Shuru
Apke Nagar Ki App…
ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ 'ଆକ୍ସେସ ଟୁ ଜଷ୍ଟିସ' ଉଦ୍ୟମରେ ପାଲଲହଡ଼ା ବ୍ଲକ ଅନ୍ତର୍ଗତ ବରଡ଼ିହ ପଞ୍ଚାୟତର ରଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଶିଶୁ ବାଲ୍ୟ ବିବାହ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶିଶୁ ଚାଲାଣକୁ କିପରି ରୋକାଯାଇପାରିବ ଓ ଏଥିପାଇଁ କି ପ୍ରକାର ପଦକ୍ଷେପ ନିଆଯାଇପାରିବ, ସେହି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ବ ଯୁବ କେନ୍ଦ୍ରର ସଞ୍ଜୋଜିକା ପୂଜା ସଇଁଙ୍କ ନେତୃତ୍ୱରେ ପ୍ରକଳ୍ପ ସହାୟକ ପୂର୍ଣ୍ଣ ଚନ୍ଦ୍ର କିସାନ ଏହି ସଚେତନତା କାର୍ଯକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୂରକ୍ଷା କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
Pradeep Kumar Naik
ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ 'ଆକ୍ସେସ ଟୁ ଜଷ୍ଟିସ' ଉଦ୍ୟମରେ ପାଲଲହଡ଼ା ବ୍ଲକ ଅନ୍ତର୍ଗତ ବରଡ଼ିହ ପଞ୍ଚାୟତର ରଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଶିଶୁ ବାଲ୍ୟ ବିବାହ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶିଶୁ ଚାଲାଣକୁ କିପରି ରୋକାଯାଇପାରିବ ଓ ଏଥିପାଇଁ କି ପ୍ରକାର ପଦକ୍ଷେପ ନିଆଯାଇପାରିବ, ସେହି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ବ ଯୁବ କେନ୍ଦ୍ରର ସଞ୍ଜୋଜିକା ପୂଜା ସଇଁଙ୍କ ନେତୃତ୍ୱରେ ପ୍ରକଳ୍ପ ସହାୟକ ପୂର୍ଣ୍ଣ ଚନ୍ଦ୍ର କିସାନ ଏହି ସଚେତନତା କାର୍ଯକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୂରକ୍ଷା କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
More news from ଓଡ଼ିଶା and nearby areas
- କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ବର୍ତ୍ତମାନ ହାତୀ ଆତଙ୍କ ଦେଖାଦେଇଛି। ଆଜି ଭୋର ସକାଳୁ ଏକ ଗୋଟିକିଆ ଦନ୍ତା ହାତୀ ଦେଓବନ୍ଧ ହୁଡ଼ି ଜଙ୍ଗଲରୁ ବାହାରି ମୈଦାନକେଲ ଗ୍ରାମରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି। ଦନ୍ତା ହାତୀଟି ପ୍ରଥମେ ମୈଦାନକେଲ ସ୍କୁଲର ପାଚେରୀକୁ ଭାଙ୍ଗି ଦେଇଥିଲା। ଏହାପରେ ଏହା ସାହି ଭିତରକୁ ପଶି ଜଣେ ଗ୍ରାମବାସୀଙ୍କ ଘର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ। ବର୍ତ୍ତମାନ ହାତୀଟି ଦେଓବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରେ ଆଶ୍ରୟ ନେଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।1
- ଓଡ଼ିଶାର ଭୁବନେଶ୍ୱରରେ ଓଡ଼ିଆ ଅଭିନୟ ଜଗତରେ କାଷ୍ଟିଙ୍ଗ କାଉଚକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠିଛି ଯେ ଏହା ସତ ନା ମିଛ।1
- ଢେଙ୍କାନାଳ ଜିଲ୍ଲାର ନଗେନା ଚାଉଳିଆ ଗାଁରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତମାନେ ମୃତ ଯୁବକଙ୍କ ବାପାଙ୍କୁ ଟାର୍ଗେଟ କରି ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ପୁଅର ହତ୍ୟାକାରୀମାନଙ୍କ ଠାରୁ ହତ୍ୟା ଧମକ ପାଇବା ପରେ ବାପା ଜଣକ ଆଜି ଥାନାରେ ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣା ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1
- ସୁର ରାଉତ ଏକ ବଡ଼ ବୟାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀଙ୍କୁ କୋଡିଏ ଜଣ ସାଂସଦ ଦେଇଥିବା ସତ୍ତ୍ୱେ କ'ଣ ହାସଲ ହୋଇଛି।1
- ଢେଙ୍କାନାଳ ଉପ ଜିଲ୍ଲାପାଳ (Sub-Collector) SIR ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖିଛନ୍ତି। ଏହି ମନ୍ତବ୍ୟରେ ସେ SIR ବିଷୟରେ କ'ଣ କହିଛନ୍ତି, ତାହା ଶୁଣିବା ପାଇଁ ଆମନ୍ତ୍ରଣ କରାଯାଇଛି।1
- Post by DEBANANDA PATTNAIK1
- ବାଲି ମାଫିଆମାନେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ସେମାନେ ଦିନ ଦୁଇ ପ୍ରହରେ ହଜାର ହଜାର ଟ୍ରିପ୍ ଖଣିଜ ସମ୍ପଦ ଲୁଟୁଛନ୍ତି। ଏତେ ସବୁ ଲୁଟ୍ ପରେ ମଧ୍ୟ ସେମାନଙ୍କର ମନ ଶାନ୍ତି ହେଉନାହିଁ, ଯେଉଁଥିପାଇଁ ବାଲି ମାଫିଆମାନେ ସରକାରଙ୍କ ଦ୍ୱାରା ଅନୁଦାନ ରାଶିରେ ନିର୍ମିତ ରାସ୍ତାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛନ୍ତି।1
- କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଥିବା ଟଣ୍ଟୋ ଓ ଝାଡ଼ଗାଁ ଗ୍ରାମରେ ଅଦିନିଆ ବର୍ଷା ଯୋଗୁଁ ଗୁରୁତର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଜଳ ନିଷ୍କାସନରେ ବାଧା ଯୋଗୁଁ ଅନେକ ଆଦିବାସୀ ପରିବାରଙ୍କ ଘର ଏବଂ ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କିଛି ଶିଳ୍ପ ସଂସ୍ଥାରୁ ବାହାରୁଥିବା କଳା ପାଉଁଶକୁ ସ୍ଥାନୀୟ ଜମିରେ ପକାଯାଉଛି। ଏହି କାରଣରୁ ପ୍ରାକୃତିକ ନାଳ ଏବଂ ଡ୍ରେନଗୁଡ଼ିକ ପୋତି ହୋଇଯାଇଛି, ଯାହା ବର୍ଷାଜଳକୁ ସ୍ୱାଭାବିକ ଭାବେ ନିଷ୍କାସିତ ହେବାକୁ ଦେଉନାହିଁ ଏବଂ ଗ୍ରାମର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ବିଶେଷ କରି କଞ୍ଚା ମାଟିରେ ନିର୍ମିତ ଘରଗୁଡ଼ିକ ଦୀର୍ଘ ସମୟ ଧରି ପାଣିରେ ଘେରି ରହିଥିବାରୁ ଭୁଶୁଡ଼ି ପଡ଼ିବାର ଆଶଙ୍କା ବଢ଼ିଯାଇଛି। ଏହି ପରିସ୍ଥିତିରେ ଗରିବ ଆଦିବାସୀ ପରିବାରମାନେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା, ବନ୍ଦ ହୋଇଥିବା ଡ୍ରେନ ଓ ନାଳଗୁଡ଼ିକୁ ସଫା କରିବା ଏବଂ ଏକ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ବର୍ଷା ଦିନରେ ଅନେକ ପରିବାର ଘରହୀନ ହେବା ସହ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ସ୍ଥାନୀୟ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।1