ତାଳଚେର ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତା ନିର୍ବାଚନର ଫଳାଫଳ ଘୋଷଣା ତାଳଚେର :- ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି l ଗତ ୨୭ ତାରିଖ ଦିନ ହାତତୋଟା ସ୍ଥିତ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ବାଲାଟ ଦ୍ୱାରା ଭୋଟଗ୍ରହଣ ହୋଇଥିଲା l ତାପର ଦିନ ଅର୍ଥାତ ୨୮ ରିଖରେ ଭୋଟ ଗଣତି ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି l ମୋଟ ୧୩୨୪ ଜଣ ଭୋଟରଙ୍କ ମଧ୍ୟରୁ ୧୦୬୩ ଜଣ ଭୋଟ ପ୍ରଦାନ କରିଥିଲେ l ସଭାପତି ଭାବରେ ଦିଲ୍ଲୀପ ପାଣି, ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ଜିତେନ୍ଦ୍ର ଭୂତିଆ ପ୍ରତିଦ୍ବନ୍ଦିତା କରିଥିଲେ l ସେମାନଙ୍କ ମଧ୍ୟରୁ ବିଜୟୀ ସଭାପତି ଭାବରେ ଦିଲ୍ଲୀପ କୁମାର ପାଣି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜିତେନ୍ଦ୍ର କୁମାର ଭୂତିଆଙ୍କ ଠାରୁ ୪୬୭ ଖଣ୍ଡ ଭୋଟ ବ୍ୟବଧାନରେ ଜୟଯୁକ୍ତ କରିଛନ୍ତି l ଶ୍ରୀ ପାଣି ୭୨୧ ଖଣ୍ଡ ଭୋଟ ପାଇଥିବା ବେଳେ ଜୀତେନ୍ଦ୍ର ଭୂତିଆ ୨୫୪ ଖଣ୍ଡ ଭୋଟ ପାଇଥିଲେ ଏବଂ ପୂର୍ଣ୍ଣ ଚନ୍ଦ୍ର ସାହୁ ମାତ୍ର ୩୦ ଖଣ୍ଡ ଭୋଟ ପାଇଥିଲେ l ସେହିପରି ସାଧାରଣ ସମ୍ପାଦକ ଭାବରେ ପ୍ରକାଶ ଚନ୍ଦ୍ର ମହାରଣା ୬୧୧ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୪୨୪ ଖଣ୍ଡ ଭୋଟ ଅଧିକ ପାଇ ଜୟଯୁକ୍ତ ହୋଇଛନ୍ତି l ସେହିପରି କାର୍ଯ୍ୟକାରୀ ସଭାପତି ଭାବରେ ନିରଞ୍ଜନ ପ୍ରଧାନ, ଉପ-ସଭାପତି ଭାବରେ ୩ଜଣ ବିଜୟୀ ହେଲେ ଅମୁଲ୍ୟ ରତ୍ନ ଭୂତିଆ, ଅର୍ଜୁନ କୁମାର ସାହୁ, ଶ୍ରୀହରି ସେଠି, ସହ ସମ୍ପାଦକ ଭାବରେ ଜିତେନ୍ଦ୍ର କୁମାର ରାଉତ, ସୁବ୍ରତ ସାହୁ, ଦିବ୍ୟରଞ୍ଜନ ଗଡ଼ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ସୁରେଶ ଚନ୍ଦ୍ର ସାହୁ, ଅର୍ଜୁନ ପ୍ରଧାନ, ଗଣେଶ୍ୱର ଶତପଥି, ବାପେନ୍ଦ୍ର ସିଂ, ମନୋରଞ୍ଜନ ଦାସ, ଏମଡି ସାଗିର, ରିପନ କୁମାର ସାହୁ, ଶ୍ରୀନିବାସ ପ୍ରଧାନ, ସୁଧୀର ରଞ୍ଜନ ପ୍ରଧାନ, କୋଷାଧକ୍ଷ ଭାବରେ ମଦନ ମୋହନ ମହାପାତ୍ର, ଅଡିଟର ଭାବରେ ସରୋଜ କୁମାର ସାହୁ ଜୟଯୁକ୍ତ କରିଛନ୍ତି l ଭୋଟ ଗଣତି ବେଳେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ନିୟୋଜିତ ହୋଇଥିବା ବେଳେ ବିପୁଳ ଭାବରେ ଟ୍ରକ ମାଲିକ ମାନେ ଉପସ୍ଥିତ ହୋଇ ସମସ୍ତ ବିଜୟୀ ପ୍ରାର୍ଥୀ ମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ଆସନ୍ତା ଦୁଇ ବର୍ଷ ପାଇଁ ଏହି କର୍ମକର୍ତ୍ତା ମାନେ କାର୍ଯ୍ୟ କରିବେ ବୋଲି ସଂଘ ପକ୍ଷରୁ ଜଣାପଡିଛି l

- ରାମେଶ୍ବରପୁର ଓଭର ବ୍ରିଜ ନିକଟରେ ଟ୍ରେନ ରେ କଟି ଜଣେ ଯୁବକ ମୃତ। ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଟାଉନ ଥାନା ବାଜିଚୌକ ନିକଟ ରାମେଶ୍ବରପୁର ଓଭର ବ୍ରିଜ ନିକଟ ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀରାମ ସାହୁଙ୍କ ପୁଅ ମନ ସାହୁ ବୋଲି ଜଣାପଡିଛି। କେଉଁ କାରଣରୁ ଟ୍ରେନରେ କଟି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। #fbpost2025シfbpost2025シ #postviralシfypシ゚viralシal #fblifestylechallenge #highlights2025 #fbpost2025シ #dhenkanal #facebookreelsviral #trendingpost Dhenkanal News DHENKANAL NEWS Dhenkanal Municipality1
- ବୌଦ୍ଧ: “SIR ମାମଲାରେ ବିଜେପି ପକ୍ଷରୁ ଆଲୋଚନା | BJP Statement on SIR | Breaking News” @ranjankumardash #boudh1
- ଜଙ୍ଗଲ ରେ ହେଲା viral ଭିଡ଼ିଓ1
- Post by User5115 Susanta Kumar Pattnaik1
- ରାଜଧାନୀ ରେ ଗଣ ଦୁଷ୍କର୍ମ1
- Post by Mir Nasuruddin4
- ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।1
- ଆଙ୍କୁନ ଗ୍ରାମରେ କଳାକାର ସମାବେଶ I @ranjankumardash #boudhnews1