“ପୃଥିବୀରେ ଗୁରୁ, ଶିଷ୍ୟର ସମ୍ପର୍କ ସର୍ବଶ୍ରେଷ୍ଠ” ଫୁଲବଣୀ ୨୦୦୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ : “ପୃଥିବୀରେ ଗୁରୁ, ଶିଷ୍ୟର ସମ୍ପର୍କ ସର୍ବଶ୍ରେଷ୍ଠ” ଭୋଗରାଇ,୧୦/୫ (ଶିଶିର କୁମାର ପ୍ରଧାନ) ପୃଥିବୀରେ ଗୁରୁ ଶିଷ୍ୟର ସମ୍ପର୍କ ସର୍ବଶ୍ରେଷ୍ଠ । ସେମାନଙ୍କ ମଧ୍ୟରେ ନା ଥାଏ କୌଣସି ଅବିଳତା, ପାଇବାର ଆଶା କିମ୍ବା ସ୍ୱାର୍ଥ । କେବଳ ପିଲାମାନଙ୍କ ଉତମ ଭବିଷ୍ୟତ ଗଠନ କରିବା ସେମାନଙ୍କ ଏକମାତ୍ର ଅସଲ ଉଦ୍ଦେଶ୍ୟ ବୋଲି ରବିବାର ଭୋଗରାଇର ଫୁଲବଣୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୨୦୦୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସମାରୋହରେ ମତ ପ୍ରକାଶ ପାଇଛି । ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବକୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶମ୍ଭୁନାଥ ଜେନା ପୌରୋହିତ୍ୟ କରିଥିଲେ। ଏଥିରେ ପ୍ରାକ୍ତନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ ଯୋଗଦେଇ ଆଦର୍ଶ ଗୁରୁହିଁ ଜଣେ ଉତମ ଛାତ୍ର ତିଆରି କରିଥାନ୍ତି । ତେବେ ଏବର ସମାଜରେ ଛାତ୍ର ଛାତ୍ରୀ ମାନେ ଗୁରୁଙ୍କୁ ମନେରଖି ସମ୍ମାନିତ କରିବା ବହୁ ବିରଳ କାର୍ଯ୍ୟ ବୋଲି କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶଶୀ ଭୂଷଣ ମହାନ୍ତି ପିଲାମାନେ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ବୈଦ୍ଧିକ ସମ୍ପତି । ସେମାନଙ୍କୁ ସୁନାଗରିକ ଭାବେ ପ୍ରତିଷ୍ଠିତ କରିବା ସହିତ ଭଲ ମଣିଷ ଭାବେ ଗଢିବା ହେଉଛି ବାପା,ମାଆ ଏବଂ ଶିକ୍ଷକ ମାନଙ୍କ କର୍ତବ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃତିବାସ ସୁର, ନନ୍ଦ ଦୁଲାଲ ବେଜ, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜନ ଦତ୍ତ, କମଳାକାନ୍ତ ଜେନା, ହିମାଂଶୁ ମହାପାତ୍ର, ହରିହର ପଣ୍ଡା, ରଜନୀକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ତତକାଳୀନ ସମୟରେ ଶିକ୍ଷାଦାନର ଅନୁଭୂତି ବଖାଣିବା ସହିତ ଛାତ୍ରଛାତ୍ରୀଙ୍କ ଉତ୍କଳ ଭବିଷ୍ୟତ କାମନା କରିଥିଲେ । ପ୍ରାକ୍ତନ ଛାତ୍ର ଗଗନ ଡଗରା ଅତିଥି ପରିଚୟ, ଡାକ୍ତର ସୁରେଶ ଚନ୍ଦ୍ର ପାଳ ପ୍ରାରମ୍ଭିକ ବକ୍ତବ୍ୟ ଓ ଶେଷରେ ଅଜିତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଛାତ୍ରୀ ରେବତୀ ପ୍ରଧାନ, ଜୟଗୁରୁ ପ୍ରଧାନ,ଆଦିତ୍ୟ ସାମଲ, ମମତା ଗିରି, ଅଶୋକ ମହାନ୍ତି, ସତ୍ୟବ୍ରତ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ମାନଙ୍କୁ ମାନପତ୍ର, ଉତରୀୟ ଓ ଉପଢୌକନ ପ୍ରଦାନ କରା ଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ସପରିବାରେ ଯୋଗଦାନ କରି ସେମାନଙ୍କ ଅନୁଭୂତି ବଖାଣି ଥିଲେ ।
“ପୃଥିବୀରେ ଗୁରୁ, ଶିଷ୍ୟର ସମ୍ପର୍କ ସର୍ବଶ୍ରେଷ୍ଠ” ଫୁଲବଣୀ ୨୦୦୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ : “ପୃଥିବୀରେ ଗୁରୁ, ଶିଷ୍ୟର ସମ୍ପର୍କ ସର୍ବଶ୍ରେଷ୍ଠ” ଭୋଗରାଇ,୧୦/୫ (ଶିଶିର କୁମାର ପ୍ରଧାନ) ପୃଥିବୀରେ ଗୁରୁ ଶିଷ୍ୟର ସମ୍ପର୍କ ସର୍ବଶ୍ରେଷ୍ଠ । ସେମାନଙ୍କ ମଧ୍ୟରେ ନା ଥାଏ କୌଣସି ଅବିଳତା, ପାଇବାର ଆଶା କିମ୍ବା ସ୍ୱାର୍ଥ । କେବଳ ପିଲାମାନଙ୍କ ଉତମ ଭବିଷ୍ୟତ ଗଠନ କରିବା ସେମାନଙ୍କ ଏକମାତ୍ର ଅସଲ ଉଦ୍ଦେଶ୍ୟ ବୋଲି ରବିବାର ଭୋଗରାଇର ଫୁଲବଣୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୨୦୦୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସମାରୋହରେ ମତ ପ୍ରକାଶ ପାଇଛି । ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବକୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶମ୍ଭୁନାଥ ଜେନା ପୌରୋହିତ୍ୟ କରିଥିଲେ। ଏଥିରେ ପ୍ରାକ୍ତନ
ଶିକ୍ଷକ ସୁବାସ ଚନ୍ଦ୍ର ଦାସ ଯୋଗଦେଇ ଆଦର୍ଶ ଗୁରୁହିଁ ଜଣେ ଉତମ ଛାତ୍ର ତିଆରି କରିଥାନ୍ତି । ତେବେ ଏବର ସମାଜରେ ଛାତ୍ର ଛାତ୍ରୀ ମାନେ ଗୁରୁଙ୍କୁ ମନେରଖି ସମ୍ମାନିତ କରିବା ବହୁ ବିରଳ କାର୍ଯ୍ୟ ବୋଲି କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶଶୀ ଭୂଷଣ ମହାନ୍ତି ପିଲାମାନେ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ବୈଦ୍ଧିକ ସମ୍ପତି । ସେମାନଙ୍କୁ ସୁନାଗରିକ ଭାବେ ପ୍ରତିଷ୍ଠିତ କରିବା ସହିତ ଭଲ ମଣିଷ ଭାବେ ଗଢିବା ହେଉଛି ବାପା,ମାଆ ଏବଂ ଶିକ୍ଷକ ମାନଙ୍କ କର୍ତବ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃତିବାସ ସୁର, ନନ୍ଦ ଦୁଲାଲ ବେଜ, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜନ ଦତ୍ତ, କମଳାକାନ୍ତ ଜେନା, ହିମାଂଶୁ ମହାପାତ୍ର,
ହରିହର ପଣ୍ଡା, ରଜନୀକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ତତକାଳୀନ ସମୟରେ ଶିକ୍ଷାଦାନର ଅନୁଭୂତି ବଖାଣିବା ସହିତ ଛାତ୍ରଛାତ୍ରୀଙ୍କ ଉତ୍କଳ ଭବିଷ୍ୟତ କାମନା କରିଥିଲେ । ପ୍ରାକ୍ତନ ଛାତ୍ର ଗଗନ ଡଗରା ଅତିଥି ପରିଚୟ, ଡାକ୍ତର ସୁରେଶ ଚନ୍ଦ୍ର ପାଳ ପ୍ରାରମ୍ଭିକ ବକ୍ତବ୍ୟ ଓ ଶେଷରେ ଅଜିତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଛାତ୍ରୀ ରେବତୀ ପ୍ରଧାନ, ଜୟଗୁରୁ ପ୍ରଧାନ,ଆଦିତ୍ୟ ସାମଲ, ମମତା ଗିରି, ଅଶୋକ ମହାନ୍ତି, ସତ୍ୟବ୍ରତ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ମାନଙ୍କୁ ମାନପତ୍ର, ଉତରୀୟ ଓ ଉପଢୌକନ ପ୍ରଦାନ କରା ଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ସପରିବାରେ ଯୋଗଦାନ କରି ସେମାନଙ୍କ ଅନୁଭୂତି ବଖାଣି ଥିଲେ ।
- ବାଲେଶ୍ୱର ଜିଲ୍ଲା ବାଲିଆପାଳର ଯୁଗଡ଼ିଆ ଗ୍ରାମରେ ୭୦ ବର୍ଷର କଳାବିକାଶ କେନ୍ଦ୍ର ଜମିକୁ କିଛି ଲୋକ ଜବରଦଖଲ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଏହା ବେଆଇନ ଭାବେ ଭଡ଼ାରେ ଦିଆଯାଉଛି। ଯଦି ଏହି ଜବରଦଖଲ ନହଟାଯାଏ, ତେବେ ରାଧାକୃଷ୍ଣ ମନ୍ଦିର ପାଇଁ ରାଜରାସ୍ତାରେ ଧାରଣା ଦେବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।1
- ଭୁବନେଶ୍ୱରରେ ସୋନାଲି ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେରଳର ଜନତା ଧର୍ମ ଆଧାରିତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଉପରେ ଭରସା କରିଛନ୍ତି। ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରେ।1
- Post by Pradeep Jena 90900088151
- ଓକିଲ ଦୀପକ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ପାଇଁ ପୁଲିସକୁ ଦାୟୀ କରିଛନ୍ତି। ସେ ଗଞ୍ଜାମ ଏସପି ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି କରିବାକୁ ଦୃଢ଼ ଦାବି କରିଛନ୍ତି।1
- ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନୂଆବଜାରରେ ଏକ ନୂତନ ଭିଭୋ ମୋବାଇଲ୍ ଷ୍ଟୋର ଉଦଘାଟିତ ହୋଇଛି। ମମତା କଟାଲ ଏଜେନ୍ସି ଦ୍ୱାରା ଆୟୋଜିତ ଏହି ଷ୍ଟୋରରେ ଗ୍ରାହକଙ୍କ ପାଇଁ ମୋବାଇଲ୍ ଉପରେ ଡିସକାଉଣ୍ଟ ସହ ସୁନ୍ଦର ଉପହାରର ବ୍ୟବସ୍ଥା ରହିଛି।1
- ଟାଓ୍ବାର ଉପରେ ଚଢିଲେ ଯୁବକ ପ୍ରସାଶନ ନାକେଦମ, ୧୪ ଘଣ୍ଟା ପରେ ଉଦ୍ଧାର।1
- ବ୍ୟାଟେରୀ ଗାଡି ର କମାଲ1
- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଯୁଗଡିଆ ଗ୍ରାମରେ ଥିବା ୭୦ ବର୍ଷ ପୁରୁଣା କଳାବିକାଶ କେନ୍ଦ୍ର ଜାଗା ଜବରଦଖଲ ବିରୋଧରେ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ମୁଷ୍ଟିମେୟ ଲୋକ ବେଆଇନ ଭାବେ ଏହି ଜମି ଦଖଲ କରି ଭଡ଼ାରେ ଲଗାଇଥିବା ଅଭିଯୋଗ ହୋଇଛି, ଏବଂ ଗ୍ରାମବାସୀ ଏହାକୁ ରାଧାକୃଷ୍ଣ ମନ୍ଦିର କରିବାକୁ ଚାହୁଁଛନ୍ତି। ଜବରଦଖଲ ହଟା ନଗଲେ ମହିଳାମାନେ ରାଜରାସ୍ତାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।1