ଢେଙ୍କାନାଳରେ ‘ବଜରଙ୍ଗ କ୍ଲବ’ ପକ୍ଷରୁ ଆୟୋଜିତ ଢେଙ୍କାନାଳ ଉତ୍ସବ “ଆଗ୍ନେୟ- ୨୦୨୫”ରେ ଯୋଗଦେଇ ବିଭିନ୍ନ କ୍ଷେତ୍ରର ଲବ୍ଧ ପ୍ରତିଷ୍ଠିତ କଳାକାର ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ଲାଭ କଲି । ରକ୍ତଦାନ ଶିବିର ଓ ସାମାଜିକ ସେବା କ୍ଷେତ୍ରରେ ବଜରଙ୍ଗ କ୍ଲବର କାର୍ଯ୍ୟ ପ୍ରଂଶସନୀୟ । କଳା, ସଂସ୍କୃତି ଏବଂ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଏହି କ୍ଲବ ପକ୍ଷରୁ ଆଜିର ଉତ୍ସବ ଆୟୋଜନ ସହ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ପରମ୍ପରା ସ୍ୱାଗତଯୋଗ୍ୟ ପଦକ୍ଷେପ। ଢେଙ୍କାନାଳ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ, ଶହୀଦ ବାଜି ରାଉତ ଏବଂ ମୂଷା ମଲିକଙ୍କ ପରି ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ମାଟି । ସ୍ୱର୍ଗତ ନନ୍ଦିନୀ ଶତପଥୀ ଦେଶ ପାଇଁ ଗୌରବ ଆଣିଛନ୍ତି । କାମାକ୍ଷା ପ୍ରସାଦ ସିଂହଦେଓ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ଲୋକମାନଙ୍କ ପରିଶ୍ରମ, ଅବଦାନ ଓ ଦାୟିତ୍ୱ କାରଣରୁ ଏହି ଜିଲ୍ଲା କ୍ରମାଗତ ଭାବରେ ସମ୍ପନ୍ନ ହେଉଛି । ଢେଙ୍କାନାଳ ମିନି ଷ୍ଟାଡିୟମ ସମଗ୍ର ଜିଲ୍ଲାରେ ଖେଳର ଏନ୍ତୁଡିଶାଳ ହୋଇଛି । ଢେଙ୍କାନାଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଖେଳର ବାତାବରଣ ତିଆରି କରାଯିବା ସହ ଶିଳ୍ପାୟନର ବିକାଶ ହେଉ । ମିଳିମିଶି ଢେଙ୍କାନାଳକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା । ଲୋକମାନଙ୍କ ସେବା କରି ଜିଲ୍ଲାରେ ଆର୍ଥିକ ସମ୍ପନ୍ନତା ଆଣିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ।

- ନୀଳାଚଳ ଧାମ || ଜଗନ୍ନାଥ ଭଜନ || ସାଇ ଭଜନ ସଂନ୍ଧ୍ୟା || ଢେଙ୍କାନାଳ1
- ଢେଙ୍କାନାଳ ସଦର: ପଞ୍ଚୁପଟି ନିକଟ ATM ରେ ତାଡି ନିଆଁ ଲଗାଇ ଲୁଟ // Durga News 24 Odia1
- ଢେଙ୍କାନାଳ ସଦର ଥାନା ସ୍ଥିତ ଏଟିଏମ ଲୁଟ ଘଟଣା || Naxatra News1
- ପାଗଳା ଶିଆଳ ଆକ୍ରମଣରେ ଗୁରୁତର ହେଲେ ଗ୍ରାମବାସୀ ll ଢେଙ୍କାନାଳ ll THE NEWS TODAY II1
- ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଛକରେ ନ୍ୟାୟ ପାଇଁ ହେଲା ରାସ୍ତାରୋକ ll Dhenkanal news ll1
- ଢେଙ୍କାନାଳ ପୋଲିସ କୁ ସଫଳତା |1
- ଓଡ଼ିଶା ର ଦ୍ୱିତୀୟ କାଶ୍ମୀର ଢେଙ୍କାନାଳ🥰🥰#youtubeshorts#video#vlogs#P💗Chinmayee Vlogs🙏🙏1
- ଢେଙ୍କାନାଳ ଜିଲ୍ଲାର ପର୍ଯଟନ ସ୍ଥଳୀ // Top 10 tourist place in Dhenkanal // Best picnic spots in odisha1
- ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନମଣ୍ଡି।1