logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଗୋଛିଦା ତେଘରି ପଞ୍ଚାୟତ ଅଧୀନ ଶ୍ୟାମାନନ୍ଦିପୁରସ୍ଥିତ ପିଏମଶ୍ରୀ ଡିଟିଏଲକେ ହାଇସ୍କୁଲରେ ଗତ ସୋମବାର, ଜୁନ ୨୨ ତାରିଖରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଶୋକ କୁମାର ପାତ୍ର ସଞ୍ଚାଳନ କରିଥିଲେ। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁବାସ ଦାସ, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ରାଜେଶ୍ୱରୀ କାମିଳା ଏବଂ ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟ ରାଧାଶ୍ୟାମ ଦେ, ପ୍ରଧାନ ଶିକ୍ଷକ ଗୌର ଗୋପାଳ ପ୍ରଧାନ, ସାମ୍ବାଦିକ ଅନନ୍ତ କୁମାର ପ୍ରଧାନ, ଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା ଓ ଜୟକୃଷ୍ଣ ଆଇଚ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜଣେ ଆଦର୍ଶ ଛାତ୍ର ଗଠନ କରିବାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ପରିବାରର ଅବଦାନ ଅତୁଳନୀୟ। ଏହି ଅବସରରେ ଚଳିତ ବର୍ଷ ବିଦ୍ୟାଳୟର ୫ ଜଣ ମାଟ୍ରିକ ମହକ, ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨ ଜଣ ଏବଂ ନିମ୍ସ ପରୀକ୍ଷାରେ କୃତୀ ହୋଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ନନ୍ଦ ଦୁଲାଲ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଜିତ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ।

1 hr ago
user_ଶିଶିର କୁମାର ପ୍ରଧାନ
ଶିଶିର କୁମାର ପ୍ରଧାନ
ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
1 hr ago
01631b03-016b-4c1e-85c8-b19a6fc38c10

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଗୋଛିଦା ତେଘରି ପଞ୍ଚାୟତ ଅଧୀନ ଶ୍ୟାମାନନ୍ଦିପୁରସ୍ଥିତ ପିଏମଶ୍ରୀ ଡିଟିଏଲକେ ହାଇସ୍କୁଲରେ ଗତ ସୋମବାର, ଜୁନ ୨୨ ତାରିଖରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଶୋକ କୁମାର ପାତ୍ର ସଞ୍ଚାଳନ କରିଥିଲେ। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁବାସ ଦାସ, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ରାଜେଶ୍ୱରୀ କାମିଳା ଏବଂ ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟ ରାଧାଶ୍ୟାମ ଦେ, ପ୍ରଧାନ ଶିକ୍ଷକ ଗୌର ଗୋପାଳ ପ୍ରଧାନ, ସାମ୍ବାଦିକ ଅନନ୍ତ କୁମାର ପ୍ରଧାନ, ଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା ଓ ଜୟକୃଷ୍ଣ ଆଇଚ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜଣେ ଆଦର୍ଶ ଛାତ୍ର ଗଠନ କରିବାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ପରିବାରର ଅବଦାନ ଅତୁଳନୀୟ। ଏହି ଅବସରରେ ଚଳିତ ବର୍ଷ ବିଦ୍ୟାଳୟର ୫ ଜଣ ମାଟ୍ରିକ ମହକ, ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨ ଜଣ ଏବଂ ନିମ୍ସ ପରୀକ୍ଷାରେ କୃତୀ ହୋଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ନନ୍ଦ ଦୁଲାଲ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଜିତ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ଭୋଗରାଇର ଦେହୁର୍ଦ୍ଦା ସ୍ଥିତ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଅନନ୍ତ ଦାସଙ୍କ ବାସଭବନରେ ରବିବାର ଦିନ (ଜୁନ୍ ୨୧) ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ପୁତ୍ର ଇଂ ଅଭିଜିତ ଦାସ ଘୋଷଣା କରିଛନ୍ତି ଯେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଏବେ ୪ ଲେନ୍ ବିଶିଷ୍ଟ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ, ଅଭିଜିତ ଦାସ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଦାବିକୁ ଦୃଢ଼ ବିରୋଧ କରିଛନ୍ତି, ଯିଏ କମର୍ଦ୍ଦା ଡାକବଙ୍ଗଳାରେ ଜୁନ୍ ୧୧ରେ ହୋଇଥିବା ଏକ ବୈଠକରେ ଏହି ରାସ୍ତାକୁ ତାଙ୍କ ଚିଠି ଅନୁଯାୟୀ ରାଜ୍ୟ ସରକାର ନବୀକରଣ କରୁଥିବା ଦାବି କରିଥିଲେ। ଇଂ ଅଭିଜିତ ଦାସ ବିଧାୟକଙ୍କୁ 'ଅସତ୍ୟର ପ୍ରତୀକ' ବୋଲି କହିବା ସହ ସେ ଭୋଗରାଇବାସୀଙ୍କୁ ମିଛ କହି ଭ୍ରମିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଇଂ ଅଭିଜିତ ଦାସଙ୍କ ମତରେ, ଭୋଗରାଇର 'ବିଶ୍ୱକର୍ମା' ତଥା 'ଜୀବନରେଖା' ଭାବରେ ପରିଚିତ ତାଙ୍କ ପିତା, ପୂର୍ବତନ ବିଧାୟକ ସ୍ବର୍ଗତଃ ଅନନ୍ତ ଦାସ, ଏହି ରାଜ୍ୟ ରାଜପଥକୁ ଚାରି ଲେନ୍ ବିଶିଷ୍ଟ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ୨୦୦୫ ମସିହାରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ, ଯାହାକୁ ତତ୍କାଳୀନ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ପରେ ୨୦୧୩ ମସିହାରେ କେନ୍ଦ୍ର ସରକାର ଦାବିକୁ ମୋହର ମାରିଥିଲେ ମଧ୍ୟ କାର୍ଯ୍ୟକାରୀ କରି ନଥିଲେ। କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ୨୦୨୩ ମସିହାରେ ଅନନ୍ତ ଦାସ ପୁନର୍ବାର କ୍ଷୋଭର ସହ ଚିଠି ଲେଖି ତୁରନ୍ତ ରାସ୍ତା ନବୀକରଣ ପାଇଁ ଦାବି କରିଥିଲେ। ତାଙ୍କ ଦାବିକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଦୀର୍ଘ ଦିନର ସର୍ଭେ ଶେଷ ହେବା ପରେ ଏହି ରାସ୍ତା ନବୀକରଣ ହେବାକୁ ଯାଉଛି। ଅଭିଜିତ ଦାସ ସ୍ପଷ୍ଟ କରିଛନ୍ତି ଯେ ଏହି ରାସ୍ତା ନବୀକରଣରେ ପୂର୍ବତନ ବିଧାୟକ ଓ ସମସ୍ତ ଭୋଗରାଇବାସୀଙ୍କ ସହଯୋଗ ରହିଛି। ଏହି ଅନ୍ତଃରାଜ୍ୟ ରାସ୍ତାଟି ବାବା ଚନ୍ଦନେଶ୍ୱର ମନ୍ଦିର, ଉଦୟପୁର ଓ ତାଳସାରି ବେଳାଭୂମି ସହିତ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଭୋଗରାଇ ଅଞ୍ଚଳର କୃଷିଜାତ ଦ୍ରବ୍ୟ, ମତ୍ସ୍ୟ ଓ ପାନ ସାମଗ୍ରୀର ରପ୍ତାନୀ ପାଇଁ ମଧ୍ୟ ଏହି ରାସ୍ତା ବିଶେଷ ମହତ୍ତ୍ୱ ବହନ କରେ। ଦୀର୍ଘ ଦିନ ହେଲା ଏହି ସଂକୀର୍ଣ୍ଣ ରାଜ୍ୟ ରାଜପଥଟି ଶୋଚନୀୟ ଅବସ୍ଥାରେ ରହିଥିଲା। ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୮୫ କୋଟି ଟଙ୍କା ଅନୁମୋଦିତ ହୋଇଛି। ଅନନ୍ତ ଦାସ ଫାଉଣ୍ଡେସନର ସଭାପତି ଇଂ ଅଭିଜିତ ଦାସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବର୍ତ୍ତମାନର ବିଧାୟକଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଏହି ରାସ୍ତା କାର୍ଯ୍ୟକୁ ନେଇ ଭୋଗରାଇବାସୀଙ୍କୁ ଭ୍ରମିତ କରି ଅସତ୍ୟ ନକହି ହୀନ ରାଜନୀତିରୁ ବିରତ ରୁହନ୍ତୁ।
    1
    ଭୋଗରାଇର ଦେହୁର୍ଦ୍ଦା ସ୍ଥିତ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଅନନ୍ତ ଦାସଙ୍କ ବାସଭବନରେ ରବିବାର ଦିନ (ଜୁନ୍ ୨୧) ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ପୁତ୍ର ଇଂ ଅଭିଜିତ ଦାସ ଘୋଷଣା କରିଛନ୍ତି ଯେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଏବେ ୪ ଲେନ୍ ବିଶିଷ୍ଟ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ, ଅଭିଜିତ ଦାସ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଦାବିକୁ ଦୃଢ଼ ବିରୋଧ କରିଛନ୍ତି, ଯିଏ କମର୍ଦ୍ଦା ଡାକବଙ୍ଗଳାରେ ଜୁନ୍ ୧୧ରେ ହୋଇଥିବା ଏକ ବୈଠକରେ ଏହି ରାସ୍ତାକୁ ତାଙ୍କ ଚିଠି ଅନୁଯାୟୀ ରାଜ୍ୟ ସରକାର ନବୀକରଣ କରୁଥିବା ଦାବି କରିଥିଲେ। ଇଂ ଅଭିଜିତ ଦାସ ବିଧାୟକଙ୍କୁ 'ଅସତ୍ୟର ପ୍ରତୀକ' ବୋଲି କହିବା ସହ ସେ ଭୋଗରାଇବାସୀଙ୍କୁ ମିଛ କହି ଭ୍ରମିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଇଂ ଅଭିଜିତ ଦାସଙ୍କ ମତରେ, ଭୋଗରାଇର 'ବିଶ୍ୱକର୍ମା' ତଥା 'ଜୀବନରେଖା' ଭାବରେ ପରିଚିତ ତାଙ୍କ ପିତା, ପୂର୍ବତନ ବିଧାୟକ ସ୍ବର୍ଗତଃ ଅନନ୍ତ ଦାସ, ଏହି ରାଜ୍ୟ ରାଜପଥକୁ ଚାରି ଲେନ୍ ବିଶିଷ୍ଟ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ୨୦୦୫ ମସିହାରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ, ଯାହାକୁ ତତ୍କାଳୀନ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ପରେ ୨୦୧୩ ମସିହାରେ କେନ୍ଦ୍ର ସରକାର ଦାବିକୁ ମୋହର ମାରିଥିଲେ ମଧ୍ୟ କାର୍ଯ୍ୟକାରୀ କରି ନଥିଲେ। କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ୨୦୨୩ ମସିହାରେ ଅନନ୍ତ ଦାସ ପୁନର୍ବାର କ୍ଷୋଭର ସହ ଚିଠି ଲେଖି ତୁରନ୍ତ ରାସ୍ତା ନବୀକରଣ ପାଇଁ ଦାବି କରିଥିଲେ। ତାଙ୍କ ଦାବିକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଦୀର୍ଘ ଦିନର ସର୍ଭେ ଶେଷ ହେବା ପରେ ଏହି ରାସ୍ତା ନବୀକରଣ ହେବାକୁ ଯାଉଛି। ଅଭିଜିତ ଦାସ ସ୍ପଷ୍ଟ କରିଛନ୍ତି ଯେ ଏହି ରାସ୍ତା ନବୀକରଣରେ ପୂର୍ବତନ ବିଧାୟକ ଓ ସମସ୍ତ ଭୋଗରାଇବାସୀଙ୍କ ସହଯୋଗ ରହିଛି।

ଏହି ଅନ୍ତଃରାଜ୍ୟ ରାସ୍ତାଟି ବାବା ଚନ୍ଦନେଶ୍ୱର ମନ୍ଦିର, ଉଦୟପୁର ଓ ତାଳସାରି ବେଳାଭୂମି ସହିତ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଭୋଗରାଇ ଅଞ୍ଚଳର କୃଷିଜାତ ଦ୍ରବ୍ୟ, ମତ୍ସ୍ୟ ଓ ପାନ ସାମଗ୍ରୀର ରପ୍ତାନୀ ପାଇଁ ମଧ୍ୟ ଏହି ରାସ୍ତା ବିଶେଷ ମହତ୍ତ୍ୱ ବହନ କରେ। ଦୀର୍ଘ ଦିନ ହେଲା ଏହି ସଂକୀର୍ଣ୍ଣ ରାଜ୍ୟ ରାଜପଥଟି ଶୋଚନୀୟ ଅବସ୍ଥାରେ ରହିଥିଲା। ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୮୫ କୋଟି ଟଙ୍କା ଅନୁମୋଦିତ ହୋଇଛି।

ଅନନ୍ତ ଦାସ ଫାଉଣ୍ଡେସନର ସଭାପତି ଇଂ ଅଭିଜିତ ଦାସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବର୍ତ୍ତମାନର ବିଧାୟକଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଏହି ରାସ୍ତା କାର୍ଯ୍ୟକୁ ନେଇ ଭୋଗରାଇବାସୀଙ୍କୁ ଭ୍ରମିତ କରି ଅସତ୍ୟ ନକହି ହୀନ ରାଜନୀତିରୁ ବିରତ ରୁହନ୍ତୁ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    22 hrs ago
  • ସିମୁଳିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ସିମୁଳିଆରେ ଏକ କୃଷି ଆଲୋଚନା ଓ କର୍ମଶାଳା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ କୃଷକମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା।
    1
    ସିମୁଳିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ସିମୁଳିଆରେ ଏକ କୃଷି ଆଲୋଚନା ଓ କର୍ମଶାଳା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ କୃଷକମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା।
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    20 hrs ago
  • ବାଲେଶ୍ୱର ଜିଲ୍ଲାର ଚଷାଖଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରେମୁଣା ବ୍ଲକର ୱାର୍ଡ ନମ୍ବର ୧୫ ଅଧୀନରେ ଥିବା ଟ୍ରିଭଙ୍ଗିପୂର ଗ୍ରାମବାସୀମାନେ ସେମାନଙ୍କ ଗ୍ରାମର ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥା ନେଇ ଅଭିଯୋଗ କରିଛନ୍ତି। ଗ୍ରାମର ରାସ୍ତାଗୁଡ଼ିକ ଏପରି ଖରାପ ହୋଇପଡ଼ିଛି ଯେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲ, ଢିପ ଏବଂ କାଦୁଅ ଭରି ରହିଛି, ଯାହା ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଖରାପ ରାସ୍ତା ଯୋଗୁଁ ଗ୍ରାମର ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନୱାଡି ଯିବାକୁ ମନା କରୁଛନ୍ତି। ଗ୍ରାମରେ କୌଣସି ରୋଗୀ ଗୁରୁତର ହେଲେ, ତାଙ୍କୁ ସମୟରେ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହେଉଛି, କାରଣ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ଆସିପାରୁ ନାହିଁ। ରୋଗୀଙ୍କୁ କିଛି ଦୂର ପର୍ଯ୍ୟନ୍ତ ବୋହି ନେବା ପରେ ହିଁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇପାରୁଛି। ବର୍ଷା ଦିନେ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗାଁରେ ୱାର୍ଡମେମ୍ବର ଥିବା ସତ୍ତ୍ୱେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ଜଣେ ୨୧ ବର୍ଷର ନାଗରିକ ହିସାବରେ ନିଜ ଅଧିକାରକୁ ଜାହିର କରି ସେ ନ୍ୟାୟ ଓ ଗ୍ରାମର ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସେ କହିଛନ୍ତି ଯେ ପାଠ ପଢୁଥିବା ପିଲାମାନେ ସେମାନଙ୍କ ସାଙ୍ଗସାଥୀଙ୍କୁ ଗାଁକୁ ଆଣିବାକୁ ଲଜ୍ଜା ଅନୁଭବ କରୁଛନ୍ତି, କାରଣ ସେମାନେ ଗାଁର ଅବସ୍ଥାକୁ ନେଇ ତାତ୍ସଲ୍ୟ କରୁଛନ୍ତି। ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ଗ୍ରାମର ଉନ୍ନତି ହେଉ। ଏହି ଅଭିଯୋଗ ସହିତ ଗ୍ରାମର କିଛି ମହିଳା ଓ ଯୁବକମାନଙ୍କ ସମ୍ବନ୍ଧିତ ଦୃଶ୍ୟ ମଧ୍ୟ ଦେଖାଯାଇଛି।
    2
    ବାଲେଶ୍ୱର ଜିଲ୍ଲାର ଚଷାଖଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରେମୁଣା ବ୍ଲକର ୱାର୍ଡ ନମ୍ବର ୧୫ ଅଧୀନରେ ଥିବା ଟ୍ରିଭଙ୍ଗିପୂର ଗ୍ରାମବାସୀମାନେ ସେମାନଙ୍କ ଗ୍ରାମର ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥା ନେଇ ଅଭିଯୋଗ କରିଛନ୍ତି। ଗ୍ରାମର ରାସ୍ତାଗୁଡ଼ିକ ଏପରି ଖରାପ ହୋଇପଡ଼ିଛି ଯେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲ, ଢିପ ଏବଂ କାଦୁଅ ଭରି ରହିଛି, ଯାହା ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିଛି।

ଏହି ଖରାପ ରାସ୍ତା ଯୋଗୁଁ ଗ୍ରାମର ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନୱାଡି ଯିବାକୁ ମନା କରୁଛନ୍ତି। ଗ୍ରାମରେ କୌଣସି ରୋଗୀ ଗୁରୁତର ହେଲେ, ତାଙ୍କୁ ସମୟରେ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହେଉଛି, କାରଣ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ଆସିପାରୁ ନାହିଁ। ରୋଗୀଙ୍କୁ କିଛି ଦୂର ପର୍ଯ୍ୟନ୍ତ ବୋହି ନେବା ପରେ ହିଁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇପାରୁଛି। ବର୍ଷା ଦିନେ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗାଁରେ ୱାର୍ଡମେମ୍ବର ଥିବା ସତ୍ତ୍ୱେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ଜଣେ ୨୧ ବର୍ଷର ନାଗରିକ ହିସାବରେ ନିଜ ଅଧିକାରକୁ ଜାହିର କରି ସେ ନ୍ୟାୟ ଓ ଗ୍ରାମର ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସେ କହିଛନ୍ତି ଯେ ପାଠ ପଢୁଥିବା ପିଲାମାନେ ସେମାନଙ୍କ ସାଙ୍ଗସାଥୀଙ୍କୁ ଗାଁକୁ ଆଣିବାକୁ ଲଜ୍ଜା ଅନୁଭବ କରୁଛନ୍ତି, କାରଣ ସେମାନେ ଗାଁର ଅବସ୍ଥାକୁ ନେଇ ତାତ୍ସଲ୍ୟ କରୁଛନ୍ତି। ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ଗ୍ରାମର ଉନ୍ନତି ହେଉ। ଏହି ଅଭିଯୋଗ ସହିତ ଗ୍ରାମର କିଛି ମହିଳା ଓ ଯୁବକମାନଙ୍କ ସମ୍ବନ୍ଧିତ ଦୃଶ୍ୟ ମଧ୍ୟ ଦେଖାଯାଇଛି।
    user_Pramod ku. Samal
    Pramod ku. Samal
    ରୁପ୍ସା, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ଓଡ଼ିଶାରେ ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାକୁ ଗ୍ରାମବାସୀମାନେ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ଏକ ଶବକୁ ରାସ୍ତା ଉପରେ ରଖି ଏହି ରାସ୍ତାରୋକ କରିଛନ୍ତି।
    1
    ଓଡ଼ିଶାରେ ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାକୁ ଗ୍ରାମବାସୀମାନେ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ଏକ ଶବକୁ ରାସ୍ତା ଉପରେ ରଖି ଏହି ରାସ୍ତାରୋକ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ମାଣିତ୍ରି ଗ୍ରାମ ପଞ୍ଚାୟତର ୧୧ ନମ୍ବର ୱାର୍ଡ ଅଧୀନରେ ଥିବା ଚନ୍ଦନପୁର ଗ୍ରାମର ଶେଷ ମୁଣ୍ଡରେ ଏକ ପାଣି ପାଇପ ଫାଟିଯାଇଛି। ଏହି ପାଇପ ଫାଟିବା ଯୋଗୁଁ ରାସ୍ତା ମଝିରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି, ଫଳରେ ଯାତାୟାତ କରୁଥିବା ଲୋକଙ୍କୁ ପ୍ରବଳ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସ୍ଥାନୀୟ ଲୋକେ ଏହି ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣି ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଅନୁରୋଧ କରିଛନ୍ତି।
    1
    ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ମାଣିତ୍ରି ଗ୍ରାମ ପଞ୍ଚାୟତର ୧୧ ନମ୍ବର ୱାର୍ଡ ଅଧୀନରେ ଥିବା ଚନ୍ଦନପୁର ଗ୍ରାମର ଶେଷ ମୁଣ୍ଡରେ ଏକ ପାଣି ପାଇପ ଫାଟିଯାଇଛି। ଏହି ପାଇପ ଫାଟିବା ଯୋଗୁଁ ରାସ୍ତା ମଝିରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି, ଫଳରେ ଯାତାୟାତ କରୁଥିବା ଲୋକଙ୍କୁ ପ୍ରବଳ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସ୍ଥାନୀୟ ଲୋକେ ଏହି ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣି ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଅନୁରୋଧ କରିଛନ୍ତି।
    user_Baikuntha Barik
    Baikuntha Barik
    ଖଇରା, ବାଲେଶ୍ୱର, ଓଡ଼ିଶା•
    8 hrs ago
  • odia... song bhauja... 👌🌹🌹video.. kamiti. laguchi. commant.. koribo rk 🙏🙏🙏chanal
    1
    odia... song bhauja... 👌🌹🌹video.. kamiti. laguchi. commant.. koribo
rk 🙏🙏🙏chanal
    user_Rabindra Khilar
    Rabindra Khilar
    Mechanic ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    13 hrs ago
  • ଆଜି ବାରିପଦା ଷ୍ଟାଡିୟମଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ନିଜେ ଯୋଗାଭ୍ୟାସରେ ସାମିଲ ହୋଇଥିଲେ ଏବଂ ବୟସ୍କ, ଯୁବ ଓ ଛାତ୍ରଛାତ୍ରୀ ସମସ୍ତଙ୍କୁ ସୁସ୍ଥ, ନିରୋଗ ଓ ଚାପମୁକ୍ତ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ କରିଥିଲେ। ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଉପରେ ଆଲୋକପାତ କରି ମନ୍ତ୍ରୀ ମତ ଦେଇଥିଲେ ଯେ, ବଢ଼ୁଥିବା ବୟସ ସହିତ ଦେଖାଦେଉଥିବା ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣ ଭଳି ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସହଜ ସମାଧାନ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ସେ ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତାକୁ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ବର୍ଣ୍ଣନା କରିଥିଲେ। ଏଥିସହ, ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ତଥା ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଯୋଗ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିପାରିଛି ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଜିଲ୍ଲାପାଳ ଶ୍ରୀ ହେମାକାନ୍ତ ସଏ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଠପାଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଓ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହାସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ଶିବିର, ସ୍ୱାମୀ ବିବେକାନନ୍ଦ ଯୋଗ ସଂଗଠନ, ଆର୍ଟ ଅଫ ଲିଭିଂ ସଂଗଠନ, କ୍ରୀଡ଼ା ଛାତ୍ରାବାସ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବୟୋଜ୍ୟେଷ୍ଠ ନାଗରିକ, ବାରିପଦା କ୍ରୀଡ଼ା ସଂସ୍ଥାର କର୍ମକର୍ତ୍ତା ଓ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦାନ କରିଥିଲେ। ଅବସରପ୍ରାପ୍ତ ବରିଷ୍ଠ ଆଥଲେଟିକ୍ କୋଚ୍ ଶ୍ରୀ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ଶୁଭାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ଏହାର ଆୟୋଜନ କରାଯାଇଥିଲା। ଏହି ଯୋଗ ଦିବସ ସମାରୋହ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି, ମୟୂରଭଞ୍ଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।
    3
    ଆଜି ବାରିପଦା ଷ୍ଟାଡିୟମଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ନିଜେ ଯୋଗାଭ୍ୟାସରେ ସାମିଲ ହୋଇଥିଲେ ଏବଂ ବୟସ୍କ, ଯୁବ ଓ ଛାତ୍ରଛାତ୍ରୀ ସମସ୍ତଙ୍କୁ ସୁସ୍ଥ, ନିରୋଗ ଓ ଚାପମୁକ୍ତ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ କରିଥିଲେ।

ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଉପରେ ଆଲୋକପାତ କରି ମନ୍ତ୍ରୀ ମତ ଦେଇଥିଲେ ଯେ, ବଢ଼ୁଥିବା ବୟସ ସହିତ ଦେଖାଦେଉଥିବା ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣ ଭଳି ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସହଜ ସମାଧାନ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ସେ ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତାକୁ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ବର୍ଣ୍ଣନା କରିଥିଲେ। ଏଥିସହ, ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ତଥା ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଯୋଗ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିପାରିଛି ବୋଲି ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଜିଲ୍ଲାପାଳ ଶ୍ରୀ ହେମାକାନ୍ତ ସଏ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଠପାଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଓ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହାସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ଶିବିର, ସ୍ୱାମୀ ବିବେକାନନ୍ଦ ଯୋଗ ସଂଗଠନ, ଆର୍ଟ ଅଫ ଲିଭିଂ ସଂଗଠନ, କ୍ରୀଡ଼ା ଛାତ୍ରାବାସ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବୟୋଜ୍ୟେଷ୍ଠ ନାଗରିକ, ବାରିପଦା କ୍ରୀଡ଼ା ସଂସ୍ଥାର କର୍ମକର୍ତ୍ତା ଓ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦାନ କରିଥିଲେ।

ଅବସରପ୍ରାପ୍ତ ବରିଷ୍ଠ ଆଥଲେଟିକ୍ କୋଚ୍ ଶ୍ରୀ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ଶୁଭାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ଏହାର ଆୟୋଜନ କରାଯାଇଥିଲା। ଏହି ଯୋଗ ଦିବସ ସମାରୋହ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି, ମୟୂରଭଞ୍ଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • ଭୋଗରାଇର କେନ୍ଦ୍ରସ୍ଥଳ ଥାନା ସମ୍ମୁଖ ହ୍ୟାଲିପେଡ ପଡ଼ିଆରେ ଅନୁଷ୍ଠିତ ଗ୍ରାମୀଣ ମହୋତ୍ସବ ମଞ୍ଚରେ ପେଟ୍ରୋଲ ପିଇ ଭୟଙ୍କର ନିଆଁ ଖେଳ ଏବଂ ମୁଣ୍ଡରେ ଇଟା ରଖି ହାତୁଡ଼ିରେ ଭାଙ୍ଗିବା ଭଳି ବିଚିତ୍ର ତଥା ମରଣାନ୍ତକ ପ୍ରଦର୍ଶନର ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ମହୋତ୍ସବରେ କଳାକାରମାନେ ବୋତଲ ବୋତଲ ପେଟ୍ରୋଲ ପିଇ ନିଆଁ ଖେଳ ପ୍ରଦର୍ଶନ କରିବା ସହ ମୁଣ୍ଡରେ ଇଟା ରଖି ହାତୁଡ଼ିରେ ପ୍ରହାର କରି ଭାଙ୍ଗୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଚୈତ୍ର ମାସର ଚନ୍ଦନେଶ୍ୱର ଚଡ଼କ ପର୍ବରେ ଅଘୋରି ନୃତ୍ୟ କଳାକାରଙ୍କ ପେଟ୍ରୋଲ ନିଆଁ ଖେଳରେ ୧୫ରୁ ଅଧିକ ଆହତ ହେବା ସହ ଦୁଇ ଭକ୍ତ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ଭିଡିଓ ଭାଇରାଲ ପରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଭୋଗରାଇ ତହସିଲଦାରଙ୍କୁ ମେଳା ପରିଚାଳନା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଦୈତାରି ନାୟକଙ୍କ କହିବାନୁସାରେ, ବାଲେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର କେବଳ ମେଳା ପାଇଁ ସ୍ଥାନର ଅନୁମତି ଦେଇଥିଲେ। ସେହିପରି, ଅଗ୍ନିଶମ ବିଭାଗ ମଧ୍ୟ ମିନା ବଜାର, ବ୍ରେକ ଡ୍ୟାନ୍ସ, ଡ୍ରାଗନ ଟ୍ରେନ, ଜଳ ପରି ଏବଂ ହସ୍ତଶିଳ୍ପକୁ ଅନୁମତି ପ୍ରଦାନ କରିଛି। ତେବେ, ପେଟ୍ରୋଲ ପିଇ ଏଭଳି ଭୟଙ୍କର ନିଆଁ ଖେଳ ଏବଂ ମୁଣ୍ଡରେ ଇଟା ରଖି ହାତୁଡ଼ିରେ ପ୍ରହାର ଭଳି ମରଣାନ୍ତକ ଖେଳ ପ୍ରଦର୍ଶନକୁ କୌଣସି ଅନୁମତି ଦିଆଯାଇ ନଥିଲା ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥିତିରେ, ଜଣେ ବଙ୍ଗୀୟ ବ୍ୟକ୍ତି ଶ୍ରୀକାନ୍ତ ମିଦ୍ୟାଙ୍କ ଦ୍ୱାରା ପରିଚାଳିତ ଏହି ମହୋତ୍ସବରେ କାହା ଅନୁମତିରେ ଏହି ଭୟଙ୍କର ତଥା ମରଣାନ୍ତକ ଖେଳ ପ୍ରଦର୍ଶିତ ହେଉଛି, ତାହାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। ବୁଦ୍ଧିଜୀବୀ ମହଲରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
    2
    ଭୋଗରାଇର କେନ୍ଦ୍ରସ୍ଥଳ ଥାନା ସମ୍ମୁଖ ହ୍ୟାଲିପେଡ ପଡ଼ିଆରେ ଅନୁଷ୍ଠିତ ଗ୍ରାମୀଣ ମହୋତ୍ସବ ମଞ୍ଚରେ ପେଟ୍ରୋଲ ପିଇ ଭୟଙ୍କର ନିଆଁ ଖେଳ ଏବଂ ମୁଣ୍ଡରେ ଇଟା ରଖି ହାତୁଡ଼ିରେ ଭାଙ୍ଗିବା ଭଳି ବିଚିତ୍ର ତଥା ମରଣାନ୍ତକ ପ୍ରଦର୍ଶନର ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏହି ମହୋତ୍ସବରେ କଳାକାରମାନେ ବୋତଲ ବୋତଲ ପେଟ୍ରୋଲ ପିଇ ନିଆଁ ଖେଳ ପ୍ରଦର୍ଶନ କରିବା ସହ ମୁଣ୍ଡରେ ଇଟା ରଖି ହାତୁଡ଼ିରେ ପ୍ରହାର କରି ଭାଙ୍ଗୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଚୈତ୍ର ମାସର ଚନ୍ଦନେଶ୍ୱର ଚଡ଼କ ପର୍ବରେ ଅଘୋରି ନୃତ୍ୟ କଳାକାରଙ୍କ ପେଟ୍ରୋଲ ନିଆଁ ଖେଳରେ ୧୫ରୁ ଅଧିକ ଆହତ ହେବା ସହ ଦୁଇ ଭକ୍ତ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ।

ଭିଡିଓ ଭାଇରାଲ ପରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଭୋଗରାଇ ତହସିଲଦାରଙ୍କୁ ମେଳା ପରିଚାଳନା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଦୈତାରି ନାୟକଙ୍କ କହିବାନୁସାରେ, ବାଲେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର କେବଳ ମେଳା ପାଇଁ ସ୍ଥାନର ଅନୁମତି ଦେଇଥିଲେ। ସେହିପରି, ଅଗ୍ନିଶମ ବିଭାଗ ମଧ୍ୟ ମିନା ବଜାର, ବ୍ରେକ ଡ୍ୟାନ୍ସ, ଡ୍ରାଗନ ଟ୍ରେନ, ଜଳ ପରି ଏବଂ ହସ୍ତଶିଳ୍ପକୁ ଅନୁମତି ପ୍ରଦାନ କରିଛି। ତେବେ, ପେଟ୍ରୋଲ ପିଇ ଏଭଳି ଭୟଙ୍କର ନିଆଁ ଖେଳ ଏବଂ ମୁଣ୍ଡରେ ଇଟା ରଖି ହାତୁଡ଼ିରେ ପ୍ରହାର ଭଳି ମରଣାନ୍ତକ ଖେଳ ପ୍ରଦର୍ଶନକୁ କୌଣସି ଅନୁମତି ଦିଆଯାଇ ନଥିଲା ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି।

ଏଭଳି ସ୍ଥିତିରେ, ଜଣେ ବଙ୍ଗୀୟ ବ୍ୟକ୍ତି ଶ୍ରୀକାନ୍ତ ମିଦ୍ୟାଙ୍କ ଦ୍ୱାରା ପରିଚାଳିତ ଏହି ମହୋତ୍ସବରେ କାହା ଅନୁମତିରେ ଏହି ଭୟଙ୍କର ତଥା ମରଣାନ୍ତକ ଖେଳ ପ୍ରଦର୍ଶିତ ହେଉଛି, ତାହାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। ବୁଦ୍ଧିଜୀବୀ ମହଲରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.