ଧଳା ପଥର ଚୋରାଚାଲାଣ ବେଳେ ୨ଟ୍ରକ୍ ଜବତ,୨ ଗିରଫ - ସୁବଳୟା ଥାନା କମିରା ଅଞ୍ଚଳର ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ଧଳା ପଥର ଚୋରା ଚାଲାଣ ବେଲେ ଧଳା ପଥର ସହିତ ୨ ଟି ଟ୍ରକ୍ କୁ ଜବତ କରିବା ସହିତ ୨ ଡ୍ରାଇଭର ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଶୁକ୍ରବାର ଦିନ ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ନିକଟସ୍ଥ ହେଲାମୁରା ଜଙ୍ଗଲରୁ ଦୀର୍ଘ ଦିନ ହେଲା ମୂଲ୍ୟବାନ ଧଳା ପଥର ଲୁଟ ହେଉଥିଲା। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲା। ତେବେ ଶୁକ୍ରବାର ଦିନ ଟ୍ରକ୍ ଯୋଗେ ଧଳା ପଥର ବୋଝେଇ କରି ଲୁଟ ହେଉଥିଲା। ଏନେଇକୌଣସି ସୂତ୍ରରୁ ଖବର ପାଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ବରେ ରେ ଏକ ଟିମ୍ ଚଢାଉ କରିଥିଲେ। କମିରା - ଲଖନୀ ମଝିରେ ଥିବା କୁଷ ବନ୍ଧ ନିକଟରେ ଉଭୟ ଟ୍ରକ କୁ ଅଟକାଇ ଥିଲା ପୋଲିସ। ସେଥିରେ ଧଳା ପଥର ଥିବା ବେଳେ ଉଭୟ ଗାଡ଼ିରେ ଧଳା ପଥର ନେଇଥିବାର କୌଣସି ଆଇନ ସଂଗତ କାଗଜ ପତ୍ର ଦେଖାଇ ପାରି ନ ଥିଲେ। ଫଳରେ ପୋଲିସ ଓଡି ୦୭ ଏଡି ୩୧୪୪ ଏବଂ ଓଡି ୦୭ ଏଆର ୮୬୨୧ ନମ୍ବର ବିଶିଷ୍ଟ ଦୁଇଟି ଟ୍ରକ୍ କୁ ଧଳା ପଥର ସହ ଜବତ କରିଛି। ଏହା ସହିତ ଉଭୟ ଟ୍ରକ ର ଡ୍ରାଇଭର ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଦୁଇ ଡ଼୍ରାଇଭର ହେଲେ ଗଜପତି ଥାନା ମୋହନା ଥାନା ଅନ୍ତର୍ଗତ ପଦମପୁର ଗ୍ରାମର କାଳିଆ କଚ୍ଛି (୩୧)ଏବଂ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କୋକୋଲବା ଗ୍ରାମର ସନ୍ତୋଷ ପ୍ରଧାନ(୨୮) ବୋଲି ପୋଲିସ ସୂଚନା ଦେଇଛି। ଶନିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଏନେଇ ସୁବଳୟା ଥାନା ରେ ଦୁଇଟି ପୃଥକ ମାମଲା (କେସ ନଂ ୬/୨୬ ଓ ୭/୨୬)ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।
ଧଳା ପଥର ଚୋରାଚାଲାଣ ବେଳେ ୨ଟ୍ରକ୍ ଜବତ,୨ ଗିରଫ - ସୁବଳୟା ଥାନା କମିରା ଅଞ୍ଚଳର ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ଧଳା ପଥର ଚୋରା ଚାଲାଣ ବେଲେ ଧଳା ପଥର ସହିତ ୨ ଟି ଟ୍ରକ୍ କୁ ଜବତ କରିବା ସହିତ ୨ ଡ୍ରାଇଭର ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଶୁକ୍ରବାର ଦିନ ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ନିକଟସ୍ଥ ହେଲାମୁରା ଜଙ୍ଗଲରୁ
ଦୀର୍ଘ ଦିନ ହେଲା ମୂଲ୍ୟବାନ ଧଳା ପଥର ଲୁଟ ହେଉଥିଲା। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲା। ତେବେ ଶୁକ୍ରବାର ଦିନ ଟ୍ରକ୍ ଯୋଗେ ଧଳା ପଥର ବୋଝେଇ କରି ଲୁଟ ହେଉଥିଲା। ଏନେଇକୌଣସି ସୂତ୍ରରୁ ଖବର ପାଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ବରେ ରେ ଏକ ଟିମ୍ ଚଢାଉ କରିଥିଲେ। କମିରା - ଲଖନୀ ମଝିରେ ଥିବା କୁଷ ବନ୍ଧ ନିକଟରେ ଉଭୟ ଟ୍ରକ
କୁ ଅଟକାଇ ଥିଲା ପୋଲିସ। ସେଥିରେ ଧଳା ପଥର ଥିବା ବେଳେ ଉଭୟ ଗାଡ଼ିରେ ଧଳା ପଥର ନେଇଥିବାର କୌଣସି ଆଇନ ସଂଗତ କାଗଜ ପତ୍ର ଦେଖାଇ ପାରି ନ ଥିଲେ। ଫଳରେ ପୋଲିସ ଓଡି ୦୭ ଏଡି ୩୧୪୪ ଏବଂ ଓଡି ୦୭ ଏଆର ୮୬୨୧ ନମ୍ବର ବିଶିଷ୍ଟ ଦୁଇଟି ଟ୍ରକ୍ କୁ ଧଳା ପଥର ସହ ଜବତ କରିଛି। ଏହା ସହିତ ଉଭୟ ଟ୍ରକ ର ଡ୍ରାଇଭର ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ଗିରଫ ଦୁଇ ଡ଼୍ରାଇଭର ହେଲେ ଗଜପତି ଥାନା ମୋହନା ଥାନା ଅନ୍ତର୍ଗତ ପଦମପୁର ଗ୍ରାମର କାଳିଆ କଚ୍ଛି (୩୧)ଏବଂ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କୋକୋଲବା ଗ୍ରାମର ସନ୍ତୋଷ ପ୍ରଧାନ(୨୮) ବୋଲି ପୋଲିସ ସୂଚନା ଦେଇଛି। ଶନିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଏନେଇ ସୁବଳୟା ଥାନା ରେ ଦୁଇଟି ପୃଥକ ମାମଲା (କେସ ନଂ ୬/୨୬ ଓ ୭/୨୬)ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।1