ଜନଗଣନା ପ୍ରଥମ ପର୍ଯ୍ୟାୟ ସ୍ୱ ଗଣନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ.... ============== କେନ୍ଦ୍ରାପଡ଼ା, ୦୩.୦୪.୨୦୨୬, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନାସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲୀକ, ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ସରୋଜ କୁମାର ବେହେରା ଏବଂ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ, ଦୁଇ ଜଣ ମାଷ୍ଟର ଟ୍ରେନର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂ ଉପସ୍ଥିତ ଥିଲେ |ଭାରତର ସବୁଠୁ ବଡ଼ ଜନଗଣନା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନାଗରିକ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି | ଜନଗଣନା ୨୦୨୭ ଡିଜିଟାଲ ଭାବେ ଦୁଇଟି ପର୍ଯ୍ୟାୟରେ କରାଯିବ | ପ୍ରଥମ ପର୍ଯ୍ୟାୟ ହେଉଛି ଗୃହ ତାଲିକା କରଣ କାର୍ଯ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଜନସଂଖ୍ୟା ଗଣନା |ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଗଣନା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ |ନାଗରିକ ମାନେ ଏହି ସମୟ ସୀମା ମଧ୍ୟରେ ପୋର୍ଟାଲକୁ ଯାଇ ମୋବାଇଲ କିମ୍ବା କମ୍ପୁଟର ସହଯୋଗରେ ନିଜ ଘରୋଇ ସୂଚନା ପୂର୍ବରୁ ପଞ୍ଜିକୃତ କରିପାରିବେ | ପଞ୍ଜିକୃତ ହୋଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ | ସଫଳ ପଞ୍ଜିକୃତ କରିବା ପରେ ପଞ୍ଜିକୃତ କରିଥିବା ବ୍ୟକ୍ତି ଏକ ସ୍ୱଗଣନା ପରିଚୟ ସଂଖ୍ୟା ପାଇବେ ଯାହାକୁ ଗଣନାକାରୀ ଘରକୁ ଘର ଯାଇ ସୂଚନା ସଂଗ୍ରହ କରିବା ସମୟରେ ଏହି ସ୍ୱଗଣନା ପରିଚୟ ସଂଖ୍ୟା କଲେ ପୁନଃ ସୂଚନା ପଞ୍ଜିକୃତ କରିବା ଆବଶ୍ୟକ ପଡିବ ନାହିଁ |ଏପ୍ରିଲ ୧୨ ତାରିଖରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଗଣନାକାରୀ ମାନେ ଘରକୁ ଘରକୁ ଯାଇ ଗୃହ ତାଲିକାକରଣ କାର୍ଯ୍ୟ କରିଵେ |ନାଗରିକ ମାନଙ୍କ ସହଯୋଗ ସଠିକ ତଥ୍ୟ ସଂଗ୍ରହରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତର ଉନ୍ନୟନ ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପାଇଁ ସରକାରଙ୍କୁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଜିଲ୍ଲାପାଳ କହିଛନ୍ତି | ସୂଚନାଯୋଗ୍ୟ ଯେ ଯେଉଁ ଦିନ ଯେଉଁ ଦିନ ସ୍ୱ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେଲା ଅର୍ଥାତ ଏପ୍ରିଲ ୧ ତାରିଖରେ କେନ୍ଦ୍ରାପଡ଼ା ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା ଓ ମହାକାଳପଡ଼ା ମାନ୍ୟବର ବିଧାୟକ ଦୁର୍ଗା ପ୍ରସନ ନାୟକ ଜିଲ୍ଲା କାର୍ଯ୍ୟାଳୟରେ ଥିବା ଜନଗଣନା ସହାୟତା କେନ୍ଦ୍ରରେ ସ୍ୱଗଣନା ପଞ୍ଜିକୃତ କରିଛନ୍ତି | ଜିଲ୍ଲାପାଳ ନିଜେ ସ୍ୱ ଗଣନା ପଞ୍ଜିକୃତ କରିବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ସ୍ୱଗଣନା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଆଜିର କାର୍ଯ୍ୟକ୍ରମରେ ୫ ଜଣ ସାମ୍ବାଦିକ ନିଜେ ନିଜର ସ୍ୱ ଗଣନା ପଞ୍ଜିକୃତ କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲା ଜନ ଗଣନା ଅଧିକାରୀ କହିଛନ୍ତି | ଡେରାବିଶ ବ୍ଲକ ସମ୍ମିଳନୀ କକ୍ଷଠାରେ ଗତ ଫେବୃଆରୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ସମସ୍ତ ଫିଲ୍ଡ ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା |

- କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ1
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1
- ok2
- ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର4
- ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...1
- କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)2
- ସୀତା ମା ଙ୍କୁ ଲଙ୍କାର ଅଧିପତି ରାବଣ ହରଣ କରି ନେଇଗଲାପରେ ପ୍ରଭୁ ରାମ ଚନ୍ଦ୍ର ଅତି ଦୁଃଖରେ ଭାଂଗିପଡିଛନ୍ତି, ସେହି ଦୁଃଖରେ ସୀତା ମା ଙ୍କୁ ମନ ପକାଇ ଗୀତଟି ବୋଲୁଛନ୍ତି ଏହା ( ଅସୁରେଶ୍ୱର ଦାଣ୍ଡଯାତ୍ରା ର ରାମଲୀଳା ର କିଛି ଦୂର୍ଷ୍ୟ )1