ନାରାୟଣୀ ସାଂସ୍କୃତିକ ପରିଷଦ ତରଫରୁ ନୂଆଖାଇ ଭେଟ୍ଘାଟ୍ ଓ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ନାରାୟଣୀ ସାଂସ୍କୃତିକ ପରିଷଦ ତରଫରୁ ନୂଆଖାଇ ଭେଟ୍ଘାଟ୍ ଓ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ସୁବର୍ଣ୍ଣପୁର --- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ନାରାୟଣୀ ସାଂସ୍କୃତିକ ପରିଷଦ,ଲକର୍ମା ପକ୍ଷରୁ ନୂଆଖାଇ ଭେଟ୍ଘାଟ୍ ଓ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ବିଶିକେଷନ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରଡ଼ଖୋଲ ସରପଞ୍ଚ ମୋହନ କର୍ମୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ସାଇବର୍ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜୁନିୟର୍ ରେଡ୍କ୍ରସ୍ର ପରାମର୍ଶଦାତା ଶିକ୍ଷକ ଶ୍ରୀ ବିକ୍ରମ କୁମାର ନନ୍ଦ କୋଶ୍ଲି କବିତା ମାଧ୍ୟମରେ ନୂଆଖାଇର ମହତ୍ୱ ପ୍ରତିପାଦିତ କରିବା ସହ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଥିଲେ ଏବଂ ସାଇବର୍ ସୁରକ୍ଷା ସଚେତନତାର ଆବଶ୍ୟକତା କହିବା ସହ ଉଦାହରଣ ମାଧ୍ୟମରେ ଲୋକମାନଙ୍କୁ ସାଇବର୍ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟ ଆଇ.ଟି. ଅଧ୍ୟାପକ ତଥା ଏନ୍.ସି.ସି. ଅଫିସର୍ ଶ୍ରୀ ଆଶିଷ କୁମାର ଅଗ୍ରୱାଲ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ସାଇବର୍ ଫ୍ରଡ୍ ଓ ତହିଁରୁ ସୁରକ୍ଷା ପାଇବାର ଉପାୟ ଓ ସାବଧାନତା ଉପରେ ବିଷଦ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ହରଡ଼ଖୋଲର ସମିତି ସଭ୍ୟ ମନୁରାଜ କର୍ମୀ ଓ ପୂର୍ବତନ ସରପଞ୍ଚ ଦେବାର୍ଚ୍ଚନ ଚାଉଲିଆ ଯୋଗଦେଇ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇ ସାଇବର୍ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ସାଂସ୍କୃତିକ ପରିଷଦର କୁନିକୁନି କଳାକାରମାନଙ୍କ ଦ୍ବାରା 'ସୀତା ନିର୍ବାସନ 'ନୃତ୍ୟ ନାଟିକା ପ୍ରଦର୍ଶିତ ହୋଇଥିଲା l ଏଥିରେ ବିଶିଷ୍ଟ ଅର୍ଗାନ୍ ବାଦ୍ୟକାର ବିଜୟ କୁମାର ବଘାର ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ।ଏହାସହ ପରିଷଦ ତରଫରୁ ଗ୍ରାମର ବୟୋଜ୍ୟୈଷ୍ଠଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ବିଶିକେଷନ ବାଘ ପରିଚାଳନା କରିଥିବାବେଳେ ମକରନ୍ଦ ଶଙ୍ଖୁଆ, ମନୋଜ ରଣା,ଗଣନାଥ ରଣା,ସନ୍ତୋସିନୀ ରଣା,ମହେନ୍ଦ୍ର ହାତୀ,ଯଶୋବନ୍ତୀ ବାଘ,ଚୁମୁକୀ ବଗର୍ତ୍ତି,ଝଗୁଡୁ ବଗର୍ତ୍ତି,ଡୋଲାମଣି ବଗର୍ତ୍ତି ପ୍ରମୁଖ ପରିଷଦର ସଦସ୍ୟବୃନ୍ଦ ସହଯୋଗ କରିଥିଲେ। ନୂଆଖାଇ ଅବସରରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଗ୍ରାମବାସୀ ନାରାୟଣୀ ସାଂସ୍କୃତିକ ପରିଷଦକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ରିପୋର୍ଟ -- ଉଗ୍ରସେନ କର୍ମୀ

- ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ । ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +9194370581001
- ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା1
- କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.1
- Post by Ram Shankar Bhoi1
- 🌹♥️🇹🇯🤭♥️🙂🌹🇹🇯💋♥️1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।1
- ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର1
- ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ। ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ। ବଲାଙ୍ଗୀର/ଟିଟିଲାଗଡ଼, ଟିଟିଲାଗଡ଼ ରେ ପ୍ରାୟ ୧୭ ଜଣିଆ ମାଙ୍କଡ଼ ପଲ ସ୍ଥାନୀୟ ହାଟପଦା ଓ ବିଭିନ୍ନ ସ୍ଥାନରେ ଜଙ୍ଗଲ ରୁ ଚାଲି ଆସି ବ୍ୟାପକ କ୍ଷୟ, କ୍ଷତି ସହ ତିନି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜାଣି, ଶୁଣି ବିଭାଗୀୟ ଅଧିକାରୀ ନିରବ ଅଛନ୍ତି। ଇତି ମଧ୍ୟରେ ହାତୀ ପଲ ଆସିଥିବା ବେଳେ ତାଙ୍କୁ ଘଉଡ଼ାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସହର ଭିତର କୁ ଏଭଳି ଚାଲି ଆସିଥିବା ବେଳେ ସାଧାରଣ ଙ୍କ ଛାତ ତଥା ଦୋକାନ ବଜାର ରେ କ୍ଷୟ, କ୍ଷତି ହୋଇଛି। ବନ ବିଭାଗ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି।3