logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ ଶାଳିଆ କେନାଲ ରୋଡ ନିକଟସ୍ଥ ଦଣ୍ଡିଗାଡିଆ, ନାରଣଦେଇପୁର ରୋଡ ନିକଟସ୍ଥ ପାଦୁକେଇ ମନ୍ଦିର ଏବଂ ବିଂଝଳା ରୋଡ ସ୍ଥିତ ଶନି ମନ୍ଦିର ନିକଟରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୮୨ ଲିଟର ଦେଶୀ ମଦ, ୯.୭୫ ଲିଟର ବିୟର ଏବଂ ଗୋଟିଏ ବାଇକ୍ ଜବତ କରାଯିବା ସହ ତିନି ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୮ ହଜାର ୬୪୨ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ବାସୁଦେବ ନାୟକ (୪୫)ଙ୍କ ନିକଟରୁ ୬୦ ଲିଟର ଦେଶୀ ମଦ ଓ ବାଇକ୍ ଜବତ ହୋଇଛି। ସେହିପରି, ବାଲୁଗାଁ ଥାନା ଅନ୍ତର୍ଗତ କାନ୍ଥମାଳ ଆଙ୍କୁଳା ଗ୍ରାମର ବୃନ୍ଦାବନ ଜୁଝାରସିଂହ (୪୦)ଙ୍କ ନିକଟରୁ ୭ ଲିଟର ଦେଶୀ ମଦ ଏବଂ ନାଚୁଣୀ ଥାନା ଅନ୍ତର୍ଗତ ବିଂଝଳା ଗ୍ରାମର ମୁକୁନ୍ଦ ସ୍ୱାଇଁ (୪୮)ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଓ ୯.୭୫ ଲିଟର ବିୟର ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରାମଚନ୍ଦ୍ର ଜେନା, କନେଷ୍ଟବଳ ରଂଜିତ ପଟେଲ, ସୁନିତା ମହାରଣା, ମନୋଜ କୁମାର ଜୟସିଂ ଏବଂ ସତ୍ୟବନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ।

15 hrs ago
user_Prafulla sabat
Prafulla sabat
ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
15 hrs ago
452dbf7c-d900-47a2-aff3-71618728af15

ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ ଶାଳିଆ କେନାଲ ରୋଡ ନିକଟସ୍ଥ ଦଣ୍ଡିଗାଡିଆ, ନାରଣଦେଇପୁର ରୋଡ ନିକଟସ୍ଥ ପାଦୁକେଇ ମନ୍ଦିର ଏବଂ ବିଂଝଳା ରୋଡ ସ୍ଥିତ ଶନି ମନ୍ଦିର ନିକଟରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୮୨ ଲିଟର ଦେଶୀ ମଦ, ୯.୭୫ ଲିଟର ବିୟର ଏବଂ ଗୋଟିଏ ବାଇକ୍ ଜବତ କରାଯିବା ସହ ତିନି ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୮ ହଜାର ୬୪୨ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ବାସୁଦେବ

db27d7c1-6b67-4632-ba33-4842dd615a25

ନାୟକ (୪୫)ଙ୍କ ନିକଟରୁ ୬୦ ଲିଟର ଦେଶୀ ମଦ ଓ ବାଇକ୍ ଜବତ ହୋଇଛି। ସେହିପରି, ବାଲୁଗାଁ ଥାନା ଅନ୍ତର୍ଗତ କାନ୍ଥମାଳ ଆଙ୍କୁଳା ଗ୍ରାମର ବୃନ୍ଦାବନ ଜୁଝାରସିଂହ (୪୦)ଙ୍କ ନିକଟରୁ ୭ ଲିଟର ଦେଶୀ ମଦ ଏବଂ ନାଚୁଣୀ ଥାନା ଅନ୍ତର୍ଗତ ବିଂଝଳା ଗ୍ରାମର ମୁକୁନ୍ଦ ସ୍ୱାଇଁ (୪୮)ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଓ ୯.୭୫ ଲିଟର ବିୟର ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରାମଚନ୍ଦ୍ର ଜେନା, କନେଷ୍ଟବଳ ରଂଜିତ ପଟେଲ, ସୁନିତା ମହାରଣା, ମନୋଜ କୁମାର ଜୟସିଂ ଏବଂ ସତ୍ୟବନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ।

More news from ଓଡ଼ିଶା and nearby areas
  • ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।
    1
    ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।
    user_Jagruti khabar
    Jagruti khabar
    ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    7 hrs ago
  • ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ରାଜନୀତିରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଯିଏ ପୂର୍ବରୁ ବିଜେଡିରେ ଥିଲେ ଏବଂ ୨୬ ଡିସେମ୍ବର ୨୦୨୪ ରେ ବିଜେପିରେ ସାମିଲ୍ ହୋଇଥିଲେ, ସେ ବର୍ତ୍ତମାନ ବିଜେପି ଛାଡ଼ି ପୁଣି ଥରେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ଏହି ଦଳ ବଦଳକୁ ନେଇ ବୁଗୁଡ଼ା ବିଜେପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଧ୍ୟକ୍ଷାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେମାନେ ଦୁହେଁ ମିଶି ବିଜେପିକୁ ଆସିଥିଲେ, କିନ୍ତୁ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ଦଳକୁ ଆସିଥିଲେ। ବର୍ତ୍ତମାନ ସ୍ୱାର୍ଥ ହାସଲ ନହେବାରୁ ସେ ପୁଣି ବିଜେଡିକୁ ଡିଆଁ ମାରିଛନ୍ତି। ଯାହାର ନିଜର କୌଣସି ସ୍ଥିରତା ନାହିଁ, ସେ ଆଗାମୀ ଦିନରେ କଂଗ୍ରେସ କିମ୍ବା ଆମ ଆଦମୀ ପାର୍ଟିକୁ ମଧ୍ୟ ଯାଇପାରନ୍ତି। ଏହା ସହିତ ଶ୍ରୀ ପ୍ରଧାନ ଏକ ସମ୍ବେଦନଶୀଳ ପ୍ରଶ୍ନ ଉଠାଇ କହିଛନ୍ତି ଯେ, କେ. ପ୍ରିୟଦର୍ଶିନୀ ବ୍ଲକ ଅଧ୍ୟକ୍ଷା ହେବା ପରେ ନିଜ ସରକାରୀ କାର୍ଯ୍ୟାଳୟ ପାଇଁ ଆଣିଥିବା ବିଭିନ୍ନ ସାଜସଜ୍ଜା ଉପକରଣ ଓ ସାମଗ୍ରୀଗୁଡ଼ିକ ଏବେ ଗଲା କୁଆଡ଼େ ଏବଂ ଏହାର ତଦନ୍ତ ହେବା ଆବଶ୍ୟକ। ସେହିପରି, ବୁଗୁଡ଼ା ନଗର ବିଜେପି ସଭାପତି କେଦାରନାଥ ମହାରଣା ମଧ୍ୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଧ୍ୟକ୍ଷାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେ. ପ୍ରିୟଦର୍ଶିନୀ କେବଳ ବିଜେଡି କି ବିଜେପି ନୁହେଁ, ବରଂ କଂଗ୍ରେସ ଦଳକୁ ଯିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଥିଲେ। ସେ କେବଳ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଏଭଳି ରାଜନୈତିକ ସ୍ଥିତି ବଦଳାଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନଜୀବୀ ହରପ୍ରସାଦ ଦାସ ମଧ୍ୟ ଅଧ୍ୟକ୍ଷାଙ୍କ ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ଯାହାର ନା ଅଛି ସ୍ଥିତି, ନା ଅଛି ଗତି, ସେ କେବଳ ନିଜ ସ୍ୱାର୍ଥ ସାଧନ ପାଇଁ ଜଣେ ମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ମାତ୍ର ତାଙ୍କର ଏହି ଅଯଥା ସ୍ୱାର୍ଥ ହାସଲ ନହେବାରୁ ସେ ଶେଷରେ ବିଜେପି ଦଳ ଛାଡ଼ିବାକୁ ବାଧ୍ୟ ହେଲେ। ବୁଗୁଡ଼ା ରାଜନୀତିରେ ଅଧ୍ୟକ୍ଷାଙ୍କ ଏହି ଦଳ ବଦଳ ଏବଂ ବିଜେପି ନେତାମାନଙ୍କର ଏହି ପ୍ରତିକ୍ରିୟା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    1
    ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ରାଜନୀତିରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଯିଏ ପୂର୍ବରୁ ବିଜେଡିରେ ଥିଲେ ଏବଂ ୨୬ ଡିସେମ୍ବର ୨୦୨୪ ରେ ବିଜେପିରେ ସାମିଲ୍ ହୋଇଥିଲେ, ସେ ବର୍ତ୍ତମାନ ବିଜେପି ଛାଡ଼ି ପୁଣି ଥରେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ଏହି ଦଳ ବଦଳକୁ ନେଇ ବୁଗୁଡ଼ା ବିଜେପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଧ୍ୟକ୍ଷାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେମାନେ ଦୁହେଁ ମିଶି ବିଜେପିକୁ ଆସିଥିଲେ, କିନ୍ତୁ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ଦଳକୁ ଆସିଥିଲେ। ବର୍ତ୍ତମାନ ସ୍ୱାର୍ଥ ହାସଲ ନହେବାରୁ ସେ ପୁଣି ବିଜେଡିକୁ ଡିଆଁ ମାରିଛନ୍ତି। ଯାହାର ନିଜର କୌଣସି ସ୍ଥିରତା ନାହିଁ, ସେ ଆଗାମୀ ଦିନରେ କଂଗ୍ରେସ କିମ୍ବା ଆମ ଆଦମୀ ପାର୍ଟିକୁ ମଧ୍ୟ ଯାଇପାରନ୍ତି। ଏହା ସହିତ ଶ୍ରୀ ପ୍ରଧାନ ଏକ ସମ୍ବେଦନଶୀଳ ପ୍ରଶ୍ନ ଉଠାଇ କହିଛନ୍ତି ଯେ, କେ. ପ୍ରିୟଦର୍ଶିନୀ ବ୍ଲକ ଅଧ୍ୟକ୍ଷା ହେବା ପରେ ନିଜ ସରକାରୀ କାର୍ଯ୍ୟାଳୟ ପାଇଁ ଆଣିଥିବା ବିଭିନ୍ନ ସାଜସଜ୍ଜା ଉପକରଣ ଓ ସାମଗ୍ରୀଗୁଡ଼ିକ ଏବେ ଗଲା କୁଆଡ଼େ ଏବଂ ଏହାର ତଦନ୍ତ ହେବା ଆବଶ୍ୟକ।

ସେହିପରି, ବୁଗୁଡ଼ା ନଗର ବିଜେପି ସଭାପତି କେଦାରନାଥ ମହାରଣା ମଧ୍ୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଧ୍ୟକ୍ଷାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେ. ପ୍ରିୟଦର୍ଶିନୀ କେବଳ ବିଜେଡି କି ବିଜେପି ନୁହେଁ, ବରଂ କଂଗ୍ରେସ ଦଳକୁ ଯିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଥିଲେ। ସେ କେବଳ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଏଭଳି ରାଜନୈତିକ ସ୍ଥିତି ବଦଳାଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନଜୀବୀ ହରପ୍ରସାଦ ଦାସ ମଧ୍ୟ ଅଧ୍ୟକ୍ଷାଙ୍କ ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ଯାହାର ନା ଅଛି ସ୍ଥିତି, ନା ଅଛି ଗତି, ସେ କେବଳ ନିଜ ସ୍ୱାର୍ଥ ସାଧନ ପାଇଁ ଜଣେ ମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ମାତ୍ର ତାଙ୍କର ଏହି ଅଯଥା ସ୍ୱାର୍ଥ ହାସଲ ନହେବାରୁ ସେ ଶେଷରେ ବିଜେପି ଦଳ ଛାଡ଼ିବାକୁ ବାଧ୍ୟ ହେଲେ। ବୁଗୁଡ଼ା ରାଜନୀତିରେ ଅଧ୍ୟକ୍ଷାଙ୍କ ଏହି ଦଳ ବଦଳ ଏବଂ ବିଜେପି ନେତାମାନଙ୍କର ଏହି ପ୍ରତିକ୍ରିୟା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    23 hrs ago
  • ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଯୁବଗୋଷ୍ଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି, ଯାହା ସେମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ। ରାଜ୍ୟରେ କୃଷି ପରେ ଏହି କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଚିତ। ଯୁବକ ଓ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା, ନୂତନ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା, ଷ୍ଟାର୍ଟଅପ୍‌କୁ ସମର୍ଥନ କରିବା ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବାରେ ଏମ୍‌ଏସ୍‌ଏମ୍‌ଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଋଣ, ସବସିଡି, ପ୍ରଶିକ୍ଷଣ ଏବଂ ବଜାର ସଂଯୋଗ ସୁବିଧା ଯୋଗାଇ ଦେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ଯୁବଗୋଷ୍ଠୀଙ୍କୁ ସମୃଦ୍ଧିର ପଥରେ ଆଗେଇ ନେବାରେ ସହାୟକ ହେବ।
    1
    ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଯୁବଗୋଷ୍ଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି, ଯାହା ସେମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ। ରାଜ୍ୟରେ କୃଷି ପରେ ଏହି କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଚିତ। ଯୁବକ ଓ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା, ନୂତନ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା, ଷ୍ଟାର୍ଟଅପ୍‌କୁ ସମର୍ଥନ କରିବା ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବାରେ ଏମ୍‌ଏସ୍‌ଏମ୍‌ଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଋଣ, ସବସିଡି, ପ୍ରଶିକ୍ଷଣ ଏବଂ ବଜାର ସଂଯୋଗ ସୁବିଧା ଯୋଗାଇ ଦେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ଯୁବଗୋଷ୍ଠୀଙ୍କୁ ସମୃଦ୍ଧିର ପଥରେ ଆଗେଇ ନେବାରେ ସହାୟକ ହେବ।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    20 hrs ago
  • ଗଜପତି ଜିଲ୍ଲାର ସାନଖଣି ଓ ବଡ଼ଖଣି ଗ୍ରାମରେ ଜଗନ୍ନାଥ ମନ୍ଦିର, ଦୁର୍ଗା ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ଆଉ ଏକ ଦୁର୍ଗା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଠାକୁରମାନଙ୍କର ମହାସ୍ନାନ କରାଯାଇଛି। ଏହି ମହାସ୍ନାନ କାର୍ଯ୍ୟକ୍ରମରେ ବିଜେପି ଆଦିବାସୀ ସଭାପତି ଏବଂ ରାଜ୍ୟ ଆଦିବାସୀର ସମ୍ପାଦକ ଯୋଗ ଦେଇଛନ୍ତି।
    1
    ଗଜପତି ଜିଲ୍ଲାର ସାନଖଣି ଓ ବଡ଼ଖଣି ଗ୍ରାମରେ ଜଗନ୍ନାଥ ମନ୍ଦିର, ଦୁର୍ଗା ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ଆଉ ଏକ ଦୁର୍ଗା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଠାକୁରମାନଙ୍କର ମହାସ୍ନାନ କରାଯାଇଛି। ଏହି ମହାସ୍ନାନ କାର୍ଯ୍ୟକ୍ରମରେ ବିଜେପି ଆଦିବାସୀ ସଭାପତି ଏବଂ ରାଜ୍ୟ ଆଦିବାସୀର ସମ୍ପାଦକ ଯୋଗ ଦେଇଛନ୍ତି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    8 hrs ago
  • ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗସ୍ତ କରିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସଭାରେ ଯୋଗ ଦେବା ପାଇଁ ସେ ଗୁମ୍ମା ଆସିଥିଲେ। ଏହି ଗସ୍ତ ସମୟରେ, କିଛି ବୃଦ୍ଧବୃଦ୍ଧା ବିଧାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ। ବୃଦ୍ଧବୃଦ୍ଧାମାନେ ଅଭିଯୋଗ କରିଥିଲେ ଯେ ସେମାନେ ଗତ କିଛି ମାସ ଧରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିକଳାଙ୍ଗ ଭତ୍ତା ପାଇ ନାହାନ୍ତି, ଯାହା ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବିଧାୟକଙ୍କୁ ଠିକ୍ ଭାବରେ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଗୁହାରୀ ଶୁଣି ବିଧାୟକ ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବା ସହ ତୁରନ୍ତ ଏହି ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି।
    1
    ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗସ୍ତ କରିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସଭାରେ ଯୋଗ ଦେବା ପାଇଁ ସେ ଗୁମ୍ମା ଆସିଥିଲେ। ଏହି ଗସ୍ତ ସମୟରେ, କିଛି ବୃଦ୍ଧବୃଦ୍ଧା ବିଧାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ।

ବୃଦ୍ଧବୃଦ୍ଧାମାନେ ଅଭିଯୋଗ କରିଥିଲେ ଯେ ସେମାନେ ଗତ କିଛି ମାସ ଧରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିକଳାଙ୍ଗ ଭତ୍ତା ପାଇ ନାହାନ୍ତି, ଯାହା ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବିଧାୟକଙ୍କୁ ଠିକ୍ ଭାବରେ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଗୁହାରୀ ଶୁଣି ବିଧାୟକ ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବା ସହ ତୁରନ୍ତ ଏହି ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    9 hrs ago
  • daringabadi black kirikuti panchaya lovers point kirikuti adhika thekhantu adhika thekhantu
    4
    daringabadi black kirikuti panchaya lovers point  kirikuti 
adhika thekhantu adhika thekhantu
    user_Alphans
    Alphans
    Farmer ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    15 hrs ago
  • ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ଅଞ୍ଚଳରେ କମ୍ୟୁନିଟି ଶୌଚାଳୟ ନିର୍ମାଣ, କଲ୍ୟାଣ ମଣ୍ଡପ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ଏବଂ ଚିଲିକାକୁ ସଂଯୋଗ କରୁଥିବା ବଙ୍ଗାଳୀ ନାଳର ପୁନରୁଦ୍ଧାର ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଏହା ସହିତ ଚିଲିକାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା କଥା ଉଲ୍ଲେଖ କରାଯାଇଛି। ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ଚିଲିକାର ବିକାଶ ହେଲେ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ସିଧାସଳଖ ଭାବେ ଉପକୃତ ହେବେ। ସେ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ। ସାଂସଦ ଆହୁରି ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଭୁଷଣ୍ଡପୁରରେ ଅଧିକ ସଂଖ୍ୟକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
    4
    ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ଅଞ୍ଚଳରେ କମ୍ୟୁନିଟି ଶୌଚାଳୟ ନିର୍ମାଣ, କଲ୍ୟାଣ ମଣ୍ଡପ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ଏବଂ ଚିଲିକାକୁ ସଂଯୋଗ କରୁଥିବା ବଙ୍ଗାଳୀ ନାଳର ପୁନରୁଦ୍ଧାର ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ ବୋଲି ସୂଚନା ମିଳିଛି।

ଏହା ସହିତ ଚିଲିକାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା କଥା ଉଲ୍ଲେଖ କରାଯାଇଛି। ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ଚିଲିକାର ବିକାଶ ହେଲେ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ସିଧାସଳଖ ଭାବେ ଉପକୃତ ହେବେ। ସେ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସାଂସଦ ଆହୁରି ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଭୁଷଣ୍ଡପୁରରେ ଅଧିକ ସଂଖ୍ୟକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପିଲାଚୋର ସନ୍ଦେହରେ କେବଳ ଦୁଇ ଜଣଙ୍କୁ ଲୋକେ ନିଜ ହାତକୁ ଆଇନ ନେଇ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ତେବେ, ଏଭଳି ହିଂସାତ୍ମକ ଘଟଣାରେ ଗିରଫ ପରେ କ'ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ମଣିଷ ଭିତରେ ଲୁଚିଥିବା ପଶୁର ଏକ ଭୟଙ୍କର ଚିତ୍ର ଦର୍ଶାଉଛି।
    1
    ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପିଲାଚୋର ସନ୍ଦେହରେ କେବଳ ଦୁଇ ଜଣଙ୍କୁ ଲୋକେ ନିଜ ହାତକୁ ଆଇନ ନେଇ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି।

ତେବେ, ଏଭଳି ହିଂସାତ୍ମକ ଘଟଣାରେ ଗିରଫ ପରେ କ'ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ମଣିଷ ଭିତରେ ଲୁଚିଥିବା ପଶୁର ଏକ ଭୟଙ୍କର ଚିତ୍ର ଦର୍ଶାଉଛି।
    user_Jagruti khabar
    Jagruti khabar
    ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.