logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଣ୍ଟାମାଳ ବ୍ଲକ କୁଲୁତା ଯୋର କ୍ଲଷ୍ଟର ଅନ୍ତର୍ଗତ ଫାସେଡ ଓ ନୂଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ପାଢ଼ୀ ଏବଂ ଚନ୍ଦ୍ରଶେଖର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଫାସେଡ ଉପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଅଶୋଭ ରଞ୍ଜନ ମାଳି, ସମ୍ମାନିତ ଅତିଥି ଭାବେ ଏବିଇଓ ଦୁର୍ଗାଚରଣ ପ୍ରଧାନ, ନୀଳମଣି ପଣ୍ଡା, ଏୟୁପିଟିଫ ସଭାପତି ଅନିତା ମେହେର, ସିଆରସିସି ପ୍ରଜିନା ପାଢ଼ୀ, ସେତ ବେହେରା ଏବଂ ଶିକ୍ଷକ ନେତା ରଂଜୁ ଅମାତ ପ୍ରମୁଖ ଯୋଗଦେଇ ଦୁଇ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ବକ୍ତାମାନେ ଫାସେଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ପାଢ଼ୀଙ୍କୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅଞ୍ଚଳରୁ ଆସିଥିଲେ ମଧ୍ୟ ବିଦ୍ୟାଳୟର ଶୈକ୍ଷିକ ପରିବେଶ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଶ୍ରୀ ସାହୁ ମଧ୍ୟ ଅଞ୍ଚଳର ଶିକ୍ଷାର ବିକାଶ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ। କ୍ଲଷ୍ଟରର ଅନ୍ୟତମ ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

9 hrs ago
user_Bansidhar Majhi
Bansidhar Majhi
Voice of people କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
9 hrs ago
82bcb49d-f118-407f-a1e9-3252d1c6bd5b

କଣ୍ଟାମାଳ ବ୍ଲକ କୁଲୁତା ଯୋର କ୍ଲଷ୍ଟର ଅନ୍ତର୍ଗତ ଫାସେଡ ଓ ନୂଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ପାଢ଼ୀ ଏବଂ ଚନ୍ଦ୍ରଶେଖର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଫାସେଡ ଉପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଅଶୋଭ ରଞ୍ଜନ ମାଳି, ସମ୍ମାନିତ ଅତିଥି ଭାବେ ଏବିଇଓ ଦୁର୍ଗାଚରଣ ପ୍ରଧାନ, ନୀଳମଣି ପଣ୍ଡା, ଏୟୁପିଟିଫ ସଭାପତି ଅନିତା ମେହେର, ସିଆରସିସି ପ୍ରଜିନା ପାଢ଼ୀ, ସେତ ବେହେରା ଏବଂ ଶିକ୍ଷକ ନେତା ରଂଜୁ ଅମାତ ପ୍ରମୁଖ ଯୋଗଦେଇ ଦୁଇ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ବକ୍ତାମାନେ ଫାସେଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ପାଢ଼ୀଙ୍କୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅଞ୍ଚଳରୁ ଆସିଥିଲେ ମଧ୍ୟ ବିଦ୍ୟାଳୟର ଶୈକ୍ଷିକ ପରିବେଶ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଶ୍ରୀ ସାହୁ ମଧ୍ୟ ଅଞ୍ଚଳର ଶିକ୍ଷାର ବିକାଶ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ। କ୍ଲଷ୍ଟରର ଅନ୍ୟତମ ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

More news from ଓଡ଼ିଶା and nearby areas
  • ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍‌ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍‌ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।
    1
    ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍‌ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍‌ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ହିଙ୍ଗମା ଗ୍ରାମରେ ବୃଦ୍ଧ ଏବଂ ବିଧବା ଭତ୍ତା ହିତାଧିକାରୀମାନେ ଦୀର୍ଘ ଦୁଇ ମାସ ଧରି ସେମାନଙ୍କର ଭତ୍ତା ରାଶି ପାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ହିଙ୍ଗମା ଗ୍ରାମରେ ବୃଦ୍ଧ ଏବଂ ବିଧବା ଭତ୍ତା ହିତାଧିକାରୀମାନେ ଦୀର୍ଘ ଦୁଇ ମାସ ଧରି ସେମାନଙ୍କର ଭତ୍ତା ରାଶି ପାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
    user_Ranjan hota
    Ranjan hota
    Sonepur, Odisha•
    11 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    18 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ଦ୍ୱାରା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବା ଯୋଗୁଁ, ଏହି ବୃଦ୍ଧବୃଦ୍ଧାମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ଦ୍ୱାରା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବା ଯୋଗୁଁ, ଏହି ବୃଦ୍ଧବୃଦ୍ଧାମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ବୃଦ୍ଧ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ବୃଦ୍ଧ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ଗତକାଲି ଗୁରୁବାର ରାତି ପ୍ରାୟ ୮.୧୫ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ଏକ ପ୍ରବଳ କାଳବୈଶାଖୀ ଝଡ଼, ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି। ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସମେତ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ରହିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେତୁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି। ଏହା ବ୍ୟତୀତ, ଗଛ ପଡ଼ି ଅନେକ ଘର ଓ ରାସ୍ତାକଡରେ ଥିବା କାର୍, ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ମଧ୍ୟ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ଘଟଣା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ୍ରାଫ ଟିମ୍ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମଧ୍ୟ ପୌର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋନପୁର ଜିଲ୍ଲାବାସୀ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଥିବା ବେଳେ କେବେ ବିଦ୍ୟୁତ୍ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ବୁଦ୍ଧିଜୀବିମାନେ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ୍ ବିଭାଗର ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହାସହ, କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବୀ ହେଉଛି।
    1
    ଗତକାଲି ଗୁରୁବାର ରାତି ପ୍ରାୟ ୮.୧୫ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ଏକ ପ୍ରବଳ କାଳବୈଶାଖୀ ଝଡ଼, ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି।

ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସମେତ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ରହିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେତୁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି। ଏହା ବ୍ୟତୀତ, ଗଛ ପଡ଼ି ଅନେକ ଘର ଓ ରାସ୍ତାକଡରେ ଥିବା କାର୍, ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ମଧ୍ୟ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି।

ଘଟଣା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ୍ରାଫ ଟିମ୍ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମଧ୍ୟ ପୌର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋନପୁର ଜିଲ୍ଲାବାସୀ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଥିବା ବେଳେ କେବେ ବିଦ୍ୟୁତ୍ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ବୁଦ୍ଧିଜୀବିମାନେ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ୍ ବିଭାଗର ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହାସହ, କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବୀ ହେଉଛି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.