାଡିଠାରେ ଅବସ୍ଥିତ ଲୋକନାଥ ବାବା ବର ବେଶରେ ସଜ୍ଜିତ ହୋଇଛନ୍ତି। ଏହି ଅବସରରେ ଲୋକନାଥ ବାବାଙ୍କ ବରାତି ବାହାରିଥିଲା।1
- ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନୂତନ ଭାବେ ପ୍ରକାଶିତ ପାଠ୍ୟପୁସ୍ତକଗୁଡ଼ିକରେ ମାଳମାଳ ଭୁଲ ଶବ୍ଦ ରହିଥିବା ଅଭିଯୋଗ ହୋଇଛି।1
- ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ସହରରେ ଶୀତଳ ଷଷ୍ଠୀ ଯାତ୍ରା ଓ ଶିବ ବିବାହ ମହା ସମାରୋହରେ ପାଳିତ ହୋଇଛି। ଏହି ବିଶେଷ ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।1
- ଗତକାଲି ବୁଧବାର, ଜୁନ ୧୭, ୨୦୨୬ ତାରିଖରେ ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଝାରସୁଗୁଡା ଜିଲ୍ଲାର ଲଖନପୁର ଅନ୍ତର୍ଗତ ସିଂଘାରପୁରରେ ଥିବା ଶ୍ରୀ ଶ୍ରୀ ଝାଡେଶ୍ୱର ବାବା ଧାମ ମନ୍ଦିରରେ ନିର୍ବନ୍ଧ (ପିନ୍ଧାଣି) ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।1
- ମଧ୍ୟପ୍ରଦେଶର ବେତୁଲ ରେଳ ଷ୍ଟେସନରେ ମଙ୍ଗଳବାର ଦିନ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ 3:13 ସମୟରେ ଗଙ୍ଗା କାବେରୀ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଜଣେ ଯୁବକ ଚଳନ୍ତା ଟ୍ରେନରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଯୁବକ ଜଣକ ମଦ୍ୟପାନ କରି ଏସି କୋଚରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କର ସନ୍ତୁଳନ ହରାଇ ରେଳ ଟ୍ରାକ ଉପରକୁ ଖସିପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି। ଆହତ ଯୁବକଙ୍କୁ ୨୮ ବର୍ଷୀୟ ମୁକେଶ ଧୁର୍ବେ, ପିତା ଭାଦା ଧୁର୍ବେ, ନିବାସୀ ସାୱଡ଼ି ଜାୱରା, ତହସିଲ ମୁଲତାଇ ଭାବେ ଚିହ୍ନଟ କରାଯାଇଛି। ଦୁର୍ଘଟଣା ପରେ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା ଏବଂ ଘଟଣା ଯୋଗୁଁ ଗଙ୍ଗା କାବେରୀ ଏକ୍ସପ୍ରେସ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ବେତୁଲ ଷ୍ଟେସନରେ ଅଟକି ରହିଥିଲା। ରେଳ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ଟ୍ରାକରୁ ବାହାର କରି ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଆଇସିୟୁରେ ଚିକିତ୍ସା କରାଯାଉଛି। ଏହି ଘଟଣାକୁ ନେଇ ଏକ ସତର୍କବାର୍ତ୍ତା ଜାରି କରାଯାଇଛି ଯେ, ଚଳନ୍ତା ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ସାମାନ୍ୟ ଅସାବଧାନତା ମଧ୍ୟ ଜୀବନ ନେଇପାରେ।1
- ସରକାର ଏକ ନୂଆ ଯୋଜନା ଆଣୁଛନ୍ତି ଯାହା ଅନୁଯାୟୀ, ଯଦି ହିତାଧିକାରୀଙ୍କୁ କାମ ନ ମିଳେ ତେବେ ସେମାନେ ଭତ୍ତା ପାଇବେ।1